ETV Bharat / state

‘ପ୍ରତିଟି ଓଡ଼ିଆ ଆଜିର ଦିନକୁ ଉତ୍କଳର ସନ୍ତାନ ଭାବେ ଗର୍ବ କରେ’ - Pandian pays tribute to Gopabandhu - PANDIAN PAYS TRIBUTE TO GOPABANDHU

Pandian pays tribute to Gopabandhu das: ସ୍ବତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନରେ ପ୍ରମୁଖ ଭୂମିକା ଗ୍ରହଣ କରିଥିବା ମହାପୁରୁଷ ଉତ୍କଳମଣୀ ଗୋପବନ୍ଧୁ ଦାଶଙ୍କ ପରିବାରକୁ ଭେଟିଲେ ୫ଟି ଅଧ୍ୟକ୍ଷ ପାଣ୍ଡିଆନ । ଅଧିକ ପଢନ୍ତୁ

ଉତ୍କଳମଣୀ ଗୋପବନ୍ଧୁଙ୍କୁ ଶ୍ରଦ୍ଧାଞ୍ଜଳି ଦେଲେ ପାଣ୍ଡିଆନ୍

author img

By ETV Bharat Odisha Team

Published : Apr 1, 2024, 10:24 PM IST

Updated : Apr 1, 2024, 10:33 PM IST

ପ୍ରତିଟି ଓଡ଼ିଆ ଆଜିର ଦିନକୁ ଉତ୍କଳର ସନ୍ତାନ ଭାବେ ଗର୍ବ କରେ

ନିମାପଡ଼ା: ଆଜି ହେଉଛି ଉତ୍କଳ ଦିବସ । ପ୍ରତିଟି ଓଡ଼ିଆ ଏହି ଦିନ ଉତ୍କଳର ସନ୍ତାନ ଭାବେ ଗର୍ବ କରେ । 1936 ମସିହା ଏପ୍ରିଲ ମାସ ଆଜିର ଦିନରେ ସ୍ବତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନରେ ପ୍ରମୁଖ ଭୂମିକା ଗ୍ରହଣ କରିଥିବା ମହାପୁରୁଷମାନଙ୍କୁ ରାଜ୍ୟ ମନେ ପକାଇଥାଏ । ତେବେ ଏହି ଅବସରରେ ଗୋପ ବନ୍ଧୁଙ୍କ ଜନ୍ମ ପୀଠରେ ଭି କେ ପଣ୍ଡିଆନଙ୍କ ସମେତ ବିଭିନ୍ନ ରାଜ ନେତା । ସତ୍ୟବାଦୀ ସୁଆଣ୍ଡୋରେ ୫ଟି ଅଧକ୍ଷ ଭିକେ ପାଣ୍ଡିଆନ । ଉତ୍କଳ ଦିବସରେ ସୁଆଣ୍ଡୋରେ ପହଞ୍ଚି ଉତ୍କଳମଣୀ ଗୋପବନ୍ଧୁଙ୍କୁ ଜଣାଇଲେ ଶ୍ରଦ୍ଧାଞ୍ଜଳି । ଆଜି ସନ୍ଧ୍ୟା ସମୟରେ ସୁଆଣ୍ଡୋରେ ପହଞ୍ଚି ଥିଲେ ଭିକେ ପାଣ୍ଡିଆନ ।

ଗୋପବନ୍ଧୁଙ୍କ ଷଠି ଘର ଦର୍ଶନ କରିବା ସହିତ ଗୋପବନ୍ଧୁଙ୍କ ସଂଗ୍ରହାଳୟ ମଧ୍ୟରେ ଥିବା ଉତ୍କଳମଣୀ ଗୋପବନ୍ଧୁଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରି ଗୋପବନ୍ଧୁ ଦାସଙ୍କ ସ୍ମାରକୀ ସଂଗ୍ରହାଳୟ ବୁଲି ଦେଖିଥିଲେ ଭିକେ ପାଣ୍ଡିଆନ । ଏହାଛଡା ଉତ୍କଳମଣୀ ଗୋପବନ୍ଧୁଙ୍କ ଅଣନାତି ଧୀରେନ୍ଦ୍ର ନାଥଙ୍କ ଘରକୁ ଯାଇ କିଛି ସମୟ ତାଙ୍କ ପରିବାରକୁ ଭେଟିଥିଲେ । ଏହାଛଡା ଉତ୍କଳମଣୀ ସଂଗ୍ରହାଳୟ ଭିତରେ ଥିବା ପାର୍କରେ ଖେଳୁଥିବା କୁନି ପିଲା ଓ ସେମାନଙ୍କ ଅଭିଭାବକ ମାନଙ୍କ ସହିତ ପାର୍କର ସୁବିଧା ସୁଯୋଗ ସମ୍ପର୍କରେ ଆଲୋଚନା କରିଥିଲେ । ଏହା ସହ ସଂଗ୍ରହାଳୟ ବାହାରେ ବସି ବ୍ୟବସାୟ କରୁଥିବା ଉଠା ଦୋକାନୀଙ୍କ ସହିତ ଆଲୋଚନା କରି ସେମାନଙ୍କ ଭଲ ମନ୍ଦ ବୁଝି ଥିଲେ । ପାଣ୍ଡିଆନଙ୍କ ଏହି ଗ୍ରସ୍ତ ସମୟରେ ସତ୍ୟବାଦୀ ବିଜେଡି ବିଧାୟକ ପାର୍ଥି ସଞ୍ଜୟ ଦାସବର୍ମା ଓ ସତ୍ୟବାଦୀ ଅଞ୍ଚଳର ଶହ ଶହ ସଂଖ୍ୟାରେ ଜନସାଧାରଣ ଉପସ୍ଥିତ ରହି କାର୍ତ୍ତିକ ପାଣ୍ଡିଆନଙ୍କୁ ସ୍ଵାଗତ କରିଥିଲେ ।

ଏହା ମଧ୍ୟ ପଢନ୍ତୁ .....ଉତ୍କଳ ଦିବସରେ ଫଟୋଚିତ୍ର ପ୍ରଦର୍ଶନୀ, ଉଜ୍ଜୀବିତ ହେଲା ଓଡ଼ିଆ ବିନ୍ଧାଣୀଙ୍କ ସ୍ମୃତି - 89TH UTKAL DIVAS

ତେବେ ସ୍ୱତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନକୁ ପୂରଣ ହୋଇଛି ୮୮ ବର୍ଷ । ପ୍ରତ୍ୟେକ ସ୍ୱାଭିମାନୀ ଓଡ଼ିଆଙ୍କ ପାଇଁ ଏହା ହେଉଛି ଗର୍ବ ଓ ଗୌରବର ଦିନ । ଭାଷା ଭିତ୍ତିରେ ରାଜ୍ୟ ଗଠନ ହେବାରେ ଓଡ଼ିଶା ହେଉଛି ଦେଶର ପ୍ରଥମ ରାଜ୍ୟ । ଆଜିର ଦିନରେ ରାଜ୍ୟର ମାନ୍ୟତା ପାଇଥିଲା ଉତ୍କଳ । ନବ ଗଠିତ ରାଜ୍ୟ ଭାବେ ମାନଚିତ୍ରରେ ଶୋଭାମଣ୍ଡନ କରିଥିଲା ଓଡ଼ିଶା । ଆଜିର ଦିନରେ ଓଡ଼ିଶାକୁ ସ୍ୱତନ୍ତ୍ର ମାନ୍ୟତା ମିଳିଥିବାରୁ ଏହି ସ୍ମୃତିକୁ ମନେରଖିବାକୁ ପ୍ରତିବର୍ଷ ଆଜିର ଦିନରେ ପାଳନ କରାଯାଏ ଉତ୍କଳ ଦିବସ ।

ଓଡ଼ିଶାର କଳା, ସାହିତ୍ୟ, ସଂସ୍କୃତି, ବାଣିଜ୍ୟ ଓ ପର୍ଯ୍ୟଟନ ବେଶ ସ୍ୱତନ୍ତ୍ର । ଆମର ମନ୍ଦିରରେ କଳା, ଭାସ୍କର୍ଯ୍ୟ ବିଶ୍ୱରେ ଏକ ସ୍ୱତନ୍ତ୍ର ସ୍ଥାନ ସୃଷ୍ଟି କରିଛି । ଆମ ଜାତି ଲଢୁଆ ଜାତି । ଆମର ତ୍ୟାଗ, ବଳିଦାନ ଇତିହାସ ବିଦିତ । ଦେଶ ସ୍ୱାଧୀନତାରେ ପାଇକ ସଂଗ୍ରାମର ଭୂମିକା ସର୍ବଦା ଇତିହାସରେ ସ୍ୱର୍ଣ୍ଣିମ ଅକ୍ଷରରେ ଲିପିବଦ୍ଧ ହୋଇ ରହିବ ।

ଇଟିଭି ଭାରତ, ନିମାପଡ଼ା

Last Updated : Apr 1, 2024, 10:33 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.