ETV Bharat / state

ବିଜେଡିକୁ ଝଟ୍‌କା, ଦଳ ଛାଡିଲେ ବରିଷ୍ଠ ନେତା ଚିତ୍ତରଞ୍ଜନ ମଣ୍ଡଳ - Chittaranjan Mandal Quits BJD

author img

By ETV Bharat Odisha Team

Published : Apr 15, 2024, 11:02 PM IST

Chittaranjan Mandal Quits BJD: ସାଧାରଣ ନିର୍ବାଚନ ପୂର୍ବରୁ କଳାହାଣ୍ଡିରେ ବିଜେଡିକୁ ବଡ଼ ଝଟ୍‌କା ଲାଗିଛି । ବରିଷ୍ଠ ନେତା ତଥା ବିଜୁ ଜନତା ଦଳର ରାଜ୍ୟ ସାଧାରଣ ସମ୍ପାଦକ ଚିତ୍ତରଞ୍ଜନ ମଣ୍ଡଳ ଶତାଧିକ ସମର୍ଥକଙ୍କ ସହ ଦଳରୁ ଇସ୍ତଫା ଦେଇଛନ୍ତି । ଅଧିକ ପଢ଼ନ୍ତୁ

Chittaranjan Mandal Quits BJD
Chittaranjan Mandal Quits BJD
Chittaranjan Mandal Quits BJD

ଭବାନୀପାଟଣା: ନିର୍ବାଚନ ଯେତିକି ପାଖେଇ ଆସୁଛି କଳାହାଣ୍ଡି ରାଜନୀତି ସେତିକି ଉଷ୍ମ ହେବାରେ ଲାଗିଛି । ତିନି ପ୍ରମୁଖ ରାଜନୈତିକ ଦଳ ପକ୍ଷରୁ ପ୍ରାର୍ଥୀ ଘୋଷଣା ପରେ ଆଶାୟୀ ଥିବା ପ୍ରାର୍ଥୀ ଓ ସେମାନଙ୍କ ସମର୍ଥକ ଏବେ ଦଳ ଡିଆଁ ପର୍ବରେ ସାମିଲ ହେଉଛନ୍ତି । ପ୍ରତିଦିନ ଏକାଧିକ ନେତା ବିଭିନ୍ନ ଦଳକୁ ଝଟ୍‌କା ଦେଇ ଅନ୍ୟ ଦଳରେ ସାମିଲ ହେଉଥିବା ଦେଖିବାକୁ ମିଳୁଛି । ଆଜି ଏହିକ୍ରମରେ କଳାହାଣ୍ଡି ବିଜେଡିକୁ ଝଟକା ମିଳିଛି । ଦଳ ଛାଡିଛନ୍ତି ଜିଲ୍ଲାର ବରିଷ୍ଠ ନେତା ତଥା ବିଜୁ ଜନତା ଦଳର ରାଜ୍ୟ ସାଧାରଣ ସମ୍ପାଦକ ଚିତ୍ତରଞ୍ଜନ ମଣ୍ଡଳ ଓ ତାଙ୍କ ସମର୍ଥକ ।

ସୂଚନା ଅନୁଯାୟୀ ଚିତ୍ତରଞ୍ଜନ ମଣ୍ଡଳ ଓରଫ ବାବୁଲି ମଣ୍ଡଳ ଦୀର୍ଘ ୩୭ ବର୍ଷ ଧରି ଜିଲ୍ଲା ରାଜନୀତିରେ ବେଶ ସକ୍ରିୟ ରହିଥିଲେ । ୨୦୧୯ ନିର୍ବାଚନରେ କଂଗ୍ରେସରୁ ନର୍ଲା ନିର୍ବାଚନ ମଣ୍ଡଳୀରେ ସେ ବିଧାୟକ ପ୍ରାର୍ଥୀ ହୋଇ ପରାଜିତ ହୋଇଥିଲେ । ପରବର୍ତ୍ତୀ ସମୟରେ ବିଜୁ ଜନତା ଦଳରେ ଯୋଗଦେଇ ବିଭିନ୍ନ ସାମାଜିକ କାର୍ଯ୍ୟକ୍ରମଠାରୁ ଆରମ୍ଭ କରି ଦଳର ବିଭିନ୍ନ ସାଂଗଠନିକ କାର୍ଯ୍ୟରେ ରହି ଆସୁଥିଲେ । ଚଳିତ ନିର୍ବାଚନ ପାଇଁ ସେ ନର୍ଲା ବିଧାନସଭା ନିର୍ବାଚନ ମଣ୍ଡଳୀ ପାଇଁ ବିଜେଡିରୁ ଟିକେଟ ଆଶାୟୀ ଥିଲେ । ହେଲେ ଦଳ ତାଙ୍କୁ ଟିକେଟ ନଦେଇ ନର୍ଲା ବ୍ଲକ ଅଧ୍ୟକ୍ଷା ମନୋରମା ମହାନ୍ତିଙ୍କୁ ପ୍ରାର୍ଥୀ ଘୋଷଣା କରିବା ପରେ ଚିତ୍ତରଞ୍ଜନ ମଣ୍ଡଳ ଓ ତାଙ୍କ ସମର୍ଥକମାନଙ୍କ ମଧ୍ୟରେ ଅସନ୍ତୋଷ ଦେଖିବାକୁ ମିଳିଥିଲା ।

ଏହା ମଧ୍ୟ ପଢ଼ନ୍ତୁ...ବିଜେପିରେ ଯୋଗଦେଲେ ନବରଙ୍ଗପୁରର ଶତାଧିକ ବିଜେଡି କର୍ମୀ - BJP joining program

ଆଜି ନିଜ ଶତାଧିକ ସମର୍ଥକଙ୍କ ସହ ବିଜେଡିରୁ ଇସ୍ତଫା ଦେଇଛନ୍ତି ଚିତ୍ତରଞ୍ଜନ ମଣ୍ଡଳ । ଏନେଇ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ସେ ସୂଚନା ଦେଇଛନ୍ତି । ଦଳ ତାଙ୍କ ଦକ୍ଷତା ଓ କାର୍ଯ୍ୟଶୈଳୀ ସହ ସାଂଗଠନିକ କାର୍ଯ୍ୟକୁ ଅଣଦେଖା କରି ଏବଂ ଠିକ ଭାବରେ ସର୍ଭେ ନକରି ମନୋରମାଙ୍କୁ ଟିକେଟ ପ୍ରଦାନ କରିଥିବା ଅଭିଯୋଗ କରିଛନ୍ତି ଚିତ୍ତରଞ୍ଜନ । ତେଣୁ ତାଙ୍କ ପ୍ରତି ଦଳ ଅନ୍ୟାୟ କରିଥିବା ନେଇ ସେ ପ୍ରକାଶ କରିଛନ୍ତି । ଆସନ୍ତା ଦିନରେ ୪୦୦ରୁ ଊର୍ଦ୍ଧ୍ବ ବିଜେଡି କର୍ମୀ ଦଳ ଛାଡ଼ିବେ ବୋଲି ସେ ପ୍ରକାଶ କରିଛନ୍ତି । ଯଦି ଏପରି ହୁଏ, ତେବେ ଏହା ବିଜେଡି ପାଇଁ ଅଡ଼ୁଆ ପରିସ୍ଥିତି ସୃଷ୍ଟି କରିପାରେ । କାରଣ ଦିନକୁ ଦିନ ବିଜେଡିରେ ଅସନ୍ତୁଷ୍ଟଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି ।

ଇଟିଭି ଭାରତ, କଳାହାଣ୍ଡି

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.