ETV Bharat / state

ମନ୍ତ୍ରୀଙ୍କୁ ବାଧୁନି ପରିବା ଦର ! ଦେଲେ ଏମିତି ବୟାନ - Minister On Vegetable Price Hike

author img

By ETV Bharat Odisha Team

Published : Jul 11, 2024, 9:25 PM IST

Minister Krushna Chandra On Vegetable Price Hike: ପରିବା ଦର ବୃଦ୍ଧିକୁ ନେଇ ହାତ ଟେକିଦେଲେ ରାଜ୍ୟ ସରକାର । କହିଲେ ପରିବା ଦର ସେମିତି କିଛି ବଢିନାହିଁ । ଆଉ କଣ କଣ କହିଲେ ମନ୍ତ୍ରୀ । ପଢନ୍ତୁ ପୁରା ଖବର ।

VEGETABLE PRICE HIKE
ପରିବା ଦର ବୃଦ୍ଧିକୁ ନେଇ ମନ୍ତ୍ରୀଙ୍କ ପ୍ରତିକ୍ରିୟା (ETV Bharat Odisha)

କଟକ/ଭୁବନେଶ୍ବର: କନ୍ଦାଉଛି ପରିବା ଦର । ଯେଉଁ ପରିବାକୁ ହାତ ମାରିବ ସବୁର ଦର 50 ପାର୍‌ । ପକେଟ ଖାଲି ସିନା ହେଉଛି ପୁରୁନି ବ୍ୟାଗ । ଏପଟେ ଗୃହିଣୀ ମୁଣ୍ଡରେ ହାତ ଦେଲେଣି ରାନ୍ଧିବେ କଣ ? ପରିବା ଦରକୁ ନେଇ ସାଧାରଣ ଲୋକେ ଟିଏ ଖାଇବ କଣ ? ଭାବୁଥିବା ବେଳେ ଏପରି ସ୍ଥିତିରେ ହାତ ଟେକି ଦେଇଛନ୍ତି ରାଜ୍ୟ ସରକାର । ଖାଉଟି ମନ୍ତ୍ରୀ କହିଛନ୍ତି, ‘ସବୁ ନର୍ମାଲ ଅଛି । ଆଳୁ ପିଆଜ ଦର ବି ଠିକ୍‌ ଅଛି ।’ ମନ୍ତ୍ରୀଙ୍କ ଏପରି ଉତ୍ତରକୁ ନେଇ ଏବେ ରାଜନୀତି ବି ସରଗରମ ହୋଇଉଠିଛି ।

ମନ୍ତ୍ରୀଙ୍କ ବୟାନ ସବୁ ନର୍ମାଲ ଅଛି: ଆଜି କଟକ ଗସ୍ତରେ ଆସିଥିବା ଖାଉଟି ମନ୍ତ୍ରୀ ହଠାତ୍‌ ପହଞ୍ଚିଥିଲେ ଛତ୍ରବଜାର ପରିବା ମଣ୍ଡିରେ । ପରିବା ଦର ସମୀକ୍ଷା କରିବା ସହ ନିଜେ ମଧ୍ୟ ପରିବା କିଣିଥିଲେ । ପୋଟଳ କିଲୋପ୍ରତି ୬୦ ଟଙ୍କାରେ କିଣିଥିବା ନିଜେ କହିଛନ୍ତି ମନ୍ତ୍ରୀ । ପରିବା ଦରରେ ନିଆଁ ଲାଗିଥିବା ବେଳେ ମନ୍ତ୍ରୀ କହିଛନ୍ତି ଦର ସେହିଭଳି ଉଚ୍ଚାନାହିଁ । ସେ ଆହୁରି କହିଥିଲେ, ‘ପରିବା ଦର ସେମିତି କିଛି ବଢି ନାହିଁ । ସବୁ ନର୍ମାଲ ଅଛି । ଆଳୁ,ପିଆଜ,ଦର ବି ଠିକ ଅଛି । ଯେଉଁ ଦର ବୃଦ୍ଧି ପାଇଛି, ତାହାର କାରଣ ହେଉଛି ଆମେ ସାଧାରଣତଃ ବାହାର ରାଜ୍ୟର ପରିବା ଉପରେ ନିର୍ଭର କରୁ । ସେଠାରେ ଦର ଉଚ୍ଚା ରହୁଥିବାରୁ ଓଡ଼ିଶାରେ ପରିବା ଦର ଉଚ୍ଚା ରହୁଛି । ଏହି ସ୍ଥିତି ୧୫ ଦିନ ପରେ ବଦଳିବ । ଭଲ ବର୍ଷା ହେଲେ ସ୍ଥାନୀୟ ପରିବା ଆସିଲେ ସ୍ଥିତିର ସ୍ବାଭାବିକ ହେବ ।’

ଏହା ମଧ୍ୟ ପଢନ୍ତୁ: ଖାଉଟିଙ୍କ ହାଣ୍ଡିଶାଳ ଉପରେ ଚଡ଼କ, ବେଲଗାମ ହେଉଛି ପନିପରିବା ଦର

‘ଦର ବୃଦ୍ଧି ପଛରେ ବିଜେଡି ଦାୟୀ’: ଏହି ଅବସରରେ ଦରର ଅହେତୁକ ବୃଦ୍ଧି ନେଇ ମଧ୍ୟ ବିଜେଡିକୁ ଦାୟୀ କରିଥିଲେ ମନ୍ତ୍ରୀ । ଟାର୍ଗେଟ କରି କହିଥିଲେ, ‘ଆଳୁ ପିଆଜ ଭଳି ଅନ୍ୟାନ୍ୟ କଞ୍ଚା ପରିବା ବୃଦ୍ଧି ପାଇଁ ପୂର୍ବ ସରକାର ଦାୟୀ’ । ଚାଷ ପାଇଁ ସେହିପରି କୌଣସି ସୁବିଧା ନ କରିବାରୁ ଆଜି ଏହିଭଳି ସମସ୍ୟା ସୃଷ୍ଟି ହୋଇଥିବା ମନ୍ତ୍ରୀ ଅଭିଯୋଗ କରିଛନ୍ତି । ତେବେ ନୂଆ ସରକାର ଶୀତଳ ଭଣ୍ଡାରର ବ୍ୟବସ୍ଥା ପାଇଁ ପ୍ରତିଶ୍ରୁତି ଦେଇଛନ୍ତି । ଯାହାକି ଚାଷୀ ମାନଙ୍କ ପାଇଁ ବେଶ ସହାୟକ ହେବ ବୋଲି ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର କହିଛନ୍ତି ।

ଏହା ମଧ୍ୟ ପଢନ୍ତୁ: ଆକାଶ ଛୁଆଁ ପରିବା ଦର, ମିଡ୍‌ ଡେ ମିଲ୍‌ରୁ ପରିବା ଗାଏବ

ମନ୍ତ୍ରୀଙ୍କ ବୟାନଙ୍କୁ କଂଗ୍ରେସର ସମାଲୋଚନା: ଏପଟେ ଖାଉଟି ମନ୍ତ୍ରୀଙ୍କ ଏପରି ବୟାନକୁ ଜୋରଦାର ସମାଲୋଚନା କରିଛି ରାଜ୍ୟ କଂଗ୍ରେସ । ବରିଷ୍ଠ କଂଗ୍ରେସ ନେତା ପ୍ରସାଦ ହରିଚନ୍ଦନ ସମାଲୋଚନା କରି କହିଛନ୍ତି, ‘2014ରେ ଦରଦାମ ବୃଦ୍ଧି ପ୍ରସଙ୍ଗ କରି ଶାସନ କ୍ଷମତାକୁ ଆସିଥିଲା ବିଜେପି । 2014 ରୁ 24 ଦଶ ବର୍ଷ ବିତିଯାଇଥିଲେ ବି ପୂର୍ବାପେକ୍ଷା ଢେର ଗୁଣ ବଢିଛି ଦରଦାମ। ଖାଉଟି ମାନଙ୍କ ସ୍ବାର୍ଥ ରକ୍ଷା ପାଇଁ ସରକାର ସମ୍ବେଦନଶୀଳ ନୁହଁନ୍ତି । ଭାରତରେ 24ଟି ଅତ୍ୟାବଶ୍ୟକ ସାମଗ୍ରୀର ଦରଦାମ ନିୟନ୍ତ୍ରଣ କରିବା ପାଇଁ ଆଇନ ରହିଛି । ହେଲେ ସରକାର ସେସବୁ ପାଇଁ ଆଖି ବୁଜି ଦେଇଛନ୍ତି ।’

ଜାଣି ନିଅନ୍ତୁ ରାଜ୍ୟରେ ପରିବା ଦର କଣ ରହିଛି:

  • ଆଳୁ (3 କିଲୋ)-100 ଟଙ୍କା
  • ପିଆଜ(3କିଲୋ)-୧୩୦ ଟଙ୍କା
  • ପୋଟଳ - ୬୦ ରୁ ୭୦ ଟଙ୍କା (କେଜି)
  • ଟମାଟର(ବିଲାତି) -୬୦ ଟଙ୍କା
  • ଭେଣ୍ଡି - ୬୦ଟଙ୍କା
  • ଅମୃତଭଣ୍ଡା - 30ଟଙ୍କା
  • କଲରା - ୮୦ ଟଙ୍କା
  • ବିନ୍ସ - 200ଟଙ୍କା

ଇଟିଭି ଭାରତ, କଟକ ଓ ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.