ETV Bharat / state

ବଡ଼ମେଡିକାଲରେ ପାଶବିକତା: ସାମ୍ନାକୁ ଆସିଲା ସାଙ୍ଘାତିକ ତଥ୍ୟ, ସ୍ବାସ୍ଥ୍ୟମନ୍ତ୍ରୀ କହିଲେ ଏମିତି - SCB DOCTOR RAPED PATIENT

author img

By ETV Bharat Odisha Team

Published : Aug 14, 2024, 7:29 PM IST

DOCTOR RAPED PATIENT SCB MEDICAL: କଟକ SCB ମେଡ଼ିକାଲ ରୋଗୀଙ୍କୁ ଡ଼ାକ୍ତର ଦୁଷ୍କର୍ମ କରିବା ମାମଲାରେ ସାମ୍ନାକୁ ଆସିଲା ସାଂଘାତିକ ତଥ୍ୟ । ପୋଲିସ କହିଲା ଯୋଜନାବଦ୍ଧ ଭାବରେ ଏପରି କାର୍ଯ୍ୟ କରିଥିଲେ ଡ଼ାକ୍ତର । ଅଧିକ ପଢନ୍ତୁ

DOCTOR RAPED PATIENT SCB MEDIACAL
DOCTOR RAPED PATIENT SCB MEDIACAL (ETV Bharat Odisha)

କଟକ: SCBରେ ମହିଳାଙ୍କୁ ଡାକ୍ତରଙ୍କ ଦୁଷ୍କର୍ମ ମାମଲା । ପ୍ରାଥମିକ ତଦନ୍ତରୁ ପୋଲିସକୁ ମିଳିଲା ସାଂଘାତିକ ତଥ୍ୟ । କଟକ ଅତରିକ୍ତ ଡିସିପି ଅନୀଲ ମିଶ୍ରଙ୍କ ସୂଚନା । ଅଭିଯୁକ୍ତ ଡାକ୍ତର ଜଣଙ୍କ ଯୋଜନାବଦ୍ଧ ଭାବରେ ଏହି କାଣ୍ଡ ଭିଆଇ ଥିଲେ । ଜାଣି ଶୁଣିକି SOPକୁ ଉଲ୍ଲଂଘନ କରିଥିଲେ ଡାକ୍ତର । ଏହି ଘଟଣା ଉଦ୍ଦେଶ୍ୟ ମୂଳକ ଥିଲା । ଅଭିଯୁକ୍ତ ଡାକ୍ତର ଓ ତାଙ୍କ ପରିବାର ଆଣୁଥିବା ଅଭିଯୋଗ ସମ୍ପୂର୍ଣ୍ଣ ମିଥ୍ୟା ବୋଲି କହିଛନ୍ତି ଅତରିକ୍ତ ଡିସିପି ଅନୀଲ ମିଶ୍ର ।

ସାମ୍ନାକୁ ଆସିଲା ସାଂଘାତିକ ତଥ୍ୟ:

ଡିସିପି ଅନୀଲ ମିଶ୍ର କହିଛନ୍ତି," ଉକ୍ତ ମହିଳାଙ୍କୁ ଶୁକ୍ରବାର ବଦଳରେ ଜାଣିଶୁଣି ରବିବାର ଦିନ SCBକୁ ପରୀକ୍ଷା ପାଇଁ ଡାକିଥିଲେ ଅଭିଯୁକ୍ତ ଡାକ୍ତର । ମହିଳା କର୍ମଚାରୀଙ୍କ ଉପସ୍ଥିତିରେ ECHO ପରୀକ୍ଷା କଲେ ନାହିଁ । ଅଭିଯୋଗକାରୀ ଜଣେ ଡାକ୍ତର ହୋଇଥିଲେ ମଧ୍ୟ ତାଙ୍କୁ ବି ସେଠାରୁ ବାହାରକୁ ବାହାର କରିଦେଲେ । ECHO ପରୀକ୍ଷା 15 ମିନିଟରେ ଶେଷ ହୁଏ କିନ୍ତୁ ଅଭିଯୁକ୍ତ ଡାକ୍ତର 30 ମିନିଟ ପରୀକ୍ଷା କରିଥିଲେ । ଦୁଇ ଜଣ ରୋଗୀ ମହିଳା ହୋଇଥିବା ବେଳେ ପରୀକ୍ଷା ସମୟରେ ଜଣଙ୍କୁ ପାଖରେ ରଖି ପରିଥାନ୍ତେ । ପୀଡିତାଙ୍କ ବୟାନ ଓ ପାରିପାର୍ଶ୍ବିକ ତଥ୍ୟ ପ୍ରମାଣରୁ ଅଭିଯୁକ୍ତ ଡାକ୍ତର ଦିଲବାଗ ସିଂ ଠାକୁର ଘଟଣାକୁ ନିଜେ ହିଁ ସନ୍ଦେହ ଘେରକୁ ଟାଣିଛି । ତେବେ ଜାଣି ଶୁଣିକି SOPକୁ ଉଲ୍ଲଂଘନ କରିଥିଲେ ଡାକ୍ତର । ଏହି ଘଟଣା ଉଦ୍ଦେଶ୍ୟ ମୂଳକ ଥିଲା ବୋଲି ତାଙ୍କ ପରିବାର ଅଭିଯୋଗ ଆଣିଥିଲେ ହେଲେ ତାହା ସମ୍ପୂର୍ଣ୍ଣ ମିଥ୍ୟା ।"

SCBରେ ତିନି ଜଣିଆ କମିଟି ତଦନ୍ତକାରୀ ଟିମ୍:

ଅନ୍ୟପଟେ ଗତକାଲି ସ୍ୱାସ୍ଥ୍ୟ ବିଭାଗ ତଦନ୍ତ ନିର୍ଦ୍ଦେଶ ଦେଲା ପରେ ଆଜି କଟକ ଏସସିବିରେ 2 ରୋଗୀଙ୍କୁ ଦୁଷ୍କର୍ମ ଅଭିଯୋଗ ଘଟଣାରେ ତିନି ଜଣିଆ କମିଟି ତଦନ୍ତ ଆରମ୍ଭ କରିଛନ୍ତି । DMET, ଯୁଗ୍ମ DMET ଏବଂ SCB ଅଧିକ୍ଷକ ତଦନ୍ତ ଆରମ୍ଭ କରିଛନ୍ତି । ଆଜି ଏହି ଟିମ SCB ସୁପାରିଟେଣ୍ଡଣ୍ଟ ଓ ମେଡିକାଲ କଲେଜ ଡିନ ପ୍ରିନସିପାଲଙ୍କ ସହ ଆଲୋଚନା କରିଛନ୍ତି ।

ତଦନ୍ତ ପରେ ହେବ ଦୃଢ କାର୍ଯ୍ୟନୁଷ୍ଠାନ:

ତଦନ୍ତ କମିଟିର ସୂଚନା ପରେ ତାଙ୍କୁ ସସପେଣ୍ଡ କରାଯିବ କି ନାହିଁ ସୂଚନା ଦିଆଯିବ । ଏହାସହ ପ୍ରିଲିମିନାରି ରିପୋର୍ଟ୍ ମଧ୍ୟ ସରକାରଙ୍କୁ ପ୍ରଦାନ କରାଯିବ ବୋଲି ସୂଚନା ଦେଇଛନ୍ତି DMET ପ୍ରଫେସର ଡାକ୍ତର ସନ୍ତୋଷ କୁମାର ମିଶ୍ର । ଏହାବ୍ୟତୀତ କାର୍ଡିଓଲୋଜି ବିଭାଗର ମୁଖ୍ୟ, ପ୍ରଫେସର ଓ ଉପସ୍ଥିତ ଥିବା ସମସ୍ତ ଷ୍ଟାଫଙ୍କୁ ପଚାରଉଚରା କରାଯିବ । SOP ପାଳନ ହୋଇଥିଲା ନା ନାହିଁ ତାହାର ଅନୁଧ୍ୟାନ କରାଯିବ । ଆଗାମୀ ଦିନରେ ଏଭଳି ଘଟଣାର ଯେମିତି ପୁନରାବୃତ୍ତି ନ ହୁଏ ସେଥିପାଇଁ ପ୍ରୋଟୋକଲ୍ ପ୍ରସ୍ତୁତ ହେବ ବୋଲି ସୂଚନା ଦେଇଛନ୍ତି ସେ ।

'କ୍ଲିନିକାଲ ଯାଞ୍ଚ ପାଇଁ ୩ ଜଣିଆ କମିଟି ଗଠନ ହୋଇଛି'

ଏନେଇ ପ୍ରତିକ୍ରିୟାରେ ସ୍ୱାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ କହିଛନ୍ତି,"ଏହା ଏକ ସ୍ପର୍ଶକାତର ଘଟଣା । ଏହା ଆମ ସମସ୍ତଙ୍କୁ ଦୁଃଖ ଦେଇଛି । କ୍ଲିନିକାଲ ଯାଞ୍ଚ ପାଇଁ ୩ ଜଣିଆ କମିଟି ଗଠନ କରାଯାଇଛି । ଏ ପ୍ରସଙ୍ଗରେ ମୁଖ୍ୟମନ୍ତ୍ରୀଙ୍କ ସହ କଥା ହେଇଛୁ । ଯେଉଁ ଡାକ୍ତରଙ୍କ ନାମରେ ଅଭିଯୋଗ ଆସିଥିଲା ତାଙ୍କୁ ଗିରଫ କରାଯାଇଛି । ସ୍ୱାସ୍ଥ୍ୟ ବିଭାଗ ଏ ପ୍ରସଙ୍ଗରେ ଅବଗତ ରହିଛି । ଆଇନ ଅନୁଯାୟୀ ଅଭିଯୁକ୍ତଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । "

ଇଟିଭି ଭାରତ,କଟକ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.