ETV Bharat / state

ବଲାଙ୍ଗୀର ନବଜାତ ନିଖୋଜ ଘଟଣାର ପର୍ଦ୍ଦାଫାସ, ଦୁଇ ଗିରଫ

author img

By ETV Bharat Odisha Team

Published : Feb 18, 2024, 11:57 AM IST

Newborn Baby Missing Case: ଭୀମ ଭୋଇ ମେଡିକାଲ କଲେଜରୁ ନବତଜାତ ନିଖୋଜ ଘଟଣାର ପର୍ଦ୍ଦାଫାସ । ଦୁଇ ଅଭିଯୁକ୍ତଙ୍କୁ ଗିରଫ କଲା ପୋଲିସ । ଅଧିକ ପଢନ୍ତୁ

ନବତଜାତ ନିଖୋଜ ଘଟଣା ପର୍ଦ୍ଦାଫାସ ,ଦୁଇ ଗିରଫ
ନବତଜାତ ନିଖୋଜ ଘଟଣା ପର୍ଦ୍ଦାଫାସ ,ଦୁଇ ଗିରଫ
ନବତଜାତ ନିଖୋଜ ଘଟଣା ପର୍ଦ୍ଦାଫାସ ,ଦୁଇ ଗିରଫ

ବଲାଙ୍ଗୀର: ବିବିଏମସିଏଚ ହସ୍ପିଟାଲରୁ ନବଜାତ ନିଖୋଜ ଘଟଣାର ପର୍ଦ୍ଦାଫାସ । ଜଣେ ଦମ୍ପତି ହସ୍ପିଟାଲରୁ ନବଜାତ ଶିଶୁକୁ ନେଇ ଚମ୍ପଟ ମାରିଥିଲେ । ଘଟଣାର ଛାନଭିନ୍ ପରେ ପୋଲିସ ଅଭିଯୁକ୍ତ ଦମ୍ପତିଙ୍କ ନାଁରେ ଅପହରଣ ମାମଲା ରୁଜୁ କରି ଗିରଫ କରିଛି । ସେମାନେ ଚତୁରତାର ସହ ଶିଶୁକୁ ନେଇ ଫେରାର ହୋଇଯାଇଥିଲେ । ତେବେ ହସ୍ପିଟାଲ କର୍ତ୍ତୃପକ୍ଷଙ୍କ ଅଜାଣତରେ ଏହା ଘଟିଥିବା ବଲାଙ୍ଗୀର ଏସଡିପିଓ ସ୍ପଷ୍ଟ କରିବା ସହ ଅଧିକ ତଦନ୍ତ ଜାରି ରହିଥିବାର ସୂଚନା ଦେଇଛନ୍ତି ।

ଶୁକ୍ରବାର ଅପରାହ୍ନରେ ବଲାଙ୍ଗୀର ଭୀମଭୋଇ ମେଡିକାଲ କଲେଜରୁ ନବତଜାତ ନିଖୋଜ ଘଟଣା ସାମ୍ନାକୁ ଆସିଥିଲା । ବଲାଙ୍ଗୀର ବିରିଡ଼ି ପଦର ଗ୍ରାମର ସୁଶୀଲ ସ୍ୱାଇଁ ତାଙ୍କ ସ୍ତ୍ରୀଙ୍କୁ ଗତ ୧୫ ତାରିଖରେ ବଲାଙ୍ଗୀର ଭୀମଭୋଇ ମେଡିକାଲ୍ କଲେଜ ହସ୍ପିଟାଲର ମାତୃ ଶିଶୁ ବିଭାଗରେ ପ୍ରସୂତି ପାଇଁ ଭର୍ତ୍ତି କରିଥିଲେ । ସେଠାରେ ତାଙ୍କର ଏକ ଶିଶୁପୁତ୍ର ଜନ୍ମ ହୋଇଥିଲା । ନବଜାତ ଶିଶୁପୁତ୍ରର ସ୍ବାସ୍ଥ୍ୟ ଅବସ୍ଥା ଠିକ ନଥିବାବେଳେ ତାଙ୍କୁ ଡ଼ାକ୍ତର ଏସଏନସିୟୁକୁ ସ୍ଥାନାନ୍ତରିତ କରିଥିଲେ । ଚିକିତ୍ସା ପରେ ଶିଶୁ ସୁସ୍ଥ ହୋଇଥିଲା । ଏହାପରେ ଶୁକ୍ରବାର ଅପରାହ୍ନରେ ଡ଼ାକ୍ତର ଶିଶୁପୁତ୍ରକୁ ତା'ର ମାଆଙ୍କୁ ହସ୍ତାନ୍ତର କରିବାକୁ ଯାଉଥିଲେ । ହେଲେ ପୂର୍ବରୁ ସେଠାରେ ଉପସ୍ଥିତ ଥିବା ଆଉ ଏକ ଦମ୍ପତି ଶିଶୁ ଆମର କହି ନେଇଯାଇଥିଲେ ।

ସେମାନେ ଅତି ଚତୁରତା ସହ ସେଠାରୁ ଫେରାର ମାରିଥିଲେ । ଏନେଇ ଅପରାହ୍ନରେ ବଲାଙ୍ଗୀର ପୋଲିସ ପାଖରେ ଶିଶୁଙ୍କ ବାପା ଅଭିଯୋଗ କରିବା ପରେ ପୋଲିସ ଏକ ସ୍ଵତନ୍ତ୍ର ଟିମ୍ ଗଠନ କରି ତଦନ୍ତ ଆରମ୍ଭ କରିଥିଲା । ଅଭିଯୁକ୍ତ ଦମ୍ପତିଙ୍କୁ ବୌଦ୍ଧ ଜିଲ୍ଲା କଣ୍ଟାମାଳଠାରେ ଠାବ କରାଯାଇଥିଲା । ଏହାସହ ଉକ୍ତ ନବଜାତକୁ ମଧ୍ୟ ଉଦ୍ଧାର କରାଯାଇଥିଲା ବୋଲି ପୋଲିସ ଏସଡ଼ିପିଓ ପ୍ରଦୀପ ସାହୁ କହିଛନ୍ତି ।

ଏହା ମଧ୍ୟ ପଢନ୍ତୁ...ଭୀମଭୋଇ ହସ୍ପିଟାଲରୁ ନବଜାତ ନିଖୋଜ ଘଟଣା, ଅଭିଯୁକ୍ତ ଦମ୍ପତି ଅଟକ

ତେବେ ଅଭିଯୁକ୍ତ ଦମ୍ପତିଙ୍କୁ ପୋଲିସ ଗିରଫ କରିବା ସହ ଦୁହିଁଙ୍କ ନାଁରେ 115 / 24ରେ ଅପହରଣ ମାମଲା ରୁଜୁ କରି ଅଧିକ ତଦନ୍ତ ଚଳାଇଛି । ଅଭିଯୁକ୍ତ ଦମ୍ପତି ସୁଶୀଳା ପୁଟା ଓ ଶରତ ପୁଟା ବୋଲି ଜଣାପଡ଼ିଛ । ତେବେ ସେ ଅଭିଯୋଗକାରୀଙ୍କ ସମ୍ପର୍କୀୟ ପିଉସୀ ବୋଲି ଜଣାପଡ଼ିଛି । ହସ୍ପିଟାଲ କର୍ତ୍ତୃପକ୍ଷଙ୍କ ଏଥିରେ କୌଣସି ଅବହେଳା କିମ୍ବା ଦୋଷ ନଥିବାର ପୋଲିସ ସ୍ପଷ୍ଟ କରିଛି ।

ଇଟିଭି ଭାରତ, ବଲାଙ୍ଗୀର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.