ETV Bharat / state

ଶ୍ରୀକ୍ଷେତ୍ରରେ କେନ୍ଦ୍ରମନ୍ତ୍ରୀ ସର୍ବାନନ୍ଦ ସୋନୋୱାଲ, ମହାପ୍ରଭୁଙ୍କୁ କଲେ ଦର୍ଶନ

author img

By ETV Bharat Odisha Team

Published : Jan 20, 2024, 8:56 PM IST

Union Minister Sarbananda Sonowal: କେନ୍ଦ୍ରମନ୍ତ୍ରୀ ସର୍ବାନନ୍ଦ ସୋନୱାଲ ପୁରୀ ଗସ୍ତରେ ଆସି ମହାପ୍ରଭୁ ଜଗନ୍ନାଥଙ୍କୁ ଦର୍ଶନ କରିଛନ୍ତି । ଅଧିକ ପଢ଼ନ୍ତୁ

ଶ୍ରୀକ୍ଷେତ୍ରରେ କେନ୍ଦ୍ରମନ୍ତ୍ରୀ ସର୍ବାନନ୍ଦ ସୋନୋୱାଲ

ପୁରୀ: କେନ୍ଦ୍ରମନ୍ତ୍ରୀ ସର୍ବାନନ୍ଦ ସୋନୋୱାଲଙ୍କ ପୁରୀ ଗସ୍ତ । ଶ୍ରୀକ୍ଷେତ୍ର ଆସି ମହାପ୍ରଭୁ ଜଗନ୍ନାଥଙ୍କୁ ଦର୍ଶନ କରିଛନ୍ତି ସୋନୋୱାଲ । ଶ୍ରୀମନ୍ଦିର ସିଂହଦ୍ଵାରରେ ପହଞ୍ଚିବା ପରେ ପ୍ରଥମେ ପ୍ରଭୁ ପତିତପାବନଙ୍କୁ ପ୍ରମାଣ କରି ଶ୍ରୀମନ୍ଦିର ପ୍ରବେଶ କରିଥିଲେ । ପରେ ରତ୍ନ ସିଂହାସନରେ ମହାପ୍ରଭୁଙ୍କୁ ଦର୍ଶନ କରିଥଲେ ସର୍ବାନନ୍ଦ । ମହାପ୍ରଭୁଙ୍କ ଦର୍ଶନ ପାଇ ସେ ବେଶ୍ ଭାବବିହ୍ଵଳ ହୋଇଥିଲେ । ପରେ ଶ୍ରୀମନ୍ଦିର ଭିତରେ ପାର୍ଶ୍ଵ ଦେବଦେବୀ ମନ୍ଦିର ବୁଲି ଦର୍ଶନ କରିବା ସହ ବେଢ଼ା ପରିକ୍ରମା କରିଥିଲେ ।

ମହାପ୍ରଭୁଙ୍କ ଦର୍ଶନ ପରେ କେନ୍ଦ୍ରମନ୍ତ୍ରୀ ସର୍ବାନନ୍ଦ ସୋନୋୱାଲ କହିଛନ୍ତି, "ମହାପ୍ରଭୁଙ୍କ ଦର୍ଶନ ଅନୁଭବ ବେଶ ନିଆରା । ମହାପ୍ରଭୁ ଶ୍ରୀ ଜଗନ୍ନାଥ ତାଙ୍କୁ ବହୁତ୍ ଭଲ ପାଇବା ଓ ଆଶୀର୍ବାଦ ଦେଇଛନ୍ତି । ଯାହାକୁ ସେ ଅନୁଭବ କରିଛନ୍ତି । ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ପାଖକୁ ଯିଏ ଆସିଛି ସିଏ କେବେ ଖାଲି ହାତରେ ଫେରେ ନାହିଁ । ମହାପ୍ରଭୁ ଆଗକୁ ବଢିବା ପାଇଁ ସାହସ, ଶକ୍ତି, ବୁଦ୍ଧି, ପ୍ରଦାନ କରିଥାନ୍ତି ।" ତେବେ ଆଗାମୀ 22 ତାରିଖରେ ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠା ମୁହୂର୍ତ୍ତକୁ ସବୁ ଭକ୍ତ ଉତ୍କଣ୍ଠାର ଅପେକ୍ଷା କରିଥିବା ବେଳେ ବିଶ୍ଵର ଲୋକପ୍ରିୟ ନେତା ନରେନ୍ଦ୍ର ମୋଦିଙ୍କ ହାତରେ ଲୋକାର୍ପଣ ଉତ୍ସବ ଦେଖିବା ପାଇଁ ସାରା ଦେଶବାସୀ ଅପେକ୍ଷାରେ ଥିବା କେନ୍ଦ୍ରମନ୍ତ୍ରୀ ସୋନୋୱାଲ କହିଥିଲେ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଯେଭଳି ଭକ୍ତି ଭାବନାରେ ଦେଶର ସେବା କରୁଛନ୍ତି ସେଥିପାଇଁ ଦେଶରେ ଶାନ୍ତି, ସଦ୍‌ଭାବନା, ମାନବୀୟ ମୂଲ୍ୟବୋଧ ପ୍ରତିଷ୍ଠା ହୋଇଛି । ପ୍ରଭୁ ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠା ସହ ଦେଶରେ ରାମ ରାଜ୍ୟ ପ୍ରତିଷ୍ଠା ହେଉ ବୋଲି ସମସ୍ତେ ଆଶା ରଖୁଛନ୍ତି ।

ଏହା ମଧ୍ୟ ପଢ଼ନ୍ତୁ.....ବନ୍ଦର ଗୁଡିକର ଅକ୍ଷୟ ଶକ୍ତିର ଅଂଶ 60 ପ୍ରତିଶତ ବଢିବ: ସର୍ବାନନ୍ଦ ସୋନୋୱାଲ

ସେପଟେ ମହାପ୍ରଭୁଙ୍କ ଦର୍ଶନ ପରେ କେନ୍ଦ୍ରମନ୍ତ୍ରୀ ପୁରୀର ଗୋପବନ୍ଧୁ ଆୟୁର୍ବେଦ ମହାବିଦ୍ୟାଳୟର 74 ତମ ବାର୍ଷିକ ଉତ୍ସବରେ ଯୋଗ ଦେଇଥିଲେ । ତେବେ ପୁରାତନ ଗୋପବନ୍ଧୁ ଆୟୁର୍ବେଦ ମହାବିଦ୍ୟାଳୟ ଚିକିତ୍ସା କ୍ଷେତ୍ରରେ ବେଶ୍ ପ୍ରସିଦ୍ଧ ଥିବା ବେଳେ ଏହି ଅନୁଷ୍ଠାନକୁ ଆଗକୁ ନେବାରେ ସହଯୋଗ କରିଥିବା ପ୍ରତ୍ୟେକ ମହାନ ପୁରୁଷଙ୍କୁ ସେ ହୃଦୟରୁ ପ୍ରଣାମ କରୁଥିବା କହିଥିଲେ । ଆୟୁଷ ଚିକିତ୍ସାକୁ ଆଗାମୀ ଦିନରେ ଆହୁରି କିଭଳି ଆଗକୁ ନିଆଯାଇପାରିବ,ଚିକିତ୍ସା କ୍ଷେତ୍ରରେ ଗବେଷଣା ହୋଇପାରିବ ସେନେଇ କେନ୍ଦ୍ର ସରକାର ସବୁ ପଦକ୍ଷେପ ନେଉଥିବା କେନ୍ଦ୍ରମନ୍ତ୍ରୀ କହିଥିଲେ ।

ଇଟିଭି ଭାରତ, ପୁରୀ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.