ETV Bharat / state

ରାଉରକେଲାରେ ବିଜେପିର ନିର୍ବାଚନ ପ୍ରସ୍ତୁତି, ଗୁରୁମନ୍ତ୍ର ଦେଲେ ପ୍ରଭାରୀ - Bjp election preparation

author img

By ETV Bharat Odisha Team

Published : Apr 12, 2024, 9:32 AM IST

Bjp Election Preparation: ଡବଲ ଇଞ୍ଜିନ ସରକାର ପାଇଁ ନେତା ଓ କର୍ମୀଙ୍କ ସହ ଆଲୋଚନା କଲେ ରାଜ୍ୟ ବିଜେପି ପ୍ରଭାରୀ ବିଜୟ ପାଲସିଂ ତୋମାର । ପୁଣି ରାଉରକେଲା ଲୋକସଭା ଆସନ ହାତେଇବା ପାଇଁ ଲକ୍ଷ୍ୟ । ଅଧିକ ପଢନ୍ତୁ

ରାଉରକେଲାରେ ବିଜେପିର ନିର୍ବାଚନ ପ୍ରସ୍ତୁତି ବୈଠକ, ଗୁରୁମନ୍ତ୍ର ଦେଲେ ପ୍ରଭାରୀ

ରାଉରକେଲା: ସୁନ୍ଦରଗଡ଼ ଜିଲ୍ଲାରେ ବିଜେପିର ନିର୍ବାଚନ ପ୍ରସ୍ତୁତି ବୈଠକ । ନେତା ଏବଂ କର୍ମୀଙ୍କ ସହ ଆଲୋଚନା କରି ଗୁରୁମନ୍ତ୍ର ଦେଲେ ପ୍ରଭାରୀ ବିଜୟ ପାଲସିଂ ତୋମାର ଏବଂ ଜୁଏଲ ଓରାମ । ଏଥର ଜିଲ୍ଲାରେ ୭ଟି ବିଧାନସଭା ସହ ଲୋକସଭା ଜିତିବା ସହ ରାଜ୍ୟରେ ଡବଲ ଇଞ୍ଜିନ ସରକାର ନିଶ୍ଚିତ ହେବ ବୋଲି କହିଛନ୍ତି ଓଡିଶା ପ୍ରଭାରୀ ବିଜୟ ପାଲ ସିଂ । ଗତକାଲି(ଗୁରୁବାର) ରାଉରକେଲାରେ ଷ୍ଟେସନରେ ପ୍ରଭାରୀ ବିଜୟ ପାଲସିଂ ପହଞ୍ଚିବା ପରେ ସାଂସଦ ତଥା ସୁନ୍ଦରଗଡ଼ ଲୋକସଭା ପ୍ରାର୍ଥୀ ଜୁଏଲ ଓରାମ ଏବଂ ଦଳୀୟ କର୍ମୀମାନେ ତାଙ୍କୁ ବିପୁଳ ସ୍ବାଗତ କରିଥିଲେ ।

ବିଜୟ ପାଲସିଂ ନିର୍ବାଚନ ପରିଚାଳନା କମିଟି ଯୋଗ ଦେଇ ସୁନ୍ଦରଗଡ଼ ଲୋକସଭା ନିର୍ବାଚନ ମଣ୍ଡଳୀର ସମୀକ୍ଷା କରିବା ସହ ସମସ୍ତ ନିର୍ବାଚନ ମଣ୍ଡଳୀର ନେତା ଏବଂ କର୍ମୀ ସହ ବୈଠକ କରିଥିଲେ । ଏହି ବୈଠକରେ ସଂସଦ ଜୁଏଲ ଓରାମ, ରାଉରକେଲା ସାଂଗଠନିକ ବିଜେପି ଜିଲ୍ଲା ସଭାନେତ୍ରୀ ଲତିକା ପଟ୍ଟନାୟକ ଏବଂ ସାତଟି ବିଧାନସଭା ମଣ୍ଡଳୀରୁ ଛଅଟି ବିଧାନସଭା ମଣ୍ଡଳୀ ବୀରମିତ୍ରପୁର ବିଧାନସଭା ନିର୍ବାଚନମଣ୍ଡଳୀ ପ୍ରାର୍ଥୀ ଶଙ୍କର ଓରାମ, ରଘୁନାଥପାଲି ବିଧାନସଭା ପ୍ରାର୍ଥୀ ଦୁର୍ଗା ତନ୍ତୀ, ରାଜଗାଙ୍ଗପୁର ବିଧାନସଭା ପ୍ରାର୍ଥୀ ନରସିଂହ ମିଞ୍ଜ, ସୁନ୍ଦରଗଡ଼ ବିଧାନସଭା ପ୍ରାର୍ଥୀ କୁସୁମ ଟେଟେ, ବଣାଇଁ ବିଧାନସଭା ପ୍ରାର୍ଥୀ ସେବତୀ ନାଏକ ଏବଂ ତଳସରା ବିଧାନସଭା ପ୍ରାର୍ଥୀ ଭବାନୀ ଭୋଇଙ୍କ ସମେତ ସମସ୍ତ ବିଧାନସଭା ନିର୍ବାଚନମଣ୍ଡଳୀର ସଂଯୋଜକ, ମଣ୍ଡଳ ଅଧ୍ୟକ୍ଷ, ବିସ୍ତାରକମାନେ ଯୋଗ ଦେଇଥିଲେ ।

ଏହା ମଧ୍ୟ ପଢନ୍ତୁ......'ଓଡ଼ିଶା 1 ଟ୍ରିଲିୟନ ଡଲାର ଅର୍ଥନୀତି ହେବା ନେଇ ମୁଖ୍ୟମନ୍ତ୍ରୀଙ୍କ କଥା ପାଣିର ଗାର ସଦୃଶ' - Satyabrata Panda Targets State Govt

ଏହି ଅବସରରେ ତୋମାର ପ୍ରତିକ୍ରିୟାରେ କହିଛନ୍ତି ଯେ, ଆଗାମୀ ଲୋକସଭା ଓ ବିଧାନସଭା ନିର୍ବାଚନକୁ ଦୃଷ୍ଟିରେ ରଖି ଏହି ବୈଠକ ଡକାଯାଇଛି । ସୁନ୍ଦରଗଡ ଲୋକସଭା ଓ ୬ଟି ନିର୍ବାଚନ ମଣ୍ଡଳୀର ସମସ୍ତ ପ୍ରାର୍ଥୀମାନଙ୍କ ସହ ଦଳର ତୃଣମୂଳ ସ୍ତରରେ ସ୍ଥିତି ବିଷୟରେ ଆଲୋଚନା ହୋଇଛି ଏବଂ ବୁଥସ୍ତରରେ ଦଳକୁ ବର୍ତ୍ତମାନ ସମ୍ପୂର୍ଣ୍ଣ ସଂଗଠିତ କରି ମଜବୁତ କରାଯିବ ।

ସେହିପରି ଲୋକସଭା ଆସନ ସହ ୭ଟି ବିଧାନସଭା ନିର୍ବାଚନମଣ୍ଡଳୀରେ କିପରି ବିଜେପି ପ୍ରାର୍ଥୀମାନେ ବହୁମତରେ ବିଜୟୀ ହେବେ, ସେ ବିଷୟରେ ପୁଙ୍ଖାନୁପୁଙ୍ଖ ଆଲୋଚନା ହୋଇଛି । ତେବେ ନିର୍ବାଚନ ତାରିଖ ପାଖେଇ ଆସୁଥିବାରୁ ବିଜେପି ପ୍ରାର୍ଥୀମାନେ ଜୋରସୋର ପ୍ରଚାର ମୈଦାନକୁ ଓହ୍ଲାଇଛନ୍ତି । କିଭଳି ମୋଦି ଗ୍ୟାରେଣ୍ଟି ଲୋକଙ୍କ ପାଖରେ ପହଞ୍ଚି ପାରିବ ସେନେଇ ଅଧିକ ଗୁରୁତ୍ବ ଦେଉଛନ୍ତି । ସେପଟେ ଦିଲ୍ଲୀପ ରାୟଙ୍କ ପ୍ରାର୍ଥୀତ୍ବକୁ ନେଇ ବର୍ତ୍ତମାନ ବିଜୟ ପାଲ ସିଂ ତୋମାର କହିଛନ୍ତି ଯେ, ଖୁବଶୀଘ୍ର ଟିକେଟ ଘୋଷଣା ହେବ ଏବଂ ସେ ମଧ୍ୟ ଯୋଗଦେଇ ବିଜେପିକୁ ବିଜୟ କରିବାରେ ସାହାଯ୍ୟ କରିବେ ।

ଇଟିଭି ଭାରତ, ରାଉରକେଲା

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.