ETV Bharat / state

ସଡକ ସୁରକ୍ଷାର ବାର୍ତ୍ତା ଦେବେ ‘ଜୁନିଅର ରକ୍ଷକ' - Odisha Transport Department

Junior Rakshak: ସୁୁରକ୍ଷା ସଡକ ପାଇଁ ’ଜୁନିଅର ରକ୍ଷକ’ ଭାବେ କାର୍ଯ୍ୟ କରିବେ ଏନସିସି କ୍ୟାଡ଼େଡ । ଏନେଇ ପରିବହନ ବିଭାଗ ଓ ଏନସିସି ନିର୍ଦ୍ଦେଶାଳୟ ମଧ୍ୟରେ ଏକ ବୁଝାମଣାପତ୍ର ସ୍ୱାକ୍ଷରିତ ହୋଇଥିବା ସୂଚନା । ଅଧିକ ପଢନ୍ତୁ

ସଡ଼କ ସୁରକ୍ଷାର ବାର୍ତ୍ତା ଦେବେ ‘ଜୁନିଅର ରକ୍ଷକ'

author img

By ETV Bharat Odisha Team

Published : Mar 6, 2024, 10:51 PM IST

ଭୁବନେଶ୍ବର: ଜାତୀୟ ସମର ଶିକ୍ଷାର୍ଥୀ ବାହିନୀର ପ୍ରାୟ ୬୩ ହଜାର କ୍ୟାଡ଼େଟ ସଡକ ସୁୁରକ୍ଷା ସଡକ ଦିଗରେ ’ଜୁନିଅର ରକ୍ଷକ’ ଭାବେ କାର୍ଯ୍ୟ କରିବେ । ଏନେଇ ପରିବହନ ବିଭାଗ ଓ ଏନସିସି ନିର୍ଦ୍ଦେଶାଳୟ ମଧ୍ୟରେ ’ଜୁନିଅର ରକ୍ଷକ’ ପାଇଁ ଏକ ବୁଝାମଣାପତ୍ର ସ୍ୱାକ୍ଷରିତ ହୋଇଛି । ଲୋକସେବା ଭବନର କନଭେନସନ ହଲରେ ଆଜି ଏହି ବୁଝାମଣା ପତ୍ର ସ୍ବାକ୍ଷର ହୋଇଛି । ପରିବହନ ମନ୍ତ୍ରୀ ଟୁକୁନି ସାହୁ, ଉନ୍ନୟନ କମିଶନର ଅନୁ ଗର୍ଗ, ବିଭାଗୀୟ ପ୍ରମୁଖ ଶାସନ ସଚିବ ଉଷା ପାଢୀ, ପରିବହନ କମିଶନର ଅମିତାଭ ଠାକୁର, ଓଡିଶା ରାଜ୍ୟ ପୋଲିସ ହାଉସିଂ ଓ କଲ୍ୟାଣ କର୍ପୋରେସନର ସିଏମଡି ସନ୍ତୋଷ ବାଲା, ଓଡିଶା ଏନସିସି ନିର୍ଦ୍ଦେଶାଳୟର ନିର୍ଦ୍ଦେଶକ କର୍ଣ୍ଣେଲ ସାଗର କେ ମହାନ୍ତିଙ୍କ ଉପସ୍ଥିତିରେ ଏହି ବୁଝାମଣାପତ୍ର ସ୍ୱାକ୍ଷରିତ ହୋଇଛି ।

ଅତିରିକ୍ତ କମିଶନର ଟ୍ରାନ୍ସପୋର୍ଟ (ସଡକ ସୁରକ୍ଷା) ଲାଲମୋହନ ସେଠୀ ଏବଂ ଏନସିସି ନିର୍ଦ୍ଦେଶକ ଓଡିଶା ସାଗର କେ ମହାନ୍ତି ଏହି ବୁଝାମଣାପତ୍ରରେ ସ୍ୱାକ୍ଷର କରିଛନ୍ତି । କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏକ ଭିଡିଓ ବାର୍ତ୍ତା ଜରିଆରେ କହିଛନ୍ତି ଯେ, ବୁଝାମଣା ଅନୁସାରେ ଜାତୀୟ ସମର ଶିକ୍ଷାର୍ଥୀ ବାହିନୀର ପ୍ରାୟ ୬୩ ହଜାର କ୍ୟାଡେଟ ସଡକ ସୁୁରକ୍ଷା ସଡକ ଦିଗରେ ’ଜୁନିଅର ରକ୍ଷକ’ ଭାବେ କାର୍ଯ୍ୟ କରିବେ । ସେମାନେ ସଡକ ଦୁର୍ଘଟଣାର ଆଶଙ୍କାକୁ ରୋକିବେ । ଅମୂଲ୍ୟ ଜୀବନ ରକ୍ଷା କରିବା ପାଇଁ ଏକ ସଂକଳ୍ପବଦ୍ଧ ପ୍ରତିବଦ୍ଧତାକୁ ଆପଣେଇ ସଡକ ସୁରକ୍ଷା ସମ୍ବନ୍ଧୀୟ ଶିକ୍ଷା, ତାଲିମ ହାସଲ କରିବେ ।ଏହି ଏନସିସି କ୍ୟାଡେଟ-କମ ଜୁନିଅର ରକ୍ଷକ ଆମର ଭବିଷ୍ୟତର ସଡକ ସୁରକ୍ଷା ରାଷ୍ଟ୍ରଦୂତ ହେବେ ।

ବାଣିଜ୍ୟ ଏବଂ ପରିବହନ ମନ୍ତ୍ରୀ ଟୁକୁନି ସାହୁ ରାଜ୍ୟର ୬ଟି ସ୍ଥାନ ଅନୁଗୁଳ, ଢେଙ୍କାନାଳ, ରାଉରକେଲା, ସୁନ୍ଦରଗଡ, କେନ୍ଦୁଝର ଓ ଗଂଜାମରେ ସ୍ୱୟଂଚାଳିତ ଡ୍ରାଇଭିଂ ଟେଷ୍ଟିଂ ସିଷ୍ଟମ ଲୋକାର୍ପଣ କରିଛନ୍ତି । ଟ୍ରାଫିକ ନିୟମ ଏବଂ ସଡକ ଚିହ୍ନ ବିଷୟରେ ପର୍ଯ୍ୟାପ୍ତ ଜ୍ଞାନର ଅଭାବ ହେତୁ ଅଧିକାଂଶ ଦୁର୍ଘଟଣା ଘଟୁଛି । ୫-ଟି ପଦକ୍ଷେପ ଅଧୀନରେ ଏହି ସ୍ୱୟଂଚାଳିତ ଡ୍ରାଇଭିଂ ଟେଷ୍ଟିଂ ସିଷ୍ଟମ କାର୍ଯ୍ୟକାରୀ ହେବାକୁ ଯାଉଛି । ସ୍ୱୟଂଚାଳିତ ଡ୍ରାଇଭିଂ ଟେଷ୍ଟିଂ ସିଷ୍ଟମ ବଳରେ ଯୋଗ୍ୟ ବ୍ୟକ୍ତିମାନେ ଡ୍ରାଇଭିଂ ଲାଇସେନ୍ସ ପାଇ ଦୁର୍ଘଟଣା ହ୍ରାସ କରିବାରେ ସାହାଯ୍ୟ କରିବେ । ଏହା ଡ୍ରାଇଭିଂ ଲାଇସେନ୍ସ ଆବେଦନକାରୀଙ୍କ ପାଇଁ ପରୀକ୍ଷା ପ୍ରକ୍ରିୟାକୁ ତ୍ୱରାନ୍ୱିିତ କରିବ । ମାନୁଆଲ ପରୀକ୍ଷା ପ୍ରକ୍ରିୟା ତୁଳନାରେ ଅଧିକ ଦକ୍ଷ ଏବଂ ସ୍ୱଚ୍ଛ ହେବ । ଧାର୍ଯ୍ୟ ସମୟ ମଧ୍ୟରେ ଏହି ବ୍ୟବସ୍ଥା ରାଜ୍ୟର ସମସ୍ତ ଅଞ୍ଚଳରେ କାର୍ଯ୍ୟକାରୀ ହେବ ।

ସେହିପରି ମନ୍ତ୍ରୀ ୫ଟି ପଦକ୍ଷେପ ଅଧୀନରେ ରାଜ୍ୟରେ ୨୩ ସ୍ଥାନରେ ଟ୍ରକ ଟର୍ମିନାଲ ନିର୍ମାଣର ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି । ରାସ୍ତା କଡ଼ରେ ବେଆଇନ ପାର୍କିଂ ହେଉଛି ସଡ଼କ ଦୁର୍ଘଟଣାର ଏକ ପ୍ରମୁଖ କାରଣ । ବିଗତ ୨-୩ ବର୍ଷରେ ରାସ୍ତା ପାର୍ଶ୍ଵରେ ପାର୍କିଂ ଯାନ ସହିତ ଜଡିତ ଦୁର୍ଘଟଣା ୨୨୦ ପ୍ରତିଶତ ବଢିଛି । ୮୫୨ ଜଣଙ୍କର ମୃତ୍ୟୁ ଘଟିଛି । ଜିଲ୍ଲା ମଧ୍ୟରେ ପାର୍କିଂ ସୁବିଧା ନ ଥିବାରୁ ହେଭି ମୋଟର ଯାନଗୁଡିକ ବାରମ୍ବାର ରାସ୍ତା କଡ଼ରେ ଅଟକି ରହିଥାଏ । ଦୀର୍ଘ ମାର୍ଗର ଡ୍ରାଇଭରମାନେ ବାରମ୍ବାର ଗନ୍ତବ୍ୟ ସ୍ଥଳରେ ପହଞ୍ଚିବାରେ ଚାପ ଅନୁଭବ କରନ୍ତି । ସଡ଼କ ଦୁର୍ଘଟଣାରେ ଏକ ପ୍ରମୁଖ ଯୋଗଦାନକାରୀ ଭାବରେ ପର୍ଯ୍ୟାପ୍ତ ନିଦ ନଥାଏ । ଏଥିପାଇଁ ପରିବହନ ବିଭାଗ ଡ୍ରାଇଭରମାନଙ୍କୁ କାର୍ଗୋ, ଇନ୍ଧନ ଆଦି ସୁବିଧା ସହିତ ଅନ୍ୟ ସୁବିଧା ଯୋଗାଇବା ପାଇଁ ସାରା ରାଜ୍ୟରେ ଟ୍ରକ୍‌ ଟର୍ମିନାଲ ର୍ନିମାଣ କରିବାକୁ ଯାଉଛି ।

ଏହା ମଧ୍ୟ ପଢନ୍ତୁ.....BSKY ନବୀନ କାର୍ଡର ଶୁଭାରମ୍ଭ, ମେ ପହିଲାରୁ ଚିକିତ୍ସା ସୁବିଧା

ପରିବହନ ବିଭାଗ ଡ୍ରାଇଭରମାନଙ୍କର ସଠିକ ତାଲିମ ଏବଂ ପରୀକ୍ଷା ଠାରୁ ଆରମ୍ଭ କରି ଦୀର୍ଘ ରୁଟ ଡ୍ରାଇଭରଙ୍କ ପାଇଁ ବିଶ୍ରାମ ସ୍ଥାନ, ବିଳମ୍ବିତ ରାତିରେ ଡ୍ରାଇଭରଙ୍କୁ ମାଗଣା ଚା ବଣ୍ଟନ କରିବା ସହିତ ଅନେକ ପଦକ୍ଷେପ ଆରମ୍ଭ କରିଛି । ଓଡିଶାକୁ ଏକ ଦୁର୍ଘଟଣାମୁକ୍ତ ରାଜ୍ୟରେ ପରିଣତ କରିବା ଦିଗରେ ସଡକ ସୁରକ୍ଷା ନିୟମ ପାଳନ କରିବାକୁ ମନ୍ତ୍ରୀ ଅନୁରୋଧ କରିଛନ୍ତି । ଉନ୍ନୟନ କମିଶନର ଅନୁ ଗର୍ଗ କହିଛନ୍ତି ଯେ, ୧୯୯୯ ମହାବାତ୍ୟାରେ ପ୍ରାୟ ୨୦ ହଜାର ଲୋକ ମୃତ୍ୟୁବରଣ କରିଥିଲେ । ପରବର୍ତ୍ତି ବାତ୍ୟାଗୁଡିକରେ ନିଷ୍ଠାପର ପଦକ୍ଷେପ ନେଇ ଆମେ ମୃତ୍ୟୁସଂଖ୍ୟାକୁ ଶୂନ କରିପାରିଥିଲୁ । ସେହିଭଳି ନିଷ୍ଠା ଓ ଜାତୀୟ ସମର ଶିକ୍ଷାର୍ଥୀ ବାହିନୀର ୬୩ ହଜାର କ୍ୟାଡେଟଙ୍କ ସହଯୋଗ ବଳରେ ଆମର ସଡ଼କ ଦୁର୍ଘଟଣା ମୃତ୍ୟୁକୁୁ ମଧ୍ୟ ଆମେ ହ୍ରାସ କରିପାରିବା ।

ବିଭାଗୀୟ ପ୍ରମୁଖ ଶାସନ ସଚିବ ଉଷା ପାଢୀ ସାଧାରଣ ଜନତାଙ୍କ ମଧ୍ୟରେ ସଡକ ସୁରକ୍ଷା ସଚେତନତା ସୃଷ୍ଟି ପାଇଁ ଛାତ୍ରଛାତ୍ରୀଙ୍କ ଭୂମିକା ଉପରେ ଗୁରୁିତ୍ୱାରୋପ କରିଛନ୍ତି । ପରିବହନ କମିଶନର ଅମିତାଭ ଠାକୁର ଧନ୍ୟବାଦ ଅର୍ପଣ କରିଛନ୍ତି । ସମସ୍ତ ଅଂଶଗ୍ରହଣକାରୀଙ୍କୁ ସଡକ ସୁରକ୍ଷା ଦିଗରେ ନିରନ୍ତର ପ୍ରତିବଦ୍ଧତା ପାଇଁ କୃତଜ୍ଞତା ଜଣାଇଛନ୍ତି । ରାଜ୍ୟରେ ସଡ଼କ ଦୁର୍ଘଟଣାର ଧାରା ସମ୍ବନ୍ଧରେ ସୂଚନା ପ୍ରଦାନ କରୁଥିବା ଓଡ଼ିଶାରେ ସଡ଼କ ଦୁର୍ଘଟଣା ପୁସ୍ତକ ଉନ୍ମୋଚନ ହୋଇଛି । କାର୍ଯ୍ୟକ୍ରମରେ , ଯୁଗ୍ମ ପରିବହନ କମିଶନର ପ୍ରଦୀପ କୁମାର ମହାନ୍ତି ଉପସ୍ଥିତ ଥିଲେ ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.