ETV Bharat / state

ହାଇଦ୍ରାବାଦରେ ଶ୍ରମିକ ଦିବସ ପାଳିତ, ଖାଦ୍ୟ ବାଣ୍ଟିଲେ ପ୍ରବାସୀ ଓଡ଼ିଆ - Labour Day in Hyderabad

author img

By ETV Bharat Odisha Team

Published : May 3, 2024, 11:47 AM IST

Labour Day in Hyderabad: ଉତ୍କଳ ସେବା ସଂଘ ସାମାଜିକ ଅନୁଷ୍ଠାନ ଦ୍ବାରା ହାଇଦ୍ରାବାଦରେ ପାଳିତ ହେଲା ଶ୍ରମିକ ଦିବସ । ଆୟୋଜିତ ହୋଇଥିଲା ଏହି କାର୍ଯ୍ୟକ୍ରମ । ଅଧିକ ପଢନ୍ତୁ

Labour Day in Hyderabad
Labour Day in Hyderabad (etv bharat odisha)

ହାଇଦ୍ରାବାଦ: ସମାଜ ପ୍ରତି କର୍ମଚାରୀ ଓ ଶ୍ରମିକଙ୍କ ଅବଦାନକୁ ସମ୍ମାନ ଜଣାଇବା ଉଦ୍ଦେଶ୍ୟରେ ଶ୍ରମିକ ଦିବସ ପାଳନ କରାଯାଇଥାଏ । ମେ 1 ତାରିଖ ଦିନ ସାରା ବିଶ୍ବରେ ଏହି ଦିବସ ପାଳନ କରାଯାଇଥାଏ । ଏହି ପରୀପ୍ରେକ୍ଷୀରେ ହାଇଦ୍ରାବାଦରେ ପ୍ରବାସୀ ଓଡ଼ିଆଙ୍କ ପକ୍ଷରୁ ମଧ୍ୟ ଶ୍ରମିକ ଦିବସ ପାଳିତ ହୋଇଛି । ଉତ୍କଳ ସେବା ସଂଘ ସାମାଜିକ ଅନୁଷ୍ଠାନ ଦ୍ବାରା ହାଇଦ୍ରାବାଦର ମିୟାପୁର ସ୍ଥିତ ପ୍ରଗତି କମ୍ୟୁିନିଟି ହଲରେ ପାଳିତ ହୋଇଛି ।

ପ୍ରବାସୀ ଓଡ଼ିଆ ଶ୍ରମିକ ସମ୍ମିଳନୀ 2024 ଅନୁଷ୍ଠାନର ସଭାପତି ତଥା ସମାଜସେବୀ ଦେବେନ୍ଦ୍ର କୁମାର ଦାସ ଏବଂ ସମ୍ପାଦକ ଶିବରାମ ପାତ୍ରଙ୍କ ଅଧ୍ୟକ୍ଷତାରେ କାର୍ଯ୍ୟକ୍ରମ ପରିଚାଳନା କରାଯାଇଥିଲା । ଏଥିରେ ମୁଖ୍ୟ ଅତିଥି ଭାବେ ଆପୋଲୋ ହସ୍ପିଟାଲର ଡ଼ାଇରେକ୍ଟର ସଙ୍ଗୀତା ରେଡି ଏବଂ ଅତିଥି ଭାବେ ଯୋଗ ଦେଇଥିଲେ ଶ୍ରୀରାମ ପ୍ରଭୁ ମିୟାପୁର ଇସ୍କନର ସଭାପତି ଯୋଗ ଦେଇଥିଲେ । ଶ୍ରମିକ ଦିବସ ପାଳନକୁ ନେଇ ଜଣେ ପ୍ରବାସୀ ଓଡିଆ କହିଛନ୍ତି, "ଦିନକୁ ଦିନ ଖରାର ପ୍ରକୋପ ବୃଦ୍ଧି ପାଇବାରେ ଲାଗିଛି । ଆମେ ଖାଦ୍ୟର ବ୍ୟବସ୍ଥା କରିଥିଲୁ । ଅନେକ ଲୋକ ଆସି ଆନନ୍ଦରେ ଖାଇଥିଲେ । ଆମକୁ ମଧ୍ୟ ବହୁତ ଖୁସି ଲାଗୁଛି । "

ଏହା ମଧ୍ୟ ପଢନ୍ତୁ: ବିଶ୍ବ ଶ୍ରମିକ ଦିବସ; ଆଜି ବି ସମ୍ମାନରୁ ଦୂରରେ, ହକ୍‌ରୁ ବଞ୍ଚିତ ଶ୍ରମିକ - Labour Day 2024

ପ୍ରବାସୀ ଓଡ଼ିଆ ଶ୍ରମିକ ସମ୍ମିଳନୀ 2024 ସଭାରେ ବିଭିନ୍ନ ବର୍ଗରେ କାମ କରିଥିବା ଲୋକଙ୍କୁ ସମ୍ମାନିତ କରାଯାଇଛି । ସମାଜ ସେବାରେ ଯୋଡି ହୋଇ ରହିଥିବା ହାଇଦ୍ରାବାଦରେ ଓଡ଼ିଆମାନଙ୍କ ଭିତରେ ନିଜର ପରିଚୟ ସୃଷ୍ଟି କରିଥିବା 30 ଜଣରୁ ଅଧିକ ଲୋକଙ୍କୁ ସମ୍ମାନିତ କରାଯାଇଛି । ରଶ୍ମି ରଞ୍ଜନ ପ୍ରଧାନ, ଯୁଧିଷ୍ଠିର ବାରିକ, ଅରୁଣ ନାୟକ, ସୁଶୀଲ ସ୍ବାଇଁ, ମାନସ ରଞ୍ଜନ, ପ୍ରଦୀପ ଗର୍ଡନାୟକ, ଅଭିଳାଷ ବିଶ୍ୱାଳ, ସାଗରିକା ଦାସ ଏବଂ ଶିବାଶିଷ ଜେନା ପ୍ରମୁଖଙ୍କୁ ସମ୍ମାନିତ କରାଯାଇଛି । ପ୍ରବାସୀ ଓଡ଼ିଆ ଶ୍ରମିକ ସମ୍ମିଳନୀରେ ଛୋଟ ଝିଅ ଅର୍ଚ୍ଚନା ଦାସ ନିଜେ ଶ୍ରମିକ ବିଷୟରେ ନିଜର ବକ୍ତବ୍ୟ ରଖି ସମ୍ମାନିତ ହୋଇଛନ୍ତି । ବିଭିନ୍ନ ପ୍ରକାର କାର୍ଯ୍ୟକ୍ରମ ମାଧ୍ୟମରେ ଏକ କୌତୁହଳ ଏବଂ ଭାବ ପୂର୍ଣ୍ଣ ପରିବେଶ ସୃଷ୍ଟି ହୋଇଥିଲା ।

ଇସ୍କନ ସଂଗଠନ ମଧ୍ୟରେ ହରିନାମ ସଂକୀର୍ତ୍ତନ ଆୟୋଜିତ ହୋଇଥିଲା । ସୁନାମଧନ୍ୟ କଣ୍ଠ ଶିଳ୍ପୀ ଜିତେନ୍ଦ୍ର ପଣ୍ଡା ଏବଂ ତାଙ୍କ ଅନୁଷ୍ଠାନ କଳିଙ୍ଗ ସୁର ସଙ୍ଗୀତ ମଧ୍ୟମରେ ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ପରିବେଷିତ ହୋଇଥିଲା । ଶ୍ରମିକ ଦିବସେ ଉପଲକ୍ଷେ 500ରୁ ଉର୍ଦ୍ଧ୍ବ ଶ୍ରମିକ ପରିବାରଙ୍କ ପାଖରେ ସଂଗଠନ ପହଞ୍ଚି ଆର୍ଶିବାଦ ଲୋଡିଥିଲେ । ସଭା ଶେଷରେ ତ୍ରିଲୋଚନ ପଣ୍ଡାଙ୍କ ଦ୍ବାରା ରାମ ଚରିତ୍ର ମାନସ ପାଠ କରାଯାଇଥିଲା । କାର୍ଯ୍ୟକ୍ରମରେ ସାଗରିକା ପଣ୍ଡା, ଶ୍ରୀମତୀ ସସ୍ମିତା, ଡକ୍ଟର ସୁନିଲ ପାତ୍ର, ବିଜୟ ସି, ପ୍ରଦୀପ କୁମାର ପରିଡା ଏବଂ ବିରେନ ଦାସ ପ୍ରମୁଖ ସାମିଲ ହୋଇଥିଲେ ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.