ETV Bharat / state

ଦୀପ ତଳ ଅନ୍ଧାର: କେବେ ହେବ ଦେଓ ନଦୀ ବ୍ରିଜ କାର୍ଯ୍ୟ ? ଅସ୍ଥାୟୀ ପୋଲ ସାଜିଛି 7 ପଞ୍ଚାୟତର ସାହାରା - village road problem

author img

By ETV Bharat Odisha Team

Published : Jul 18, 2024, 5:52 PM IST

Rourkela Bridge Problem: ଗମନାଗମନା ସୁବିଧା ପାଇଁ ସରକାର କୋଟି କୋଟି ଅର୍ଥ ଖର୍ଚ୍ଚ କରୁଛନ୍ତି । ୬ ବର୍ଷ ପରେ ବି ନିର୍ମାଣ ହୋଇପାରୁନି ବ୍ରିଜ । ଅସ୍ଥାୟୀ ପୋଲ ନିର୍ମାଣ କରି ବିପଦସଙ୍କୁଳ ଅବସ୍ଥାରେ ଯାତାୟତ କରୁଛନ୍ତି ଲୋକେ । ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି ରାଉରକେଲାରେ ।

କେବେ ପୂରଣ ହେବ ଦେଓ ନଦୀ ବ୍ରିଜ କାର୍ଯ୍ୟ? ଅସ୍ଥାୟୀ ପୋଲ ଉପରେ ନିର୍ଭର ୭ଟି ପଞ୍ଚାୟତବାସୀ
କେବେ ପୂରଣ ହେବ ଦେଓ ନଦୀ ବ୍ରିଜ କାର୍ଯ୍ୟ? ଅସ୍ଥାୟୀ ପୋଲ ଉପରେ ନିର୍ଭର ୭ଟି ପଞ୍ଚାୟତବାସୀ (ETV Bharat Odisha)

ରାଉରକେଲା: କଥାରେ ଅଛି ଦୀପ ତଳ ଅନ୍ଧାର ଏହାର ଅସଲ ଚିତ୍ର ଏବେ ରାଉରକେଲାରେ ଦେଖିବାକୁ ମିଳୁଛି । ଯେତେବେଳେ ରାଉରକେଲା ସହର ଉନ୍ନତି କରୁଛି ସେଠାରେ ଏହାର ସଂଲଗ୍ନ ଝିରପାଣିରୁ ରିଉଁ ଏବଂ ନୂଆଗାଁକୁ ଯିବାକୁ ହେଲେ ବ୍ରିଜ ନାହିଁ ଆଜିବି ବିପଦସଂକୁଳ ଅବସ୍ଥାରେ ଯାତାୟତ କରୁଛନ୍ତି ଲୋକେ । ଜିଲ୍ଲା ପ୍ରଶାସନ ପାଖରେ ବାରମ୍ବାର ଦାବି ହେବା ପରେ ମଧ୍ୟ ହୋଇପାରୁନାହିଁ ଏହି ବ୍ରିଜର ନିର୍ମାଣ କାର୍ଯ୍ୟ । ଅଧପନ୍ତରିଆ ଭାବେ ପଡିରହିଛି ପୋଲ କାର୍ଯ୍ୟ । ଯାହାକୁ ନେଇ ଏବେ ସାଧାରଣରେ ଅସନ୍ତୋଷ ପ୍ରକାଶ ପାଇଛି ।

ସୂଚନା ଅନୁସାରେ, ୨୦୧୮ରେ ଆରମ୍ଭ ହୋଇଥିବା ଏହି ବ୍ରିଜ ଯାହା ୨୦୨୦ ସୁଦ୍ଧା ଶେଷ ହେବ ବୋଲି ଆଶା କରାଯାଉଥିଲା କିନ୍ତୁ ଦୁର୍ଭାଗ୍ୟବଶତଃ, ଏକ ଅପ୍ରତ୍ୟାଶିତ ଅଟକି ଯାଇଛି ବର୍ତ୍ତମାନ ୨୦୨୪ ଅଧାହେଲାଣି ଏହା ଶେଷ ହେବାର ନା ଧରୁନି । ଅଧରେ ଅଟକି ରହିଛି ଏହି ବ୍ରିଜ ନିର୍ମାଣ କାର୍ଯ୍ୟ । ମାତ୍ର ୧୫୦ ମିଟର ଲମ୍ବ ଏହି ବ୍ରିଜ ନିର୍ମାଣ ହେବା ବଦଳରେ ଅଟକି ରହିଛି । ଜମି ଅଧିଗ୍ରହଣ ଓ କ୍ଷତିପୂରଣ ସମସ୍ୟାର ସମାଧାନ ନହେବା । ଇତିମଧ୍ୟରେ ବର୍ଷ ବର୍ଷ ବିତି ଯାଇଥିଲେ ମଧ୍ୟ କ୍ଷତିଗ୍ରସ୍ତ ଜମି ମାଲିକମାନେ ଏଯାଏ ସେମାନଙ୍କ ଜମିର ଉଚିତ କ୍ଷତିପୂରଣ ପାଇନାହାନ୍ତି, ଯାହା ଫଳରେ ପ୍ରକଳ୍ପଟି ଅଚଳ ହୋଇପଡ଼ିଛି ।

ତେବେ ପୂର୍ବରୁ କାଠପୋଲ ତିଆରି କରି ଯିବାଆସିବା କରୁଥିଲେ ଲୋକେ । ହେଲେ ବର୍ଷା ଦିନ ଆସିଲେ ଏଠାକାର ସ୍ଥିତି ଭୟଙ୍କର ମନେ ହୁଏ । ଫଳରେ ନଦୀର ଜଳସ୍ତର ଢ଼େର୍‌ ଅଧିକ ଥିବାରୁ ଅସ୍ଥାୟୀ ବ୍ୟବସ୍ଥାରେ ନଦୀ ପାର୍‌ କରିବା ସମ୍ଭବ ହୋଇନଥାଏ । ଏନେଇ ପ୍ରଶାସନ ବାରମ୍ବାର ଦାବି ପରେ ବି ଫଳ ଶୂନ । ଏହା ପରେ ବର୍ତ୍ତମାନ ଲୁହାର ପୋଲ ନିର୍ମାଣ କରିବାକୁ ବାଧ୍ୟ ହୋଇଛନ୍ତି ବିରମିତ୍ରପୁର ପୂର୍ବତନ ବିଧାୟକ ଜର୍ଜ ତିର୍କୀ । ଏକ ଅସ୍ଥାୟୀ ଭାବରେ ଏକ ଲୁହା ପୋଲ ନିର୍ମାଣ କରି ଯିବା ଆସିବା କରୁଛନ୍ତି ୭ଟି ପଞ୍ଚାୟତର ଲୋକେ । ହେଲେ ବିଧାୟକଙ୍କ ଏହି ପଦକ୍ଷେପକୁ ସ୍ୱାଗତ କରିଛନ୍ତି ଲୋକେ କିନ୍ତୁ ବର୍ତ୍ତମାନ ମଧ୍ୟ ଆଶଙ୍କା ଦୂର ହୋଇନାହିଁ ।

ଏହା ମଧ୍ୟ ପଢନ୍ତୁ: ଗାଁକୁ ନାହିଁ ରାସ୍ତା; ଦାବି କରି ନୟାନ୍ତ ଗାଁଲୋକେ, କାଠ ପୋଲ ହିଁ ଭରସା

୬ ବର୍ଷରୁ ଅଧିକ ସମୟ ହେଲା ବ୍ରିଜ୍‌ ଅଧପନ୍ତରିଆ ହୋଇପଡ଼ିରହିଛି । ତେବେ ବର୍ତ୍ତମାନ ଲୋକେ ଏହି ଲୁହ ଅସ୍ଥାୟୀ ପୋଲକୁ ବ୍ୟବହାର କରି ପାଖାପାଖି ୫୦ ମିଟର ଧରି ଥିବା ଲୁହ ଅସ୍ଥାୟୀ ବ୍ରିଜ୍‌କୁ ଚାଲି ନଦୀ ପାର୍‌ ହେଉଛନ୍ତି ଲୋକେ । ବର୍ତ୍ତମାନ ମଧ୍ୟ ଅସୁବିଧା ଭୋଗୁଛନ୍ତି ସାତଟି ପଂଚାୟତ ର ଜନ ସାଧାରଣ । ତେଣୁ ଏଠାକାର ଲୋକେ ସ୍ଥାୟୀ ବ୍ରିଜ ନିର୍ମାଣ ଦାବି କରିଛନ୍ତି ।

ଇଟିଭି ଭାରତ, ରାଉରକେଲା

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.