ETV Bharat / state

ସ୍କୁଲ ଯିବା ବେଳେ ୩ ଜଣଙ୍କୁ ଚାପିଦେଲା ଟ୍ରକ; ୨ ଛାତ୍ରଙ୍କ ସମେତ ଜଣେ ଅଭିଭାବକ ମୃତ, ଏକାଠି ଚାଲିଗଲା ବାପ-ପୁଅଙ୍କ ଜୀବନ - Road Accident In Keonjhar

author img

By ETV Bharat Odisha Team

Published : Aug 5, 2024, 12:18 PM IST

Updated : Aug 5, 2024, 12:32 PM IST

Road Accident In Keonjhar: କେନ୍ଦୁଝର ଜିଲ୍ଲାରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ସ୍କୁଲ ଯିବା ବେଳେ ବାଟରେ ଛକି ଥିଲା ଯମ । ଅଜଣା ଟ୍ରକ ଧକ୍କାରେ ଦୁଇ ସ୍କୁଲ ଛାତ୍ର ସମେତ ଜଣଙ୍କ ମୃତ୍ୟୁ ଘଟିଛି ।

କେନ୍ଦୁଝର ଜିଲ୍ଲାରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା
କେନ୍ଦୁଝର ଜିଲ୍ଲାରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା (ETV Bharat Odisha)

କେନ୍ଦୁଝର: ସ୍କୁଲ ଯିବା ହେଲା କାଳ । ଅଜଣା ଟ୍ରକ ଧକ୍କାରେ ଦୁଇ ସ୍କୁଲ ଛାତ୍ର ସମେତ ଜଣଙ୍କ ମୃତ୍ୟୁ ଘଟିଛି । କେନ୍ଦୁଝର ଜିଲ୍ଲା ଯୋଡ଼ା ଥାନା ଅନ୍ତର୍ଗତ ଟାଟା ଡିଏଭି ସ୍କୁଲ ନିକଟରେ ଏହି ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଛି । ତିନି ଜଣଙ୍କ ପରିଚୟ ମିଳିଥିବା ବେଳେ ମୃତକ ହେଲେ କ୍ରିଷ୍ଣା ଭୂସାଲ୍(୪୦)ତାଙ୍କ ପୁଅ ନିକିତ ଭୂସାଲ୍(ପ୍ରଥମ ଶ୍ରେଣୀ ଛାତ୍ର) ଓ ଗଣେଶ ଶର୍ମା ବୋଲି ଜଣାପଡିଛି । ସମସ୍ତ ମୃତକଙ୍କ ଘର ଯୋଡ଼ା ଥାନା ଆଜାଦ ବସ୍ତି ଅଞ୍ଚଳର ହୋଇଥିବା ଜଣାପଡିଛି ।

ସ୍କୁଲ ଯିବା ହେଲା କାଳ

ସୂଚନା ଅନୁସାରେ, ଆଜି ସକାଳେ କ୍ରିଷ୍ଣା ନିଜ ପୁଅ ନିକିତ ସହ ପଡ଼ୋଶୀଙ୍କ ମିନିକ ଚନ୍ଦ୍ର ଶର୍ମା ପୁଅ ଗଣେଶଙ୍କୁ ବାଇକ ଯୋଗେ ସ୍କୁଲ ଛାଡ଼ିବାକୁ ଯାଉଥିଲେ । ଯୋଡ଼ା ଥାନା ଟାଟା ଡିଏଭି ସ୍କୁଲ ନିକଟରେ ଏକ ଟ୍ରକ୍ ଦ୍ରୁତ ଗତିରେ ଆସି ୩ ଜଣଙ୍କୁ ଧକ୍କା ଦେଇଥିଲା । ପରେ ସମସ୍ତେ ତଳେ ଛିଟିକି ପଡ଼ି ଯାଇଥିଲେ । ପରେ ଟ୍ରକଟି ୩ ଜଣଙ୍କ ଉପରେ ମାଡ଼ିଯାଇଥିଲା ବୋଲି ପ୍ରତ୍ୟକ୍ଷ ଦର୍ଶୀଙ୍କ ଠାରୁ ଜଣାପଡିଛି । ଫଳରେ ଘଟଣାସ୍ଥଳରେ ସମସ୍ତଙ୍କର ମୃତ୍ୟୁ ଘଟିଛି । ଏହି ଘଟଣା ନେଇ ବର୍ତ୍ତମାନ ଅଞ୍ଚଳରେ ଚହଳ ପକାଇବା ସହ ପରିବାରରେ ଶୋକର ଛାୟା ଖେଳିଯାଇଛି ।

ଦୁର୍ଘଟଣାସ୍ଥଳରେ ଉତ୍ତେଜନା, କ୍ଷତିପୂରଣ ଦେବାକୁ ଦାବି

ସେପଟେ ଦୁର୍ଘଟଣା ପରେ ଘଟଣାସ୍ଥଳରେ ଉତ୍ତେଜନା ପ୍ରକାଶ ପାଇଛି । ସ୍ଥାନୀୟ ଲୋକେ ରାସ୍ତା ଅବରୋଧ କରିଛନ୍ତି । ଫଳରେ ଉଭୟ ପାର୍ଶ୍ୱରେ ଗାଡ଼ିମଟର ଅଟକି ରହିଛି । ଘଟଣାର ଖବର ପାଇ ସ୍ଥାନୀୟ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଉତ୍ତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରୁଛି । ସେପଟେ ପରିବାର ଲୋକେ ଏବଂ ସ୍ଥାନୀୟ ଲୋକେ ଟ୍ରକକୁ ଅଟକ ରକିବା ସହ କ୍ଷତିପୂରଣ କରିବାକୁ ଦାବି କରିଛନ୍ତି ।

ଏହା ମଧ୍ୟ ପଢନ୍ତୁ: ବର୍ଷାଦିନେ ବଢିପାରେ ସଡକ ଦୁର୍ଘଟଣା, ଏଡାଇବାକୁ ଦିଅନ୍ତୁ ଏସବୁ ଦିଗ ପ୍ରତି ଧ୍ୟାନ

ସ୍କୁଲ ପ୍ରିନ୍ସିପାଲ ଏବଂ ଟାଟା ଷ୍ଟିଲ ନାଁରେ ଅଭିଯୋଗ

ସ୍ଥାନୀୟ ବାସିନ୍ଦାଙ୍କ କହିବା ଅନୁସାରେ, "ସ୍କୁଲଟିକୁ ଟାଟା ଷ୍ଟିଲ ନିର୍ମାଣ କରିଥିବା ବେଳେ ଏହା ୫ ବର୍ଷରୁ ଅଧିକ ହୋଇସାରିଲାଣି । ହେଲେ ସ୍କୁଲ ଯିବା ରାସ୍ତାରେ କୌଣସି ସୁବିଧା ନାହିଁ । ଫଳରେ ଏଭଳି ଦୁର୍ଘଟଣା ମାନ ଘଟୁଛି । ତେବେ ଏହି ଘଟଣା ଯେପରି ଆଗକୁ ନଘଟେ, ସେଥିପ୍ରିତି ସ୍କୁଲ ପ୍ରିନ୍ସିପାଲ ଏବଂ ଟାଟା ଷ୍ଟିଲ ଏଥିପ୍ରତି ଦୃଷ୍ଟି ଦେବା ଆବଶ୍ୟକ ବୋଲି ସେ କହିଛନ୍ତି ।" ବର୍ତ୍ତମାନ ପର୍ଯ୍ୟନ୍ତ ଉତ୍ତେଜନା ଲାଗି ରହିଥିବା ବେଳେ କୌଣସି ଅଧିକାରୀଙ୍କ ପ୍ରତିକ୍ରିୟା ମିଳିପାରିନାହିଁ ।

ଇଟିଭି ଭାରତ, କେନ୍ଦୁଝର

Last Updated : Aug 5, 2024, 12:32 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.