ETV Bharat / state

ଲୁଟେରା ରାକେଟର ମାଷ୍ଟର ମାଇଣ୍ଡ ଥିଲା ଗ୍ରାମରକ୍ଷୀ, 3 ଜଣଙ୍କୁ ଗିରଫ କଲା ପୋଲିସ - Robbery racket in Bhadrak

author img

By ETV Bharat Odisha Team

Published : Aug 25, 2024, 1:53 PM IST

Bhadrak robbery racket: ଲୁଟେରା ରାକେଟର ମାଷ୍ଟର ମାଇଣ୍ଡ ଥିଲା ଗ୍ରାମରକ୍ଷୀ । ଲୁଟୁ କରିଥିଲେ ଏକାଧିକ ସାମଗ୍ରୀ । ଧରିଲା ପୋଲିସ, ପଦାକୁ ଆସିଲା ସତ । ଅଧିକ ପଢନ୍ତୁ

ଲୁଟେରା ରାକେଟର ମାଷ୍ଟର ମାଇଣ୍ଡ ଥିଲା ଗ୍ରାମରକ୍ଷୀ, 3 ଜଣଙ୍କୁ ଗିରଫ କଲା ପୋଲିସ
ଲୁଟେରା ରାକେଟର ମାଷ୍ଟର ମାଇଣ୍ଡ ଥିଲା ଗ୍ରାମରକ୍ଷୀ, 3 ଜଣଙ୍କୁ ଗିରଫ କଲା ପୋଲିସ (ETV Bharat Odisha)

ଭଦ୍ରକ: ଲୁଟେରା ରାକେଟର ମାଷ୍ଟରମାଇଣ୍ଡ ସାଜିଥିଲା ଥାନାରେ କାମ କରୁଥିବା ଗ୍ରାମରକ୍ଷୀ । ପୁରା ରାକେଟର ନେତୃତ୍ବ ନେଉଥିଲା । ଏକାଧିକ ଲୁଟରେ ସାମିଲ ଥିଲା ଏହି ରାକେଟ । ଶେଷରେ ରାକେଟର ପର୍ଦ୍ଦାଫାସ କଲା ଭଦ୍ରକ ଜିଲ୍ଲା ତିହିଡି ଥାନା ପୋଲିସ । ମାଷ୍ଟର ମାଇଣ୍ଡ ସାବରଙ୍ଗ ଥାନାର ଗ୍ରାମରକ୍ଷୀ ସମେତ 3 ଜଣ ଗିରଫ କରାଯାଇଛି । ଗ୍ରାମରକ୍ଷୀ ଜଣକ ସେରପୁର ଗାଁର ନାରାୟଣ ଜେନାଙ୍କ ପୁଅ ମଙ୍ଗି ଓରଫ୍ ଗଗନ ବିହାରୀ ଜେନା (50) । ସେହିପରି ଅନ୍ୟ ଦୁଇ ଅଭିଯୁକ୍ତ ହେଉଛନ୍ତି, ପିତାମ୍ବର ଜେନାଙ୍କ ପୁଅ ବଳିଆ ଓରଫ୍ ବଳରାମ ଜେନା (20) ଏବଂ ତିହିଡି ଥାନା ଅଧୀନ ରାଢଙ୍ଗ ଗାଁର ରତ୍ନାକର ନାୟକଙ୍କ ପୁଅ ଚୁଙ୍ଗୁନୁ ଓରଫ୍ ପରମେଶ୍ୱର ନାୟକ (22) ବୋଲି ସୂଚନା ମିଳିଛି ।

  • ବିପୁଳ ଲୁଟ ସାମଗ୍ରୀ ଉଦ୍ଧାର:-

ଏହି ଘଟଣାରେ ଅନ୍ୟ ଦୁଇ ଜଣଙ୍କର ସମ୍ପୃକ୍ତି ଥିବା ନେଇ ସୂଚନା ପାଇ ପୋଲିସ ଖୋଳତାଡ ଆରମ୍ଭ କରିଛି । ଗୋଟିଏ ଏଲଇଡି ଟିଭି, ଦୁଇଟି ଇନଭର୍ଟର ମେସିନ୍ ସମେତ ବ୍ୟାଟେରୀ, ଗୋଟିଏ ଫ୍ରିଜ୍‌, ଗୋଟିଏ ଷ୍ଟାଣ୍ଡ ଫ୍ୟାନ୍‌, 3ଟି ପାଣି ପମ୍ପ, ସାଉଣ୍ଡ ମେସିନ୍‌, ଗିରଶ୍ ମେସିନ୍ ସହ ବକେଟ୍‌, 5 ଟି ଇନ୍ଧନ ଗ୍ୟାସ ଟାଙ୍କି, ଗୋଟିଏ ପ୍ରେସର କୁକର, ଗୋଟିଏ ଗ୍ରାଇଣ୍ଡର ସହ ବକ୍ସ, ଗୋଟିଏ ଗ୍ୟାସ ଚୁଲା, ଦୁଇ ବସ୍ତା ଚାଉଳ ଆଦି ଲୁଟ ସାମଗ୍ରୀ ସହିତ ବ୍ୟବହୃତ ଏକ ଡାଲା ଅଟୋକୁ ଜବତ୍ କରିଛି ପୋଲିସ ।

  • ପୂର୍ବରୁ ରହିଛି ବିଭିନ୍ନ ମାମଲା:-

ଗିରଫ୍ ଅଭିଯୁକ୍ତମାନେ ତିହିଡି ଥାନାର 6ଟି, ସାବରଙ୍ଗ ଥାନାର 3ଟି ସମେତ ଜିଲ୍ଲା ବିଭିନ୍ନ ଥାନାରେ ବହୁ ଲୁଟ ଘଟଣାରେ ସମ୍ପୃକ୍ତି ଥିବା ପୋଲିସ ଜାଣିବାକୁ ପାଇଛି । ଏଥିସହ ଏକାଧିକ ଲୁଟ ଘଟଣା ଅଭିଯୋଗ ନେଇ ବିଭିନ୍ନ ଥାନାରେ ପୂର୍ବରୁ କେତେକ କେଇବାର ଗିରଫ୍ ହୋଇଥିବା ମଧ୍ୟ ଜଣାଯାଇଛି । ଏନେଇ ଚାନ୍ଦବାଲି ଏସଡିପିଓ କାର୍ତ୍ତକ ଚନ୍ଦ୍ର ମଲ୍ଲିକ ଏକ ସମ୍ବାଦଦାତା ସମ୍ମିିଳନୀରେ ସୂଚନା ଦେଇଛନ୍ତି ।

ପ୍ରକାଶ ଥାଉକି, ଚଳିତମାସ 17 ତାରିଖରେ ତିହିଡି ଥାନା ତାଳପଦା ପଞ୍ଚାୟତ ଅଧିନ ବଡମ୍ବା ମହିଳା ମହାସଂଘ କାର୍ଯ୍ୟାଳୟର ତାଲା ଭାଙ୍ଗି ବିଭିନ୍ନ ସାମଗ୍ରୀ ଲୁଟ ହୋଇଥିବା ନେଇ ସମ୍ପାଦିକା ସ୍ୱର୍ଣ୍ଣଲତା ପ୍ରଧାନଙ୍କ ଅଭିଯୋଗକୁ ଭିତ୍ତିକରି ତିହିଡ଼ି ଥାନାରେ ଏକ ମାମଲା 378/24 ରୁଜୁ କରାଯାଇଥିଲା । ତେଣୁ ଆଇଆଇସି ପ୍ରସନ୍ନ କୁମାର ନାୟକଙ୍କ ନେତୃତ୍ୱରେ ଆଇଓ ଅରୁନ୍ଧତୀ ବେହେରା ସମେତ ଅନ୍ୟ ମାନଙ୍କୁ ନେଇ ଏକ ଟିମ୍ ଗଠିତ ହୋଇଥିଲା । ତଦନ୍ତରେ 5 ଜଣଙ୍କର ସମ୍ପୃକ୍ତି ଥିବା ଜଣା ପଡିଥିଲା । କୌଶଳକ୍ରମେ ସେମାନଙ୍କ ମଧ୍ୟରୁ 3ଜଣଙ୍କୁ କାବୁ କରିବା ସହିତ ଲୁଟ ସାମଗ୍ରୀ ଥିବା ଏକ ଡାଲା ଅଟୋରେ ବାହାରକୁ ଚାଲାଣ କରୁଥିବା ବେଳେ ଧରିଥିଲେ ପୁଲିସ ।

ଏପରି ସ୍ଥଳେ ଅଭିଯୁକ୍ତମାନେ ଦୋଷ ସ୍ୱିକାର କରିବା ସହିତ ଅନ୍ୟ ଅଭିଯୁକ୍ତ ମାନଙ୍କ ସମ୍ପର୍କରେ ପୋଲିସକୁ ସୂଚନା ଦେଇଥିବା ଜଣାପଡିଥିଲା । ତେବେ ଏହି ଘଟଣାରେ ମାଷ୍ଟରମାଇଣ୍ଡ ସାବରଙ୍ଗ ଥାନାର ଗ୍ରାମରକ୍ଷୀ ମଙ୍ଗି ଓରଫ୍ ଗଗନ ବିହାରୀ ଜେନାଙ୍କ ନେତୃତ୍ୱରେ ଏପରି ଲୁଟ ହେଉଥିଲା । ଲୁଟ କରିବାକୁ ଯିବାବେଳେ ସେମାନେ ସେହି ଅଟୋ ନେଇଥା’ନ୍ତି ବୋଲି ମଧ୍ୟ ଜାଣିବାକୁ ପାଇଥିଲା ପୋଲିସ । ସିସିଟିଭି ଫୁଟେଜ୍ ଆଧାରରେ ଅଟୋକୁ ଧରିବାରେ ସକ୍ଷମ ହୋଇଥିବା ବେଳେ ଉପରୋକ୍ତ ସାମଗ୍ରୀକୁ ଜବତ୍ ମଧ୍ୟ କରିଛି ପୋଲିସ । ଅଭିଯୁକ୍ତମାନେ ପୋଲିସ ଠାରୁ ଦୂରେଇ ରହିବା ଲାଗି ଗଛ ଉପରେ ଏକ ମଞ୍ଚା ବାନ୍ଧି ରହୁଥିଲେ, ଯାହାକୁ ପୋଲିସ ଠାବ କରିବାରେ ସକ୍ଷମ ହୋଇଛି ବୋଲି ଜଣାପଡିଛି ।

ଇଟିଭି ଭାରତ, ଭଦ୍ରକ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.