ETV Bharat / state

କଳିଙ୍ଗ ନଗରରେ ଆଦିବାସୀ ସମାବେଶ, ସରକାରଙ୍କ ଉପରେ ବର୍ଷିଲେ ଆଦିବାସୀ - TRIBAL MEETING

Tribal meeting: ଯାଜପୁରରେ ବିଶାଳ ଆଦିବାସୀ ସମାବେଶର ଅନୁଷ୍ଠିତ ହୋଇଯାଇଛି । ବିସ୍ଥାପିତ, ଜମିହରା ଓ କ୍ଷତିଗ୍ରସ୍ତ ବିଚାର ମଞ୍ଚ ପକ୍ଷରୁ ଏହି ଡ଼ାକରା ଦିଆଯାଇଥିବା ବେଳେ କଣ ରହିଛି ତାଙ୍କର ଅଭିଯୋଗ ଜାଣନ୍ତୁ ।

କଳିଙ୍ଗନଗର ଅଞ୍ଚଳର ଆଦିବାସୀ ସମାବେଶ ଅନୁଷ୍ଠିତ

author img

By ETV Bharat Odisha Team

Published : Apr 11, 2024, 7:49 AM IST

କଳିଙ୍ଗନଗର ଅଞ୍ଚଳର ଆଦିବାସୀ ସମାବେଶ ଅନୁଷ୍ଠିତ

ଯାଜପୁର: କଳିଙ୍ଗନଗର ଶିଳ୍ପାଞ୍ଚଳରେ ଦିନକୁ ଦିନ ବିଭିନ୍ନ ସମସ୍ୟା ବଢିବାରେ ଲାଗିଛି l ବିଶେଷ ଭାବରେ କାରଖାନା ପ୍ରତିଷ୍ଠା ପାଇଁ ଜମିବାଡ଼ି ଦେଇଥିବା ଆଦିବାସୀ ପରିବାର ଏବେ ବେଶ କଷ୍ଟରେ ଜୀବନ ବିତାଉଛନ୍ତି l ବିଭିନ୍ନ ସମସ୍ୟାକୁ ନେଇ ହଜାର ହଜାର ଆଦିବାସୀ ମାନଙ୍କୁ ନେଇ ବିସ୍ଥାପିତ, ଜମିହରା ଓ କ୍ଷତିଗ୍ରସ୍ତ ବିଚାର ମଞ୍ଚ ପକ୍ଷରୁ ଗତକାଲି ଆମ୍ବଗାଡ଼ିଆ ବୀରଭୂମି ଠାରେ ଏକ ବିଶାଳ ଆଦିବାସୀ ସମାବେଶ ଅନୁଷ୍ଠିତ ହୋଇଛି । ତେବେ ସମସ୍ୟାର ସମାଧାନ ନହେଲେ ଆନ୍ଦୋଳନକୁ ତୀବ୍ରତର କରାଯିବା ନେଇ ଚେତାବନୀ ମଧ୍ୟ ଦିଆଯାଇଛି ।

କଳିଙ୍ଗନଗର ଶିଳ୍ପାଞ୍ଚଳ ତଥା ସୁକିନ୍ଦାରେ ୧୫ରୁ ଊର୍ଦ୍ଧ୍ବ ଶିଳ୍ପ କାରଖାନା ଓ ବହୁ ଖଣି ରହିଛି । କାରଖାନା ପ୍ରତିଷ୍ଠା ସମୟରେ ଶିଳ୍ପ ସଂସ୍ଥା ମାନେ ବିସ୍ଥାପିତ ଓ ଜମିହରାଙ୍କୁ ଦେଇଥିବା ପ୍ରତିଶ୍ରୁତି ଏବେ ପାଳନ କରୁନଥିବା ଦେଖିବାକୁ ମିଳୁଛି । ଜମିବାଡ଼ି ନେବା ବେଳେ ଯେଭଳି ଆଦିବାସୀ ପରିବାର ମାନଙ୍କୁ ବିଭିନ୍ନ ଯୋଜନା ଦେଖାଇଥିଲେ ତାହା କୌଣସି କଳକାରଖାନା ତଥା କମ୍ପାନୀ ପାଳନ କରୁନଥିବା ଅଭିଯୋଗ କରାଯାଇଛି l ଏଥିସହିତ ପାରିପାର୍ଶ୍ବିକ ଉନ୍ନତି ଓ ସ୍ଥାନୀୟ ନିଯୁକ୍ତିକୁ ମଧ୍ୟ ଶିଳ୍ପ ସଂସ୍ଥା ଓ ଖଣି ସଂସ୍ଥା ମାନେ ଗୁରୁତ୍ବ ଦେଉନଥିବା ଆଦିବାସୀମାନେ ଅଭିଯୋଗ କରି ରାଜ୍ୟ ସରକାରଙ୍କ ଉପରେ ବର୍ଷିଛନ୍ତି । ଏଥିରେ ବହୁ ଆଦିବାସୀ ନେତାଙ୍କ ସମେତ ବିଭିନ୍ନ ଆଦିବାସୀ ସଂଗଠନର କର୍ମକର୍ତ୍ତା ଓ ସ୍ଥାନୀୟ ଅଞ୍ଚଳର ବହୁ ଆଦିବାସୀ ସାମିଲ ହୋଇଥିଲେ ।

ଏହା ମଧ୍ୟ ପଢ଼ନ୍ତୁ... କେବେ ବିକାଶ ଦେଖିବ ସମାଡପଦର ? ଦିନେ ଜିଲ୍ଲାପାଳଙ୍କ ପାଇଁ ଚର୍ଚ୍ଚାରେ ଥିଲା, ଆଜି ସମସ୍ୟାରେ ଶଢୁଛି ! - Lack Of Development In Village

ସେପଟେ ୨ ମାସରୁ ଊର୍ଦ୍ଧ୍ବ ହେବ ନୀଳାଚଳ କାରଖାନା ମୁଖ୍ୟ ଫାଟକ ସମ୍ମୁଖରେ ବିସ୍ଥାପିତ ମାନେ ବିଭିନ୍ନ ଦାବି ନେଇ ଆନ୍ଦୋଳନ ଜାରି ରଖିଛନ୍ତି । ହେଲେ ଏଯାଏଁ ନା ଜିଲ୍ଲା ପ୍ରଶାସନ ନା କାରଖାନା କର୍ତ୍ତୃପକ୍ଷ ସେମାନଙ୍କ ସମସ୍ୟାର କୌଣସି ସମାଧାନ କରିନାହାନ୍ତି । ତେବେ ତୁରନ୍ତ ଏହାର ବିଚାର କରାଯାଇ ସମସ୍ତ ସମସ୍ୟାର ସମାଧାନ କରିବାକୁ ଆଦିବାସୀ ନେତାମାନେ ଏହି ବୈଠକରେ ଦାବି ଜଣାଇଛନ୍ତି । ଯଦି ଆଗାମୀ ଦିନରେ ଏସବୁ ସମସ୍ୟାର ସମାଧାନ କରା ନଯାଏ ତାହେଲେ ଆନ୍ଦୋଳନକୁ ଜୋରଦାର କରାଯିବା ବୋଲି ଚେତାବନୀ ଦେଇଛନ୍ତି ଆଦିବାସୀ ମାନେ । ସେପଟେ ସ୍ଥାନୀୟ ଆଦିବାସୀ ମାନେ ପ୍ରଥମେ ବୀରଭୂମି ନିକଟରେ ପହଞ୍ଚି ସହୀଦ ସ୍ତମ୍ଭ ନିକଟେଇ ଆଦିବାସୀ ରୀତିନୀତି ଅନୁଯାୟୀ ପୂଜାର୍ଚ୍ଚନା କରିଥିଲେ l ତେବେ ଏହି ବିଶାଳ ସମାବେଶକୁ ଦୃଷ୍ଟିରେ ରଖି କଳିଙ୍ଗନଗର ପୋଲିସ ପକ୍ଷରୁ ଶାନ୍ତିଶୃଙ୍ଖଳା ପାଇଁ ବ୍ୟାପକ ପୋଲିସ ମୁତୟନ ମଧ୍ୟ କରିଥିଲେ l

ଇଟିଭି ଭାରତ, ଯାଜପୁର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.