ETV Bharat / bharat

ହସ୍ପିଟାଲରେ ଭର୍ତ୍ତି ହେଲେ ରଜନୀକାନ୍ତ, ସ୍ବାସ୍ଥ୍ୟାବସ୍ଥା ସ୍ଥିର - Rajinikanth hospitalised - RAJINIKANTH HOSPITALISED

Rajinikanth hospitalised: ପେଟରେ ଯନ୍ତ୍ରଣ ହେବାରୁ ହସ୍ପିଟାଲରେ ଭର୍ତ୍ତି ହେଲେ ରଜନୀକାନ୍ତ। ସ୍ବାସ୍ଥ୍ୟାବସ୍ଥା ସ୍ଥିର ରହିଥିବା ଡାକ୍ତରଖାନା ପକ୍ଷରୁ ସୂଚନା । ଅଧିକ ପଢନ୍ତୁ

Rajinikanth
Rajinikanth (ETV BHARAT ODISHA)
author img

By ETV Bharat Odisha Team

Published : Oct 1, 2024, 6:58 AM IST

Updated : Oct 1, 2024, 7:28 AM IST

ଚେନ୍ନାଇ: ହସ୍ପିଟାଲରେ ଭର୍ତ୍ତି ହେଲେ ସାଉଥ ସୁପରଷ୍ଟାର ରଜନୀକାନ୍ତ । ପେଟରେ ଯନ୍ତ୍ରଣା ଅନୁଭବ କରିବାରୁ ଗତକାଲି (ସୋମବାର) ବିଳମ୍ବିତ ରାତିରେ ତାଙ୍କୁ ଚେନ୍ନାଇର ଆପୋଲୋ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ବର୍ତ୍ତମାନ ତାଙ୍କ ସ୍ବାସ୍ଥ୍ୟାବସ୍ଥା ସ୍ଥିର ରହିଥିବା ଡାକ୍ତରଖାନା ପକ୍ଷରୁ ସୂଚନା ଦିଆଯାଇଛି । ରଜନୀକାନ୍ତଙ୍କ ବୟସ ବର୍ତ୍ତମାନ 73 ବର୍ଷ ।

ମର୍ମାହତ ରଜନୀକାନ୍ତଙ୍କ ଫ୍ୟାନ୍ସ:

ସାଉଥ ସୁପରଷ୍ଟାର ରଜନୀକାନ୍ତଙ୍କୁ ଭଗବାନ ଭାବନ୍ତି ତାଙ୍କ ଫ୍ୟାନ୍ସ । ସେ ଅସୁସ୍ଥ ଥିବା ନେଇ ଖବର ପ୍ରସାରିତ ହେବା ପରେ ସୋସିଆଲ ମିଡିଆରେ ଦୁଃଖ ପ୍ରକାଶ କରିଛନ୍ତି ତାଙ୍କୁ ଭଲ ପାଉଥିବା ଫ୍ୟାନ୍ସ । ରଜନୀକାନ୍ତଙ୍କ ଶୀଘ୍ର ଆରୋଗ୍ୟ ପାଇଁ ସମସ୍ତେ କାମନା କରିଛନ୍ତି ।

ହୃଦଘାତ ଜନିତ ସମସ୍ୟା ରହିଛି ରଜନୀକାନ୍ତଙ୍କର:

ରଜନୀକାନ୍ତଙ୍କର ହୃଦଘାତ ଜନିତ ସମସ୍ୟା ଥିବାରୁ ହୃଦ୍‌ରୋଗ ବିଶେଷଜ୍ଞଙ୍କଠାରୁ ଅନୁମତି ନିଆଯାଇଛି । ଆଜି ତାଙ୍କ ଡାକ୍ତରୀ ପରୀକ୍ଷା କରାଯିବ । ବର୍ତ୍ତମାନ ସୁଦ୍ଧା ରଜନୀକାନ୍ତଙ୍କ ସ୍ୱାସ୍ଥ୍ୟ ସମ୍ପର୍କରେ ତାଙ୍କ ପରିବାର ପକ୍ଷରୁ କୌଣସି ସ୍ପଷ୍ଟୀକରଣ ଦିଆଯାଇନାହିଁ । ଡିସେମ୍ବର 2020 ରେ ରଜନୀକାନ୍ତ ହଠାତ୍ ଅସୁସ୍ଥ ହୋଇପଡିଥିଲେ । ତାଙ୍କୁ ଆପୋଲୋ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା ।

RAJINIKANTH
RAJINIKANTH (ETV BHARAT ODISHA)

ଘୁଞ୍ଚିପାରେ 'ଭେଟ୍ଟିୟାନ' ରିଲିଜ୍‌ ତାରିଖ:

RAJINIKANTH
RAJINIKANTH (ETV BHARAT ODISHA)

ଆସନ୍ତା ଅକ୍ଟୋବର 10 ତାରିଖରେ ରଜନୀକନ୍ତଙ୍କ ଅଭିନୀତ ତାମିଲି ଫିଲ୍ମ 'ଭେଟ୍ଟିୟାନ' ପରଦାକୁ ଆସିବାକୁ ଯାଉଛି । ସୋମବାର ଦିନ 'ଭେଟ୍ଟିୟାନ' ଟ୍ରେଲର ରିଲିଜ୍ ତାରିଖ ଘୋଷଣା କରାଯାଇଥିଲା । ଅକ୍ଟୋବର 2 ତାରିଖ ଧାର୍ଯ୍ୟ ହୋଇଥିବା ବେଳେ ରଜନୀକାନ୍ତଙ୍କ ସ୍ୱାସ୍ଥ୍ୟ ଅବସ୍ଥା ହେତୁ ଏହା ବିଳମ୍ବ ହେବା ନେଇ ଆଶା କରାଯାଉଛି । ଫିଲ୍ମ ରିଲିଜ ତାରିଖ ଘୁଞ୍ଚିବ ନା ନାହିଁ ସେନେଇ କିଛି ସ୍ପଷ୍ଟ ସୂଚନା ହସ୍ତଗତ ହୋଇ ନାହିଁ ।

ଏହା ମଧ୍ୟ ପଢନ୍ତୁ-ରଜନୀକାନ୍ତଙ୍କ ଫିଲ୍ମ 'କୁଲି'ରେ ଆମୀର ଖାନଙ୍କ ଏଣ୍ଟ୍ରି, 30 ବର୍ଷ ପରେ ଏକାଠି ଧମାକା କରିବେ ଏହି ସୁପରଷ୍ଟାର ଯୋଡ଼ି - Aamir Khan In Coolie

ଏହା ମଧ୍ୟ ପଢନ୍ତୁ-ରଜନୀକାନ୍ତଙ୍କ ସହ ଧମାକା କରିବେ ଭାଇଜାନ, ଏହି ନିର୍ଦ୍ଦେଶକଙ୍କ ଫିଲ୍ମରେ ଆସିବେ ନଜର - Salman Khan Rajinikanth New Film

ଏହା ମଧ୍ୟ ପଢନ୍ତୁ-‘କୁଲି’ ଟିମକୁ ଲିଗାଲ ନୋଟିସ; ପ୍ରତିକ୍ରିୟା ରଖିଲେ ରଜନୀକାନ୍ତ - Rajinikanth On Legal Threat

'କୁଲି' ଫିଲ୍ମରେ ନଜର ଆସିବେ ରଜନୀକାନ୍ତ :

RAJINIKANTH
RAJINIKANTH (ANI)

ତାମିଲି ନିର୍ଦ୍ଦେଶକ ଲୋକେଶ କନଗରାଜଙ୍କ 'କୁଲି' ଫିଲ୍ମର ସୁଟିଂ ବର୍ତ୍ତମାନ ଜାରି ରହିଛି । ଏଥିରେ ନଜର ଆସିବେ ରଜନୀକାନ୍ତ । ଲୋକେଶ କନଗରାଜ ରଜନୀକାନ୍ତଙ୍କ ସହ ପ୍ରଥମ ଥର ପାଇଁ କାମ କରୁଛନ୍ତି । ଏହା ରଜନୀକାନ୍ତଙ୍କ ୧୭୧ତମ ଫିଲ୍ମ ହେବାକୁ ଯାଉଛି । ଜୁଲାଇରେ ହାଇଦ୍ରାବାଦରେ 'କୁଲି'ର ସୁଟିଂ ଆରମ୍ଭ ହୋଇଥିଲା । ଫିଲ୍ମ ରିଲିଜ୍‌ ହେବା ନେଇ ପ୍ରଯୋଜନା ସଂସ୍ଥା ପକ୍ଷରୁ କୌଣସି ତାରିଖ ବର୍ତ୍ତମାନ ସୁଦ୍ଧା ଘୋଷଣା କରାଯାଇନାହିଁ ।

ରଜନୀକାନ୍ତଙ୍କୁ ଭଗବାନଙ୍କ ଆଖ୍ୟା ଦେଉଛନ୍ତି ତାଙ୍କ ଫ୍ୟାନ୍ସ । ଜଣେ କଳାକାର ଭାବେ ନିଜର ଅଭିନୟ ଜରିଆରେ ସେ ଦର୍ଶକଙ୍କ ହୃଦୟରେ ସେ ରାଜ କରୁଛନ୍ତି । ‘ଦ ଥଲାଇଭା’ ବା ରଜନୀକାନ୍ତଙ୍କ ଅଭିନୟ ଲୋକଙ୍କ ହୃଦୟରେ ସର୍ବଦା ବିଦ୍ୟମାନ । 12 ଡିସେମ୍ବର 1950ରେ ବେଙ୍ଗାଲୁରୁରେ ଜନ୍ମଗ୍ରହଣ କରିଥିଲେ ଏହି ତାମିଲ ସୁପରଷ୍ଟାର। 1975 ମସିହାରେ ସେ 'ଅପୂର୍ବ ରାଙ୍ଗଗଲ'ରୁ ନିଜ ଫିଲ୍ମି କ୍ୟାରିୟର ଆରମ୍ଭ କରିଥିଲେ । ବଲିଉଡ ଫିଲ୍ମ ‘2.0’ ମାଧ୍ୟମରେ ସେ ବଲିଉଡ ଫିଲ୍ମ ଇଣ୍ଡଷ୍ଟ୍ରୀକୁ ଏକ ନୂଆ ସ୍ତରରେ ପହଞ୍ଚାଇଛନ୍ତି । ନିଜର ଦମଦାର ଅଭିନୟ ସାଙ୍ଗକୁ ବେମିସାଲ୍ ପର୍ସନାଲିଟି ପାଇଁ ସେ ବସ୍ କଣ୍ଡକ୍ଟରରୁ କୋଟି କୋଟି ଲୋକଙ୍କ ହୃଦୟରେ ରାଜ୍ କରିବାରେ ସଫଳ ହୋଇଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Oct 1, 2024, 7:28 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.