ETV Bharat / state

ବିନା ନୋଟିସ୍‌ରେ ଅନ୍ତେବାସୀଙ୍କୁ ସ୍ଥାନାନ୍ତରଣ, ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଘେରାଉ କଲେ ଗ୍ରାମବାସୀ - Transfer of Hosteler

Transfer of Hosteler in Puri: ଗତକାଲି ପୁରୀ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଘେରାଉ କଲେ ଶତାଧିକ ଗ୍ରାମବାସୀ । ଶିଶୁ ଯତ୍ନ ଅନୁଷ୍ଠାନର ଅନ୍ତେବାସୀଙ୍କୁ ସ୍ଥାନାନ୍ତରଣ ଘଟଣା ନେଇ ଗ୍ରାମବାସୀ ପ୍ରତିବାଦ କରିଥିବା ସୂଚନା ମିଳିଛି । ଅଧିକ ପଢ଼ନ୍ତୁ

ଅନ୍ତେବାସୀଙ୍କୁ ସ୍ଥାନାନ୍ତରଣ ଘଟଣା
ଅନ୍ତେବାସୀଙ୍କୁ ସ୍ଥାନାନ୍ତରଣ ଘଟଣା
author img

By ETV Bharat Odisha Team

Published : Mar 24, 2024, 8:06 AM IST

ଅନ୍ତେବାସୀଙ୍କୁ ସ୍ଥାନାନ୍ତରଣ ଘଟଣା

ପୁରୀ: ଗତକାଲି ପୁରୀ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଘେରାଉ କରିଥିଲେ ଶତାଧିକ ଗ୍ରାମବାସୀ । ଶିଶୁ ଯତ୍ନ ଅନୁଷ୍ଠାନର ଅନ୍ତେବାସୀଙ୍କୁ ସ୍ଥାନାନ୍ତରଣ ଘଟଣା ନେଇ ଗ୍ରାମବାସୀ ପ୍ରତିବାଦ କରିଥିବା ସୂଚନା ମିଳିଛି । ବିନା ନୋଟିସ୍‌ରେ ଅନ୍ତେବାସୀଙ୍କୁ କିପରି ପୁରୀ ଉତ୍କଳ ବାଳାଶ୍ରମକୁ ସ୍ଥାନାନ୍ତରଣ କରାଯାଇଛି ସେନେଇ ସେମାନେ ଅଭିଯୋଗ କରିଛନ୍ତି । ତେବେ ଅନ୍ତେବାସୀ ମାନଙ୍କୁ ଆଶ୍ରମକୁ ଫେରାଇ ଆଣିବାକୁ ଦାବି କରିଛନ୍ତି ଗ୍ରାମବାସୀ । ଅନ୍ୟପଟରେ ପିଲାମାନଙ୍କ ଅନିଚ୍ଛା ସତ୍ତ୍ବେ ତାଙ୍କୁ ସେଠାରୁ ନିଆଯାଇଥିବା ଆନ୍ଦୋଳନକାରୀ ଅଭିଯୋଗ କରିଛନ୍ତି ।

ପୁରୀ ସଦର ବ୍ଲକ୍ କେରାଣ୍ଡିପୁର ପଞ୍ଚାୟତ ଅନ୍ତର୍ଗତ ଉତ୍ତରହଣା ଗାଁରେ ରହିଛି ସାଇ ବାଳାଶ୍ରମ । ଏହି ଆଶ୍ରମ ସାଧାରଣରେ ନୁରି ହୋତା ଆଶ୍ରମ ନାଁରେ ବେଶୀ ପରିଚିତ । ୧୯୭୮ ମସିହାରେ ଏହି ପଞ୍ଚାୟତର ସରପଞ୍ଚ ଥିବା ନରସିଂହ ହୋତା ଏହି ଆଶ୍ରମକୁ ଆରମ୍ଭ କରିଥିଲେ । ଏକ କୁଡିଆ ଘରେ ମାତ୍ର ୫ ଜଣ ପିଲାଙ୍କୁ ନେଇ ଏହି ବାଳାଶ୍ରମ ଆରମ୍ଭ ହୋଇଥିଲା । ୪୫ ବର୍ଷ ତଳେ ମାତ୍ର ୫ଜଣ ଅନାଥ ପିଲାଙ୍କୁ ନେଇ ଆରମ୍ଭ ହୋଇଥିବା ଏହି ବାଳାଶ୍ରମ ଆଜି ଅନେକ ସୁନାମ ଅର୍ଜନ କରିଛି । ସେଠାରେ ସାଧାରଣତଃ ଗରୀବ ଏବଂ ଅନାଥ ପିଲାଙ୍କର ଲାଳନ ପାଳନ କରାଯିବା ସହ ଉପଯୁକ୍ତ ଶିକ୍ଷା ମଧ୍ୟ ଦିଆଯାଉଛି । ଆଶ୍ରମ ନିକଟରେ ସ୍କୁଲ ଓ ହସ୍ପିଟାଲ ରହିଛି । ଆଶ୍ରମ ପରିଚାଳନା ଓ ପିଲାଙ୍କ କଥା ବୁଝିବା ପାଇଁ ୧୮ଜଣ କର୍ମଚାରୀ ମଧ୍ୟ ଅଛନ୍ତି । ତେବେ ତରବରିଆ ଭାବେ ବିନା ନୋଟିସ୍‌ରେ ଚନ୍ଦନପୁର ଥାନା ପୋଲିସ, ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ଓ ଚାଇଲ୍ଡ ଲାଇନ ସମସ୍ତ ପିଲାଙ୍କୁ ସାଇ ବାଳାଶ୍ରମରୁ ଉତ୍କଳ ବାଳାଶ୍ରମକୁ ନେଇ ଆସିଛନ୍ତି ।

ଏହା ମଧ୍ୟ ପଢ଼ନ୍ତୁ.... ଓଡିଶା ମୋ ପରିବାରର ଉଦାରତା, ଡଗରପଡା ବାଳାଶ୍ରମର ଅନ୍ତେବାସୀଙ୍କୁ ବୁଲାଇଲେ ବାଲିଯାତ୍ରା

ସୂଚନାଯୋଗ୍ୟ, ସାଇ ଆଶ୍ରମ ସେଠାକାର ସ୍ଥାନୀୟ ଦ୍ରୌପଦୀ ସ୍ଵୟଂ ସହାୟକ ଗୋଷ୍ଠୀ ଦ୍ଵାରା ପରିଚାଳିତ ହେଉଥିଲା। ସରକାରୀ ଅନୁଦାନରେ ଚାଲୁଥିବା ଏହି ଆଶ୍ରମ ନାଁରେ ଶୋଷଣ ଭଳି ଗୁରୁତର ଅଭିଯୋଗ ଆସିବା ପରେ ଜିଲ୍ଲାପାଳଙ୍କ ନିର୍ଦ୍ଦେଶକ୍ରମେ ସମସ୍ତ ଅନ୍ତେବାସୀଙ୍କୁ ଉତ୍କଳ ବାଳାଶ୍ରମକୁ ସ୍ଥାନାନ୍ତର କରାଯାଇଥିବା ସୂଚନା ମିଳିଛି । ତେବେ ଆକ୍ରୋଶ ମୂଳକ ଭାବେ କେତେବେଳେ ଆଶ୍ରମ ପୋଡି ଦିଆଯାଉଛି ତ କେତେବେଳେ ଭାଙ୍ଗି ଆକ୍ରମଣ କରାଯାଉଛି । ଏହାର ପ୍ରତିବାଦରେ ଗ୍ରାମବାସୀ ବିକ୍ଷୋଭ କରିବା ସହ ତୁରନ୍ତ ଆଶ୍ରମ ପିଲାଙ୍କୁ ଆଶ୍ରମକୁ ଫେରାଇ ଦେବାକୁ ଦାବି କରିଛନ୍ତି । ସେପଟେ ଆଶ୍ରମ ପରିଚାଳକ ଅଭିଯୋଗ କରିଛନ୍ତି ଯେ, ପିଲାମାନଙ୍କର ଅନିଚ୍ଛା ସତ୍ତ୍ବେ ତାଙ୍କୁ ଜୋରଜବରଦସ୍ତ ସେଠାରୁ ସ୍ତାନାନ୍ତର କରାଯାଇଛି । ଯାହା ପ୍ରତିବାଦରେ ସେମାନେ ଏଠାରେ ଜିଲ୍ଲାପାଳଙ୍କୁ ଭେଟି ନିଜ ଆଶ୍ରମ ପିଲାଙ୍କୁ ଫେରେଇ ନେବା ପାଇଁ ଚାହୁଁଥିବା କହିଛନ୍ତି ।

ଇଟିଭି ଭାରତ, ପୁରୀ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.