ETV Bharat / state

ସୁନ୍ଦରଗଡ଼ରେ ଭୟଙ୍କର ସଡ଼କ ଦୁର୍ଘଟଣା, ଚାଲିଗଲା ଦୁଇ ଡ୍ରାଇଭରଙ୍କ ଜୀବନ - Road Accident In Sundargarh

author img

By ETV Bharat Odisha Team

Published : Jul 4, 2024, 2:28 PM IST

Road Accident In Sundargarh: ସୁନ୍ଦରଗଡ଼ ଜାତୀୟ ରାଜପଥରେ ଭୟଙ୍କର ସଡ଼କ ଦୁର୍ଘଟଣା । ଦୁଇ ଡ୍ରାଇଭରଙ୍କ ମତ୍ୟୁ । ଅଧିକ ପଢନ୍ତୁ,

ସୁନ୍ଦରଗଡ଼ରେ ଭୟଙ୍କର ସଡ଼କ ଦୁର୍ଘଟଣା, ଚାଲିଗଲା ଦୁଇ ଡ୍ରାଇଭରଙ୍କ ଜୀବନ
ସୁନ୍ଦରଗଡ଼ରେ ଭୟଙ୍କର ସଡ଼କ ଦୁର୍ଘଟଣା, ଚାଲିଗଲା ଦୁଇ ଡ୍ରାଇଭରଙ୍କ ଜୀବନ (ETV Bharat Odisha)

ରାଉରକେଲା: ସୁନ୍ଦରଗଡ଼ ଜାତୀୟ ରାଜପଥରେ ଭୟଙ୍କର ସଡ଼କ ଦୁର୍ଘଟଣା । ଦୁଇ ଡ୍ରାଇଭରଙ୍କ ମତ୍ୟୁ । ଏହି ଦୁର୍ଘଟଣା ଘଟିଛି ଜିଲ୍ଲା ବଣାଇ ଥାନା ଅନ୍ତର୍ଗତ ୧୪୩ ନମ୍ବର ଜାତୀୟ ରାଜପଥ । ଦୁଇ ଗାଡି ଧକ୍କା ହେବା ଫଳରେ ଦୁଇ ଚାଳକ ମୃତ । ଫଳରେ ଉଭୟ ଗାଡ଼ି ଚାଳକ ଘଟଣାସ୍ଥଳରେ ପ୍ରାଣ ହରାଇଛନ୍ତି । ବର୍ତ୍ତମାନ ଏହି ଭୟଙ୍କର ସଡ଼କ ଦୁର୍ଘଟଣା ସମ୍ପୂର୍ଣ୍ଣ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି ।

ସୂଚନା ଅନୁସାରେ, ୧୪୩ ନମ୍ବର ଜାତୀୟ ରାଜପଥ ବାବୁ ନୂଆଗାଁ ନିକଟର ତାରିଣି ଢ଼ାବା ନିକଟରେ ବ୍ରେକ ଡାଉନ ହୋଇ ଏକ ହାଇୱା ଗାଡି ଛିଡା ହୋଇଥିବା ବେଳେ ପଛପଟୁ ଏକ ଟ୍ରଲର ଗାଡି ଆସି ଦ୍ରୁତଗତିରେ ଧକ୍କା ଦେଇଥିଲା । ଫଳରେ ହାଇୱା ଗାଡିର ଡ୍ରାଇଭର ଘଟଣା ସ୍ଥଳରେ ମୃତ୍ୟୁ ହୋଇଥିବା ବେଳେ ଟ୍ରଲର ଗାଡି ଚାଳକଙ୍କ ମଧ୍ୟ ଗାଡ଼ିରେ ଚାପି ହୋଇ ମୃତ୍ୟୁ ଘଟିଛି । ସନ୍ଧ୍ୟା ୭ ଟା ପାଖାପାଖି ସମୟରେ ହାଇୱା ଗାଡିର ଡ୍ରାଇଭର ବ୍ରେକ ଡାଉନ୍ ନେଇ ଗାଡ଼ି ତଳେ ପସି କାମ କରୁଥିଲେ । ଏହି ସମୟରେ ହଠାତ ସେତିକି ବେଳେ ଏକ ଟ୍ରଲର ଗାଡି ପଛ ପଟୁ ଦ୍ରୁତ ଗତିରେ ଆସି ଧକ୍କା ଦେଇଥିଲା । ଫଳରେ ବ୍ରେକ ଡାଉନ କାମ କରୁଥିବା ହାଇୱା ଗାଡି ଡ୍ରାଇଭର ଚକ ତଳେ ଚାପି ହୋଇ ଘଟଣା ସ୍ଥଳରେ ମୃତ୍ୟୁ ହୋଇଥିବା ଜଣାପଡିଛି ଏବଂ ଟ୍ରଲର ଗାଡିର ଚାଳକ ମଧ୍ୟ ନିଜ ଗାଡିରେ ଚାପି ହୋଇଥିଲେ ।

ଏହା ମଧ୍ୟ ପଢନ୍ତୁ: ବାଇକ-ପିକଅପ୍ ମୁହାଁମୁହିଁ ଧକ୍କା, ୨ ମୃତ

ଘଟଣା ନେଇ ସ୍ଥାନୀୟ ଲୋକେ ବଣାଇ ପୋଲିସକୁ ଖବର ଦେଇଥିଲେ । ଯାହା ପରେ ବଣାଇ ପୋଲିସ ଓ ଦମକଳ ବାହିନୀ କର୍ମଚାରୀ ପହଞ୍ଚିଥିବା ପରେ ଟ୍ରଲର ଡ୍ରାଇଭରକୁ ଉଦ୍ଧାର କରିବା ପାଇଁ ଗ୍ୟାସ୍ କଟର ଯୋଗେ କାଟି ଗାଡି ଭିତରୁ ଡ୍ରାଇଭରକୁ ବାହାର କରି ଚିକିତ୍ସା ପାଇଁ ବଣାଇ ଉପଖଣ୍ଡ ଚିକିତ୍ସାଳୟରେ ପଠାଇଥିଲେ । ହେଲେ ଡାକ୍ତର ସେଠାରେ ଟ୍ରଲର ଚାଳକଙ୍କ ମୃତ୍ୟୁ ଘୋଷଣା କରିଥିଲେ । ତେବେ ବର୍ତ୍ତମାନ ପୋଲିସ ଦୁଇ ଗାଡ଼ିକୁ ସିଜ୍ କରିବା ସହିତ ଘଟଣାର ତଦନ୍ତ କରୁଛି । ତେବେ ବର୍ତ୍ତମାନ ଏହି ଭୟଙ୍କର ସଡ଼କ ଦୁର୍ଘଟଣା ସମ୍ପୂର୍ଣ୍ଣ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି ।

ଇଟିଭି ଭାରତ, ରାଉରକେଲା

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.