ETV Bharat / state

Vigilance Raid; 5 ହଜାର ଟଙ୍କା ଲାଞ୍ଚ ନେଉଥିଲେ, ଭିଜିଲାନ୍ସ ହାତରେ ଧରାପଡିଲେ ଦୁଇ ବଡ ସରକାରୀ ଅଧିକାରୀ - Vigilance apprehends two officials

author img

By ETV Bharat Odisha Team

Published : Sep 3, 2024, 3:37 PM IST

Vigilance Raid Vigilance apprehends two govt officials while accepting bribe: ପାଞ୍ଚ ହଜାର ଟଙ୍କା ଲାଞ୍ଚ ନେଉଥିଲେ ଭିଜିଲାନ୍ସ ହାତରେ ଧରାପଡିଲେ ରାଜସ୍ୱ ନିରୀକ୍ଷକ ଓ ସହକାରୀ ନିରୀକ୍ଷକ । ଲାଞ୍ଚ ଟଙ୍କା ଗ୍ରହଣ କରିଥିବା ତୃତୀୟ ବ୍ୟକ୍ତିଙ୍କ ବିରୁଦ୍ଧରେ ମଧ୍ୟ ଖୋଳତାଡ । ଅଧିକ ପଢନ୍ତୁ

Vigilance Raid
Vigilance Raid (ETV Bharat Odisha)

ବ୍ରହ୍ମପୁର; ପାଞ୍ଚ ହଜାର ଟଙ୍କା ଲାଞ୍ଚ ନେଉଥିଲେ ଭିଜିଲାନ୍ସ ହାତରେ ଧରାପଡିଲେ ରାଜସ୍ୱ ନିରୀକ୍ଷକ ଓ ସହକାରୀ ନିରୀକ୍ଷକ । ଗଞ୍ଜାମ ଜିଲ୍ଲାର ସାନଖେମୁଣ୍ଡି ତହସିଲ ପୋଡାମାରି ଆରଆଇ କାର୍ଯ୍ୟାଳୟରେ କାର୍ଯ୍ୟରତ ରାଜସ୍ୱ ନିରୀକ୍ଷକ ଆଦିତ୍ୟ କୁମାର ସେନାପତି ଓ ସହକାରୀ ରାଜସ୍ୱ ନିରୀକ୍ଷକ ଟିଟୁ ସେଠୀଙ୍କୁ ଘରବାଡ଼ି ପଟ୍ଟା କରିବାକୁ ୧୦ ହଜାର ଟଙ୍କା ଲାଞ୍ଚ ମାଗି ସେଥିରୁ ପାଞ୍ଚ ହଜାର ଟଙ୍କା ନେଉଥିବା ବେଳେ ବ୍ରହ୍ମପୁର ଭିଜିଲାନ୍ସ ବିଭାଗ ପକ୍ଷରୁ ଗିରଫ କରିଛି ।

ଏହା ବି ପଢନ୍ତୁ- Vigilance raid; ତାଳଚେର ଖଣି ଅଧିକାରୀଙ୍କ ଘରେ ଭିଜିଲାନ୍ସ ରେଡ୍, ଅଡୁଆରେ DDM ଧରଣୀଧର ନାୟକ, 9 ସ୍ଥାନରେ ଏକକାଳୀନ ଚଢାଉ, ମିଳିଲା ବଡ ବଡ କୋଠା - Vigilance raid

ଘଟଣା ରହିଥିଲା ଏହିପରି-

ଗଞ୍ଜାମ ଜିଲ୍ଲା ସାନଖେମୁଣ୍ଡିରେ ତହସିଲ ଅନ୍ତର୍ଗତ ପୋଡାମାରି ଗ୍ରାମର ବାଳକୃଷ୍ଣ ପଣ୍ଡା ପଣ୍ଡା ନିଜର ଘରବାରି ପଟ୍ଟା ପାଇଁ ଆବେଦନ କରିଥିଲେ । ନିଜର ଘରବାଡ଼ି ପଟ୍ଟା ପାଇଁ ରାଜସ୍ୱ ନିରୀକ୍ଷକଙ୍କ କାର୍ଯ୍ୟାଳୟକୁ ଯାଇ ଏନେଇ ଆର୍.ଆଇ ଏବଂ ଏ.ଆର୍.ଆଇଙ୍କ ସହିତ ଯୋଗାଯୋଗ କରିବା ସମୟରେ ସେମାନେ ଏଥିପାଇଁ ବାଳକୃଷ୍ଣଙ୍କୁ ୧୦ ହଜାର ଟଙ୍କା ଲାଞ୍ଚ ଦେବା ପାଇଁ ଉଭୟ ଆର୍.ଆଇ ଆଦିତ୍ୟ କୁମାର ଓ ସହକାରୀ ଆର୍.ଆଇ ଟିଟୁ ଦାବି କରିଥିଲେ । ଏପରିକି ଦାବି ମୁତାବକ ବାଳକୃଷ୍ଣ ଶେଷରେ ପାଞ୍ଚ ହଜାର ଟଙ୍କା ଦେବା ପାଇଁ ରାଜି ହେବା ସହିତ ଘଟଣାକୁ ନେଇ ବ୍ରହ୍ମପୁର ଭିଜିଲାନ୍ସ ବିଭାଗକୁ ଅବଗତ କରାଇଥିଲେ । ଯାହାକି ପୂର୍ବ ନିର୍ଦ୍ଧାରିତ ଆଲୋଚନା ଅନୁଯାୟୀ ଅଭିଯୋଗକାରୀ ଲାଞ୍ଚ ଟଙ୍କା ପ୍ରଦାନ କରିଥିବା ବେଳେ ରାଜସ୍ୱ ନିରୀକ୍ଷକ ଓ ସହକାରୀ ନିରୀକ୍ଷକଙ୍କ ନିର୍ଦ୍ଦେଶ ପ୍ରକାରେ ଉକ୍ତ ଅର୍ଥକୁ ନିକଟରେ ରହିଥିବା ଜଣେ ତୃତୀୟ ବ୍ୟକ୍ତି ମନୋରଞ୍ଜନ ସାହୁଙ୍କୁ ସେହି ପାଞ୍ଚ ହଜାର ଟଙ୍କା ପ୍ରଦାନ କରିବାକୁ କହିଥିବା ବେଳେ ସେହି ଅର୍ଥକୁ ସେ ଉକ୍ତ ଅର୍ଥ ପ୍ରଦାନ କରିବା ପରେ ଭିଜିଲାନ୍ସ ବିଭାଗ ପକ୍ଷରୁ ଉକ୍ତ ଲାଞ୍ଚ ଅର୍ଥ ପାଞ୍ଚ ହଜାର ଟଙ୍କାକୁ ଜବତ କରିବା ସହିତ ରାଜସ୍ୱ ନିରିକ୍ଷକ ଲେନାପତି ସମେତ ରାଜସ୍ୱ ନିରୀକ୍ଷକଙ୍କ କହିବା ମୁତାବକ ଟଙ୍କା ନେଇଥିବା ମନେରଞ୍ଜନ ସାହୁଙ୍କ ଘରେ ଭିଜିଲାନ୍ସ ଟିମ୍ ଆୟବର୍ହିଭୂତ ସମ୍ପତ୍ତି ଠୁଳ ସନ୍ଦେହରେ ଖୋଳତାଡ କରିଥିଲେ ।

ଏହା ବି ପଢନ୍ତୁ- JE In Vigilance Net: ଭିଜିଲାନ୍ସ ଜାଲରେ କାଶୀପୁର କୋଟିପତି ଯନ୍ତ୍ରୀ, ଗିରଫ ପରେ କୋର୍ଟ ଚାଲାଣ - Kashipur JE Arrested

ଲାଞ୍ଚ ଟଙ୍କା ଗ୍ରହଣ କରିଥିବା ତୃତୀୟ ବ୍ୟକ୍ତିଙ୍କ ବିରୁଦ୍ଧରେ ମଧ୍ୟ ଖୋଳତାଡ-

ପାଞ୍ଚ ହଜାର ଟଙ୍କା ଲାଞ୍ଚ ନେଉଥିଲେ ଭିଜିଲାନ୍ସ ହାତରେ ଧରାପଡିଥିବା ରାଜସ୍ୱ ନିରୀକ୍ଷକ ଓ ସହକାରୀ ନିରୀକ୍ଷକଙ୍କ ସମେତ ଅଭିଯୋଗକାରୀଙ୍କ ଠାରୁ ଲାଞ୍ଚ ଟଙ୍କା ଗ୍ରହଣ କରିଥିବା ତୃତୀୟ ବ୍ୟକ୍ତିଙ୍କ ବିରୁଦ୍ଧରେ ତଦନ୍ତ କରି ଘଟଣାର ଖୋଳତାଡ ଆରମ୍ଭ କରିଛି ବ୍ରହ୍ମପୁର ଭିଜିଲାନ୍ସ ବିଭାଗ । ଏନେଇ ବ୍ରହ୍ମପୁର ଭିଜିଲାନ୍ସ ବିଭାଗ ପକ୍ଷରୁ (Berhampur Vigilance P.S. Case No.16 dtd.01.09.2024, U/s.7 P.C. (Amendment) Act, 2018) ଅନୁଯାୟୀ ମାମଲା ରୁଜ ହୋଇଥିବା ବେଳେ ଭିଜିଲାନ୍ସ ବିଭାଗ ପକ୍ଷରୁ ଦୁଇ ସରକାରୀ କର୍ମଚାରୀ ସମେତ ଏଭଳି ଲାଞ୍ଚ ଟଙ୍କା ନେବାରେ ସହାୟକ ହୋଇଥିବା ତୃତୀୟ ବ୍ୟକ୍ତିଙ୍କୁ ମଧ୍ୟ ଅଟକ ରଖି ତଦନ୍ତ କରିବା ସହିତ ତଦନ୍ତ ପରେ ଅଧିକ ସୂଚନା ଦିଆଯିବ ବୋଲି କୁହାଯାଇଛି ।

Vigilance Raid
Vigilance Raid (ETV Bharat Odisha)

ଏହା ବି ପଢନ୍ତୁ- Vigilance Raid: ଭିଜିଲାନ୍ସ ଜାଲରେ କନିଷ୍ଠ ଯନ୍ତ୍ରୀ, ଅସୁସ୍ଥ ହୋଇ ଡାକ୍ତରଖାନାରେ ଭର୍ତ୍ତି - vigilance raid in rayagada

ବନ୍ଧା ହେଲେ କୋଟିପତି କନିଷ୍ଠ ଯନ୍ତ୍ରୀ-

ଜୟପୁର ଦୁର୍ନୀତି ନିବାରଣ ବିଭାଗ ଦ୍ୱାରା ଗିରଫ ହୋଇଛନ୍ତି କୋଟିପତି କନିଷ୍ଠ ଯନ୍ତ୍ରୀ । ରାୟଗଡ଼ା ଜିଲ୍ଲା କାଶିପୁର ବ୍ଲକର କନିଷ୍ଠ ଯନ୍ତ୍ରୀ ପୂର୍ଣ୍ଣଚନ୍ଦ୍ର ଚୌଧୁରୀଙ୍କ ନାଁରେ ରହିଥିଲା ଲାଞ୍ଚ ନେବା ମାମଲା । ଭିଜିନାନ୍ସ ପକ୍ଷରୁ ସୂଚନା ଅନୁସାରେ, ରାୟଗଡ଼ା ଜିଲ୍ଲା ରାଣୀଗୁଡା ଫାର୍ମ ନିକଟ ବାସଭବନରେ କ୍ଷେତ୍ର ମାଝିଙ୍କଠାରୁ 25 ହଜାର ଟଙ୍କା ଲାଞ୍ଚ ନେବାବେଳେ ଭିଜିଲାନ୍ସ ଦ୍ବାରା ଧରାପଡିଥିଲେ ଯନ୍ତ୍ରୀ । MGNRGA କାମର ବିଲ ପାସ କରାଇଦେବା ପାଇଁ ୨୫ହଜାର ଟଙ୍କା ଲାଞ୍ଚ ନେଉଥିବା ସମୟରେ ଧରିଥିଲା ଭିଜିଲାନ୍ସ ।

Vigilance Raid
Vigilance Raid (ETV Bharat Odisha)

ଖଣି ଅଧିକାରୀଙ୍କ ଘରେ ପଶିଲା ଭିଜିଲାନ୍ସ-

ଆୟବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ତାଳଚେର ଖଣି ଅଧିକାରୀ ତଥା ଡେପୁଟି ଡାଇରେକ୍ଟର ଧରଣୀଧର ନାୟକ ସମ୍ପତ୍ତି ନେଇ ଚାଲିଛି ସର୍ଚ୍ଚ ଅପରେସନ । ଏକକାଳୀନ ୮ଟି ସ୍ଥାନରେ‌ ବଡ ରେଡ ଚାଲିଥିବା ବେଳେ ଭିଜିଲାନ୍ସ ପାଇଛି କୋଠାର ଗୋଟିଏ ପରେ ଗୋଟିଏ ସୁରାକ । ଅନୁଗୋଳ ଜିଲା ତାଳଚେରରେ କାର୍ଯ୍ୟରତ ଡେପୁଟି ଡ଼ାଇରେକ୍ଟର ମାଇନ୍ସଙ୍କ ଅଫିସ ଓ ସରକାରୀ ବାସ ଭବନ ରେ ଭିଜିଲାନ୍ସ ଚଢ଼ାଉ । ଆୟବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଚାଲିଛି ଚଢ଼ାଉ । ଏକକାଳୀନ ୯ ସ୍ଥାନରେ ଚଢ଼ାଉ ଜାରି ରଖିଛି ବିଭାଗ । DDM ଧରିଣୀଧର ନାୟକଙ୍କ ଘରେ ଚାଲିଛି ଚଢ଼ାଉ । ଅନୁଗୋଳ ଭିଜିଲାନ୍ସ ଟିମ କରୁଛି ଛାନଭିନ ।

ଆୟବହୂର୍ଭୁତ ସଂପତ୍ତି ଠୁଳ ଅଭିଯୋଗରେ ଖଣି ଉପନିର୍ଦ୍ଦେଶକ ଧରଣୀଧର ନାୟକଙ୍କ ଘରେ ରେଡ୍ ମାରିଛି ଭିଜିଲାନ୍ସ । ଗତକାଲି ଅନୁଗୋଳର ତାଳଚେର ସ୍ଥିତ ଖଣି ଉପ ନିର୍ଦେଶକ ଅଫିସ ସରକାରୀ ବାସଭବନରେ ଭିଜିଲାନ୍ସ ଚଢ଼ାଉ ଜାରି ରଖିଥିଲା। ସୂଚନା ଅନୁସାରେ ଭିଜିଲାନ୍ସ ପକ୍ଷରୁ ଏକ କାଳୀନ ୯ଟି ସ୍ଥାନରେ ଚଢ଼ାଉ ଜାରି ହିଛି । ଅନୁଗୋଳ ଭିଜିଲାନ୍ସର ଏକ ସ୍ୱତନ୍ତ୍ର ଟିମ ଏହି ଯାଞ୍ଚ ଜାରି ରଖିଥିଲା ।

ଧରଣୀଧରଙ୍କ ତାଳଚେର ଅଫିସ ଓ ସରକାରୀ ବାସଭବନ, ସମେତ ତେଲକୋଇ ଥାନା ଛାମୁଣ୍ଡା ଗାଁରେ ଥିବା ପୈତୃକ ଘର, ଭୁବନେଶ୍ବର ଘର, ସିଂକୁଳବାହାଲରେ ଥିବା ମାର୍କେଟ କଂପ୍ଲେକ୍ସ ଓ କେନ୍ଦୁଝର ପଣ୍ଡାପଡ଼ା ଥାନା ପୁରମୁଣ୍ଡାରେ ଥିବା ଶ୍ବଶୂର ଘରରେ ଏକକାଳୀନ ରେଡ୍ ଚାଲିଛି ।

ଏହା ବି ପଢନ୍ତୁ- Vigilance Raid: ଭିଜିଲାନ୍ସ ପଞ୍ଝାରେ ସରକାରୀ ବାବୁ , ବ୍ଲକ ଶିକ୍ଷା ଅଧିକାରୀ ନାଁରେ ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗ - VIGILANCE RAID

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.