ETV Bharat / state

ବାପା-ମାଆ ଛେଉଣ୍ଡ ଦୁଇ ଭାଇଙ୍କ ଗୁହାରି; 'କ'ଣ ଖାଇବୁ କେମିତି ପଢିବୁ ? ଆମକୁ ସାହାଯ୍ୟ କର' - Bajar Gaon Helpless Family

Kendrapara Helpless Family Seeks Help: ପିତାମାତାଙ୍କ ମୃତ୍ୟୁ ପରେ କେନ୍ଦ୍ରାପଡ଼ା ଦୁଇ ଭାଙ୍କ ଗୁହାରି । 'ବାପାଙ୍କ ପରେ ଆମକୁ ଏକା କରି ଚାଲିଗଲା ମାଆ । ଏବେ ରହିବୁ କେମିତି । ଖାଇବୁ କ'ଣ ? ଆଉ ପାଠ ପଢ଼ିବୁ କେମିତି ।' ଆମ ଦୁଃଖ ଶୁଣ ସରକାର...

author img

By ETV Bharat Odisha Team

Published : Apr 15, 2024, 9:02 PM IST

ଆମେ ବାପା-ମାଆ ଛେଉଣ୍ଡ ହୋଇଗଲୁ; କେମିତି ପଢିବୁ ଆଉ କ'ଣ ଖାଇବୁ ?

କେନ୍ଦ୍ରାପଡ଼ା: ବାପା ମା'ଙ୍କୁ ହରାଇ ଏବେ ବେସାହାରା ପାଲଟିଛନ୍ତି ଦୁଇ ନାବାଳକ ଭାଇ । 15 ବର୍ଷ ତଳେ ବାପା ଦୁର୍ଘଟଣାରେ ଆରପାରିକୁ ଚାଲିଯାଇଥିଲେ । ହେଲେ ଦୀର୍ଘ 15 ବର୍ଷ ଧରି ଦୁଃଖ କଷ୍ଟ ସହି ଯେଉଁ ମା' ପାଳି ପୋଷି ମଣିଷ କରିଥିଲା ଆଜି ସେ ବି ହାତ ଛାଡି ଚାଲିଗଲା । ଘରେ ଦୁଇ ଭାଇ ଆଉ ବୁଢ଼ୀ ଜେଜେ ମାଆ । ପଢିବା ଖେଳିବା ବୟସରେ ଏହି ବାପା ମାଆ ଛେଉଣ୍ଡ ଦୁଇ ଭାଇ ରହିବେ କେଉଁଠି ଆଉ ଖାଇବେ କ'ଣ ତାକୁ ନେଇ ପ୍ରଶ୍ନ । ଏଭଳି ଘଡ଼ିସନ୍ଧି ମୂହୁର୍ତ୍ତରେ ସରକାରୀ ସହାୟତା ପାଇଁ ନିବେଦନ କରିଛନ୍ତି କେନ୍ଦ୍ରାପଡା ଡେରାବିଶ୍ ବ୍ଲକ ବେଣୀପୁର ପଞ୍ଚାୟତ ବଜାର ଗାଁର ଦୁଇ ଭାଇ ସତ୍ୟପ୍ରକାଶ ଓ ବିଶ୍ୱ ପ୍ରକାଶ ।

କେନ୍ଦ୍ରାପଡା ଡେରାବିଶ୍ ବ୍ଲକ ବେଣୀପୁର ପଞ୍ଚାୟତ ବଜାର ଗାଁର ଦିନ ମଜୁରିଆ ଦସୁ ମଲିକ । ଦୀର୍ଘ 15 ବର୍ଷ ତଳେ ଚଣ୍ଡୀଖୋଲ-ପାରାଦ୍ୱୀପ ଜାତୀୟ ରାଜପଥରେ କାମ ସାରି ଫେରୁଥିବା ବେଳେ ଗାଡି ଦୁର୍ଘଟଣାରେ ପ୍ରାଣ ହରାଇଥିଲେ । ସେତେବେଳକୁ ବଡପୁଅ ସତ୍ୟପ୍ରକାଶ 2 ବର୍ଷର ହୋଇଥିବା ବେଳେ ସାନପୁଅ ବିଶ୍ୱ ପ୍ରକାଶ ମାତ୍ର କିଛି ମାସର ହୋଇଥିଲେ । ସେପଟେ ଦସୁଙ୍କ ମା' ବାସନ୍ତୀ ଜଣେ ଦୃଷ୍ଟିବାଧିତ ମହିଳା ହୋଇଥିବା କାରଣରୁ ଦସୁଙ୍କ ପତ୍ନୀ ଜୟନ୍ତୀ ସଂସାର ଚଳାଇବା ଭାର ନିଜ କାନ୍ଧକୁ ନେଇଥିଲେ । ଦୁଇ ପୁଅଙ୍କୁ ବଡ଼ କରିବା ପାଇଁ କଷ୍ଟ କରି ପରିବାର ଗୁଜୁରାଣ ମେଣ୍ଟାଉଥିଲେ । ହେଲେ ହଠାତ ପୁଣି ଏକ କଳା ବାଦଲ ଏହି ପରିବାର ଉପରେ ମାଡି ଆସିଥିବା ବେଳେ ଆଜକୁ 13 ଦିନ ତଳେ ବ୍ରେନ ଟ୍ୟୁମରରେ ଜୟନ୍ତୀ ପ୍ରାଣ ହରାଇଛନ୍ତି ।

ସେପଟେ ମା'ଙ୍କ ମୃତ୍ୟୁ ପରେ ଅନ୍ତ୍ୟଷ୍ଟିକ୍ରିୟା ସାଙ୍ଗକୁ ଶୁଦ୍ଧିକ୍ରିୟା କିପରି ହେବ ସେନେଇ କଅଁଳ ମୁଣ୍ଡରେ ବୁଦ୍ଧି ଜୁଟୁନଥିବା ସାହାଯ୍ୟର ହାତ ବଢ଼ାଇଛନ୍ତି ସାହିପଡ଼ିଶା । ପଡୋଶୀ ଓ ବନ୍ଧୁଙ୍କ ଆଂଶିକ ସହଯୋଗ ସମେତ ବଜାର ଗାଁରେ ଅବସ୍ଥିତ ମା'ମଙ୍ଗଳା ଯୁବକ ସଂଘ ଦ୍ୱାରା ସାହାଯ୍ୟ ପାଇ ଶୁଦ୍ଧିକ୍ରିୟା ପାଇଁ ସମର୍ଥ ହୋଇଛନ୍ତି ପରିବାରବର୍ଗ । ତେବେ ମା' ମଙ୍ଗଳା ଯୁବକ ସଂଘ, ବଜାର ଗାଁର ଯୁବକମାନଙ୍କ କାମକୁ ସାଧାରଣରେ ପ୍ରଶଂସା କରାଯାଇଛି । ଜୟନ୍ତୀଙ୍କ ମୃତ୍ୟୁ ପରେ ତାଙ୍କର ଏହି ଅଭାବି ସଂସାର ଜୟନ୍ତୀଙ୍କ ଶେଷ କର୍ମ ଏବଂ ଶୁଦ୍ଧିକ୍ରିୟା କରିବା ପାଇଁ ଆର୍ଥିକ ଦୁର୍ବଳ ଥିବା ବେଳେ ଯୁବକ ସଂଘର ସଦସ୍ୟ ଓ ସମାଜସେବୀ ସୁଦୀପ୍ତ କେଶରୀ ସାମଲ ଆଗକୁ ଆସି ସମସ୍ତ ଆର୍ଥିକ ଓ ଶାରୀରିକ ସହଯୋଗ କରିଛନ୍ତି ।

ଏହା ମଧ୍ୟ ପଢ଼ନ୍ତୁ...ଟଙ୍କା ପାଇଁ ଅଟକିଛି ଝିଅର ଅପରେସନ; ସହାୟତା ଲାଗି ବାପାମାଆଙ୍କ ଆକୁଳ ନିବେଦନ

ତେବେ ସତ୍ୟପ୍ରକାଶ 17 ବର୍ଷର ହୋଇଥିବା ବେଳେ ସେ ଏବେ ମାହାଙ୍ଗା ଏରକଣା ସ୍ଥିତ ମହାବିଦ୍ୟାଳୟରେ +୨ ରେ ପାଠ ପଢ଼ୁଛନ୍ତି । ସେହିପରେ ବେଳେ ବିଶ୍ୱ ପ୍ରକାଶ 15 ବର୍ଷର ହୋଇଥିବା ବେଳେ ସ୍ଥାନୀୟ ଦାମୋଦରଜୀଉ ବିଦ୍ୟାପୀଠ ବଜାର ବିଦ୍ୟାଳୟରେ ନବମ ଶ୍ରେଣୀରେ ପାଠ ପଢୁଛନ୍ତି । ତେବେ ଏହି ପରିବାରର ଆବଶ୍ୟକତା ଦୃଷ୍ଟିରୁ ସେମାନଙ୍କୁ ସରକାରୀ ସହାୟତା ଲୋଡ଼ା ରହିଥିବା କୁହନ୍ତି ଯୁବକ ସଂଘ ସଦସ୍ୟ । ସତ୍ୟ ଓ ବିଶ୍ୱଙ୍କ ପାଠପଢା ପାଇଁ ସରକାରୀ ଓ ବେସରକାରୀ ସହାୟତା ମିଳିଲେ ଉଭୟ ମେଧାବୀ ଛାତ୍ରଙ୍କ ଭବିଷ୍ୟତ ଉଜ୍ଜ୍ୱଳମୟ ହୋଇ ପାରନ୍ତା ବୋଲି ଅନୁରୋଧ କରିଛନ୍ତି ସ୍ଥାନୀୟ ଲୋକେ ।

ଇଟିଭି ଭାରତ, କେନ୍ଦ୍ରାପଡ଼ା

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.