ETV Bharat / state

ଜିନିଷ ପାଇଁ ରାଉରକେଲା ଆସିଥିଲେ, ଫେରିଲେନି ଦୁଇ ଯୁବକ - ROURKELA Accident

author img

By ETV Bharat Odisha Team

Published : Jun 28, 2024, 4:46 PM IST

Rourkela Road Accident: ବାଇକ ଧକ୍କାରେ ଡିଭାଇଡରରେ ପିଟି ହେଲା ସ୍କୁଟି । ଚାଲିଗଲା ଦୁଇ ସ୍କୁଟି ଆରୋହୀଙ୍କ ଜୀବନ । ଅଧିକ ପଢ଼ନ୍ତୁ

Two Died in Sever Road Accident
Two Died in Sever Road Accident (ETV Bharat Odisha)

ରାଉରକେଲା: ସ୍କୁଟିକୁ ଧକ୍କା ଦେଲା ବୁଲେଟ । ଦୁର୍ଘଟଣାରେ ଚାଲିଗଲା ଦୁଇ ଯୁବକଙ୍କ ଜୀବନ । ସମ୍ବଲପୁର-ରାଉରକେଲା ବିଜୁ ଏକ୍ସପ୍ରେସ୍‌ ୱେ’ର କାଂଶବାହାଲ ନିକଟ ମାଣ୍ଡିଆକୁଦର ସୋନୁ ଢାବା ନିକଟରେ ଘଟିଛି ଏହି ଦୁର୍ଘଟଣା । ଗତକାଲି(ଗୁରୁବାର) ସନ୍ଧ୍ୟାରେ ଏକ ସ୍କୁଟିକୁ ପଛରୁ ବୁଲେଟ ଧକ୍କା ଦେଇଥିଲା । ଫଳରେ ସ୍କୁଟି ଡିଭାଇଡରରେ ପିଟି ହୋଇଯାଇଥିଲା । ଡିଭାଇଡରରେ ପିଟି ହୋଇ ଦୁଇ ଜଣଙ୍କର ଘଟଣାସ୍ଥଳରେ ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ତେବେ ମୃତକ ଦୁଇ ଜଣ ହେଲେ ମୃତକ ହେଲେ ରାଜଗାଙ୍ଗପୁର ଅଞ୍ଚଳର ୨୫ ବର୍ଷୀୟ ରବୀନ୍ଦ୍ର ପଣ୍ଡା ଏବଂ ୨୬ ବର୍ଷିୟ ରଶ୍ମିରଞ୍ଜନ ସ୍ବାଇଁ ।

ସୂଚନା ଅନୁସାରେ, ଗତକାଲି ସନ୍ଧ୍ୟା ପ୍ରାୟ 7 ଟାରେ ରବୀନ୍ଦ୍ର ଏବଂ ରଶ୍ମିରଞ୍ଜନ ସ୍କୁଟିରେ ରାଉରକେଲାକୁ ଆସିଥିଲେ । ସେମାନେ ତାଙ୍କ ବେକେରୀ ପାଇଁ କିଛି ସାମଗ୍ରୀ ନେବା ପାଇଁ ଯାଇଥିଲା । ପରେ ବେକେରୀ ପାଇଁ ସାମଗ୍ରୀ କିଣାକିଣି କରି ସମସ୍ତ ସାମଗ୍ରୀ ନେଇ ବିଜୁ ଏକ୍ସପ୍ରେସ୍‌ ୱେରେ ରାଜଗାଙ୍ଗପୁରକୁ ଫେରୁଥିଲେ । ହେଲେ କିଏ ଜାଣିଥିଲା ତାଙ୍କୁ ଯମ ବାଟରେ ଜଗି ବସିଛି । ସେ ଫେରିବା ସମୟରେ ଅଚାନକ ଦ୍ରୁତ ଗତିରେ ଯାଉଥିବା ଏକ ବୁଲେଟ୍‌ ସ୍କୁଟିକୁ ପଛରୁ ଧକ୍କା ଦେଇଥିଲା । ଫଳରେ ସ୍କୁଟିଟି ରାସ୍ତାପାର୍ଶ୍ବ ଡିଭାଇଡରରେ ଛିଟିକି ପଡି ପିଟି ହୋଇଯାଇଥିଲା । ପିଟିହେବା ଫଳରେ ଭାରସାମ୍ୟ ହରାଇ ସ୍କୁଟି ପଡ଼ିଯାଇଥିଲା । ଫଳରେ ସ୍କୁଟିରେ ବସିଥିବା ଦୁହେଁ ରାସ୍ତାରେ ପଡ଼ି ଯାଇଥିଲେ ।

ଏହା ମଧ୍ୟ ପଢ଼ନ୍ତୁ.... ଉଗ୍ରରୂପ ନେଲା ଝଗଡ଼ା, ଶାବଳରେ ପିଟି ବାପାଙ୍କୁ ହତ୍ୟା କଲା ନାବାଳକ ପୁଅ - Son Killed Father

ଉଭୟଙ୍କ ମୁଣ୍ଡ ଓ ମୁହଁରେ ସମ୍ପୂର୍ଣ୍ଣ ଭାବରେ ଗୁରୁତର ଆଘାତ ଲାଗିଥିଲା । ସେଠାରେ ଥିବା ସ୍ଥାନୀୟ ଲୋକ ଦୁଇ ଯୁବକଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ଆମ୍ବୁଲାନ୍ସରେ ରାଉରକେଲା ସରକାରୀ ଡାକ୍ତରଖାନାକୁ ଆଣିଥିଲେ । ହେଲେ ଦୁହେଁ ଆଖି ବୁଜିଥିଲେ । ଡ଼ାକ୍ତରଙ୍କ କହିବା ଅନୁଯାୟୀ, ଡାକ୍ତରଖାନାରେ ପହଞ୍ଚିବା ପୂର୍ବରୁ ଉଭୟଙ୍କର ମୃତ୍ୟୁ ହୋଇଯାଇଥିଲା । ପରେ ଡାକ୍ତର ସେଠାରେ ଉଭୟଙ୍କର ପରୀକ୍ଷା କରି ଉଭୟଙ୍କୁ ମୃତ ଘୋଷଣା କରିଥିଲେ । ତେବେ ଏହି ଘଟଣାରେ ରାଜଗାଙ୍ଗପୁରରେ ଶୋକର ଛାୟା ଖେଳି ଯାଇଛି ।

ଇଟିଭି ଭାରତ, ରାଉରକେଲା

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.