ETV Bharat / state

କିନ୍ନର ପାଳିଲେ ସାବିତ୍ରୀ, ଗୁରୁଙ୍କ ଶୁଭକାମନା କରି ମନାସିଛନ୍ତି ବ୍ରତ - Transgenders Celebrate Savitri Brata - TRANSGENDERS CELEBRATE SAVITRI BRATA

Transgenders Celebrate Savitri Brata: ପବିତ୍ର ସାବିତ୍ରୀ ବ୍ରତରେ ନିଜର ସମ୍ପ୍ରଦାୟର ଗୁରୁଙ୍କ ପାଇଁ ଓଷା ପାଳନ କରିଛନ୍ତି କିନ୍ନର ଗୋଷ୍ଠୀ । ସଧବା ନାରୀଙ୍କ ପରି ନୂଆ ପୋଷାକ ପିନ୍ଧି ବିଭିନ୍ନ ଫଳମୂଳ ଧରି ଦେବାଳୟରେ ଲଗାଇଛନ୍ତି ଭିଡ଼ । ଅଧିକ ପଢନ୍ତୁ

Transgenders Celebrate Savitri Brata
Transgenders Celebrate Savitri Brata (ETV Bharat Odisha)
author img

By ETV Bharat Odisha Team

Published : Jun 6, 2024, 5:44 PM IST

ପାରଳାଖେମୁଣ୍ଡି/କଟକ: ଆଜି ହେଉଛି ପବିତ୍ର ସାବିତ୍ରୀ ବ୍ରତ । ଏହି ଦିନରେ ସ୍ଵାମୀଙ୍କ ଦୀର୍ଘାୟୁ କାମନା କରି ସ୍ତ୍ରୀ ମାନେ ଏହି ବ୍ରତ ପାଳନ କରିଥାନ୍ତି । ତେବେ ସାଧାରଣ ମହିଳାଙ୍କ ଭଳି ଆଜି କିନ୍ନର ସମ୍ପ୍ରଦାୟ ସାବିତ୍ରୀ ବ୍ରତ ପାଳନ କରୁଛନ୍ତି । କିନ୍ନର ସମ୍ପ୍ରଦାୟ ଆଜିର ଦିନରେ ନିଜର ଗୁରୁଙ୍କୁ ନିଜର ସ୍ବାମୀ ଭାବେ ଗ୍ରହଣ କରି ବ୍ରତ କରିଥାନ୍ତି । ଏହି କ୍ରମରେ ପାରଳାଖେମୁଣ୍ଡିରେ କିନ୍ନର ସମ୍ପ୍ରଦାୟ ସାଧାରଣ ମହିଳା ମାନଙ୍କ ପରି ନୂତନ ପୋଷାକ ପରିଧାନ କରିବା ସହ ସଜେଇ ହୋଇ ଏକତ୍ରିତ ଭାବେ ଏହି ବ୍ରତକୁ ପାଳିଛନ୍ତି । ଆଜି ସକାଳୁ କିନ୍ନର ମାନେ ଆମ୍ବ, ପଣସ, ସପୁରୀ ଆଦି ବିଭିନ୍ନ ପ୍ରକାର ଫଳ ସହ ଶାଢୀ, ଚୁଡି, ସିନ୍ଦୁର ଆଦି ସାଙ୍ଗରେ ନେଇ ପହଁଚିଥିଲେ ପାରଳାଖେମୁଣ୍ଡି ବନ ଦୁର୍ଗା ମନ୍ଦିରରେ । ଏହାପରେ ଗୁରୁଙ୍କ ପାଦ ଛୁଇଁ ଆଶୀର୍ବାଦ ନେବା ସହ ଗୁରୁଙ୍କ ପାଦୁକା ପାନ କରିବା ପରେ ପ୍ରସାଦ ସେବନ କରିଥାନ୍ତି । କିନ୍ନର ମାନେ ନିଜ ଘର ଛାଡି ବାହାରକୁ ଚାଲିଆସିଥିବାରୁ ନିଜ ଗୁରୁ ହିଁ ସେମାନଙ୍କ ପାଇଁ ବାପା, ମା, ସ୍ଵାମୀ ସବୁକିଛି । ତେଣୁ ତାଙ୍କ ପାଇଁ ବ୍ରତ ପାଳନ କରୁଥିବା ସେମାନେ କହିଛନ୍ତି ।

Transgenders Celebrate Savitri Brata (ETV Bharat Odisha)

ଏହା ମଧ୍ୟ ପଢନ୍ତୁ .... ସ୍ବାମୀଙ୍କ ପାଇଁ ସାବିତ୍ରୀ ବ୍ରତ ପାଳିଲେ ସଧବା ନାରୀ - Savitri Brata

ସେହିଭଳି ଆଜି କଟକର ଶଙ୍କରପୁର ଅଞ୍ଚଳରେ ଏକାଧିକ କିନ୍ନର ଏକତ୍ରିତ ହୋଇ ଏହି ପବିତ୍ର ସାବିତ୍ରୀ ବ୍ରତ ପାଳନ କରିଛନ୍ତି । ଯଥା ନିୟମ ଅନୁଯାୟୀ, ନୂଆ ଶାଢ଼ୀ, ଶଙ୍ଖା, ସିନ୍ଦୁର ପିନ୍ଧି ମନ୍ଦିର ଆସି ସେମାନଙ୍କ ଗୁରୁଙ୍କ ଦୀର୍ଘାୟୁ ପାଇଁ ବ୍ରତ ପାଳନ କରିଛନ୍ତି । ସେମାନଙ୍କ ମତରେ ଯେତେବେଳେ ଜଣେ କିନ୍ନର ନିଜ ଘର ଛାଡ଼ି ଆସି ଏକ କିନ୍ନର ସମାଜ ରେ ରହିବା ଆରମ୍ଭ କରେ ସେହି ସମୟରେ ସେ ଉକ୍ତ ସମାଜର ଏକ ଗୁରୁ ମଧ୍ୟ ଚୟନ କରିଥାଏ । ଯାହାଦ୍ୱାରା ସେ ସବୁ କିଛି ଶିଖିବା ସହ ଜୀବନରେ ପ୍ରତ୍ୟେକ ମୁହୂର୍ତ୍ତରେ କିପରି ବାଟ ଚାଲିବାକୁ ହେବ ସେ ନେଇ ଗୁରୁଙ୍କଠୁ ନେଇଥାଏ ଶିକ୍ଷା ।

ତେଣୁ ଏହି ସାବିତ୍ରୀ ବ୍ରତ ଯେବେ ବି ଆସେ ସେମାନେ ନିଜର ଗୁରୁ ମାନଙ୍କ ପାଇଁ ଏହି ବ୍ରତ ପାଳନ କରିଥାନ୍ତି । ତେଣୁ ସମାଜରେ ଅନେକ ଅଣଦେଖା ଓ ଅବହେଳାର ଶିକାର ହୋଇ ମଧ୍ୟ ସେମାନେ ଆଜି ମୁଣ୍ଡ ଟେକି ପ୍ରତ୍ୟେକ ପର୍ବରେ ସାମିଲ ହେଉଥିବା ହେତୁ ବେଶ ଆନନ୍ଦ ଓ ଉତ୍ସାହିତ ରହିଥିବା କହିଛନ୍ତି କିନ୍ନର । ଅନ୍ୟପଟେ କଟକର ଘରେ ଘରେ ଏହି ବ୍ରତ ମହିଳାମାନେ ପାଳନ କରିଛନ୍ତି । ସକାଳୁ ଉଠି ମନ୍ଦିରରେ ଯାଇ ପୂଜାର୍ଚ୍ଚନା କରିବା ସହ ସ୍ୱାମୀ ମାନଙ୍କର ଦୀର୍ଘାୟୁ କାମନା କରିଛନ୍ତି ମହିଳା । ଯାହାକୁ ନେଇ କଟକର ବିଭିନ୍ନ ଦେବାଳୟରେ ଭିଡ଼ ପରିଲକ୍ଷିତ ହୋଇଥିଲା ।

ଇଟିଭି ଭାରତ, ଗଜପତି/କଟକ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.