ETV Bharat / state

ରୁଙ୍ଗଟା ମେଟାଲ୍ସ କମ୍ପାନୀ ପ୍ରତିଷ୍ଠା ପ୍ରତିବାଦରେ ବିଶାଳ ରାଲି - Villagers Opposing Rungta Mines

Villagers Opposing Rungta Mines: ରାଇରଙ୍ଗପୁର ରୁଙ୍ଗଟା ମେଟାଲ୍ସ କମ୍ପାନୀକୁ ତୀବ୍ର ବିରୋଧ। ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣାରେ ବସିଲେ ଗ୍ରାମବାସୀ । ଅଧିକ ପଢନ୍ତୁ

Villagers Opposing Rungta Mines
Villagers Opposing Rungta Mines
author img

By ETV Bharat Odisha Team

Published : Mar 12, 2024, 9:53 AM IST

Villagers Opposing Rungta Mines

ରାଇରଙ୍ଗପୁର: ରୁଙ୍ଗଟା ମେଟାଲ୍ସ କମ୍ପାନୀକୁ ତୀବ୍ର ବିରୋଧ । ରାଇରଙ୍ଗପୁର ବ୍ଲକ ପୁରୁଣାପାଣି ଗ୍ରାମପଞ୍ଚାୟତ ଅନ୍ତର୍ଗତ ଦାଣ୍ଡବୋଷ, ଆନନ୍ଦପୁର ଓ କଣ୍ଟାବଣି ଗ୍ରାମର ବାସିନ୍ଦା ଏହାକୁ ବିରୋଧ କରିଛନ୍ତି । ଏଥିସହ ୫ ଗୋଟି ଦାବିକୁ ନେଇ ସେମାନେ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଉଭୟ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ବିରୋଧରେ ନାରାବାଜି କରିଛନ୍ତି ।

ଆନନ୍ଦପୁର ଗ୍ରାମରେ ରୁଙ୍ଗଟା ମେଟାଲ୍ସ କମ୍ପାନୀକୁ ଏକ ବୃହତ ଇସ୍ପାତ ଶିଳ୍ପ ପ୍ରତିଷ୍ଠା ନେଇ ପୂର୍ବରୁ ଅନୁମୋଦନ ମିଳିଥିଲା । ହେଲେ କିଛି ଲୋକ ଏହାର ବିରୋଧ କରି କୋର୍ଟର ଦ୍ବାରସ୍ଥ ହୋଇଥିଲେ । ତେବେ ବର୍ତ୍ତମାନ ସୁଦ୍ଧା କୋର୍ଟରେ ଉକ୍ତ ମାମଲା ବିଚାରଧୀନ ରହିଛି । ଏହି କିଛି ଦିନ ପୂର୍ବରୁ ପୁରୁଣାପାଣି ଗ୍ରାମରେ କିଛି ଗ୍ରାମର ବାସିନ୍ଦାଙ୍କୁ ନେଇ ଏକ ଗ୍ରାମସଭାର ଆୟୋଜନ କରାଯାଇଥିଲା । ଶହ ଶହ ସଂଖ୍ୟାରେ ମହିଳା ଓ ପୁରୁଷ ଉକ୍ତ ଗ୍ରାମସଭାରେ ଯୋଗ ଦେଇଥିଲେ । ସେଠାରେ ରୁଙ୍ଗଟା ମେଟାଲ୍ସ କମ୍ପାନୀର ଶିଳ୍ପ ପ୍ରତିଷ୍ଠାକୁ ନେଇ ସପକ୍ଷବାଦୀ ଓ ବିପକ୍ଷବାଦୀ ମୁହାଁମୁହିଁ ହୋଇଥିଲେ । ଫଳରେ ଉତ୍ତେଜନାମୂଳକ ପରିସ୍ଥିତି ସୃଷ୍ଟି ହୋଇଥିଲା । ପରିସ୍ଥିତିକୁ ନିୟନ୍ତ୍ରଣ କରିବାକୁ ପୋଲିସକୁ ନାକେଦମ ହେବାକୁ ପଡ଼ିଥିଲା ।

ଏହା ମଧ୍ୟ ପଢନ୍ତୁ- ଗ୍ରାମସଭାରେ ପ୍ରଶାସନ-ଗ୍ରାମବାସୀ ମୁହାଁମୁହିଁ, ରୁଙ୍ଗଟା ମେଟାଲ୍ସ କମ୍ପାନୀକୁ ବିରୋଧ

ତେବେ ଗତକାଲି(ସୋମବାର) ରୁଙ୍ଗଟା ମେଟାଲ୍ସର ଲୌହ ଇସ୍ପାତ କାରଖାନା ପ୍ରତିଷ୍ଠା ପ୍ରତିବାଦରେ ତିନୋଟି ଗ୍ରାମ ଯଥା ଦାଣ୍ଡବୋଷ, କଣ୍ଟାବଣୀ ଓ ଆନନ୍ଦପୁର ଗ୍ରାମର ଶତାଧିକ ମହିଳା ଓ ପୁରୁଷ ବିଶାଳ ରାଲିରେ ବାହାରି ରାଇରଙ୍ଗପୁର ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ପହଞ୍ଚିଥିଲେ । ସେଠାରେ ଉଭୟ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ବିରୋଧରେ ନାରାବାଜି କରିଥିଲେ । ରୁଙ୍ଗଟା ମେଟାଲ୍ସ କମ୍ପାନକୁ ତୀବ୍ର ବିରୋଧ କରିଥିଲେ ଗ୍ରାମବାସୀ । ତେବେ ଗ୍ରାମବାସୀଙ୍କ ତିନୋଟି ମୁଖ୍ୟ ଦାବି ରହିଥିଲା- ପଞ୍ଚମ ଅନୁସୂଚୀ ଅଞ୍ଚଳରେ ବସବାସ କରୁଥିବା ଆଦିବାସୀମାନଙ୍କ ଜମି ଉପରେ ଶିଳ୍ପ କାରଖାନା ବନ୍ଦ କରିବା, ଆଦିବାସୀ ସାନ୍ତାଳ ସମ୍ପ୍ରଦାୟମାନଙ୍କର ତୀର୍ଥସ୍ଥାନ ଓ ପଣ୍ଡିତ ରଘୁନାଥ ମୁର୍ମୁଙ୍କ ସାଧନା ପୀଠ ଦାଣ୍ଡବୋଷରେ ଥିବା କାପି ବୁରୁର ସୁରକ୍ଷା ଏବଂ ତୃତୀୟରେ ଆଦିବାସୀ ବୀର ପୁରୁଷମାନଙ୍କର ଗୁଣ୍ଡୁରିଆ ଶହୀଦ ସ୍ଥଳର ସୁରକ୍ଷା ପ୍ରଦାନ କରାଯିବା ।

ଏହି ତିନୋଟି ଦାବି ନେଇ ଶହ ଶହ ସଂଖ୍ୟାରେ ମହିଳା ଓ ପୁରୁଷ ଗାଁରୁ ଏକ ରାଲିରେ ବାହାରି ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ପହଞ୍ଚିଥିଲେ । ପରେ ଏନେଇ ତିନି ଦଫା ସମ୍ବଳିତ ଏକ ଦାବିପତ୍ର ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ରାଇରଙ୍ଗପୁର ଉପଜିଲ୍ଲାପାଳ ସରୋଜ କୁମାର ଦାସଙ୍କୁ ପ୍ରଦାନ କରିଥିଲେ ।

ଇଟିଭି ଭାରତ, ରାଇରଙ୍ଗପୁର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.