ETV Bharat / state

‘ଏବେ ଓଡିଶାରେ ଡବଲ ଇଞ୍ଜିନ୍ ସରକାର, ତଥାପି....’ ବଜେଟକୁ ନେଇ ବିଭିନ୍ନ ମହଲରେ ଏମିତି ପ୍ରତିକ୍ରିୟା - REACTIONS ON UNION BUDGET

author img

By ETV Bharat Odisha Team

Published : Jul 23, 2024, 8:44 PM IST

Union budget 2024: ବଜେଟକୁ ନେଇ ବିଭିନ୍ନ ମହଲରେ ଭିନ୍ନ ପ୍ରତିକ୍ରିୟା । ଅର୍ଥନୀତି ବିଶେଷଜ୍ଞରୁ ବ୍ୟବସାୟିକ ଜଗତ ଓ ବୁଦ୍ଧିଜୀବୀ ପର୍ଯ୍ୟନ୍ତ, କ’ଣ ରହିଛି ପ୍ରତିକ୍ରିୟା ଶୁଣନ୍ତୁ...

‘ଏବେ ଓଡିଶାରେ ଡ଼ବଲ ଇଞ୍ଜିନ୍ ସରକାର, ତଥାପି....’ ବଜେଟକୁ ନେଇ ବିଭିନ୍ନ ମହଲରେ ପ୍ରତିକ୍ରିୟା
‘ଏବେ ଓଡିଶାରେ ଡ଼ବଲ ଇଞ୍ଜିନ୍ ସରକାର, ତଥାପି....’ ବଜେଟକୁ ନେଇ ବିଭିନ୍ନ ମହଲରେ ପ୍ରତିକ୍ରିୟା (ETV Bharat Odisha)

ଭୁବନେଶ୍ବର/ କଟକ: ଆଜି ଉପସ୍ଥାପିତ ହୋଇଛି 2024-25 ଆର୍ଥିକ ବର୍ଷ ପାଇଁ କେନ୍ଦ୍ରୀୟ ବଜେଟ । ବଜେଟକୁ ନେଇ ବିଭିନ୍ନ ମହଲରୁ ପ୍ରତିକ୍ରିୟା ପ୍ରକାଶ ପାଇଛି । ରାଜନୈତିକ, ଅର୍ଥନୈତିକ ଓ ସାଧାରଣ ବର୍ଗ ତଥା ବୁଦ୍ଧିଜୀବୀ ଭିନ୍ନ ଭିନ୍ନ ପ୍ରତିକ୍ରିୟା ରଖିଛନ୍ତି । କେହି କେହି ଏହାକୁ ଆଭରେଜ ବା ଚଳଣୀୟ ବଜେଟ କହିଥିବା ବେଳେ ଓଡିଶା ପ୍ରତି ଅନୁଦାନ ପରିମାଣକୁ ନେଇ ସାମାନ୍ୟ ନିରାଶା ମଧ୍ୟ ବିଭିନ୍ନ ବର୍ଗ ମଧ୍ୟରେ ଦେଖିବାକୁ ମିଳିଛି ।

ଉତ୍କଳ ଚ୍ୟାମ୍ବର ଅଫ୍ କମର୍ସର ବଜେଟ ପ୍ରତିକ୍ରିୟା (ETV Bharat Odisha)

ବଜେଟକୁ ଆଭରେଜ କହିଲା ଉତ୍କଳ ଚ୍ୟାମ୍ବର ଅଫ୍ କମର୍ସ:-

ଆଜି ବଜେଟ ଉପସ୍ଥାପନ ହେବା ପରେ ‘ଉତ୍କଳ ଚ୍ୟାମ୍ବର ଅଫ୍ କମର୍ସ’ ପକ୍ଷରୁ ଏହାର ବ୍ୟୟବରାଦ ସମ୍ପର୍କରେ ତର୍ଜମା କରଯାଇଥିଲା । ବଜେଟର ସମସ୍ତ ଦିଗକୁ ତର୍ଜମା କରିବା ପରେ ସଂସ୍ଥା ବଜେଟକୁ ୧୦ରୁ ୬ ନମ୍ବର ଦେଇଥିବା କହିଛି । ଚାମ୍ବର ସଭାପତି ଏ.କେ ସାରଦା କହିଛନ୍ତି, ଏହା ଏକ ଆଭରେଜ ବଜେଟ ଭାବେ ସେମାନେ ଏହାକୁ 6 ନମ୍ବର ଦେଇଛନ୍ତି । ସ୍ୱତନ୍ତ୍ର ରେଲଓ୍ବେ ବଜେଟ ଉପରେ ସେମାନେ ନଜର ରଖିଛନ୍ତି । ରେଲୱେ ବଜେଟରେ ଓଡିଶା ପାଇଁ ଅଧିକ ପ୍ରାଧାନ୍ୟ ଦିଆଯିବ ବୋଲି ଆଶା ଅଛି । ମ୍ୟାନୁଫାକ୍ଚରକୁ ଗୁରୁତ୍ୱ ଦିଆଯାଇଛି । କ୍ଳାଇମେଟ ଚେଞ୍ଜକୁ ନେଇ ଏଥର ସରକାର ଗୁରୁତ୍ୱ ଦେଇଛନ୍ତି, ଆମେ ପ୍ରଶଂସା କରୁଛୁ । ଟ୍ରାଇବାଲ ଅଞ୍ଚଳ ପାଇଁ ଗୁଡାଏ ସ୍କିମ ଆସିବା ନେଇ ଗୁରୁତ୍ୱ ଦିଆଯାଇଛି । MSME କୁ ନେଇ ଯେତେ ଆଶା ଥିଲା ସେତେ ହୋଇନାହିଁ । ମୁଦ୍ରା ଲୋନ ବଢିଛି ତାହା ପ୍ରଶଂସାଯୋଗ୍ୟ, ହେଲେ ଏସମ୍ପର୍କରେ କିନ୍ତୁ କ୍ଲିୟର ରୋଡ଼ମ୍ୟାପ ନାହିଁ । ସେହିପ ପୂର୍ବ ସରକାର ଓଡିଶାରେ ଥିବାବେଳେ ଓଡ଼ିଶାକୁ ସେତେ ପ୍ରାଧାନ୍ୟ ଦିଆଯାଉ ନଥିଲା । ହେଲେ ଏବେ ଓଡିଶାରେ ଡ଼ବଲ ଇଞ୍ଜିନ୍ ସରକାର ଅଛି। ଓଡ଼ିଶାକୁ ଅଧିକ ଗୁରୁତ୍ୱ ଦେବାର ଥିଲା ବୋଲି କହିଛନ୍ତି ଚାମ୍ବର ସଦସ୍ୟ ।

କଣ କହୁଛନ୍ତି ବରିଷ୍ଠ ସାମ୍ବାଦିକ (ETV Bharat Odisha)

'ଆନ୍ଧ୍ର ଓ ବିହାରକୁ ମିଳିଲା, ଓଡିଶାକୁ ନାହିଁ':-

ଆନ୍ଧ୍ର ପ୍ରଦେଶ ଓ ବିହାରକୁ ମିଳିଛି ସ୍ୱତନ୍ତ୍ର ପ୍ୟାକେଜ । ଏ କ୍ଷେତ୍ରରେ ପୁନର୍ବାର କେନ୍ଦ୍ର ଅଣଦେଖାର ଶିକାର ହୋଇଛି ଓଡିଶା । ଏହାର ପ୍ରଭାବ ଓଡିଶା ଉପରେ ପଡିବ । ଡବଲ ଇଞ୍ଜିନ ସରକାର ଥିବାବେଳେ ଓଡିଶାକୁ ଅବହେଳା ଜନସାଧାରଣଙ୍କ ଉପରେ ପ୍ରଭାବ ପଡିବ । ପର୍ଯ୍ୟଟନ କ୍ଷେତ୍ରରେ ଓଡିଶାରେ ଅପାର ସମ୍ଭାବନା ଥିବାରୁ ସ୍ୱତନ୍ତ୍ର ଅର୍ଥ ସହାୟକ ହେବ ବୋଲି କହିଛନ୍ତି ବରିଷ୍ଠ ସାମ୍ବାଦିକ ପ୍ରଭୁକଲ୍ୟାଣ ମହାପାତ୍ର ।

ମହାପାତ୍ର ଆହୁରି ମଧ୍ୟ କହିଛନ୍ତି, "କେନ୍ଦ୍ରୀୟ ବଜେଟରେ ଓଡିଶା କେତେଦୂର ଲାଭବାନ ହେବ ତାହା ସବୁଠାରୁ ବଡ଼ କଥା । ପରିବର୍ତ୍ତିତ ପରିସ୍ଥିତିରେ ଡବଲ ଇଞ୍ଜିନ ସରକାରର ଓଡିଶାରେ ହୋଇଛି । କେନ୍ଦ୍ର ଓ ରାଜ୍ୟରେ ବିଜେପି ସରକାର ଥିବାରୁ ସ୍ଵାଭାବିକ ଭାବେ ଆଶା ବଢ଼ିଥିଲା । ଓଡିଶା ଆର୍ଥିକ ଦୃଷ୍ଟିରୁ ବିଶେଷ ଭାବେ ବହୁ ମାତ୍ରାରେ ଲାଭବାନ ହେବ ବୋଲି ଆଶା ଥିଲା । କିନ୍ତୁ ଓଡିଶାର ସ୍ୱତନ୍ତ୍ର ରାଜ୍ୟ ମାନ୍ୟତା ଓ ସ୍ୱତନ୍ତ୍ର ପ୍ୟାକେଜ ଦାବିକୁ କେନ୍ଦ୍ର ସରକାର ନାକଚ କରିଛନ୍ତି । ଗତ 50 ବର୍ଷର ଏହି ଦାବି ଥିଲା । ସେହିପରି ନବୀନ ସରକାର ଆସିବାଠାରୁ ଏହି ଦାବି ରହିଛି । ନବୀନ ସରକାର ଲୋକଙ୍କୁ ନେଇ ଦିଲ୍ଲୀରେ ଆନ୍ଦୋଳନ କରି ଚାପ ପକାଇବାକୁ ଚେଷ୍ଟା କରିଥିଲେ । 2014 ନିର୍ବାଚନରେ ବିଜେପି ଇସ୍ତାହାରରେ ଓଡିଶାକୁ ସ୍ୱତନ୍ତ୍ର ରାଜ୍ୟ ମାନ୍ୟତା ପ୍ରତିଶ୍ରୁତି ରଖିଥିଲା । ବର୍ତ୍ତମାନ ସମୟ ବଦଳି ଯାଇଛି । ଏବେ ରାଜ୍ୟରେ ବିଜେପି ସରକାର । ଅଧିକ ଆର୍ଥିକ ଅନୁଦାନ ଆଶା ଥିଲା । ସ୍ୱତନ୍ତ୍ର ରାଜ୍ୟ ମାନ୍ୟତା ବ୍ୟବସ୍ଥା ନଥିବାରୁ ସ୍ପେଶାଲ ଫୋକ୍ସ ଷ୍ଟେଟ ଓ ସ୍ୱତନ୍ତ୍ର ପ୍ୟାକେଜ ଲାଗି ଆଶା ଥିଲା । କିନ୍ତୁ ଏ ବର୍ଷ ସେ ଆଶା ପୂରଣ ହେଲାନାହିଁ । ଆନ୍ଧ୍ରପ୍ରଦେଶ ଓ ବିହାରକୁ ସ୍ୱତନ୍ତ୍ର ପ୍ୟାକେଜ ଦିଆଯାଇଛି । ଏ କ୍ଷେତ୍ରରେ ଓଡିଶା ବିଫଳ ହୋଇଛି । ଏହାର ପ୍ରତିକୂଳ ପ୍ରଭାବ ଓଡିଶା ଓ ଓଡିଶାବାସୀଙ୍କ ଉପରେ ପଡିବ ।’’

ଏହା ମଧ୍ୟ ପଢନ୍ତୁ :- Union Budget 2024: ପ୍ରଧାନମନ୍ତ୍ରୀ କହିଲେ ସମାଜର ପ୍ରତ୍ୟେକ ବର୍ଗ ସଶକ୍ତ ହେବ, ବିରୋଧୀ କହିଲେ ‘କୁର୍ସି ବଚାଓ ବଜେଟ୍‌’

ନୂତନତ୍ବ ନାହିଁ, ଚଳନୀୟ ବଜେଟ କହିଲେ ଅର୍ଥନୀତି ବିଶେଷଜ୍ଞ:-

ବଜେଟକୁ ନେଇ ପ୍ରତିକ୍ରିୟା ରଖିଛନ୍ତି ଅର୍ଥନୀତି ବିଶେଷଜ୍ଞ । ରେଭେନ୍ସା ବିଶ୍ବବିଦ୍ୟାଳୟର ଅର୍ଥନୀତି ବିଭାଗୀୟ ମୁଖ୍ୟ ପ୍ର.ଲିପିଶ୍ରୀ ଦାସ କହିଛନ୍ତି, ‘‘ଏହି ବଜେଟରେ କିଛି ନୂତନତ୍ବ ନାହିଁ । ପୁରୁଣା ବଜେଟରେ ଯାହାଥିଲା ସେଥିରେ ଅଳ୍ପ କିଛି ପରିବର୍ତ୍ତନ ହୋଇଛି । ଷ୍ଟାଣ୍ଡର୍ଡ ଦିଡ଼କ୍ସନ ପୂର୍ବରୁ ୫୦ହଜାର ଥିଲା, ମାତ୍ର ଏଥିରେ ଅଳ୍ପ ବୃଦ୍ଧି ପାଇଛି ଯାହାକି ୭୫ ହଜାର ହୋଇଛି । ପୂର୍ବରୁ ୬ଲକ୍ଷ ଟଙ୍କା ବାର୍ଷିକ ଆୟ ଥିବା ବ୍ୟକ୍ତି ଆୟକର ଦେଉନଥିଲେ । ଏବେ ଏହାକୁ ୭ ଲକ୍ଷ ଟଙ୍କା କରାଯାଇଛି । ନିମ୍ନ ମଧ୍ୟବିତ୍ତ ଲୋକ ଏହା ଦ୍ୱାରା ଉପକୃତ ହୋଇଇପାରିବେ । କୃଷକମାନଙ୍କ ପାଇଁ ଏହି ବଜେଟ ବେଶ ସହାୟକ ହେବ ।ଏପରିକି ଚାଷୀମାନଙ୍କୁ କୃଷି ପାଇଁ ଏହା ଉତ୍ସାହିତ କରିବ । ମହିଳାମାନଙ୍କ ପାଇଁ ମଧ୍ୟ ବଜେଟରେ ପ୍ରବଧାନ ରହିଛି । କିଛି ଦିଗ ପ୍ରତି ଏହି ବଜେଟରେ ଧ୍ୟାନ ଦେଇଛନ୍ତି କେନ୍ଦ୍ର ସରକାର । ତାହା ହେଲା ରୋଜଗାର,ସ୍କିଲ ଡେଭଲପମେଣ୍ଟ,MSME ଓ ମହିଳାମାନଙ୍କ ପାଇଁ ମଧ୍ୟ ଏହି ବଜେଟରେ ପ୍ରବଧାନ ରଖାଯାଇଥିବା ବିଶେଷଜ୍ଞ କହିଛନ୍ତି ।

ଇଟିଭି ଭାରତ, ଭୁବନେଶ୍ବର/ କଟକ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.