ETV Bharat / state

ମା' ହିଙ୍ଗୁଳାଙ୍କ ସାନିଧ୍ୟ ନେଲେ ଧର୍ମେନ୍ଦ୍ର, ଉଭାସ୍ଥଳୀରେ ପତ୍ନୀଙ୍କ ସହ କଲେ ପୂଜାର୍ଚ୍ଚନା - Hingula Yatra 2024 - HINGULA YATRA 2024

Dharmendra Pradhan Visits Hingula Temple: ମା' ହିଙ୍ଗୁଳାଙ୍କ ବାର୍ଷିକ ଯାତ୍ରାରେ ଯୋଗଦେଇ ମା'ଙ୍କ ଆଶୀର୍ବାଦ ଲାଭ କରିଛନ୍ତି ଧର୍ମେନ୍ଦ୍ର ପ୍ରଧାନ । ସାଙ୍ଗରେ ଥିଲେ ପତ୍ନୀ ମୃଦୁଳା ଠାକୁର ପ୍ରଧାନ । ଅଧିକ ପଢ଼ନ୍ତୁ

ମା' ହିଙ୍ଗୁଳାଙ୍କ ସାନିଧ୍ୟ ନେଲେ ଧର୍ମେନ୍ଦ୍ର
ମା' ହିଙ୍ଗୁଳାଙ୍କ ସାନିଧ୍ୟ ନେଲେ ଧର୍ମେନ୍ଦ୍ର
author img

By ETV Bharat Odisha Team

Published : Apr 22, 2024, 6:20 PM IST

ମା' ହିଙ୍ଗୁଳାଙ୍କ ସାନିଧ୍ୟ ନେଲେ ଧର୍ମେନ୍ଦ୍ର

ଅନୁଗୋଳ: ତାଳଚେର ଅଧିଷ୍ଠାତ୍ରୀ ଦେବୀ ମା' ହିଙ୍ଗୁଳାଙ୍କ ବାର୍ଷିକ ଯାତ୍ରାରେ ଯୋଗଦେଲେ କେନ୍ଦ୍ରମନ୍ତ୍ରୀ ତଥା ତଥା ସମ୍ବଲପୁର ଲୋକସଭା ଆସନ ପ୍ରାର୍ଥୀ ଧର୍ମେନ୍ଦ୍ର ପ୍ରଧାନ । ପତ୍ନୀଙ୍କ ସହ ଆସି ମା'ଙ୍କ ପାଖରେ ପୂଜାର୍ଚ୍ଚନା କରିବା ସହ ଦେଶ ବିକଶିତ ହେବା ପାଇଁ ମା'ଙ୍କ ପାଖରେ ପ୍ରାର୍ଥନା କରିଛନ୍ତି ।

ପୁଣି ମା'ଙ୍କ ଆଶୀର୍ବାଦ ନେଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଆଜି (ସୋମବାର) ଅପରାହ୍ନରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ତାଳଚେର ମା' ହିଙ୍ଗୁଳା ମନ୍ଦିର ଯାଇ ପୂଜାର୍ଚ୍ଚନା କରିଛନ୍ତି । ଏହି ଅବସରରେ ଧର୍ମେନ୍ଦ୍ରଙ୍କ ସହ ଉପସ୍ଥିତ ଥିଲେ ପତ୍ନୀ ମୃଦୁଳା ଠାକୁର ପ୍ରଧାନ । ପତ୍ନୀଙ୍କ ସହ ଆସି ମା'ଙ୍କ ପାଖରେ ପୂଜାର୍ଚ୍ଚନା କରିଛନ୍ତି ଧର୍ମେନ୍ଦ୍ର । ଏହି ଅବସରରେ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି, "ଆମ ଦେଶ ବିକଶିତ ଭାରତ ହେଉ । ଓଡ଼ିଆ ଅସ୍ମିତା ବଜୟୀ ରହୁ । ରାଜ୍ୟର ଉନ୍ନତି ହେଉ । ହିଙ୍ଗୁଳା ମା' କେଉଁ ଆବାହନ କାଳରୁ ପୂଜା ପାଉଛନ୍ତି । ପାକିସ୍ତାନରେ ମଧ୍ୟ ମା'ଙ୍କ ମନ୍ଦିର ରହିଛି । ଆମ ଶ୍ରୀକ୍ଷେତ୍ରର ରୋଷ ଘରର ଠାକୁରାଣୀ ମା' ସମସ୍ତଙ୍କ ମଙ୍ଗଳ କରନ୍ତୁ ।" ତେବେ ଧର୍ମେନ୍ଦ୍ର ଓ ପତ୍ନୀ ମୃଦୁଳା ଠାକୁର ପ୍ରଧାନଙ୍କ ସହ ଢେଙ୍କାନାଳ ସାଂସଦ ପ୍ରାର୍ଥୀ ରୁଦ୍ର ନାରାୟଣ ପାଣି ଓ ତାଳଚେର ବିଧାୟକ ପ୍ରାର୍ଥୀ କାଳନ୍ଦୀ ସାମଲଙ୍କ ସମେତ ବହୁ ନେତା ଉପସ୍ଥିତ ଥିଲେ ।

ଏହା ମଧ୍ୟ ପଢ଼ନ୍ତୁ...ସମ୍ବଲପୁର ମିଶ୍ରଣପର୍ବରେ ଯୋଗ ଦେଇ ଧର୍ମେନ୍ଦ୍ର-ଜୟନାରାୟଣଙ୍କ ପ୍ରଚାର - Dharmendra Pradhan

ସୂଚନା ଅନୁସାରେ, ତାଳଚର ଅଧିଷ୍ଠାତ୍ରୀ ଦେବୀ ଜଗତଜନନୀ ମା' ହିଙ୍ଗୁଳାଙ୍କ ବାର୍ଷିକ ଉତ୍ସବ ଚାଲିଛି । ଲୋକକଥା ରେ ଅଛି ଯେ, ଏଠାରେ ମା' ଭକ୍ତ ଠାରୁ ସିଧାସଳଖ ନୈବେଦ୍ୟ ଗ୍ରହଣ କରନ୍ତି । ଏହି କ୍ଷେତ୍ରର ସିଧାସଳଖ ସମ୍ପର୍କ ଶ୍ରୀକ୍ଷେତ୍ର ସହ ରହିଛି । ଦିନକ ପାଇଁ ଶ୍ରୀକ୍ଷେତ୍ର ରୋଷଘରର ଠାକୁରାଣୀ ଅଗ୍ନି ରୂପରେ ଶ୍ରୀକ୍ଷେତ୍ର ଛାଡି ଏଠାରେ ବିଜେ ହୁଅନ୍ତି । ଆଉ ଏହି ପୀଠ ହେଉଛି ଓଡିଶାର ପ୍ରମୁଖ ଶକ୍ତିପୀଠ ଭାବେ ପରିଚିତ । ଆଜିଠାରୁ ଆରମ୍ଭ ହୋଇଛି ଓଡିଶାର ପ୍ରମୁଖ ଶକ୍ତିପୀଠ ଭାବେ ପରିଚିତ ଅନୁଗୋଳ ଜିଲ୍ଲା ତାଳଚେରର ଅଧିଷ୍ଠାତ୍ରୀ ଦେବୀ ମା' ହିଙ୍ଗୁଳାଙ୍କର ବାର୍ଷିକ ଯାତ୍ରା ଉତ୍ସବ । ଏଥିପାଇଁ ମା'ଙ୍କ ମନ୍ଦିରସ୍ଥଳୀ ଗୋପାଳଗଡ ଏବେ ଉତ୍ସବ ମୁଖରିତ । ଆଜି ବିଷ୍ଣୁ ଦମନଙ୍କ ଚତୁର୍ଦଶୀ ଥିବାରୁ ଆୟୋଜିତ ହେଉଛି ମା'ଙ୍କ ବାର୍ଷିକ ଉତ୍ସବ । ଚଳିତ ଥର ମା' ମନ୍ଦିର ପୂର୍ବ ପାର୍ଶ୍ବେ ଅଗ୍ନି ରୂପରେ ଉଭା ହୋଇ ଭକ୍ତଙ୍କୁ ଦର୍ଶନ ଦେଉଛନ୍ତି ।

ଇଟିଭି ଭାରତ, ଅନୁଗୋଳ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.