ETV Bharat / state

ମାଆର ଦେହାନ୍ତ ପରେ ଭୋକ ଉପାସରେ ଆଖି ବୁଜିଲା ଭିନ୍ନକ୍ଷମ ପୁଅ, ସ୍ବେଚ୍ଛାସେବୀ କଲେ ଅନ୍ତିମ ସଂସ୍କାର - Voluntary organization

author img

By ETV Bharat Odisha Team

Published : Apr 17, 2024, 4:09 PM IST

Voluntary organization conducted funeral:ବଲାଙ୍ଗୀର ଜିଲ୍ଲାରେ ମାଆର ମୃତ୍ୟୁ ପରେ ଭୋକ ଉପାସରେ ଆଖି ବୁଜିଲା ଭିନ୍ନକ୍ଷମ ପୁଅ । ଅନ୍ତିମ ସଂସ୍କାର କରିଲା ସ୍ବେଚ୍ଛାସେବୀ ସଂଗଠନ । ଅଧିକ ପଢନ୍ତୁ

ଭୋକ ଉପାସରେ ଆଖି ବୁଜିଲା ଭିନ୍ନକ୍ଷମ ପୁଅ
ଭୋକ ଉପାସରେ ଆଖି ବୁଜିଲା ଭିନ୍ନକ୍ଷମ ପୁଅ

ଭୋକ ଉପାସରେ ଆଖି ବୁଜିଲା ଭିନ୍ନକ୍ଷମ ପୁଅ

ବଲାଙ୍ଗୀର: ଗରୀବ ଅସହାୟଙ୍କୁ ସହାୟତା ଯୋଗାଇ ଦେବାକୁ ସରକାରଙ୍କ ପୁଳାପୁଳା ଯୋଜନା । ହେଲେ ବାସ୍ତବରେ ଏହି ଯୋଜନା ଲୋକଙ୍କ କାମରେ ଆସୁନି । ମାଆର ମୃତ୍ୟୁ ପରେ ଭୋକ ଉପାସରେ ଆଖି ବୁଜିଲା ଭିନ୍ନକ୍ଷମ ପୁଅ । ମୃତ୍ୟୁ ପରେ ବି ସାହା ହେଲାନି ପ୍ରଶାସନ । ଘଣ୍ଟା ଘଣ୍ଟା ଧରି ପଡିରହିଲା ମୃତଦେହ । ଖବର ପାଇ ସ୍ବେଚ୍ଛାସେବୀ ସଂଗଠନ ମୃତ ଭିନ୍ନକ୍ଷମ ଯୁବକର ଅନ୍ତିମ ସଂସ୍କାର କରିଛନ୍ତି । ତେବେ ଏଭଳି ଘଟଣା ସାମ୍ନାକୁ ଆସିଛି ବଲାଙ୍ଗୀର ଜିଲ୍ଲାରୁ ।

ସୂଚନା ମୁତାବକ, ଜିଲ୍ଲାର ଭିନ୍ନକ୍ଷମ ଗଣେଶ ବେହେରା ନିଜ ପରିବାର ସହ ରହି ଆସୁଥିଲେ । ହେଲେ ଗରିବୀ ଓ ପେଟପାଟଣା ପାଇଁ ତାଙ୍କ ବାପା ବାହାର ରାଜ୍ୟକୁ ଦାଦନ ଖଟି ଯାଇ ଆଜି ପର୍ଯ୍ୟନ୍ତ ତାର କୌଣସି ଖୋଜ ଖବର ମିଳିନାହିଁ । ଏନେଇ ମାଆ ପୁଅ ଏକାଠି ରହୁଥିବା ବେଳେ ଦୁଇ ଜଣ ଦିନ ମଜୁରିଆ ଭାବରେ ଖଟି ପେଟ ପାଟଣା ଚଲାଇ ଆସୁଥିଲେ । ହେଲେ ଭାଗ୍ୟର ବିଡ଼ମ୍ବନା ମାଆର ମଧ୍ୟ ଅକାଳ ବିୟୋଗ ଘଟିଥିଲା । ଯାହା ପରେ ଯୁବକ ଜଣକ ମାନସିକ ଭାରସାମ୍ୟ ହରାଇ ବସି ଏଠି ଅସହାୟ ଭାବରେ ରହି ଆସୁଥିଲେ।

ହେଲେ ଗତ ୪ ତାରିଖରେ ସେ ରହୁଥିବା ଏକ ସରକାରୀ ପରିତ୍ୟକ୍ତ ସ୍କୁଲରେ ଅସହାୟ ଅବସ୍ଥାରେ ପଡିଥିବାର ଜଣା ପଡିଥିଲା । ଏନେଇ ବଲାଙ୍ଗୀର ସ୍ବେଚ୍ଛାସେବୀ ସଂଗଠନର ସଦସ୍ୟମାନେ ଯାଇ ତାକୁ ସେଠୁ ଉଦ୍ଧାର କରି ବଲାଙ୍ଗୀର ଭିମ ଭୋଇ ମେଡ଼ିକାଲ କଲେଜ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ । ଏଥିସହ ପ୍ରଶାସନକୁ ଏହି ଯୁବକର ଥଇଥାନ ପାଇଁ ଜଣାଇ ଥିଲେ । ହେଲେ ସେହି ମାନସିକ ଭିନ୍ନକ୍ଷମ ଯୁବକ ଡାକ୍ତରଖାନାରୁ ଆସି ପୁଣି ସେହି ସ୍କୁଲ ଘରେ ଏକା ଅସହାୟ ଅବସ୍ଥାରେ ରହି ଆସୁଥିଲା । ସେଠି କିଛି ଦିନ ତଳେ ତାର ମୃତ୍ୟୁ ହୋଇଥିବା ବେଳେ ଦୀର୍ଘ ତିନି ଦିନ ପରେ ସ୍ଥାନୀୟ ଲୋକେ ଜାଣିବାକୁ ପାଇଥିଲେ । ଏନେଇ ବଲାଙ୍ଗୀରର ସ୍ବେଚ୍ଛାସେବୀ ସଂଗଠନ ଏହାର ଖବର ପାଇ ପୋଲିସ ଓ ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ବଲାଙ୍ଗୀର ପୌରପାଳିକାର ସହାୟତାରେ ମୃତଦେହକୁ ଉଦ୍ଧାର କରିଥିଲେ।

ଏହା ମଧ୍ୟ ପଢନ୍ତୁ-ସ୍ବାମୀଙ୍କ ମୃତ୍ୟୁ ପରେ ଅସହାୟ ସ୍ତ୍ରୀ, ସହାୟତାର ହାତ ବଢାଇଲା ସ୍ବେଚ୍ଛାସେବୀ ସଂଗଠନ

ତେବେ ଏହାକୁ ନେଇ ପୋଲିସ ଏକ ଅପମୁତ୍ୟୁ ମାମଲା ରୁଜୁ କରି ବ୍ୟବଚ୍ଛେଦ ପାଇଁ ପଠାଇ ଅଧିକ ତଦନ୍ତ ଜାରି ରଖିଛି । ଅନ୍ୟପଟେ ସ୍ବେଚ୍ଛାସେବୀ ସଂଗଠନର ସଦସ୍ୟ ସୁମିତ ମିଶ୍ର ଓ ସଦସ୍ୟ ଗୋବିନ୍ଦ ଶତପଥୀ କହିଛନ୍ତି ଯେ, 'ସମୟ ଥାଉ ଥାଉ ପ୍ରଶାସନ କିମ୍ବା ସରକାର କୌଣସି ପଦକ୍ଷେପ ନ ନେବାରୁ ଆଜି ଏହି ମାନସିକ ଭିନ୍ନକ୍ଷମ ଯୁବକର ଭୋକ ଉପାସରେ ଅକାଳ ମୃତ୍ୟୁ ହୋଇଛି । ତେବେ ସେମାନେ ଏହି ଯୁବକ ଅସହାୟ ଅବସ୍ଥାରେ ଏଠି ପଡିଥିବାର ଗତ ୪ ତାରିଖରେ ଖବର ପାଇଥିଲେ । ହେଲେ ପ୍ରଶାସନ କିମ୍ବା ସରକାର ସାହା ନ ହେବା ଯୋଗୁଁ ଆଜି ତାର ଭୋକ ଉପାସରେ ଜୀବନ ଯାଇଛି ଯାହା ଅତି ଦୁଃଖଦ ଓ ପରିତାପର ବିଷୟ ।'

ଇଟିଭି ଭାରତ, ବଲାଙ୍ଗୀର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.