ETV Bharat / state

ତ୍ରିବେଣୀ ମହୋତ୍ସବ ଉଦଘାଟିତ, ବୁଡ଼ ପକାଇଲେ ହଜାର ହଜାର ଭକ୍ତ

Triveni Mahotsav: ଖୋର୍ଦ୍ଧାରେ ଆରମ୍ଭ ହେଲା ତ୍ରିବେଣୀ ମହୋତ୍ସବ । ତ୍ରିବେଣୀ ଘାଟରେ ବୁଡ଼ ପକାଇଲେ ହଜାର ହଜାର ଶ୍ରଦ୍ଧାଳୁ।‌ ଅଧିକ ପଢ଼ନ୍ତୁ,

ତ୍ରିବେଣୀ ମହୋତ୍ସବ ଉଦଘାଟିତ
ତ୍ରିବେଣୀ ମହୋତ୍ସବ ଉଦଘାଟିତ
author img

By ETV Bharat Odisha Team

Published : Feb 9, 2024, 2:27 PM IST

Updated : Feb 9, 2024, 7:27 PM IST

ତ୍ରିବେଣୀ ମହୋତ୍ସବ ଉଦଘାଟିତ

ନିଆଳି: ଉଦଘାଟିତ ହୋଇଛି ଐତିହାସିକ ତ୍ରିବେଣୀ ମହୋତ୍ସବ । ବାଲିପାଟଣା ବ୍ଲକ ଭାପୁର ପଞ୍ଚାୟତ ତ୍ରିବେଣୀ ଘାଟ ତଥା ପ୍ରାଚୀ ତଟରେ ଗତକାଲିଠାରୁ(ଗୁରୁବାର) ଆରମ୍ଭ ହୋଇଛି ତ୍ରିବେଣୀ ମହୋତ୍ସବ। ଏହି ଅବସରରେ ଆଜି ସକାଳ ସମୟରେ ତ୍ରିବେଣୀ ଘାଟରେ ବୁଡ଼ ପକାଇଛନ୍ତି ହଜାର ହଜାର ଶ୍ରଦ୍ଧାଳୁ।‌ ମହୋତ୍ସବର ପ୍ରଥମ ସଂଧ୍ୟାରେ ସାରଳା ଘଟ ନୃତ୍ୟ ପ୍ରଦର୍ଶିତ ହୋଇଥିଲା ।

ପ୍ରତିବର୍ଷ ତ୍ରିବେଣୀ ବୁଡ଼ ପୂର୍ବଦିନଠାରୁ ଆରମ୍ଭ ହୋଇଥାଏ ତ୍ରିବେଣୀ ମହୋତ୍ସବ। ସେହିପରି ଆଜି ପ୍ରତ୍ୟୁଷରୁ ରାଜ୍ୟ ବିଭିନ୍ନ ଅଞ୍ଚଳରୁ ହଜାର ହଜାର ଶ୍ରଦ୍ଧାଳୁ ପୁଣ୍ୟତୋୟା ପ୍ରାଚୀ ନଦୀ ତଥା ଅର୍ଦ୍ଧବେଦୀଙ୍କ ନିକଟରେ ବୁଡ଼ ପକାଇବା ସହିତ ପିତୃପୁରୁଷଙ୍କ ଉଦ୍ଦେଶ୍ୟରେ ପିଣ୍ଡ ପକାଇବା ସହ ଅସ୍ଥି ବିସର୍ଜନ କରିଥିଲେ ।‌ ଖୋର୍ଦ୍ଧା ଜିଲ୍ଲା ବାଲିପାଟଣା ବ୍ଲକ ଭାପୁର ପଞ୍ଚାୟତସ୍ଥିତ ତ୍ରିବେଣୀ ଘାଟ ତଥା ପ୍ରାଚୀ ତଟରେ ଅନୁଷ୍ଠିତ ହୋଇ ଆସୁଛି ତ୍ରିବେଣୀ ମହୋତ୍ସବ। ଗୁରୁବାର ସଂଧ୍ୟାରେ ଏହି ମହୋତ୍ସବ ଉଦଘାଟିତ ହୋଇଯାଇଛି।

ଏହା ମଧ୍ୟ ପଢନ୍ତୁ-ଖଡ଼ିଆଳ ମହୋତ୍ସବ ଉଦଯାପିତ, ରଙ୍ଗାରଙ୍ଗ କାର୍ଯ୍ୟକ୍ରମରେ ଝୁମିଲେ ଦର୍ଶକ

ସୂଚନା ମୁତାବକ, ନିଆଳି ବ୍ଳକ ମିଳନସ୍ଥଳ ପଇଡ଼ ପାଟଣା ଗାଁ ନିକଟରେ ରହିଛି ତ୍ରିବେଣୀ ମଠ । ଏଠାରେ ପ୍ରଭାବିତ ହୋଇଛି ପ୍ରାଚୀ ନଦୀ। ପ୍ରାଚୀ ନଦୀ ତିନି ଧାରରେ ବିଭକ୍ତ ହୋଇଛି। ଗଙ୍ଗା, ଯମୁନା ଓ ସରସ୍ଵତୀ ନାମରେ ତ୍ରିବେଣୀ ଘାଟ ରୂପରେ ପରିଚିତ। ପ୍ରାଚୀ ତଟରେ ମଧ୍ୟ ଅଷ୍ଟଶମ୍ଭୁ ବିରାଜମାନ । ଦିନ ଥିଲା ଏଠାର ତ୍ରିବେଣୀ ଅମାବାସ୍ୟା ତିଥିରେ ମେଳା ଅନୁଷ୍ଠିତ ହେବା ସହିତ ପ୍ରାଚୀ ନଦୀରେ ଲକ୍ଷାଧିକ ଶ୍ରଦ୍ଧାଳୁ ବୁଡ଼ ପକାଉଥିଲେ । ପ୍ରାଚୀ ନଦୀ ଜଳ ରାଶିରେ ଡଙ୍ଗା ସାହାଯ୍ୟରେ ବ୍ୟବସାୟୀମାନେ ବ୍ଯବସାୟ ପାଇଁ ନିଜର ସାମଗ୍ରୀ ଆଣି ବ୍ୟବସାୟ କରୁଥିଲେ। ଏହି ମେଳା ବା ମହୋତ୍ସବ ମାସ ମାସ ଧରି ସେତେବେଳେ ଅନୁଷ୍ଠିତ ହେଉଥିଲା ।

ଶହ ଶହ ବର୍ଷର ତ୍ରିବେଣୀ ମେଳା ଚାଲି ଆସୁଥିବାବେଳେ ହଠାତ ଏହା ମଳିନ ପଡ଼ିଥିଲା । ଏବେ ଗତ ପାଞ୍ଚ ବର୍ଷ ହେବ ବାଲିପାଟଣା ଓ ବାଲିଅନ୍ତା ବ୍ଲକର ଆମ ସଙ୍ଗଠନ ପକ୍ଷରୁ ତ୍ରିବେଣୀ ମହୋତ୍ସବକୁ ପୁର୍ନଜୀବିତ କରାଯାଇଛି । ଏହି ମହୋତ୍ସବ ଚଳିତ ବର୍ଷ ପାଞ୍ଚ ଦିନ ଧରି ଅନୁଷ୍ଠିତ ହେବ। ପ୍ରଥମ ସଂଧ୍ୟାରେ ସାରଳା ଘଟ ପାଟୁଆ ନୃତ୍ୟ ଓ ଆରାଧନା ବେଶ ମନଛୁଆଁ ହୋଇଥିଲା। ଉଦଘାଟିନି ସଂଧ୍ୟାରେ ଜଗସିଂହପୁର ବିଧାୟକ ତଥା ମୁଖ୍ଯ ସଚେତକ ପ୍ରଶାନ୍ତ କୁମାର ମୁଦୁଲି, ରାଜ୍ୟ ଶ୍ରମିକ କଲ୍ୟାଣ ଅଧ୍ଯକ୍ଷା ଶ୍ରୀମୟୀ ମିଶ୍ର, ବିଜୁ ଜନତା ଦଳର ଖୋର୍ଦ୍ଧା ଜିଲ୍ଲା ସଭାପତି ତଥା ପୂର୍ବତନ ବିଧାୟକ ବିଭୁତି ବଳବନ୍ତ ରାୟ, ବିଜେଡି ପର୍ଯ୍ଯବେକ୍ଷକ ସୁଧାଂଶୁ ଜେନା ପ୍ରମୁଖ ଯୋଗଦେଇଥିଲେ।

ଇଟିଭି ଭାରତ, ନିଆଳି

Last Updated : Feb 9, 2024, 7:27 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.