ETV Bharat / state

ଭୁବନେଶ୍ଵର ଏମ୍ସରେ ଲୋକାର୍ପଣ ହେଲା ଟ୍ରମା କେୟାର ଓ ଧର୍ମଶାଳା

author img

By ETV Bharat Odisha Team

Published : Feb 3, 2024, 7:13 PM IST

Bhubaneswar AIIMS: ଏମ୍ସ ଭୁବନେଶ୍ବରରେ ଲୋକାର୍ପଣ ହେଲା ଟ୍ରମା କେୟାର ସେଣ୍ଟର ନୂତନ କୋଠା । ହାଇ ଏନର୍ଜି ଲିନିଅର ଆକ୍ସେଲେଟର ମେସିନ ସ୍ଥାପନ ହୋଇଛି । ଏହାସହ ଉଦଘାଟିତ ହୋଇଛି ଏମ୍ସର ଧର୍ମଶାଳା । ଅଧିକ ପଢ଼ନ୍ତୁ

ଭୁବନେଶ୍ଵର ଏମ୍ସ
ଭୁବନେଶ୍ଵର ଏମ୍ସ
ଭୁବନେଶ୍ଵର ଏମ୍ସ

ଭୁବନେଶ୍ବର: ଭୁବନେଶ୍ବର ସ୍ଥିତ ଏମ୍ସରେ ଲୋକାର୍ପଣ ହେଲା ଟ୍ରମା କେୟାର ସେଣ୍ଟର ନୂତନ କୋଠା । ସ୍ବାସ୍ଥ୍ୟସେବା ପ୍ରଦାନ କରିବା କ୍ଷେତ୍ରରେ ଅଗ୍ରଗତି ପାଇଁ ଲୋକାର୍ପଣ ହୋଇଛି ଏହି ଟ୍ରମା କେୟାର ସେଣ୍ଟରର ନୂତନ କୋଠା । ଏହି ଅବସରରେ ହାଇ ଏନର୍ଜି ଲିନିଅର ଆକ୍ସେଲେଟର ମେସିନ ସ୍ଥାପନ ହୋଇଛି । ଏହାସହ ଉଦଘାଟିତ ହୋଇଛି ଏମ୍ସର ଧର୍ମଶାଳା । ଏନେଇ ଅନଲାଇନ ମାଧ୍ୟମରେ ଯୋଗଦେଇ ଏହାର ଶୁଭାରମ୍ଭ କରିଛନ୍ତି କେନ୍ଦ୍ର ସ୍ଵାସ୍ଥ୍ୟମନ୍ତ୍ରୀ ମନସୁଖ ମାଣ୍ଡବ୍ୟ ।

ବର୍ତ୍ତମାନ ସମୟରେ ଏମ୍ସରେ ଏହି ଟ୍ରମା ଓ ଜରୁରୀକାଳୀନ ବିଭାଗ ୩୦ ଟି ଶଯ୍ୟାକୁ ନେଇ କାର୍ଯ୍ୟ କରୁଛି । ନୂତନ ଭାବରେ କୋଠାର ଶୁଭାରମ୍ଭ ହେବା ପରେ ଏହା ୯୦ ଶଯ୍ୟାରେ ପହଁଚିଛି । ଏହାକୁ ନିର୍ମାଣ ପାଇଁ ପେଟ୍ରୋନେକ୍ସଟ ସିଏସଆର ଫଣ୍ଡରୁ ପ୍ରାୟ ୧୦ କୋଟି ଟଙ୍କା ଖର୍ଚ୍ଚ କରିଥିବା ବେଳେ ବାକି ଟଙ୍କା ଏମ୍ସ ପକ୍ଷରୁ ଖର୍ଚ୍ଚ କରାଯାଇଛି । ଏଥିରେ ଅତ୍ୟାଧୁନିକ ଚିକିତ୍ସା ପାଇଁ ଆବଶ୍ୟକୀୟ ଯନ୍ତ୍ରପାତିର ବ୍ୟବସ୍ଥା ମଧ୍ୟ କରାଯାଇଛି । ଏହାସହ ଏମ୍ସର ଧର୍ମଶାଳାର ମଧ୍ୟ ଉଦଘାଟିତ କରାଯାଇଛି । ବର୍ତ୍ତମାନ ଏହା ୭୮ ଜଣ ରହିବାର ଅବ୍ୟବସ୍ଥା କରାଯାଇଥିବା ବେଳେ ପରବର୍ତ୍ତୀ ସମୟରେ ଏହାକୁ ୫୦୦ ଜଣ ରହିବାର ବ୍ୟବସ୍ଥା ମଧ୍ୟ କରାଯାଉଛି ।

ଏହା ମଧ୍ୟ ପଢ଼ନ୍ତୁ...ଆଜି ଏମ୍ସରେ ଲୋକାର୍ପଣ ହେବ ଟ୍ରମା କେୟାର

ଏହା ମଧ୍ୟ ପଢ଼ନ୍ତୁ...ଏମ୍ସ ଭୁବନେଶ୍ଵରରେ କାୟାକଳ୍ପ ଟିମ, ବିଭିନ୍ନ କ୍ଷେତ୍ରରେ ଶ୍ରେଷ୍ଠତା ବଜାୟ ରଖୁଥିବାରୁ କଲେ ପ୍ରଶଂସା

ତେବେ ଏମ୍ସରେ ରୋଗୀମାନେ ଯେଉଁ ଡାକ୍ତରଙ୍କ ଅଧୀନରେ ଚିକିତ୍ସିତ ହେଉଥିବେ ସେହି ଡାକ୍ତରଙ୍କ ପରାମର୍ଶ କ୍ରମେ ରୋଗୀଙ୍କ ସମ୍ପର୍କୀୟମାନେ ଏହି ଧର୍ମଶାଳାରେ ରହଣି କରିପାରିବେ । ଏଠାରେ ସମସ୍ତ ସୁବିଧା ପାଇବେ ରୋଗୀଙ୍କ ସମ୍ପର୍କୀୟ । ୫୦୦ ଶଯ୍ୟା ବିଶିଷ୍ଟ ଏହି ଧର୍ମଶାଳାରେ ୩ ପ୍ରକାରର ଘରର ସୁବିଧା ମିଳିବ । ୪ ଟି ଶଯ୍ୟାର ସୁବିଧା ଥିବା ରୁମରେ ପ୍ରତ୍ୟେକ ବ୍ୟକ୍ତିଙ୍କୁ ୫୦ ଟଙ୍କା ଦେବାକୁ ପଡିବ । ଦୁଇଟି ଶଯ୍ୟା ଥିବା ରୁମରେ ପ୍ରତ୍ୟେକଙ୍କୁ ଶହେ ଟଙ୍କା ଦେବାକୁ ପଡିବ । ଏପଟେ ପ୍ରତ୍ୟେକ କ୍ୟାବିନ ପାଇଁ ୫୦୦ ଟଙ୍କା ଦେବାକୁ ପଡିବ । ଏହାସହ ଏମ୍ସ ଭୁବନେଶ୍ବରରେ ହାଇ ଏନର୍ଜି ଲିନିଅର ଆକ୍ସେଲେଟର ମେସିନ ଉଦଘାଟିତ ହୋଇଛି । ଏହି ମେସିନ ଶରୀରର ମଧ୍ୟରେ ଥିବା କ୍ୟାନ୍ସର ସେଲ ଓ ଟ୍ୟୁମର ପୋଡ଼ିବା ପାଇଁ ଏହି ମେସିନ ବ୍ୟବହୃତ କରାଯିବ । ଏହାକୁ ଉଦଘାଟନ କରିଛନ୍ତି କେନ୍ଦ୍ର ସ୍ଵାସ୍ଥ୍ୟମନ୍ତ୍ରୀ ମନସୁଖ ମାଣ୍ଡବ୍ୟ ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.