ETV Bharat / state

BSKY ତାଲିକାରୁ ବାଦ ପଡ଼ିଲା ଏହି ଘରୋଇ ହସ୍ପିଟାଲ - Hospital Empanelment Under BSKY

author img

By ETV Bharat Odisha Team

Published : Jul 14, 2024, 10:16 PM IST

Private Hospital In Cuttack Empanelment Under BSKY: ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନାରୁ ବାଦ ପଡ଼ିଲା ହସ୍ପିଟାଲ । ଘରୋଇ ହସ୍ପିଟାଲ ବିରୁଦ୍ଧରେ ଯାଞ୍ଚ ଜାରି । ଅଧିକ ପଢ଼ନ୍ତୁ

Private Hospital In Cuttack Empanelment Under BSKY
Private Hospital In Cuttack Empanelment Under BSKY (ETV Bharat Odisha)

ଭୁବନେଶ୍ବର: ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ କଟକର ତ୍ରିଶା ହସ୍ପିଟାଲ୍‌କୁ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ଅଧିନ ତାଲିକାରୁ ନିଲମ୍ବିତ କରାଯାଇଛି । ନିକଟରେ ଘଟିଥିବା ଅଗ୍ନିକାଣ୍ଡ ନେଇ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଏବଂ ଅଗ୍ନିଶମ ବିଭାଗ ପକ୍ଷରୁ ତ୍ରିଶା ହସ୍ପିଟାଲ୍‌ ବିରୁଦ୍ଧରେ ଯାଞ୍ଚ ଜାରି ଥିବାରୁ ଏପରି ପଦକ୍ଷେପ ନିଆଯାଇଛି ।

Hospital Empanelment Under BSKY
Hospital Empanelment Under BSKY (Govt Of Odisha)

ସୂଚନା ଅନୁଯାୟୀ, ଗତକାଲି କଟକ ପୁରୀଘାଟ ଥାନା ନିକଟସ୍ଥ ଏକ ଘରୋଇ ନର୍ସିଂହୋମର ୩ୟ ମହଲାରେ ଅଗ୍ନିକାଣ୍ଡ ଘଟିଥିଲା । ଯାହା ଫଳରେ ଆଇସିୟୁରେ ଥିବା ସମସ୍ତ ରୋଗୀଙ୍କୁ ସୁରକ୍ଷିତ ଭାବରେ ଉଦ୍ଧାର କରାଯାଇ ଆମ୍ବୁଲାନ୍ସ ସହାୟତାରେ ଏସସିବି ସମେତ ଅନ୍ୟ ଘରୋଇ ହସ୍ପିଟାଲକୁ ସ୍ଥାନାନ୍ତରିତ କରାଯାଇଥିଲା । ଏଥିରେ ପାଖାପାଖି 20ରୁ ଅଧିକ ରୋଗୀ ଆହତ ହୋଇଥିବା ବେଳେ କେଉଁ କାରଣରୁ ହସ୍ପିଟାଲରେ ନିଆଁ ଲାଗିଲା ତାହା ଜାଣିବା ପାଇଁ ଏକ ତଦନ୍ତ ଟିମ ଯାଞ୍ଚ କରୁଛି ।

ସରକାରୀ ସୂଚନା ଅନୁଯାୟୀ, ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନା (ବିଏସ୍‌କେୱାଇ)ରେ ହସ୍ପିଟାଲ ସଂଖ୍ୟାରେ ବୃଦ୍ଧି ପାଇଛି । ମୋଟ ଆକାରରେ ୬୮୧ଟି ଘରୋଇ ସୁପର ସ୍ପେସାଲିଟି ହସ୍ପିଟାଲକୁ ବିଏସ୍‌କେୱାଇ ଯୋଜନାରେ ସାମିଲ କରାଯାଇଛି । ଏଥିରେ ୫୫୫ଟି ହସ୍ପିଟାଲ ଓଡ଼ିଶାରେ ଓ ରାଜ୍ୟ ବାହାରର ୧୨୬ଟି ହସ୍ପିଟାଲ ରହିଛନ୍ତି । ଦେଶର ୧୫ଟି ରାଜ୍ୟ ସମେତ ଶ୍ରୀଶଙ୍କର କ୍ୟାନସର୍ ପ୍ରତିଷ୍ଠାନ, ଟାଟା ମେଡିକାଲ ସେଣ୍ଟର୍, ଟାଟା ମେମୋରିଆଲ୍ ହସ୍ପିଟାଲ ଗ୍ରୁପ୍, ଫୋର୍ଟିସ୍ ହେଲଥ୍ କେୟାର ଗ୍ରୁପ୍, ଖ୍ରୀଷ୍ଟିୟାନ୍ ମେଡିକାଲ କଲେଜ ଓ ନାରାୟଣ ହୃଦୟାଳୟ ପରି ବିଶ୍ୱସ୍ତରୀୟ ହସ୍ପିଟାଲମାନେ ମଧ୍ୟ ବିଏସ୍‌କେୱାଇରେ ସାମିଲ କରାଯାଇଛି । ଏହା ସହ ଓଡ଼ିଶାକୁ ବାଦ ଦେଲା ପରେ ଆସାମ, ଆନ୍ଧ୍ରପ୍ରଦେଶ, ଛତିଶଗଡ଼, ପଶ୍ଚିମବଙ୍ଗ, ମହାରାଷ୍ଟ୍ର, ଦିଲ୍ଲୀ, ଗୁଜରାଟ, ପଞ୍ଜାବ, ତାମିଲନାଡୁ, ହରିୟାଣା, ଉତ୍ତର ପ୍ରଦେଶ, ଝାଡ଼ଖଣ୍ଡ, ରାଜସ୍ଥାନ, ତେଲେଙ୍ଗାନା ଓ ଉତ୍ତରାଖଣ୍ଡର ଏକାଧିକ ସୁପର ସ୍ପେଶାଲିଟି ହସ୍ପିଟାଲକୁ ସାମିଲ କରାଯାଇଛି ।

ଏହା ମଧ୍ୟ ପଢ଼ନ୍ତୁ..ହସ୍ପିଟାଲ ଅଗ୍ନିକାଣ୍ଡ ଘଟଣା: ଆଖି ବୁଜିଲା ଶିଶୁକନ୍ୟା, ସ୍ୱାସ୍ଥ୍ୟ ବିଭାଗର ତନାଘନା - Newborn Dead

ରୋଗୀମାନଙ୍କୁ ସହାୟତା ପାଇଁ ତାଲିକାଭୁକ୍ତ ହସ୍ପିଟାଲ ସ୍ତରରେ ୬୬୮ ଛାମୁଆ କର୍ମଚାରୀ ନିୟୋଜିତ ହୋଇଛନ୍ତି । ଏମାନଙ୍କ ମଧ୍ୟରୁ ୬୧୪ ଜଣ ସ୍ୱାସ୍ଥ୍ୟ ମିତ୍ର ଓ ୬୫ ଜଣ ଜିଲ୍ଲା ସଂଯୋଜକ ଭାବେ କାର୍ଯ୍ୟରତ । ଏହାବାଦ୍ ହସ୍ପିଟାଲରେ ନିରବଚ୍ଛିନ୍ନ ରୋଗୀ ସେବା ପାଇଁ ୧୧୬ ଜଣ ଅଭିଜ୍ଞ ଓ ବରିଷ୍ଠ ସ୍ୱାସ୍ଥ୍ୟ ଅଧିକାରୀ କାର୍ଯ୍ୟରତ ଅଛନ୍ତି । ସମୁଦାୟ ବ୍ୟବସ୍ଥାକୁ ଏକ ଅତ୍ୟାଧୁନିକ ଅନଲାଇନ ୱେବ୍ ପୋର୍ଟାଲ୍ ମାଧ୍ୟମରେ ପ୍ରକୃତ ସମୟ (ରିୟଲ୍ ଟାଇମ୍) ଭିତ୍ତିରେ ତଦାରଖ ଓ ପରିଚାଳନା କରାଯାଉଛି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.