ETV Bharat / state

ଭିଜିଲାନ୍ସ ଜାଲରେ GST ଅଧିକାରୀ, ଲାଞ୍ଚ ନେବା ଅଭିଯୋଗରେ ଗିରଫ - Vigilance raid

author img

By ETV Bharat Odisha Team

Published : Mar 29, 2024, 7:50 AM IST

GST Office in Vigilance scanner: ଭିଜିଲାନ୍ସ ଜାଲରେ ଜିଏସଟି ଅଧିକାରୀ । ପୁରୀ ଜିଏସଟି ଅଫିସରେ କାର୍ଯ୍ୟରତ ମାନସ ରଞ୍ଜନ ବେହେରାଙ୍କୁ ଲାଞ୍ଚ ନେଉଥିବା ଅଭିଯୋଗରେ ଗିରଫ କଲା ଭିଜିଲାନ୍ସ । ଅଧିକ ପଢନ୍ତୁ

GST Office in Vigilance scanner
GST Office in Vigilance scanner

ପୁରୀ: ଭିଜିଲାନ୍ସ ଜାଲରେ GST ଅଧିକାରୀ । ଗାଡି ରିଲିଜ କରିବା ପାଇଁ 30 ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ମାଡି ବସିଲା ଭିଜିଲାନ୍ସ । ଗିରଫ ଜିଏସଟି ଅଧିକାରୀ ଜଣକ ପୁରୀ ଜିଲ୍ଲା ଜିଏସଟି ଅଫିସରେ ଏନଫୋର୍ସମେଣ୍ଟ ୟୁନିଟର ମାନସ ରଞ୍ଜନ ବେହେରା । ଗୁରୁବାର ଦିନ ସେ ଲାଞ୍ଚ ଟଙ୍କା ନେଉଥିବା ସମୟରେ ରେଡ୍ କରିବା ସହ ତାଙ୍କୁ ଗିରଫ କରିଛି ଭିଜିଲାନ୍ସ ଟିମ୍ । ଏଥିସହ ଅନେକ ମାନସଙ୍କ କାର୍ଯ୍ୟାଳୟରେ ଚଢାଉ କରି ଅନେକ ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର ମଧ୍ୟ ଟିମ ଜବତ କରିଛି ।

ଏହାମଧ୍ୟ ପଢନ୍ତୁ.. ମଉକା ପଡ଼ିଛି ମଦୁଆଙ୍କୁ ଚେକିଂ, ୨ ହଜାର ଲାଞ୍ଚ ନେଇ SI ଗିରଫ - Vigilance Raid

ଗୁରୁବାର ଦିନ ପୁରୀ ଜିଲ୍ଲା ଜିଏସଟି ଅଫିସରେ ଭିଜିଲାନ୍ସ ଟିମ୍ ପକ୍ଷରୁ ରେଡ୍ କରାଯାଇଛି । ପୁରୀ ଜିଏସଟି ଅଫିସରେ ଜଣେ ଅଧିକାରୀ ଲାଞ୍ଚ ନେଉଥିବା ବେଳେ ତାଙ୍କୁ ମାଡ଼ି ବସିଛି ଭିଜିଲାନ୍ସ ଟିମ୍ । ଲାଞ୍ଚ ନେଉଥିବା ଅଧିକାରୀ ଜଣକ ହେଲେ ପୁରୀ ସିଟି ଜିଏସଟି ଅଫିସ ଏନଫୋର୍ସମେଣ୍ଟ ୟୁନିଟର ମାନସ ରଞ୍ଜନ ବେହେରା । ଗାଡ଼ି ରିଲିଜ୍ କରିବା ପାଇଁ ଏନଫୋର୍ସମେଣ୍ଟ ଅଧିକାରୀ ମାନସ ଉପେନ୍ଦ୍ର ପଣ୍ଡାଙ୍କ ଠାରୁ ୩୦ ହଜାର ଟଙ୍କା ଲାଞ୍ଚ ନେଉଥିବା ଅଭିଯୋଗ ଆସିବା ପରେ ଭିଜିଲାନ୍ସ ପକ୍ଷରୁ ଚଢାଉ କରିଯାଇଥିଲା ।

ଏହାମଧ୍ୟ ପଢନ୍ତୁ.. ଲାଞ୍ଚ ନେଇ ଧରାପଡ଼ିଲେ ନୂଆପଡା ରାଜସ୍ବ ବିଭାଗର ସ୍ବତନ୍ତ୍ର ଅଧିକାରୀ - Vigilance Raid In Nuapada

ସୂଚନା ଅନୁଯାୟୀ, ଅଭିଯୋଗକାରୀ ଉପେନ୍ଦ୍ର ପଣ୍ଡାଙ୍କୁ କିଛି ଦିନ ତଳେ ଜିଏସଟି ଫାଙ୍କିବା ଅଭିଯୋଗରେ 79 ହଜାର 200 ଟଙ୍କା ଜରିମାନା କରାଯାଇଥିଲା । ତେବେ ତାଙ୍କ ଗାଡ଼ିକୁ ସେ ଆଣିବାକୁ ଚାହୁଁଥିବା ବେଳେ ଏଥିପାଇଁ ତାଙ୍କୁ 30 ହଜାର ଟଙ୍କା ଲାଞ୍ଚ ମାଗିଥିଲେ ଜିଏସଟି ଅଧିକାରୀ ମାନସ ରଞ୍ଜନ ବେହେରା । ପରେ ଅଭିଯୋଗକାରୀ ଉପେନ୍ଦ୍ର ପଣ୍ଡା ଏନେଇ ଭିଜିଲାନ୍ସକୁ ଖବର ଦେଇଥିଲେ । ପୂର୍ବ ଯୋଜନା ମୁତାବକ, ପୁରୀ ଜିଲ୍ଲା ସ୍କୁଲ ନିକଟରେ ଲାଞ୍ଚ କାରବାର ବେଳେ ଭିଜିଲାନ୍ସ ଅଧିକାରୀ ରେଡ କରିଥିଲେ ଓ ଲାଞ୍ଚ ଟଙ୍କା ସହ ଜିଏସଟି ଅଧିକାରୀ ମାନସଙ୍କୁ ଗିରଫ କରିଛନ୍ତି । ଏଥିସହ ମାନସଙ୍କ କାର୍ଯ୍ୟାଳୟରେ ଚଢାଉ କରି ଅନେକ ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର ମଧ୍ୟ ଜବତ କରିଛି ଭିଜିଲାନ୍ସ ଟିମ୍ । ଭିଜିଲାନ୍ସ ବିଭାଗର ଅତିରିକ୍ତ ଏସପିଙ୍କ ସହ ଦୁଇଟି ଟିମ୍ ଏହି ଚଢ଼ାଉରେ ସାମିଲ୍ ଥିଲେ ।

ଇଟିଭି ଭାରତ, ପୁରୀ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.