ETV Bharat / state

ଅଟୋ-ବାଇକ ମଧ୍ୟରେ ଧକ୍କା: ଚାଲିଗଲା 2 ଜୀବନ, 13 ଆହତ - RAYAGADA ROAD ACCIDENT

author img

By ETV Bharat Odisha Team

Published : Jun 30, 2024, 9:17 PM IST

Road Accident in Rayagada: ଆଜି ରାୟଗଡା ଜିଲ୍ଲାରେ ଘଟିଛି ମର୍ମନ୍ତୁଦ ସଡକ ଦୁର୍ଘଟଣା । ଯେଉଁଥିରେ ବାଇକ ଏବଂ ଅଟୋ ରିକ୍ସା ମଧ୍ୟରେ ଧକ୍କା ହେବା ଫଳରେ ଦୁଇ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ 13 ଜଣ ଆହତ ହୋଇଛନ୍ତି ।

Road Accident in Rayagada
Road Accident in Rayagada (ETV Bharat Odisha)

ରାୟଗଡ଼ା: ମର୍ମନ୍ତୁଦ ସଡକ ଦୁର୍ଘଟଣା । ମୁହାଁମୁହିଁ ହେଲେ ଅଟୋ ଏବଂ ବାଇକ । ରାୟଗଡ଼ା ଜିଲ୍ଲା ମା’ ମଝିଘରିଆଣୀ ମନ୍ଦିର ନିକଟସ୍ଥ ପିତମୋହଲ ରାସ୍ତାର ବେହେରାଗୁଡା ଛକ ନିକଟରେ ଘଟିଛି ଏହି ସଡକ ଦୁର୍ଘଟଣା । ଏଠାରେ ଏକ ଅଟୋ ଓ ଦୁଇଟି ବାଇକ ମଧ୍ୟରେ ଧକ୍କା ହୋଇଥିଲା । ଫଳରେ ଘଟଣାସ୍ଥଳରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ହସ୍ପିଟାଲରେ ଜଣଙ୍କ ମୃତ୍ୟୁ ହୋଇଛି । ଏଥିସହ 13 ଜଣ ଆହତ ହୋଇଛନ୍ତି । ସମସ୍ତ ଆହତଙ୍କୁ ରାୟଗଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି ।

ସୂଚନା ଅନୁସାରେ ଅଟୋଟି ଆନ୍ଧ୍ରପ୍ରଦେଶ ସୀମାନ୍ତ କଞ୍ଚକାବାଲସ ଅଞ୍ଚଳରୁ ରାୟଗଡ଼ା ସହର ଅଭିମୁଖେ ଆସୁଥିଲା । ସେହି ସମୟରେ ବାଇକ ଦୁଇଟି ରାୟଗଡାରୁ ଆନ୍ଧ୍ର ଆଡ଼କୁ ଯାଉଥିଲା । ଏହି ସମୟରେ ଅଟୋ ଓ ବାଇକ ମଧ୍ୟରେ ଧକ୍କା ହୋଇ ଦୁର୍ଘଟଣା ଘଟିଥିଲା। ତେବେ କେଉଁ ପରିସ୍ଥିତିରେ ଏହି ଦୁର୍ଘଟଣା ଘଟିଛି ତାହା ଜଣାପଡ଼ିନାହିଁ । ତେବେ ମୃତକଙ୍କୁ ମଧ୍ୟରୁ ଜଣେ ରାୟଗଡ଼ାର ବେହେରାଗୁଡ଼ା ଗାଁର ଗଣେଶ ପିଡ଼ିକା ବୋଲି ଜଣାପଡିଛି । ଗଣେଶ ପିଡ଼ିକା ବାଇକ ଚଲାଉଥିବା ବେଳେ ତାଙ୍କ ସହିତ ବାଇକ୍‌ରେ ଆଉ ଦୁଇଜଣ ଥିଲେ। ତେବେ ଏହି ଦୁର୍ଘଟଣାରେ ବାଇକ ଚାଳକଙ୍କର ମୃତ୍ୟୁ ଘଟିଥିବା ବେଳେ ବାଇକରେ ଯାଉଥିବା ଅନ୍ୟ ଦୁଇ ଜଣ ଗୁରୁତର ଆହତ ହୋଇଛନ୍ତି। ସେମାନଙ୍କ ଘର ରାୟଗଡ଼ାର ଗୁର୍କା ସାହିରେ ବୋଲି ଜଣାପଡିଛି । ସେହିପରି ଆଉ ଗୋଟିଏ ବାଇକରେ ଜଣେ ଚାଳକ ଥିବା ବେଳେ ଅଟୋରେ 11 ଜଣ ଯାତ୍ରା କରୁଥିଲେ ।

ଏହା ମଧ୍ୟ ପଢ଼ନ୍ତୁ.. ଡ୍ୟୁଟିରୁ ଫେରିବା ବାଟରେ ଛକିଥିଲା ଯମ ! ଦୁର୍ଘଟଣାରେ ପ୍ରାଣ ହରାଇଲେ ଟ୍ରାଫିକ କନେଷ୍ଟବଳ - Police Constable Death

ଅନ୍ୟପଟେ ଆଉ ଯେଉଁ ଆହତ ଅଛନ୍ତି ସେମାନେ ସମସ୍ତେ ଆନ୍ଧ୍ର ପ୍ରଦେଶ-ଓଡ଼ିଶା ସୀମାନ୍ତ ଅଞ୍ଚଳ ଅତଡ଼ା, ସେଶଖାଲ ଓ କାଞ୍ଚକବାଲାଶାର ବୋଲି ଜଣା ପଡ଼ିଛି । ଅଟୋରେ ଥିବା ବାକି 13 ଜଣ ସାମାନ୍ୟ ଆହତ ହୋଇ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି ହୋଇଛନ୍ତି । ତେବେ ଘଟଣା ସ୍ଥଳରେ ରାୟଗଡା ଜିଲ୍ଲାପାଳ ମନୋଜ ସତ୍ୟବାନ ମହାଜନ ପହଞ୍ଚି ଆହତ ମାନଙ୍କୁ ଡାକ୍ତରଖାନାକୁ ପଠାଇଥିଲେ । ଘଟଣା ସମ୍ପର୍କରେ ପୋଲିସ ଖବର ପାଇ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିବା ବେଳେ ବେହେରାଗୁଡା ଛକରେ ମୃତଦେହ ରଖି କ୍ଷତିପୂରଣ ଦାବିରେ ଆନ୍ଧ୍ର ଓଡିଶା ରାସ୍ତା ଅବରୋଧ କରିଛନ୍ତି ବେହେରାଗୁଡା ଗ୍ରାମବାସୀ ।

ଇଟିଭି ଭାରତ, ରାୟଗଡ଼ା

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.