ETV Bharat / state

କୁମ୍ବିଂ ବେଳେ ଲ୍ୟାଣ୍ଡମାଇନ ବିସ୍ଫୋରଣ, ଏୟାରଲିଫ୍ଟ ହେଲେ ୨ ଆହତ ଯବାନ

Landmine Blast: ବୌଦ୍ଧ ବଲମତୁପା ଜଙ୍ଗଲରେ ଲ୍ୟାଣ୍ଡମାଇନ ବିସ୍ଫୋରଣ । ଗୁରୁତର ଅବସ୍ଥାରେ ଦୁଇ ଜଣ ଯବାନଙ୍କୁ ଭୁବନେଶ୍ୱର ଏୟାରଲିଫ୍ଟ କରାଯାଇ ଏମ୍ସରେ ଭର୍ତ୍ତି କରାଯାଇଛି । ଅଧିକ ପଢନ୍ତୁ

author img

By ETV Bharat Odisha Team

Published : Feb 15, 2024, 2:32 PM IST

Updated : Feb 15, 2024, 7:17 PM IST

Etv Bharat
Etv Bharat
କୁମ୍ବିଂ ବେଳେ ଲ୍ୟାଣ୍ଡମାଇନ ବିସ୍ଫୋରଣ, ଏୟାରଲିଫ୍ଟ ହେଲେ ୨ ଆହତ ଯବାନ

ବୌଦ୍ଧ/ବଲାଙ୍ଗୀର/ଭୁବନେଶ୍ବର: ବୌଦ୍ଧ ଜିଲ୍ଲାରେ ଲ୍ୟାଣ୍ଡମାଇନ ବିସ୍ଫୋରଣ । କୁମ୍ବିଂ ଅପରେସନ ସମୟରେ ଲ୍ୟାଣ୍ଡମାଇନ୍ ବିସ୍ଫୋରଣ ହେବାରୁ ୨ ଜଣ ଯବାନ ଆହତ ହୋଇଛନ୍ତି । ବଲାଙ୍ଗୀର ଭୀମ ଭୋଇ ମେଡିକାଲରେ ଚିକିତ୍ସା ଚାଲିଥିବା ବେଳେ ସିଟି ସ୍କାନ ପରେ ଉଭୟଙ୍କୁ ଭୁବନେଶ୍ୱର ଏୟାରଲିଫ୍ଟ କରାଯାଇଥିବା ସୂଚନା ମିଳିଛି । ଉଭୟଙ୍କ ଚିକିତ୍ସା ପାଇଁ ଏମ୍ସରେ ଭର୍ତ୍ତି କରାଯାଇଥିବା ସୂଚନା ମିଳିଛି । ଆଜି ସକାଳ ସସୟରେ ବଲମତୁପା ଜଙ୍ଗଲରେ ଲ୍ୟାଣ୍ଡମାଇନ ବିସ୍ଫୋରଣ ହୋଇଥିଲା । ଗୁରୁତର ଆହତ ଦୁଇ ଯବାନଙ୍କ ହେଲେ ଉକ୍ତଲ ପଟେଲ ଓ ଆଉ ଜଣେ ରସରାଜ ଶିରୋମଣି ନାୟକ ବୋଲି ଜଣାପଡ଼ିଛି ।

ଆହତ ଯବାନ
ଆହତ ଯବାନ

ମିଳିଥିବା ସୂଚନା ଅନୁୟାୟୀ, ଜିଲ୍ଲାର ଲମ୍ବସରୀ ପଞ୍ଚାୟତର ବଲମତୁପା ଜଙ୍ଗଲ ଅଞ୍ଚଳରେ ଆଜି ମାଓବାଦୀ ଓ ଯବାନଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଥିଲା । ସୁରକ୍ଷାକର୍ମୀମାନେ କୁମ୍ବିଂ ଅପରେସନ କରିବା ସମୟରେ ମାଓବାଦୀମାନେ ଖଞ୍ଜିଥିବା ଲ୍ୟାଣ୍ଡମାଇନ ବିସ୍ଫୋରଣ ହୋଇଥିଲା । ଫଳରେ ସୁରକ୍ଷା ବାହିନୀର ଦୁଇ ଯବାନ ଗୁରୁତର ଆହତ ହୋଇଥିଲେ । ପ୍ରଥମେ ଉଭୟଙ୍କୁ କଣ୍ଟାମାଳଠାରୁ ଏକ ପାରା ମେଡିକାଲ ଟ୍ରିଟମେଣ୍ଟ ଟିମ୍ ଚିକିତ୍ସା ସେବା ଯୋଗାଇ ଦେଇଥିଲେ । ଅଧିକ ଚିକିତ୍ସା ପାଇଁ ପରେ ଉଭୟଙ୍କୁ ବଲାଙ୍ଗୀର ଭୀମ ଭୋଇ ମେଡିକାଲରେ ଭର୍ତ୍ତି କରାଯାଇଥିଲା । ସେଠାରେ ସିଟି ସ୍କାନ ପରେ ଉଭୟଙ୍କୁ ଭୁବନେଶ୍ୱର ଏୟାରଲିଫ୍ଟ କରାଯାଇ ଏମ୍ସରେ ଭର୍ତ୍ତି କରାଯାଇଛି ।

ଆହତ ଯବାନ
ଆହତ ଯବାନ

ଏନେଇ ଡାକ୍ତରଖାନା ସୁପରିଟେଡେଣ୍ଟ ମାନାସୀ ପଣ୍ଡା କହିଛନ୍ତି," ଉଭୟଙ୍କ ମୁଣ୍ଡରେ ଆଘାତ ଲାଗିଛି । ଏମାନଙ୍କର ପ୍ରାଥମିକ ଚିକିତ୍ସା କରାଯାଇ ଏଠାକୁ ଅଣା ଯାଇଥିବା ବେଳେ ଏଠାରେ ଅଧିକ ଚିକିତ୍ସା ଓ ସିଟି ସ୍କାନ ଇତ୍ୟାଦି କରାଯାଇଛି । ଉଭୟ ଅବସ୍ଥା ଗୁରୁତର ଥିବାରୁ ଏୟାର ଆମ୍ବୁଲାନ୍ସରେ ଭୁବନେଶ୍ବର ପଠାଯିବ ।

ଏହା ମଧ୍ୟ ପଢନ୍ତୁ-ବୌଦ୍ଧରେ ମାଓବାଦୀ-ଯବାନ ଗୁଳି ବିନିମୟ: ମାଓ କ୍ୟାମ୍ପ ଧ୍ୱଂସ, ବିପୁଳ ଅସ୍ତ୍ରଶସ୍ତ୍ର ଜବତ

ଗତ କିଛି ଦିନ ପୂର୍ବରୁ ସୁରକ୍ଷା ବାହିନୀ ଦ୍ବାରା କେକେବିଏନ ମାଓ ଡିଭିଜନର କମ୍ରେଡ ଦସ୍ରୁର ମୃତ୍ୟୁ ହୋଇଥିବା ବେଳେ ଲାଲ୍ ବାହିନୀ ରକ୍ତମୁଖା ହୋଇ ଉଠିଛି । ଅନେକ ସମୟରେ କେକେବିଏନ ମାଓ ଡିଭିଜନ ପକ୍ଷରୁ ବୌଦ୍ଧ ଜିଲ୍ଲାର ବିଭିନ୍ନ ସ୍ଥାନରେ ମାଓ ପୋଷ୍ଟର ଲଗାଯାଇଥିଲା । ଗତ ସପ୍ତାହରେ ଦୁଇଜଣ ମହିଳା କ୍ୟାଡ଼ର ମାଓବାଦୀ ବୌଦ୍ଧ ଏସପି ଓ ଆଇଜିଙ୍କ ନିକଟରେ ଆତ୍ମସମର୍ପଣ କରିଥିଲେ । ସେପଟେ ଜିଲ୍ଲା ପୋଲିସ ବିଭିନ୍ନ ମାଓ ପ୍ରବଣ ଅଞ୍ଚଳରେ ଜନ ମୈତ୍ରୀ ଅଭିଯାନ ମାଧ୍ୟମରେ ସ୍ଥାନୀୟ ଅଧିବାସୀଙ୍କ ନିକଟରେ ପହଞ୍ଚିବାକୁ ଚେଷ୍ଟା କରୁଛି । ଏହାରି ମଧ୍ଯରେ ଆଜି ପୁଣିଥରେ ଲମ୍ବସରୀ ପଞ୍ଚାୟତ ବଲମତୁପା ଜଙ୍ଗଲରେ ଲ୍ୟାଣ୍ଡମାଇନ ବିସ୍ଫୋରଣ ହୋଇଛି ।

ଜାନୁଆରୀ 23 ତାରିଖରେ ବୌଦ୍ଧ ମନମୁଣ୍ଡା ଥାନା ନଲିକୁପା ଜଙ୍ଗଲ ଅଞ୍ଚଳ ମାଓବାଦୀ ଓ ଯବାନଙ୍କ ମଧ୍ୟରେ ଗୁଳିବିନିମୟ ହୋଇଥିଲା । ଫଳରେ ମାଓବାଦୀମାନେ ଛତ୍ରଭଙ୍ଗ ଦେଇଥିଲେ । କୁମ୍ବିଂ ଅପରେସନ ବେଳେ ସୁରକ୍ଷାକର୍ମୀ-ମାଓବାଦୀ ମୁହାଁମୁହିଁ ହୋଇଥିଲେ । ଦୀର୍ଘ 2 ଘଣ୍ଟା ଧରି ଗୁଳି ବିନିମୟ ପରେ ମାଓବାଦୀ ଛତ୍ରଭଙ୍ଗ ଦେଇଥିଲେ । ପାଖାପାଖି 30ରୁ 40 ମାଓବାଦୀ ମାଓ ଶିବିର ଛାଡ଼ି ପଳାଇଯାଇଥିବା ବେଳେ ମାଓ କ୍ୟାମ୍ପରୁ ବିପୁଳ ପରିମାଣର ମାଓ ସାମଗ୍ରୀ ଜବତ ହୋଇଥିଲା । ବାରମ୍ବାର ମାଓ ଆକ୍ରମଣ ଘଟମା ସାମ୍ନାକୁ ଆସୁଥିବାରୁ ଜିଲ୍ଲାକୁ ମାଓ ପ୍ରଭାବିତ ଜିଲ୍ଲା ଭାବରେ ଘୋଷଣା କରାଯିବାକୁ ଦାବି କରିଛନ୍ତି ସ୍ଥାନୀୟ ଲୋକେ ।

ଇଟିଭି ଭାରତ, ବୌଦ୍ଧ/ବଲାଙ୍ଗୀର

Last Updated : Feb 15, 2024, 7:17 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.