ETV Bharat / state

ଭେଟେରାନ ନେତା ଧନେଶ୍ଵର ମାଝୀଙ୍କ ପରଲୋକ, ବିଧାୟକ ଓ ସାଂସଦ ଭାବେ ତୁଲାଇଛନ୍ତି ଦାୟିତ୍ବ - DHANASWAR MAJHI PASSES AWAY

ଭେଟେରାନ ନେତା ଧନେଶ୍ଵର ମାଝୀଙ୍କ ବିୟୋଗ ହୋଇଛି । ସେ ପୂର୍ବରୁ ସାଂସଦ ଓ ବିଧାୟକ ଭାବେ ଦାୟିତ୍ବ ତୁଲାଇଛନ୍ତି ।

Dhanaswar Majhi Passes Away
Dhanaswar Majhi Passes Away (ETV Bharat Odisha)
author img

By ETV Bharat Odisha Team

Published : Oct 9, 2024, 3:33 PM IST

ଭବାନୀପାଟଣା: ପୂର୍ବତନ ବିଧାୟକ ଧନେଶ୍ଵର ମାଝୀଙ୍କ ପରଲୋକ । ହୃଦଘାତରେ ତାଙ୍କର ଦେହାନ୍ତ ହୋଇଛି । ଗତ ମାର୍ଚ୍ଚ ମାସରେ ସେ ବିଜେଡି ଛାଡି ବିଜେପିରେ ଯୋଗ ଦେଇଥିଲେ । ତେବେ ଧନେଶ୍ବର ଜନତା ପାର୍ଟି, ସ୍ଵତନ୍ତ୍ର ପାର୍ଟି, ଭାରତୀୟ ଜନତା ପାର୍ଟି ଓ ବିଜୁ ଜନତା ଦଳରେ କାର୍ଯ୍ୟ କରିଛନ୍ତି । ବିଧାୟକ ସହ ରାଜ୍ୟସଭା ସାଂସଦ ମଧ୍ୟ ରହିଛନ୍ତି ଧନେଶ୍ବର।

ଶିକ୍ଷକତାରୁ କ୍ୟାରିୟର ଆରମ୍ଭ:

Dhanaswar Majhi
Dhanaswar Majhi (ETV Bharat Odisha)

କଳାହାଣ୍ଡି ଜିଲ୍ଲା ନର୍ଲା ନିର୍ବାଚନ ମଣ୍ଡଳୀର ବାବେଯୋର୍ ଗାଁରେ ୧୯୪୧ ମସିହା ଜୁଲାଇ ୫ ତାରିଖରେ ଜନ୍ମ ଗ୍ରହଣ କରିଥିଲେ। ପରବର୍ତ୍ତୀ ସମୟରେ BA, BEd କରି ଶିକ୍ଷକ ଭାବେ ଶିକ୍ଷାଦାନ କରି ଆସୁଥିଲେ । ୧୯୭୦ ମସିହାରେ ତତ୍କାଳନ କଳାହାଣ୍ଡି ମହାରାଜ ପ୍ରତାପ କେଶରୀ ଦେଓଙ୍କ ସହ ରାଜନୀତି ଜୀବନ ଆରମ୍ଭ କରିଥିଲେ । ସ୍ଵତନ୍ତ୍ର ପାର୍ଟିରୁ ନିଜ ରାଜନୀତି ଜୀବନ ଆରମ୍ଭ କରି ନର୍ଲା ନିର୍ବାଚନ ମଣ୍ଡଳୀରୁ ବିଧାୟକ ଭାବରେ ନିର୍ବାଚିତ ହୋଇଥିଲେ। ୧୯୭୮ରୁ ୧୯୮୪ ପର୍ଯ୍ୟନ୍ତ ରାଜ୍ୟସଭା ସାଂସଦ ମଧ୍ୟ ରହିଥିଲେ।

Dhanaswar Majhi Passes Away (ETV Bharat Odisha)

ଅଞ୍ଚଳର ବିକାଶ କ୍ଷେତ୍ରରେ ଅବଦାନ:

ପରବର୍ତ୍ତୀ ସମୟରେ କେସିଙ୍ଗା ନିର୍ବାଚନ ମଣ୍ଡଳୀରୁ ୨୦୦୦- ୨୦୦୯ ମସିହା ପର୍ଯ୍ୟନ୍ତ ବିଧାୟକ ଭାବରେ ନିର୍ବାଚିତ ହୋଇଥିଲେ। ଏହାପରେ ୨୦୧୪ ମସିହାରେ ବିଜୁ ଜନତା ଦଳରୁ ନର୍ଲା ନିର୍ବାଚନ ମଣ୍ଡଳୀରୁ ବିଧାୟକ ଭାବରେ ନିର୍ବାଚିତ ହୋଇଥିଲ ଧନେଶ୍ଵର ମାଝୀ। ନିଜ ରାଜନୈତିକ ଜୀବନ ଭିତରେ ସେ ଜନତା ପାର୍ଟି, ସ୍ଵତନ୍ତ୍ର ପାର୍ଟି, ଭାରତୀୟ ଜନତା ପାର୍ଟି ଓ ବିଜୁ ଜନତା ଦଳର କାର୍ଯ୍ୟ କରି ଲୋକଙ୍କ ପ୍ରଶଂସା ସାଉଣ୍ଟି ପାରିଥିଲେ। ଏହାସହ ଜଣେ ସୁସଂଗଠକ ଭାବରେ ମଧ୍ୟ ରାଜନୀତିରେ ପ୍ରଶଂସାର ପାତ୍ର ହୋଇପାରିଛନ୍ତି। ଅଞ୍ଚଳର ବିକାଶ କ୍ଷେତ୍ରରେ ମଧ୍ୟ ତାଙ୍କର ଅବଦାନ ଅତୁଳନୀୟ।

Dhanaswar Majhi
Dhanaswar Majhi (ETV Bharat Odisha)

ଏହା ବି ପଢନ୍ତୁ...ବରିଷ୍ଠ ସାମ୍ବାଦିକ ପ୍ରଫେସର ପ୍ରଦୀପ ମହାପାତ୍ରଙ୍କ ବିୟୋଗ, ରାଜ୍ୟରେ ପ୍ରଥମେ ଆରମ୍ଭ କରିଥିଲେ ରଙ୍ଗୀନ ପତ୍ରିକା - Pradip Mohapatra Passes away

ଏହାମଧ୍ୟ ପଢନ୍ତୁ... ପରଲୋକରେ କିମ୍ବଦନ୍ତୀ କ୍ରିକେଟର ଅଂଶୁମାନ ଗାଏକଓ୍ୱାଡ, ଖେଳିଥିଲେ 1983 ବିଶ୍ବକପ - Anshuman Gaekwad passed away

ଏହା ବି ପଢନ୍ତୁ...89 ବର୍ଷ ବୟସରେ ଆଖି ବୁଜିଲେ 'ହ୍ୟାରୀ ପୋଟର' ଅଭିନେତ୍ରୀ ମ୍ୟାଗି ସ୍ମିଥ - Maggie Smith Passes Away

ଏମିତି କହିଲେ ପୂର୍ବତନ ମନ୍ତ୍ରୀ:
ଧନେଶ୍ବରଙ୍କ ବିୟୋଗକୁ ନେଇ ପୂର୍ବତନ ମନ୍ତ୍ରୀ ପୁଷ୍ପେନ୍ଦ୍ର ସିଂହଦେଓ କହିଛନ୍ତି, "ମୁଁ ବହୁତ ମର୍ମାହତ । ସେ ଏକ ସ୍ପଷ୍ଟବାଦୀ ବ୍ୟକ୍ତିତ୍ଵ ଥିଲେ, ସେ ମୋର ମାଆଙ୍କ ସମୟରେ ବିଧାୟକ ଥିଲେ ଓ ସାଙ୍ଗ ହୋଇ କାମ କରୁଥିଲେ। ପରବର୍ତ୍ତୀ ସମୟରେ ମୋ ସହିତ ମଧ୍ୟ ବିଧାୟକ ଭାବରେ କାର୍ଯ୍ୟ କରିଛନ୍ତି। ତାଙ୍କ ସହିତ ମୋର ଘନିଷ୍ଠ ସମ୍ପର୍କ ରହିଥିଲା। ଏ କ୍ଷତି କେବଳ କଳାହାଣ୍ଡି ଜିଲ୍ଲାର କ୍ଷତି ନୁହେଁ ବରଂ ସାରା ଓଡ଼ିଶା ପାଇଁ ଅପୂରଣୀୟ କ୍ଷତି।" ତାଙ୍କ ଭଳି ଜଣେ ସରଳ ବ୍ୟକ୍ତିଙ୍କୁ ହରାଇ ଆମେ ମର୍ମାହତ ବୋଲି ପ୍ରକାଶ କରିଛନ୍ତି।

ଏହା ମଧ୍ୟ ପଢନ୍ତୁ: ହୃଦଘାତରେ ଆଖି ବୁଜିଲେ ଟିଭି ଅଭିନେତା ବିକାଶ ସେଠୀ, ଇମୋସନାଲ ପୋଷ୍ଟ ଲେଖିଲେ ପତ୍ନୀ ଜାହ୍ନବୀ

ଇଟିଭି ଭାରତ, କଳାହାଣ୍ଡି

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.