ETV Bharat / state

ଥାନା ସାମ୍ନାରେ ମହିଳାଙ୍କୁ ଘୋଷାଡ଼ି ନେବା ଘଟଣାରେ କାର୍ଯ୍ୟାନୁଷ୍ଠାନ, ଦୁଇ ପୋଲିସ ଅଧିକାରୀ ନିଲମ୍ବିତ - Two Police Officer Suspended

author img

By ETV Bharat Odisha Team

Published : Jun 29, 2024, 5:25 PM IST

Woman dragged by police in Bhadrak: ଅସହାୟ ମହିଳାଙ୍କୁ ଜୋରଜବଦସ୍ତି ଟେକି ଟେକି ନେଉଥିବା ଘଟଣାରେ ନିଲମ୍ବିତ ହେଲେ କନେଷ୍ଟବଳ ଏବଂ ଏଏସଆଇ । ମୁଖ୍ୟାଳୟକୁ ବଦଳି ହେଲେ ହୋମଗାର୍ଡ । ଅଧିକ ପଢ଼ନ୍ତୁ

Woman dragged by police
Woman dragged by police (ETV Bharat Odisha)

ଭଦ୍ରକ: ମହଙ୍ଗା ପଡିଲା ମହିଳାଙ୍କ ଉପରେ ଅତ୍ୟାଚାର । ନିଲମ୍ବିତ ହେଲେ କନେଷ୍ଟବଳ ଏବଂ ଏଏସଆଇ । ଗତ ବୁଧବାର ଦିନ ଭଦ୍ରକ ଜିଲ୍ଲା ଚାନ୍ଦବାଲି ଥାନା ସମ୍ମୁଖରେ ଘଟିଥିବା ଘଟଣା ଭଦ୍ରକ ଜିଲ୍ଲାରେ ଚର୍ଚ୍ଚାର ବିଷୟ ପାଲଟିଥିଲା । ଦୁଇ ପୁରୁଷ ପୋଲିସ୍ କର୍ମଚାରୀ ଜଣେ ଅସହାୟ ମହିଳାଙ୍କୁ ଜୋରଜବଦସ୍ତି ଟେକି ଟେକି ନେଉଥିବା ଭିଡିଓ ସୋସିଆଲ ମିଡିଆରେ ଘୁରି ବୁଲୁଥିଲା । ତେବେ ଜଣେ ଦଳିତ ମହିଳାଙ୍କୁ ସଙ୍ଘବଧ ଭାବେ ମାଡ଼ ମାରିବା ପରେ ଜୋର ଜବରଦସ୍ତ ବର୍ଷାରେ ଘୋଷାରି ଘୋଷାରି ଥାନାକୁ ନିଆଯାଇଥିଲା । ପରେ ବିଭିନ୍ନ ସଙ୍ଗୀନ ଦଫାରେ ମାମଲା ରୁଜୁ କରିଥିଲା ପୋଲିସ । ଅପର ପକ୍ଷରେ ପୀଡିତା ମହିଳାଙ୍କ ଅଭିଯୋଗକୁ ଭିତ୍ତି କରି ପୋଲିସ ଏକ କାଉଣ୍ଟର କେସ ମଧ୍ୟ କରିଛି ବୋଲି ସୂଚନା ଦେଇଛନ୍ତି ଭଦ୍ରକ ଜିଲ୍ଲା ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ବାମଦେବ ସିଂହ ।

ମହିଳାଙ୍କ ଅଭିଯୋଗକୁ ଭିତ୍ତି କରି କାଉଣ୍ଟର କେଶ ନମ୍ବର 285/2024 ଅନୁଯାୟୀ ଆଇପିସି ଦଫା 323, 354 ଏବଂ 34ରେ ଏକ ମାମଲା ରୁଜୁ କରାଯାଇଥିଲା । ଯାହା ଅନୁଯାୟୀ, ଅତ୍ୟାଚାର କରିଥିବା କନେଷ୍ଟବଳ ରବୀନ୍ଦ୍ର ସେଠି ଏବଂ ଏଏସଆଇ ନେପାଳ ସାହାଙ୍କୁ ଭଦ୍ରକ ଜିଲ୍ଲା ପୋଲିସ ପ୍ରଶାସନ ପକ୍ଷରୁ ନିଲମ୍ବନ କରାଯାଇଛି । ଅପର ପକ୍ଷରେ ହୋମଗାର୍ଡ କିଶୋର ମହାପାତ୍ରଙ୍କୁ ଜିଲ୍ଲା ମୁଖ୍ୟାଳୟକୁ ବଦଳି କରାଯାଇଛି । ତେବେ ଏନେଇ କୌଣସି ନିର୍ଦ୍ଦେଶନାମା ଅଦ୍ୟାବଧି ଭଦ୍ରକ ଜିଲ୍ଲା ପୋଲିସ ପ୍ରଶାସନ ପକ୍ଷରୁ ପ୍ରକାଶ କରାଯାଇନାହିଁ । ଯାହାକୁ ନେଇ ପୋଲିସର ପଦକ୍ଷେପ ଉପରେ ସାଧାରଣରେ ସନ୍ଦେହ ପ୍ରକାଶ ପାଇଛି । ଅନ୍ୟପଟେ ବିଳମ୍ବରେ ହେଲେ ମଧ୍ୟ ଆଜି ଏନେଇ ସଫେଇ ଦେଇଛନ୍ତି ଭଦ୍ରକ ଜିଲ୍ଲା ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ବାମଦେବ ସିଂହ । ଏଥିସହ ସେ କହିଛନ୍ତି "ଏନେଇ ଏଏସଆଇ ପ୍ରଭାକର ଜେନା ତଦନ୍ତ ଜାରି ରଖିଛନ୍ତି । ଯିଏ ଦୋଷୀ ସାବ୍ୟସ୍ତ ହେବ, ତାଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।"

ଏହା ମଧ୍ୟ ପଢ଼ନ୍ତୁ... ଭଦ୍ରକରେ ପୋଲିସର ଦାଦାଗିରି, ମହିଳାଙ୍କୁ ଘୋଷାଡ଼ି ନେଲେ ଦୁଇ ଅଧିକାରୀ - Woman dragged by police

ସୂଚନା ଥାଉ କି, ଗତ ବୁଧବାର ଦିନ ଥାନାକୁ ସ୍ୱାମୀଙ୍କୁ ଭେଟିବାକୁ ଆସିଥିବା ଦଳିତ ମହିଳା ଏବଂ ତାଙ୍କର ନାବାଳିକା ନଣନ୍ଦଙ୍କୁ ଏଏସଆଇ ନେପାଳ ସାହା, କନେଷ୍ଟବଳ ରବୀନ୍ଦ୍ର ସେଠି ଏବଂ ହୋମଗାର୍ଡ କିଶୋର ମହାପାତ୍ର ସଙ୍ଘବଧ ଭାବେ ମାଡ଼ ମାରିବା, ଜୋର ଜବରଦସ୍ତ ବର୍ଷାରେ ଘୋଷାରି ଘୋଷାରି ଥାନାକୁ ନେବା ଘଟଣା ସୋସିଆଲ ମିଡିଆରେ ଭାଇରାଲ ହେଉଥିଲା । ଏହି ଘଟଣା କେବଳ ଚାନ୍ଦବାଲି ନୁହେଁ ସାରା ଓଡିଶାରେ ପୋଲିସ ପ୍ରଶାସନ ପ୍ରତି ଆଙ୍ଗୁଳି ନିର୍ଦ୍ଦେଶ କରୁଛି ବୋଲି ଆଲୋଚନା ହେଉଥିଲା । ତେବେ ରାଜ୍ୟ ସରକାର ପୋଲିସ ଏବଂ ଜନତା ସମ୍ପର୍କକୁ ସହନାଭୁତିଶିଳ ଭାବେ ଗ୍ରହଣ କରିବାକୁ ପରାମର୍ଶ ଦେଇଥିବା ବେଳେ ଚାନ୍ଦବାଲି ଥାନାରେ ମାନବାଧିକାର ଉଲ୍ଲଘଂନ ହେଉଥିବା ଚର୍ଚ୍ଚା ହେଉଥିଲା । ଏଭଳି ଅମାନବୀୟ ଘଟଣାକୁ ଚାପି ଦେବା ପାଇଁ ପୋଲିସ ଉଦ୍ୟମ କରିଥିଲେ । କନେଷ୍ଟବଳ ରବୀନ୍ଦ୍ର ସେଠୀଙ୍କ ଏତଲାରେ ପ୍ରଥମେ 284/2024 ନମ୍ବର କେଶ ଅନୁଯାୟୀ ଆଇପିସି ଦଫା 323, 294, 353, 427 ଏବଂ 506 ରେ ଏକ ମାମଲା ରୁଜୁ କରାଯାଇଥିଲା ।

ଇଟିଭି ଭାରତ, ଭଦ୍ରକ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.