ETV Bharat / state

ଆଦିବାସୀ ମହିଳାଙ୍କୁ ସ୍ବାବଲମ୍ବୀ କରାଉଛି ଝାଡୁ, ଅନ୍ୟ ରାଜ୍ୟରେ ରହିଛି ବେଶ୍ ଚାହିଦା - BROOM CULTIVATION BY TRIBAL WOMEN - BROOM CULTIVATION BY TRIBAL WOMEN

Broom Grass Cultivation In Koraput: କୋରାପୁଟ ଜିଲ୍ଲାର ଆଦିବାସୀ ମହିଳାମାନେ ଝାଡୁ ତିଆରି କରି ପ୍ରତିଦିନ 200 ରୁ 300 ଟଙ୍କା ପର୍ଯ୍ୟନ୍ତ ରୋଜଗାର କରୁଛନ୍ତି । ଛତିଶଗଡର ଜଗଦଲପୁର, ମହାରାଷ୍ଟ୍ରର ନାଗପୁର ଭଳି ସ୍ଥାନରେ ରହିଛି କୋରାପୁଟ ଝାଡୁର ଚାହିଦା । ଅଧିକ ପଢନ୍ତୁ

ଆଦିବାସୀ ମହିଳାଙ୍କୁ ସ୍ବାବଲମ୍ବୀ କରାଉଛି ଝାଡୁ, ଅନ୍ୟ ରାଜ୍ୟରେ ରହିଛି କୋରାପୁଟିଆ ଝାଡୁର ଚାହିଦା

author img

By ETV Bharat Odisha Team

Published : Apr 7, 2024, 7:22 AM IST

ଆଦିବାସୀ ମହିଳାଙ୍କୁ ସ୍ବାବଲମ୍ବୀ କରାଉଛି ଝାଡୁ, ଅନ୍ୟ ରାଜ୍ୟରେ ରହିଛି କୋରାପୁଟିଆ ଝାଡୁର ଚାହିଦା

କୋରାପୁଟ: ଜିଲ୍ଲାର ଆଦିବାସୀ ମହିଳାମାନଙ୍କୁ ରୋଜଗାର ବୃଦ୍ଧିର ବାଟ ଦେଖାଇଛି ଝାଡୁ । ପୂର୍ବରୁ ମହିଳା ମାନେ ଘର କାମ କିମ୍ବା କୁଲି ମଜୁରୀ ଲାଗିବା ପାଇଁ ବାହାରକୁ ଯାଉଥିଲେ । କିନ୍ତୁ ଏବେ କୋରାପୁଟ ଜ଼ିଲ୍ଲାର ବିଭିନ୍ନ ଏସଏଚଜି ଗ୍ରୁପରେ ସେମାନେ ସାମିଲ ହୋଇ ଝାଡୁ ତିଆରି କରି ପ୍ରତିଦିନ 200 ରୁ 300 ଟଙ୍କା ପର୍ଯ୍ୟନ୍ତ ରୋଜଗାର କରୁଛନ୍ତି l ଖାସ କରି କୋରାପୁଟ, ନାରାୟଣପାଟଣା, ସେମିଲିଗୁଡାର ପୁଟସିଲ ଅଞ୍ଚଳରେ ଝାଡୁ ଚାଷ କରାଯାଉଛି । ପୂର୍ବରୁ ଜଙ୍ଗଲକୁ ଯାଇ ଝାଡୁ ସଂଗ୍ରହ କରୁଥିବା ବେଳେ ଏବେ ନିଜ ଜମିରେ ମଧ୍ୟ ଚାଷ କରିବା ଆରମ୍ଭ ହୋଇଛି । ଓରମାସ ତରଫରୁ ବିଭିନ୍ନ ଅଞ୍ଚଳରେ ଏସଏଚଜି ମହିଳା ମାନଙ୍କ ଦ୍ବାରା ପ୍ରସ୍ତୁତ ଝାଡୁ ଗୁଡିକୁ ସଂଗ୍ରହ କରାଯାଉଛି ।

ଏଯାବତ୍ କୋରାପୁଟ ଜିଲ୍ଲା ବିଭିନ୍ନ ଜାଗାରୁ 10 ମେଟ୍ରିକ ଟନ ଝାଡୁ ସଂଗ୍ରହ ହୋଇ ସାରିଲାଣି । ଓରମାସ୍ ପକ୍ଷରୁ କେଜି ପିଛା 50 ଟଙ୍କା ଲେଖାଏଁ ଝାଡୁ କ୍ରୟ କରାଯାଉଛି । କୋରାପୁଟିଆ ଝାଡୁର ଦିନକୁ ଦିନ ପଡୋଶୀ ରାଜ୍ୟରେ ଚାହିଦା ବୃଦ୍ଧି ପାଇବାରେ ଲାଗିଛି । ପଡୋଶୀ ରାଜ୍ୟ ଛତିଶଗଡର ଜଗଦଲପୁର, ମହାରାଷ୍ଟ୍ରର ନାଗପୁର ଭଳି ସ୍ଥାନକୁ କୋରାପୁଟ ଝାଡୁ ରପ୍ତାନି କରାଯାଉଛି । ଓରମାସ ତରଫରୁ ସଂଗ୍ରହ କରାଯାଇଥିବା 10 ମେଟ୍ରିକ ଟନ ଝାଡୁରୁ 80 ଭାଗ ବାହାର ରାଜ୍ୟକୁ ରପ୍ତାନି କରାଯିବାର ଯୋଜନା ରହିଛି । ଏସଏଚଜି ମହିଳା ମାନେ ଝାଡୁ, ଗୁଡ, ମାଣ୍ଡିଆ ଭଳି କୋରାପୁଟ ଜିଲ୍ଲାରେ ଉତ୍ପାଦିତ ହେଉଥିବା ସାମଗ୍ରୀକୁ ନେଇ ଭୁବନେଶ୍ବର, ପୁରୀ ଭଳି ଅନେକ ଜିଲ୍ଲାର ପଲ୍ଲୀଶ୍ରୀ ମେଳାରେ ବିକ୍ରି କରୁଛନ୍ତି । ଏସଏଚଜି ଗ୍ରୁପ ମାଧ୍ୟମରେ ମହିଳା ମାନଙ୍କୁ ସ୍ବାବଲମ୍ବୀ କରିଥିବାରୁ ମହିଳାମାନେ ରାଜ୍ୟ ସରକାରଙ୍କୁ ଧନ୍ୟବାଦ ଜଣାଇଛନ୍ତି ।

ଏହା ମଧ୍ୟ ପଢନ୍ତୁ... କ୍ଷେତରେ ସୋରିଷର ସମ୍ଭାର, ଆଦିବାସୀଙ୍କ ପାଇଁ ପାଲଟିଛି ରୋଜଗାରର ମାଧ୍ୟମ

ଏସଏଚଜି ମହିଳା ମାନଙ୍କ ଦ୍ଵାରା ତିଆରି କରାଯାଉଥିବା ଝାଡୁକୁ ବିଭିନ୍ନ ମେଳାରେ ବିକ୍ରି କରାଯିବ ଏବଂ ଏହି ଝାଡୁ ଉତ୍ପାଦନ ପାଇଁ ପ୍ରାୟ ୫୦୦ ଜଣ ମହିଳା ଉପକୃତ ହେଉଛନ୍ତି ବୋଲି ଓରମାସ ଅଧିକାରୀ ରୋଶନ କାର୍ତ୍ତିକ କହିଛନ୍ତି l ପାରମ୍ପରିକ ଭାବେ ଅଞ୍ଚଳବାସୀ ପାହାଡ଼ ପର୍ବତରେ ପ୍ରକୃତି ଆପେ ଆପେ ଦେଉଥିବା ଝାଡୁକୁ ସଂଗ୍ରହ କରୁଥିବା ବେଳେ ବର୍ତମାନ ପାହାଡ଼ ତଳି ଜମିରେ ଫୁଲଝାଡୁ ଚାଷ କରୁଥିବା ଯୋଗୁଁ ଉତ୍ପାଦ ସହିତ ଆୟ ମଧ୍ୟ ବୃଦ୍ଧି ପାଇଥିବା ସେମିଳିଗୁଡା ଫାର୍ମର୍ସ ପ୍ରଡ୍ୟୁସର ଅର୍ଗାନାଇଜେସନ (ଏଫପିଓ) ର ସିଇଓ ଆଶିଷ କୁମାର ସାଆନ୍ତା ଜଣାଇଛନ୍ତି । ଝାଡୁ ଚାଷ କରିବା ଦ୍ବାରା ଦୁଇ ପଇସା ଅଧିକ ଆୟ କରିପାରୁଥିବା ଯୋଗୁଁ ଚାଷୀ ମାନେ ମଧ୍ୟ ବେଶ୍ ଉତ୍ସାହିତ ଅଛନ୍ତି ।

ଇଟିଭି ଭାରତ, କୋରାପୁଟ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.