ETV Bharat / state

ମୁଣ୍ଡ ଗୁଞ୍ଜିବାକୁ ମହିଳାଙ୍କ କାକୁତି ମିନତି; ଘର ପାଇଁ ଜିଲ୍ଲାପାଳଙ୍କ ଅଫିସ ଘେରିଲେ

Tribal Women Protest For House: ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଘେରିଲେ ୫୦ରୁ ଅଧିକ ଆଦିବାସୀ ମହିଳା । ସ୍ଥାୟୀ ବାସସ୍ଥାନ ଯୋଗାଇବାକୁ ଦାବି କରି କେନ୍ଦ୍ରାପଡ଼ା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ନାରା ଦେଇ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି ଶତାଧିକ ଆଦିବାସୀ ମହିଳା । ଅଧିକ ପଢ଼ନ୍ତୁ,

ବାସସ୍ଥାନ ପାଇଁ ଜିଲ୍ଲାପାଳଙ୍କ ଅଫିସ ଘେରିଲେ ଆଦିବାସୀ ମହିଳା

author img

By ETV Bharat Odisha Team

Published : Mar 8, 2024, 12:17 PM IST

'ଆମକୁ ଘର ଦେଲେ ଆମେ ଘରକୁ ଯିବୁ'; ଘର ଖଣ୍ଡିକ ପାଇଁ ଜିଲ୍ଲାପାଳଙ୍କ ଅଫିସ୍ ଘେରିଲେ ୫୦ରୁ ଉର୍ଦ୍ଧ୍ବ ଆଦିବାସୀ

କେନ୍ଦ୍ରାପଡ଼ା: ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ମଧ୍ୟକୁ ଧସେଇ ପଶିଲେ ଆଦିବାସୀ ପରିବାର । ନିଜର ନ୍ୟାର୍ଯ୍ୟ ଅଧିକାର ପାଇଁ ଉତ୍ୟକ୍ତ ଲୋକଙ୍କୁ ବୁଝାଇବା ପାଇଁ ନାକେଦମ ହେଲା ପୋଲିସ । ଏଭଳି ଘଟଣା ଦେଖିବାକୁ ମିଳିଛି କେନ୍ଦ୍ରାପଡ଼ା ଜିଲ୍ଲାରେ । "ଆମକୁ ଭୂମିହୀନ ଜମି ଆଉ ଆବାସ ଯୋଜନାରେ ଘର ଦେଲେ ଆମେ ଘରକୁ ଯିବୁ" । ଗତକାଲି(ଗୁରୁବାର) ଏଭଳି ନାରା ଦେଇ କେନ୍ଦ୍ରାପଡ଼ା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି ଶତାଧିକ ଆଦିବାସୀ ପରିବାର ।

ସୂଚନା ଅନୁସାରେ, ବର୍ଷେ କି ଦୁଇ ବର୍ଷ ନୁହେଁ ୬୦ ବର୍ଷରୁ ଅଧିକ ସମୟ ଧରି ୫୦ରୁ ଅଧିକ ଆଦିବାସୀ ପରିବାର କେନ୍ଦ୍ରାପଡ଼ା ସହରର ଉପକଣ୍ଠ ଅଞ୍ଚଳର ଶ୍ୟାମସୁନ୍ଦରପୁର ପଞ୍ଚାୟତର ୫୩ନଂ ଜାତୀୟ ରାଜପଥ କଡ଼ରେ ଥିବା ପୋଲ ନିକଟରେ ରହି ଆସୁଛନ୍ତି । ଗତ ୨୦୨୩ ମସିହା ନଭେମ୍ବର ମାସରେ ଶ୍ୟାମସୁନ୍ଦରପୁର କଲ୍ୟାଣ ମଣ୍ଡପକୁ କେନ୍ଦ୍ରୀୟ ଜନଜାତି କମିଶନରଙ୍କ ସହ କେନ୍ଦ୍ରାପଡା ତହସିଲଦାର, ଆରଆଇ ଆଦି ପଦାଧିକାରୀ ପହଞ୍ଚି ଯାଯାବର ଭାବେ ରହୁଥିବା ଏହି ଜନଜାତି ମାନଙ୍କୁ ଜାଗା ମିଶନରେ ଜମି ଯୋଗାଇ ଦେବାକୁ ପ୍ରତିଶ୍ରୁତି ଦେଇଥିଲେ । ହେଲେ ଦୀର୍ଘଦିନ ବିତିଯାଇଥିଲେ ମଧ୍ୟ ଏମାନଙ୍କୁ ଆଜି ଯାଏ ପ୍ରଶାସନ ନାଁ ଦେଲେ ଜାଗା ନାଁ ଦେଲେ ଘର ।

ଆଦିବାସୀ ଲୋକମାନେ ନିଜ ସ୍ଥାୟୀ ବାସସ୍ଥାନ ପାଇନଥିବା ବେଳେ ପୋଲ ନିକଟରେ ପରିବାର ସହ ରହିଆସୁଛନ୍ତି । ଯାହା ଫଳରେ ଅନେକ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଯାହାକୁ ପ୍ରତିବାଦ କରି ଶତାଧିକ ଆଦିବାସୀ ପରିବାର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଘେରିଛନ୍ତି ଶତାଧିକ ଆଦିବାସୀ ପରିବାର । ଏଥିସହ ଘର ନ ମିଳିବା ଯାଏଁ ଧାରଣା ଜାରି ରହିବ ବୋଲି ଚେତାବନୀ ଦେଇଛନ୍ତି ।

ଏଥିସହ ପାରାଦ୍ୱୀପ-ଚଣ୍ଡୀଖୋଲ ଜାତୀୟ ରାଜପଥ ସମ୍ପ୍ରସାରଣ ଅର୍ଥାତ ୮ ଲେନ ରାସ୍ତା ନିର୍ମାଣ ପାଇଁ ଏହି ବାସିନ୍ଦାଙ୍କୁ ଉଚ୍ଛେଦ ପାଇଁ କୁହାଯାଇଛି ଯେଉଁଥିପାଇଁ ଶତାଧିକ ବସ୍ତିବାସିନ୍ଦା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ମଧ୍ୟକୁ ଧସେଇ ପଶିବା ସହ ଘେରାଉ କରିଥିଲେ । ସେମାନଙ୍କର ଦାବି ଯେ ସେମାନଙ୍କୁ ସେମାନଙ୍କ ଜାଗା କିମ୍ୱା ଘର ଖଣ୍ଡିକ ଦିଆଯାଉ । ଯଦି ପ୍ରଶାସନ ସେମାନଙ୍କ କଥା ନଶୁଣେ ତେବେ ସେମାନେ ଏହିଭଳି ଧାରଣାରେ ବସିରହିବେ ଏବଂ ଯଦି ପୋଲିସ ଉଠାଇ ଦିଅନ୍ତି ତେବେ ସେମାନେ ରାଜରାସ୍ତାରେ ଆନ୍ଦୋଳନ କରିବେ ବୋଲି ଚେତାବନୀ ଦେଇଛନ୍ତି ।

ଏହା ମଧ୍ୟ ପଢନ୍ତୁ: ଲୋକଙ୍କୁ ଜମି ପଟ୍ଟା ପ୍ରଦାନ ଦାବିରେ କନ୍ଧମାଳ ପିପୁଲସ ଫୋ୍ରମର ବିକ୍ଷୋଭ, ମୁଖ୍ୟମନ୍ତ୍ରୀଙ୍କୁ ଦାବିପତ୍ର

ଇଟିଭି ଭାରତ, କେନ୍ଦ୍ରାପଡ଼ା

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.