ସୁବର୍ଣ୍ଣପୁର: ମଦ୍ୟପାନ କରି ପିଏସଓ ଉନ୍ମକ୍ତକାଣ୍ଡ । ପୋଲିସ କନେଷ୍ଟବଳଙ୍କ ବନ୍ଧୁକରୁ ଫୁଟିଲା ଗୁଳି, ଦୁଇ ମୃତ । ଏଭଳି ଏକ ଘଟଣା ଘଟିଛି ସୁବର୍ଣ୍ଣପୁର ଜିଲ୍ଲାର ବିନିକା ଥାନା ଚୁଲିମାଳ ଅଞ୍ଚଳରେ । ବିଧାୟକ ନିରଞ୍ଜନ ପୂଜାରୀଙ୍କ ପିଏସଓ ମନୋଜ ଝା ଅତ୍ୟଧିକ ମଦ୍ୟପାନ କରି ଅନ୍ୟଜଣେ ପୋଲିସ କର୍ମଚାରୀଙ୍କୁ ଗୁଳି ମାରିବା ପରେ ନିଜକୁ ଗୁଳି କରି ଜୀବନ ହାରିଥିଲେ । ଏନେଇ ଆଜି ଏକ ସାମ୍ବାଦିକ ସମ୍ମିଳନୀ କରି ସୂଚନା ଦେଇଛି ସୁବର୍ଣ୍ଣପୁର ପୋଲିସ ।
ମଦ୍ୟପ ପିଏସଓ ଉନ୍ମକ୍ତକାଣ୍ଡ:
ଏନେଇ ପଶ୍ଚିମାଞ୍ଚଳ IG ହିମାଂଶୁ ଲାଲ କହିଛନ୍ତି,"ଗତ ୬ ତାରିଖରେ ବିନିକା ଥାନା ଚୁଲିମାଲ୍ ଗାଁରେ ଘଟିଥିଲା ଏହି ଅଘଟଣ । ବିଧାୟକ ନିରଞ୍ଜନ ପୂଜାରୀଙ୍କ ପିଏସଓ ମନୋଜ ଝାଙ୍କର ଚୁଳିମାଲ ଖେଳ ପଡ଼ିଆରେ ସାଙ୍ଗମାନଙ୍କ ସହିତ ମଦ୍ୟପାନ କରିଥିଲେ । ଅତ୍ୟଧିକ ନିଶା ହୋଇଥିବାରୁ ସାଙ୍ଗରେ ଥିବା ତାଙ୍କ କକା ପୁଅ ଭାଇ ଶେଷଦେବ ମନୋଜଙ୍କ ସର୍ଭିସ୍ ରିଭଲବର୍ ଛଡ଼ାଇ ନେଇ ପ୍ରଥମେ ଫାଙ୍କା ଗୁଳି ଚାଳନା କରିଥିଲେ । ଏହାକୁ ଦେଖି ମନୋଜ ତାଙ୍କ ଠାରୁ ବନ୍ଧୁକ ଛଡ଼ାଇବା ପାଇଁ ଚେଷ୍ଟା କରିଥିଲେ । ଏହି ସମୟରେ ପୁଣି ଏକ ଗୁଳି ଫାୟାର ହୋଇ ଶେଷଦେବଙ୍କ ମୁଣ୍ଡରେ ବାଜିଥିଲା । ଫଳରେ ସେଠାରେ ସେ ଟଳି ପଡ଼ିଥିଲେ । ଏହା ଦେଖି ମନୋଜ ନିଜେ ନିଜକୁ ସୁଟ କରି ଦେଇଥିଲେ ।"
ଏହା ମଧ୍ୟ ପଢନ୍ତୁ ....ଜେଜେମାଆକୁ ହତ୍ୟା ଘଟଣାରେ ନାତିକୁ ଆଜୀବନ ଜେଲ୍ - Man Gets Life Imprisonment
ନିଜକୁ ନିଜେ ମାରିଲେ ପିଏସଓ ମନୋଜ:
ଶେଷଦେବଙ୍କୁ ବାଜିଥିଲା ଗୁଳି ପରେ ପିଏସଓ ମନୋଜ ନିଜକୁ ନିଜେ ଗୁଳି କରିଥିବା ସ୍ପଷ୍ଟ ହୋଇଛି । ୧୭ ଜଣଙ୍କ ସାକ୍ଷ୍ୟ ଗ୍ରହଣ କରି ତଦନ୍ତ କରିଥିଲା ପୋଲିସ । ଘଟଣା ସ୍ଥଳରୁ ୭ ଟି ଖୋକା ମିଳିଥିବାବେଳେ ଦୁଇଟି ଜୀବନ୍ତ ଗୁଳି ଉଦ୍ଧାର ହୋଇଥିବା ପୋଲିସ ସ୍ପଷ୍ଟ କରିଛି । ତେବେ ଘଟଣାରେ ଆଉ କାହାରି ସମ୍ପୃକ୍ତି ନଥିବା ଜଣାପଡ଼ିଛି । ପୋଲିସ ଉଭୟଙ୍କ ମୃତଦେହକୁ ଜବତ କରି ବ୍ୟବଚ୍ଛେଦ କରିଛି ।ଏନେଇ ପଶ୍ଚିମାଞ୍ଚଳ IG ହିମାଂଶୁ ଲାଲ ଓ ସୁବର୍ଣ୍ଣପୁର SP ୟସ ପ୍ରତାପ ଶ୍ରିମଲ ସୂଚନା ଦେଇଛନ୍ତି ।
ଇଟିଭି ଭାରତ, ସୁବର୍ଣ୍ଣପୁର