ETV Bharat / state

ପଇଡ଼ରେ ନିଶା ଦେଇ ମହିଳାଙ୍କଠୁ ଗହଣା ଚୋରି, 2 ମହିଳା ଗିରଫ - Jewelry Stealing

Jewelry Stealing:ପଇଡ଼ରେ ନିଶା ଦେଇ ମହିଳାଙ୍କ ଠାରୁ ସୁନା ଅଳଙ୍କାର ଚୋରି । ଏହି ଘଟଣାରେ ମନ୍ଦିର ପୂଜକଙ୍କ ସ୍ତ୍ରୀ ଓ ତାଙ୍କ ଝିଆରୀକୁ ଗିରଫ କରି କୋର୍ଟଚାଲାଣ କରିଛି ପୋଲିସ l ଅଧିକ ପଢ଼ନ୍ତୁ,

ପଇଡ଼ରେ ନିଶା ଦେଇ ମହିଳାଙ୍କ ଠାରୁ ଗହଣା ଚୋରି
ପଇଡ଼ରେ ନିଶା ଦେଇ ମହିଳାଙ୍କ ଠାରୁ ଗହଣା ଚୋରି
author img

By ETV Bharat Odisha Team

Published : Mar 20, 2024, 7:55 AM IST

ପଇଡ଼ରେ ନିଶା ଦେଇ ମହିଳାଙ୍କ ଠାରୁ ଗହଣା ଚୋରି

ସମ୍ବଲପୁର: ପଇଡ଼ରେ ନିଶା ଦେଇ ମହିଳାଙ୍କ ଠାରୁ ସୁନା ଅଳଙ୍କାର ଚୋରି । ଏହିଭଳି ଏକ ଘଟଣା ସମ୍ବଲପୁରର ଧନୁପାଲି ଥାନା ଅନ୍ତର୍ଗତ ଗୋବିନ୍ଦତୋଳା ସ୍ଥିତ ରାଣୀସତୀ ମନ୍ଦିର ନିକଟରେ ଘଟିଛି । ତେବେ ଏହି ଚୋରି ମାମଲାରେ ମନ୍ଦିର ପୂଜକଙ୍କ ସ୍ତ୍ରୀ ଓ ତାଙ୍କ ଝିଆରୀକୁ ଗିରଫ କରି କୋର୍ଟଚାଲାଣ କରିଛି ପୋଲିସ । ଏନେଇ ସମ୍ବଲପୁର ସଦର ଏସ୍‌ଡିପିଓ ତୋଫାନ ବାଗ ସୂଚନା ଦେଇଛନ୍ତି । ଏହି ଘଟଣାରେ କୌଣସି ଗ୍ୟାଙ୍ଗ କାମ କରୁଛି ନା ଅନ୍ୟ କୌଣସି ଲିଙ୍କ ରହୁଛି ସେନେଇ ମଧ୍ୟ ପୋଲିସ ତଦନ୍ତ କରୁଥିବା ଜଣାପଡିଛି l

ପୋଲିସ ପକ୍ଷରୁ ମିଳିଥିବା ସୂଚନା ଅନୁସାରେ ଗୋବିନ୍ଦତୋଲାର ମନୋରମା ଆଚାର୍ଯ୍ୟ ଗତ ଶନିବାର ଦିନ ସାଢ଼େ ୧୦ଟା ସମୟରେ ବଜାରକୁ ଫଳ କିଣିବା ପାଇଁ ଯାଇଥିଲେ । ରାଣୀସତୀ ମନ୍ଦିର ନିକଟ ବଜାରରେ ମନୋରମା ଡାଳିମ୍ବ କିଣିବା ବେଳେ ମଞ୍ଜୁ ଓ ଅନୁ ତାଙ୍କ ଉପରେ ନଜର ରଖିଥିଲେ । ଯୋଜନା କରି ମନୋରମାଙ୍କ ସହ ଉଭୟେ କଥା ହୋଇଥିଲେ ଏବଂ ତାଙ୍କୁ ରାଣୀସତୀ ମନ୍ଦିରକୁ ଡାକି ନେଇଥିଲେ । ସେଠାରେ ଯୋଜନା ମୁତାବକ ଏକ ପଇଡରେ ନିଶା ଦେଇ ମନୋରମାଙ୍କୁ ପିଇବା ପାଇଁ ଦେଇଥିଲେ l ପଇଡ଼ ପାଣି ପିଇବା ପରେ ମନୋରମା ଅଚେତ ହୋଇଯାଇଥିଲେ । ମଞ୍ଜୁ ଓ ଅନୁ ମନୋରମାଙ୍କୁ ମନ୍ଦିର ପରିସର ଭିତରେ ଥିବା ଏକ କୋଠରୀକୁ ନେଇ ସେ ପିନ୍ଧିଥିବା ହଳେ ସୁନା କାନଫୁଲ ଓ ସୁନା ଚୁଡ଼ି ଚୋରି କରି ନେଇଥିଲେ । ମନୋରମାଙ୍କ ପରିବାର ଲୋକେ ମନୋରମାଙ୍କ ଫେରିବାରେ ବିଳମ୍ବ ହେବାରୁ ତାଙ୍କୁ ଖୋଜିବା ଆରମ୍ଭ କରିଥିଲେ । ଏହି ଭିତରେ ତାଙ୍କ ପୁଅ ଥାନାରେ ସୂଚନା ଦେବା ସହ ହସ୍ପିଟାଲରେ ମଧ୍ୟ ଖୋଜା ଖୋଜି କରିଥିଲେ l

ଏହା ମଧ୍ୟ ପଢ଼ନ୍ତୁ.... ରାଜଧାନୀରେ ଚୋରା ମୋବାଇଲ ନେଟୱର୍କ, ବିକ୍ରି ବେଳେ ଧରାପଡ଼ିଲା କୁଖ୍ୟାତ ଅପରାଧି

ବହୁତ ଖୋଜାଖୋଜି କରିବା ପରେ ଦିନ ୨ଟା ବେଳେ ରାଣୀସତୀ ମନ୍ଦିରରେ କାମ କରୁଥିବା ଜଣେ ଯୁବକ ମନ୍ଦିର ପରିସରରେ ଥିବା କୋଠରୀ ଭିତରେ ମନୋରମା ଅଚେତ ଅବସ୍ଥାରେ ପଡ଼ିଥିବା ଦେଖିବାକୁ ପାଇଥିଲେ l ଏନେଇ ପରିବାର ଲୋକଙ୍କୁ ସୂଚନା ଦେବା ପରେ ପରିବାର ଲୋକେ ଘଟଣାସ୍ଥଳରେ ପହଞ୍ଚି ଥିଲେ l ସେଠାରେ ମନୋରମାଙ୍କ କୌଣସି ସୁନା ଗହଣା ନଥିବା ଦେଖିବାକୁ ପାଇଥିଲେ ପରିବାର ଲୋକେ l ତେବେ ପରିବାର ଲୋକେ ସାଙ୍ଗେ ସାଙ୍ଗେ ମନୋରମାଙ୍କୁ ପ୍ରଥମେ ଜିଲ୍ଲା ମୁଖ୍ୟ ଚିକତ୍ସାଳୟ ଓ ପରେ ବୁର୍ଲା ଭୀମସାର ମେଡିକାଲକୁ ନେଇଥିଲେ l

ଏପରିକି 2 ଅଭିଯୁକ୍ତ ମହିଳା ନିଜକୁ ବଞ୍ଚେଇବା ପାଇଁ ମନ୍ଦିରର ପୂଜକ ଦେବେନ୍ଦ୍ର ପାଢ଼ୀଙ୍କୁ ମଧ୍ୟ ନିଶା ପିଆଇ ଦେଇଥିଲେ ବୋଲି ଅଭିଯୋଗ ହୋଇଛି l ସେ ମଧ୍ୟ ମନୋରମାଙ୍କ ନିକଟରେ ଅଚେତ ଅବସ୍ଥାରେ ମିଳିଥିଲେ l ତେବେ ଦେବେନ୍ଦ୍ରଙ୍କୁ ସତରେ ନିଶା ଦିଆଯାଇଥିଲା, ନା ସେ ମଧ୍ୟ ଏହି ଯୋଜନାରେ ସାମିଲ ଥିଲେ ତାକୁ ନେଇ ତଦନ୍ତ ଜାରି ରହିଥିବା ପୁଲିସ ପକ୍ଷରୁ କୁହାଯାଇଛି । ଅଚେତ ଅବସ୍ଥାରେ ଉଦ୍ଧାର କରାଯାଇ ମନୋରମାଙ୍କ ସହ ପୂଜକଙ୍କୁ ମଧ୍ୟ ବୁର୍ଲା ମେଡିକାଲରେ ଭର୍ତ୍ତି କରାଯାଇଛି l ଅନ୍ୟପଟେ ମନୋରମାଙ୍କ ବୋହୂ ଏନେଇ ଧନୁପାଲି ଥାନାରେ ଶନିବାର ଲିଖିତ ଅଭିଯୋଗ କରିବା ପରେ ପୋଲିସ ଏହି ଘଟଣାରେ ଏକ ମାମଲା ରୁଜୁ ଘଟଣାର ତଦନ୍ତ ଆରମ୍ଭ କରିଥିଲା ।

ସମ୍ବଲପୁର ଏସ୍‌ପିଙ୍କ ନିର୍ଦ୍ଦେଶକ୍ରମେ ଧନୁପାଲି ଥାନାଧିକାରୀ ରଞ୍ଜନ ବିଶ୍ଵାଳଙ୍କ ନେତୃତ୍ଵରେ ଏକ ସ୍ବତନ୍ତ୍ର ଟିମ୍ ଗଠନ କରାଯାଇ ତଦନ୍ତ ଆରମ୍ଭ କରାଯାଇଥିଲା l ୨୪ ଘଣ୍ଟା ମଧ୍ୟରେ ୨ ଅଭିଯୁକ୍ତଙ୍କୁ ଏହି ସ୍ବତନ୍ତ୍ର ଟିମ୍ ଧରିବା ସହ ଚୋରି ହୋଇଥିବା ସୁନା ଅଳଙ୍କାର ଜବତ କରିଥିଲା । ୨ ଅଭିଯୁକ୍ତଙ୍କୁ ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଛି । ତେବେ ଉକ୍ତ ମହିଳା ମାନଙ୍କର ଅନ୍ୟ କୌଣସି ଅପରାଧରେ ସମ୍ପୃକ୍ତି ରହିଛି ନା ନାହିଁ, ସେ ଦିଗରେ ମଧ୍ୟ ତଦନ୍ତ ଜାରି ରହିଥିବା ପୋଲିସ ପକ୍ଷରୁ ସୂଚନା ଦିଆଯାଇଛି l ଗୋଟିଏ ଲୋକକୁ କେଉଁ ନିଶା କେତେ ପରିମାଣରେ ଦେଲେ ସେ ବେହୋସ ହୋଇଯିବ ତାହା ଏହି ଅଭିଯୁକ୍ତ ମହିଳା ମାନଙ୍କୁ କେମିତି ଜଣା ତାହା ସବୁଠୁ ବଡ଼ କଥା l ସେଥିପାଇଁ ପୋଲିସ ବର୍ତ୍ତମାନ ଏହିଭଳି ମାମଲା ଆଗରୁ ହୋଇଛି କି ନାହିଁ ଆଉ ଏହି ମହିଳାଙ୍କ ସମ୍ପୃକ୍ତି ଅନ୍ୟ କେଉଁଠି ଅଛି କି ନାହିଁ ସେନେଇ ତଦନ୍ତ କରୁଛି l

ଇଟିଭି ଭାରତ, ସମ୍ବଲପୁର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.