ETV Bharat / state

ଲିଟର ୭୭ ଟଙ୍କା ମଶା ତେଲକୁ ୭୪୦ରେ କିଣିଥିଲେ, ୪ ଜଣଙ୍କୁ ବାନ୍ଧିଲା ଭିଜିଲାନ୍ସ - MOSQUITO OIL CORRUPTION

ଝାରସୁଗୁଡା ପୌର ପରିଷଦରେ ମଶା ତେଲ ମହା ଦୁର୍ନୀତିର ପର୍ଦ୍ଦାଫାସ । ୧୦ ଗୁଣା ଅଧିକ ମୂଲ୍ୟରେ କିଣା ଯାଇଥିଲା ।

MOSQUITO OIL CORRUPTION
MOSQUITO OIL CORRUPTION (ETV BHARAT ODISHA)
author img

By ETV Bharat Odisha Team

Published : Dec 14, 2024, 1:30 PM IST

Updated : Dec 14, 2024, 2:17 PM IST

ଝାରସୁଗୁଡା: ମଶା ତେଲ କିଣା ଦୁର୍ନୀତି ଗୁମର ଖୋଲି ଦେଲା ସୂଚନା ଅଧିକାର ଆଇନ । ୧୦ ଗୁଣା ଅଧିକ ଦାମ୍ ଦେଇ ଲିଟର ପିଛା ୭୭ ଟଙ୍କାର ମଶା ତେଲକୁ କିଣା ଯାଉଥିଲା ୭୪୦ ଟଙ୍କାରେ । ଝାରସୁଗୁଡା ପୌର ପରିଷଦରେ ମଶା ତେଲ ଏପରି ଦୁର୍ନୀତି ଘଟଣା ସାମ୍ନାକୁ ଆସିବା ପରେ ଚାରି ଜଣଙ୍କୁ ଗିରଫ କରିଛି ଭିଜିଲାନ୍ସ । ଗତକାଲି(ଶୁକ୍ରବାର) ସକାଳୁ ଭିଜିଲାନ୍ସର ୧୦ ଜଣିଆ ଟିମ ସେମାନଙ୍କୁ ମାରାଥନ ଜେରା କରିବା ପରେ ଘଟଣାର ପର୍ଦ୍ଦାଫାସ ହୋଇଥିଲା ।

ମଶା ତେଲ କିଣା ଦୁର୍ନୀତି:

ଝାରସୁଗୁଡ଼ା ପୌର ପରିଷଦରେ ମଶା ତେଲ କିଣାରେ ହୋଇଛି ବଡ଼ ଦୁର୍ନୀତି । ଟେଣ୍ଡର ଫିକ୍ସିଂ ଓ ବ୍ୟାପକ ଅନିୟମିତତା ଜରିଆରେ ଚଢ଼ା ଦରରେ କିଣାଯାଇଛି ମଶା ତେଲ। ଆଠ ମାସ ତଳେ ଲିଟର ପିଛା ୭୭ ଟଙ୍କାରେ କିଣାଯାଇଥିଲା । ଏବେ ୧୦ ଗୁଣା ଅଧିକ ଦାମ୍ ଦେଇ ଲିଟର ପିଛା ୭୪୦ ଟଙ୍କାରେ କିଣାଯାଇଛି । ସୂଚନା ଅଧିକାର ଆଇନ ବଳରେ ମିଳିଥିବା ତଥ୍ୟ ଖୋଲି ଦେଇଛି ଝାରସୁଗୁଡ଼ା ପୌର ପରିଷଦର ଦୁର୍ନୀତିଗ୍ରସ୍ତ ଅଧିକାରୀଙ୍କ ମୂଖା ।

MOSQUITO OIL CORRUPTION (ETV BHARAT ODISHA)

ମଶା ତେଲ ଲିଟର ପିଛା ୭୪୦ ଟଙ୍କା:

୨୦୧୯ ଜୁନରୁ ୨୦୨୨ ନଭେମ୍ବର ପର୍ଯ୍ୟନ୍ତ ଲିଟର ପିଛା ୭୭ ଟଙ୍କାରେ କିଣାଯାଇଥିଲା ମଶା ତେଲ । ଟେଣ୍ଡର ଜରିଆରେ ଚୟନ କରାଯାଇଥିବା ସୁନ୍ଦରଗଡ଼ର ସଂସ୍ଥା ଓଡ଼ିଶା ରବର ଉଦ୍ୟୋଗ ପ୍ରାଇଭେଟ ଲିମିଟେଡ ଯୋଗାଉଥିଲା ତେଲ । ସେହି ସମୟରେ କିଣା ଯାଇଥିଲା ଦୁଇ ହଜାର ଲିଟର ତେଲ । ଏଥିପାଇଁ ଖର୍ଚ୍ଚ ହୋଇଥିଲା ୧ ଲକ୍ଷ ୫୪ ହଜାର ଟଙ୍କା। ସେହି ଟେଣ୍ଡର ଅବଧି ଶେଷ ହେବା ପରେ ଆରମ୍ଭ ହୋଇଥିଲା ପୌର ପରିଷଦର ଦୁର୍ନୀତି ଖୋର ଅଧିକାରୀମାନଙ୍କ ଅସଲ ଖେଳ । ଟେଣ୍ଡରରେ କାରସାଦି କରି ଝାରସୁଗୁଡ଼ାର ଫ୍ୟୁଜନଗ୍ରୁପକୁ ଦିଆଯାଇଥିଲା ତେଲ ଯୋଗାଣ ବରାଦ । ଦୁର୍ନୀତିରେ ଲିପ୍ତ ସମସ୍ତଙ୍କ ପାଇଁ ଭାଗ ବାହାର କରିବା ଲାଗି ଲିଟର ପିଛା ଦାମ୍ କୁ ୭୪୦ ଟଙ୍କାକୁ ବଢ଼ାଇ ଦିଆଗଲା। ସେହି ଚଢ଼ା ଦରରେ ୨୦୨୩ ମାର୍ଚ୍ଚରୁ ନଭେମ୍ବର ପର୍ଯ୍ୟନ୍ତ ତେଲ ଅଣାଗଲା । ୭୫୦୦ ଲିଟର ମଶା ତେଲ କିଣାରେ ଖର୍ଚ୍ଚ ହେଲା ୫୫ ଲକ୍ଷ ୫୦ ହଜାର ଟଙ୍କା । ଏତେ ବଡ଼ ଦୁର୍ନୀତି ହେଲା ହେଲେ ଜିଲ୍ଲା ପ୍ରଶାସନ ଏହା କିପରି ଜାଣି ପାରିଲା ନାହିଁ ତାହା ଏବେ ଜିଲ୍ଲାବାସୀଙ୍କ ମନ ରେ ସନ୍ଦେହ ସୃଷ୍ଟି କରିଥିଲା । ଯିଏ ଯିଏ ଏହି ଘଟଣାରେ ସମ୍ପୃକ୍ତ ଅଛନ୍ତି ସେମାନଙ୍କ ବିରୋଧରେ ଉଚ୍ଚସ୍ତରୀୟ ନ୍ୟାୟିକ ତଦନ୍ତ କରି ଦୋଷୀ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଦାବି ହୋଇଥିଲା ।

ମଶା ତେଲ ଦୁର୍ନୀତି ମାମଲାରେ ଗିରଫ ଅଭିଯୁକ୍ତ ହେଉଛନ୍ତି ତତ୍କାଳୀନ କାର୍ଯ୍ୟନିର୍ବାହୀ ଅଧିକାରୀ ମନୋଜ ତାଣ୍ଡି, ସାନିଟେସନ ଏକ୍ସପର୍ଟ ବିଶ୍ବରଞ୍ଜନ ସାହୁ, ଆକାଉଣ୍ଟନ ଅଚୁତାନନ୍ଦ ସ୍ବାଇଁ ଏବଂ ମଶା ତେଲ ଯୋଗାଣ କରୁଥିବା ଫ୍ୟୁଜନ ଗ୍ରୁପର ଆଶୁତୋଷ ଶର୍ମା । ଏନେଇ ଭିଜିଲାନ୍ସ ପକ୍ଷରୁ ସୂଚନା ଦିଆଯାଇଛି ।

ଭିଜିଲାନ୍ସ ଏସପି ନରହରି ନାଏକ କହିଛନ୍ତି, "ଗତ ୨୦୨୨-୨୩ ଏବଂ ୨୦୨୩-୨୪ରେ ମଶା ତେଲ କିଣା ପାଇଁ ଟେଣ୍ଡର ପେପରରେ ବାହାର କରାଯାଇଥିଲା । ୧୦ ହଜାର ୨୦୦ଲିଟର ତେଲ କିଣିବା ପାଇଁ ସର୍ବନିମ୍ନ ୭୭ ଟଙ୍କା ଧାର୍ଯ୍ୟ ଥିବା ବେଳେ ତାକୁ ୭୪୦ଟଙ୍କା ଦେଇ ୯ ହଜାର ୫ଶହ ଲିଟର କରାଯାଇଛି । ଯାହାର ମୂଲ୍ୟ ୭୦ ଲକ୍ଷ ୩୦ ହଜାର ଟଙ୍କା ରହିଥିଲା । ଯାହା ସରକାରଙ୍କ ଏକ ବଡ଼ କ୍ଷତି ହୋଇଛି । ତେଣୁ ଏଥିରେ ସମ୍ପୃକ୍ତ ୪ଜଣ ଗିରଫଙ୍କୁ ଗିରଫ କରାଯାଇଛି । ''

ଇଟିଭି ଭାରତ, ଝାରସୁଗୁଡା

Last Updated : Dec 14, 2024, 2:17 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.