ETV Bharat / state

କାର୍ତ୍ତିକ ଆରମ୍ଭରୁ ଆକାଶ ଛୁଆଁ ପରିବା; ଦର ଶୁଣିଲେ ଉଡ଼ିଯିବ ହୋସ୍

କାର୍ତ୍ତିକ ମାସ ଆରମ୍ଭରୁ ବେଲଗାମ୍ ପରିବା ଦର । ସେପଟେ ଆଗକୁ ବାତ୍ୟା ଆଶଙ୍କା ରହିଥିବାରୁ ଗ୍ରାହକଙ୍କ କଷ୍ଟକୁ ଦ୍ୱିଗୁଣିତ କରିଛି । କଟକ ଛତ୍ର ବଜାରେ ପରିବା କ'ଣ ରହିଛି ଜାଣନ୍ତୁ ।

author img

By ETV Bharat Odisha Team

Published : 3 hours ago

VEGETABLE PRICES SKYROCKET
VEGETABLE PRICES SKYROCKET (ETV Bharat Odisha)

କଟକ: କାର୍ତ୍ତିକ ମାସ ପ୍ରଥମ ଦିନରେ ପନିପରିବା ଦର ଏବେ ଆକାଶ ଛୁଆଁ । ତେବେ ଏହାରି ଭିତରେ ବଢୁଥିବା କଞ୍ଚା ପନିପରିବାର ଦର ବୃଦ୍ଧି ଖାଉଟିଙ୍କ ଚିନ୍ତାକୁ ଦ୍ଵି-ଗୁଣିତ କରିଛି । କାର୍ତ୍ତିକ ମାସରେ ପରିବାର ଚାହିଦା ଅଧିକ ଥିବାରୁ ଛତ୍ର ବଜାରରେ ପରିବା କିଣିବା ପାଇଁ ଭିଡ ଜମିଛି । କିଛି ଦିନ ତଳେ ପନିପରିବାର ଦର ଯାହା ରହିଥିଲା ଏବେ ତାହା ବଢିବାରେ ଲାଗିଛି । ଏଭଳି ସ୍ଥିତିରେ ଘରର ବଜେଟକୁ ନିୟନ୍ତ୍ରଣ କରି କରି ଅଳ୍ପରେ ସବୁକିଛି ଚଳାଇବାକୁ ପଡୁଛି । ତେଣୁ ଏବେ ଘର ଚଳାଇବା କଷ୍ଟକର ହେଉଛି ବୋଲି କହିଛନ୍ତି ଖାଉଟି ।

କାର୍ତ୍ତିକ ମାସରେ ରୋଷେଇ ହେବ କେମିତି ?

ପରିବା କିଣିବାକୁ ନେଇ ଉପୁଜିଲାଣି ଦ୍ଵନ୍ଦ । ଆକାଶ ଛୁଆଁ ପରିବା ଦର ଖାଉଟିଙ୍କୁ କଲାଣି ଅସ୍ତବ୍ୟସ୍ତ । ଘରେ ଆମିଷ ରୋଷେଇ ବନ୍ଦ ପରେ ସବୁଜ ପନିପରିବାର ଉଚ୍ଚା ଦରକୁ ଚିନ୍ତାରେ ବର୍ତ୍ତମାନ ଗ୍ରାହକ । ରୋଷେଇ ହେବ କେମିତି ଖାଇବେ କ'ଣ । ଏହି ପରିପ୍ରେକ୍ଷୀରେ ଗ୍ରାହକ ଯେଉଁଟି ଏକ କେଜି ପରିବା କିଣୁଥିଲେ ସେଠି ଅଧକିଲୋ କିମ୍ବା ତାଠୁ କମ୍ ମଧ୍ୟ କିଣିବା ପାଇଁ ବାଧ୍ୟ ହେଉଛନ୍ତି ।

ଯଦି ପରିବା ଦର ଉପରେ ନଜର ପକାଇବା ତେବେ -

  • ଆଳୁ- ଧଡ଼ା- 90
  • ପିଆଜ- 50
  • ପୋଟଳ-70
  • ଗାଜର- 30 ଆଳୁ- ଧଡ଼ା -90
  • ବିନ -160
  • ଫୁଲକୋବି -ଗୋଟେ 50
  • କାଲରା- 40
  • ବିଲାତି - 80
  • ମାଟି ଆଳୁ- 100
  • କ୍ୟାପ୍ସିକମ - 150
  • ସାରୁ - 60
  • ବାଇଗଣ - 70
  • ଝୁଡୁଙ୍ଗ - 70
  • ଜହ୍ନି - 80
  • କାଲରା- 40
  • ବିଲାତି - 80
  • ମାଟି ଆଳୁ- 100
  • ଭଣ୍ଡା- 25

ଇତ୍ୟାଦି ଉଚ୍ଚା ଦରରେ ବିକ୍ରି ହେଉଛି । ଯାହାକୁ ନେଇ ଅସନ୍ତୋଷ ପ୍ରକାଶ କରିଛନ୍ତି ଖାଉଟି ।

ଏହା ମଧ୍ୟ ପଢନ୍ତୁ ....କାର୍ତ୍ତିକ ପୂର୍ବରୁ ଆକାଶଛୁଆଁ ପରିବା ଦର: ଟମାଟୋ ୮୦, ବିନ୍ସ ୧୨୦, ଧନିଆ ୩୦୦ ପାର୍

ଏହା ମଧ୍ୟ ପଢନ୍ତୁ ....ପରିବା ବଜାରରେ ନିଆଁ, ଗ୍ରାହକଙ୍କୁ କନ୍ଦାଉଛି ପିଆଜ-ଟମାଟୋ - Vegetables Price Hike

ଏହା ମଧ୍ୟ ପଢନ୍ତୁ ....କଲରା ଖାଉଛନ୍ତି କି ? ଜାଣନ୍ତୁ ସ୍ବାସ୍ଥ୍ୟ ପାଇଁ କେତେ ଜରୁରୀ ଏହି ପରିବା - Bitter Gourd Health Benefits

ଏମିତି କହିଲେ ଛତ୍ର ବଜାର ବ୍ୟବସାୟୀ ସଂଘର ସମ୍ପାଦକ-
ସେପଟେ ଛତ୍ର ବଜାର ବ୍ୟବସାୟୀ ସଂଘର ସମ୍ପାଦକ ଦେବେନ୍ଦ୍ର ନାଥ ସାହୁ କହିଛନ୍ତି, "କଞ୍ଚା ପନିପରିବା ପାଇଁ ଆମକୁ ସମ୍ପୂର୍ଣ୍ଣ ରୁପେ ବାହାର ରାଜ୍ୟ ଉପରେ ନିର୍ଭର କରିବାକୁ ପଡ଼ୁଛି । ସେଠାରେ ଅତ୍ୟଧିକ ବର୍ଷା ଓ ଖରା ଯୋଗୁଁ ପନିପରିବା ଫସଲ ନଷ୍ଟ ହୋଇଯାଇଥିବାରୁ ପରିବାର ଚଢା ଦରରେ ବିକ୍ରି ହେବା ସ୍ଥିତି ଉପୁଜିଛି ।ତେବେ ପରିବା ଦର ବଢିବାର ପ୍ରମୁଖ କାରଣ ହେଉଛି ସ୍ଥାନୀୟ ଚାଷୀଙ୍କର ଫସଲ ଏପର୍ଯ୍ୟନ୍ତ ଅମଳ ହୋଇନାହିଁ । ଆଉ କିଛି ଦିନ ପରେ ସ୍ଥାନୀୟ ଚାଷୀଙ୍କ ଫସଲ ଅମଳ ହେବା ପରେ ପରିବା ଦର ଖସିବ ଏବଂ ସ୍ଥିତି ଧିରେ ଧିରେ ସ୍ୱଭାବିକ ହେବ ।"

ଇଟିଭି ଭାରତ, କଟକ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.