ETV Bharat / state

କଟକ ପାଇଁ କୁହୁଡ଼ି କାଳ: ଜନଜୀବନ ଅସ୍ତବ୍ୟସ୍ତ, ୨୩ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ - କଟକ ପାଣିପାଗ

Dense fog blankets Cuttack:ଘନ କୁହୁଡିରେ ଆଚ୍ଛାଦିତ କଟକ । ଗାଡି ମୋଟର ଚଳାଉଥିଲେ ସାବଧାନ । ହୋଇପାରନ୍ତି ଦୁର୍ଘଟଣାର ସମ୍ମୁଖୀନ । ଅଧିକ ପଢନ୍ତୁ

Dense fog blankets Cuttack
ଘନ କୁହୁଡିରେ ଆଚ୍ଛାଦିତ କଟକ
author img

By ETV Bharat Odisha Team

Published : Jan 30, 2024, 10:03 AM IST

କଟକରେ ଗାଡି ମଟର ଚଳାଉଥିଲେ ସାବଧାନ

କଟକ: ବାହାରକୁ ଯାଉଛନ୍ତି କି ? ହୋଇ ଯାଆନ୍ତୁ ସାବଧାନ ! ନଚେତ ଦୁର୍ଘଟଣାର ଶିକାର ହୋଇ ପାରନ୍ତି । ବିଶେଷକରି ଦୁଇ ଚକିଆ କିମ୍ବା କାର ନେଇ ବାହାରକୁ ଯାଉଥିଲେ ସାବଧାନର ସହ ଯାତ୍ରା କରନ୍ତୁ । ଆଉ ଗାଡ଼ିର ବେଗକୁ ପୁରା କମ କରି ଗାଡି ଚଳାନ୍ତୁ । ଆବଶ୍ୟକ ନଥିଲେ ବିଲକୁଲ ଘରୁ ବାହାରନ୍ତୁ ନାହିଁ । କାରଣ କଟକରେ ପ୍ରବଳ କୁହୁଡ଼ି ଆସ୍ତରଣ ଦେଖିବାକୁ ମିଳିଛି । ପୁରା ସହର ଘନ କୁହୁଡିରେ ଆଚ୍ଛାଦିତ ହୋଇଯାଇଛି । ଯାହାଫଳରେ ସାଧାରଣ ଜୀବନଯାପନ ପ୍ରଭାବିତ ହୋଇଛି । ରାସ୍ତା ଗାଡି ମୋଟର ଚଳାଚଳରେ ବେଶ ସମସ୍ୟା ଦେଖିବାକୁ ମିଳିଛି ।

ଆଜି ସକାଳ ସମୟରୁ ଏହି କୁହୁଡି ଦେଖିବାକୁ ମିଳିଛି । ଘନ କୁହୁଡି ଯୋଗୁ କଟକ ସହରରେ ଦୃଶ୍ୟମାନ ଦୂରତା ବେଶ କମ ରହିଛି । ଏତେ କୁହୁଡି ଯେ ସାମ୍ନା ଲୋକ ଯଦି ଆପଣଙ୍କ ଆଗରେ ଥାଏ, ତେବେ ଆପଣ ବି ଚିହ୍ନି ପାରିବେ ନାହିଁ । ଭୟଙ୍କର କୁହୁଡିରେ ଯେକୌଣସି ଗାଡିରେ ଯିବା ବି ସୁରକ୍ଷିତ ନୁହେଁ । ଯେଉଁ କାରଣରୁ ଦୁର୍ଘଟଣା ଘଟୁଥିବା ଦେଖିବାକୁ ମିଳୁଛି । କୁହୁଡି କମିଲେ ଆପଣ ସୁରକ୍ଷିତ ଯାତ୍ରା କରି ପାରନ୍ତି । ମାତ୍ର କୁହୁଡି ସମୟରେ ଗାଡି ରେ ଯାତ୍ରା କରିବା ବିପଦଜନକ ବୋଲି କୁହା ଯାଇପାରେ ।

ଏହାମଧ୍ୟ ପଢନ୍ତୁ.. ଥରୁଛି ସାରା ଓଡି଼ଶା, ଘନ କୁହୁଡ଼ି ପାଇଁ ୟେଲୋ ୱାର୍ଣ୍ଣିଂ ଜାରି

ଅନ୍ୟପଟେ ଆଞ୍ଚଳିକ ପାଣିପାଗ ବିଭାଗ ରାଜ୍ୟରେ ଘନ କୁହୁଡ଼ି ପାଇଁ ବିଭିନ୍ନ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରିଛି । ଉପକୂଳ ଜିଲ୍ଲା ସମେତ ପାଶ୍ୱବର୍ତ୍ତୀ ଜିଲ୍ଲାଗୁଡିକରେ ଘନ କୁହୁଡି ଦୃଶ୍ୟମାନ ହେବାର ପୂର୍ବାନୁମାନ କରିଛି ପାଣିପାଗ ବିଭାଗ । ମଙ୍ଗଳବାର ପାଇଁ ୨୩ ଜିଲ୍ଲାକୁ ଘନ କୁହୁଡି ପାଇଁ ୟେଲୋ ୱାର୍ଣ୍ଣିଂ ଜାରି କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର । ସେହିସବୁ ଜିଲ୍ଲାଗୁଡ଼ିକ ହେଉଛି ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡା, କଟକ, ଜଗତସିଂପୁର, ଖୋର୍ଦ୍ଧା, ପୁରୀ, ନୟାଗଡ, ଗଂଜାମ, ଅନୁଗୋଳ, ଢେଙ୍କାନାଳ, ମୟୁରଭଞ୍ଜ, ସୁନ୍ଦରଗଡ, ଝାରସୁଗୁଡା, ସମ୍ବଲପୁର, ସୁବର୍ଣ୍ଣପୁର, ବଲାଙ୍ଗୀର, କନ୍ଧମାଳ, କଳାହାଣ୍ଡି, ବୌଦ୍ଧ, କେନ୍ଦୁଝର ଓ ଦେବଗଡ ।

ସେହିପରି ଗୋଟିଏ ଦିନ ପରେ ପଶ୍ଚିମା ଝଡ ପ୍ରଭାବରେ ରାଜ୍ୟ ମଧ୍ୟକୁ ଆସିବ ଥଣ୍ଡା ଓ ଶୁଷ୍କ ବାୟୁ । ଯାହା ଫଳରେ ୧ ଓ ୨ ତାରିଖରେ ଉତ୍ତର ଆଭ୍ୟାନ୍ତରୀଣ ଓ ଉତ୍ତର ଓଡ଼ିଶାରେ ହାଲୁକରୁ ମଧ୍ୟମ ଧରଣର ବର୍ଷା ସମ୍ଭାବନା ଥିବା ଆକଳନ କରିଛି ପାଣିପାଗ ବିଭାଗ । ତେବେ ଘନକୁହୁଡି ଯୋଗୁ ସତର୍କତା ଅବଲମ୍ବନ କରିବାକୁ ପରାମର୍ଶ ଦିଆଯାଇଛି ।

ଇଟିଭି ଭାରତ, କଟକ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.