ETV Bharat / state

ନବାଗତ ବିଧାୟକଙ୍କୁ ନବୀନଙ୍କ ଗୁରୁମନ୍ତ୍ର, 'ଗଣତନ୍ତ୍ରର ସ୍ବତନ୍ତ୍ର ପ୍ରହରୀ ହେଉଛି ବିରୋଧୀ ଦଳ' - BJD TRAINING PROGRAM

author img

By ETV Bharat Odisha Team

Published : Aug 25, 2024, 12:27 PM IST

Updated : Aug 25, 2024, 4:05 PM IST

BJD MLA Training program: ବିଜେଡି ନବାଗତ ବିଧାୟକଙ୍କ ପ୍ରଶିକ୍ଷଣ କାର୍ଯ୍ୟକ୍ରମକୁ ଶୁଭାରମ୍ଭ କଲେ ନବୀନ ପଟ୍ଟନାୟକ । ରାଜା ସ୍ବାଇଁ ଓ ଅରୁଣ ସାହୁଙ୍କ ପରି ବରିଷ୍ଠ ବିଧାୟକ ଦେବେ ତାଲିମ । ଗୃହରେ ଆଚରଣ ଓ ଉଚ୍ଚାରଣର ତରିକା ଶିଖିବେ ନବାଗତ । ଅଧିକ ପଢନ୍ତୁ

BJD MLA Training program
BJD MLA Training program (ETV Bharat odisha)

ଭୁବନେଶ୍ବର: ବିଜେଡିର ନବାଗତ ବିଧାୟକଙ୍କ ପ୍ରଶିକ୍ଷଣ କାର୍ଯ୍ୟକ୍ରମ । ପାର୍ଟି ମୁଖ୍ୟାଳୟ ‘ଶଙ୍ଖ ଭବନ’ରେ ଆୟୋଜିତ ପ୍ରଶିକ୍ଷଣ କାର୍ଯ୍ୟକ୍ରମର ଏହାର ଶୁଭାରମ୍ଭ କଲେ ନବୀନ। 'ଗଣତନ୍ତ୍ରର ସ୍ବତନ୍ତ୍ର ପ୍ରହରୀ ହେଉଛି ବିରୋଧୀ ଦଳ' ବୋଲି କହିଛନ୍ତି ନବୀନ । ନୂଆ ବିଧାୟକଙ୍କୁ ତାଲିମ ଦେଉଛନ୍ତି ବରିଷ୍ଠ ବିଧାୟକ । ବିଧାନସଭାରେ ନୂଆ ବିଧାୟକଙ୍କ ଆଚରଣ-ଉଚ୍ଚାରଣ କିପରି ରହିବା ଆବଶ୍ୟକ, ବିଧାନସଭାର ନିୟମାବଳୀ, ନୀତି ନିୟମ,ଷ୍ଟାଣ୍ଡିିଂ କମିଟିର ଭୂମିକା ଓ କାର୍ଯ୍ୟାବଳି ସମ୍ପର୍କରେ ନୂଆ ବିଧାୟକଙ୍କୁ ପ୍ରଶିକ୍ଷଣ ଦିଆଯାଉଛି । ବିଜେଡି ସୁପ୍ରିମୋ ତଥା ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ଏହି କାର୍ଯ୍ୟକ୍ରମର ଶୁଭାରମ୍ଭ କରିଛନ୍ତି ।

ଜୟ ଜଗନ୍ନାଥ କହି ସମ୍ବୋଧନ କଲେ ନବୀନ:-

"ଆମ୍ବେଦକରଙ୍କ କଥା କହି ନବୀନ, ସମ୍ବିଧାନ କ’ଣ, ବିଧାନସଭା କେମିତି ଚାଲିବ, ସରକାରଙ୍କୁ ବିରୋଧୀ କେମିତି ଉତ୍ତରଦାୟୀ କରିବେ, ସେ ସମ୍ପର୍କରେ କହିଛନ୍ତି । ବିଜେଡି କାହିଁକି ରାଜ୍ୟ ସରକାରଙ୍କ ଦ୍ଵାରା ଆୟୋଜିତ ‘ଜ୍ଞାନସଂସ୍କାର କାର୍ଯ୍ୟକ୍ରମ’ରୁ ବିଜେଡି ଦୂରେଇ ରହିଲା"ଏ ବିଷୟରେ ନବୀନ କହିଛନ୍ତି । ବିଧାନସଭାରେ ମୁଖ୍ୟମନ୍ତ୍ରୀ ହେଉଛନ୍ତି ଗୃହର ନେତା, ବାଚସ୍ପତି ହେଉଛନ୍ତି ଗୃହର ସର୍ବୋଚ୍ଚ କର୍ତ୍ତା । ଓଡିଶାବାସୀଙ୍କ ସମସ୍ୟା,ସ୍ୱାର୍ଥ ନିହିତ ବିଷୟକୁ ଅଗ୍ରାଧିକାର ଦେଇ ବିଧାନସଭାରେ ସ୍ୱର ଉତ୍ତୋଳନ କରିବାକୁ ବିଧାୟକମାନଙ୍କୁ ସେ ପରାମର୍ଶ ଦେଇଛନ୍ତି ।

ବିଜେଡିରେ ଏଥର 18 ନବାଗତ ବିଧାୟକ:-

ଶଙ୍ଖ ଭବନରେ ପହଞ୍ଚିଥିଲେ ଜଣକ ପରେ ଜଣେ ବିଧାୟକ । ବିଜେଡିର ମୋଟ ୫୧ ବିଧାୟକଙ୍କ ମଧ୍ୟରୁ ୧୮ଜଣ ପ୍ରଥମ ଥର ବିଧାନସଭାକୁ ନିର୍ବାଚିତ ହୋଇଛନ୍ତି । ବିଧାନସଭାରେ ଶୂନ୍ୟକାଳ,ପ୍ରଶ୍ନକାଳ,ମୁଲତବୀ ପ୍ରସ୍ତାବ ବିଧି ବ୍ୟବସ୍ଥା ନେଇ ଶିଖିବେ ନୂଆ ବିଧାୟକମାନେ । ଆଇନ ତିଆରିର ଉପାୟ ଶିଖିବେ ବିଜେଡିର ନବ ନିର୍ବାଚିତ ବିଧାୟକ ।

ବରିଷ୍ଠ ବାଣ୍ଟିବେ ଅନୁଭୂତି, ଶିଖିବେ ନୂଆ;-
ଦଳର ବରିଷ୍ଠ ନେତା, ପୂର୍ବତନ ମନ୍ତ୍ରୀ ତଥା 8 ଥରର ବିଧାୟକ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ,ବରିଷ୍ଠ ବିଧାୟକ ଅରୁଣ ସାହୁ ପ୍ରମୁଖ ନୂଆ ବିଧାୟକମାନଙ୍କୁ ପ୍ରଶିକ୍ଷଣ ଦେଉଛନ୍ତି । ଜନସାଧାରଣଙ୍କ ସ୍ୱାର୍ଥ, ସ୍ଥାନୀୟ ସମସ୍ୟା, ପ୍ରସଙ୍ଗକୁ ସେମାନେ ଗୃହରେ କିପରି ଉଠାଇବେ ସେନେଇ ତାଲିମ ଦିଆଯାଉଛି ।

ସମ୍ବିଧାନ ପ୍ରଣେତାଙ୍କ କଥା ମନେ ପକାଇଲେ:

ସମ୍ବିଧାନ ପ୍ରଣେତା ଆମ୍ବେଦକରଙ୍କ କଥା ମନେ ପକାଇଲେ ନବୀନ । ସେ କହିଛନ୍ତି, "ସଂସଦୀୟ ଶାସନ ବ୍ୟବସ୍ଥା ସମ୍ପର୍କରେ ସମ୍ବିଧାନର ଜନକ ଡ଼କ୍ଟର ବି ଆର ଆମ୍ବେଦକରଙ୍କ ଭୂମିକା ଚିର ସ୍ମରଣୀୟ ।" ବିଧାନସଭା ଦ୍ୱାରା ଆୟୋଜିତ ତାଲିମ ଶିବିର ଆୟୋଜନରେ କାହିଁକି ବିଜୁ ଜନତା ଦଳ ଯୋଗଦେଲା ନାହିଁ ତାର କାରଣ କହିଥିଲେ ନବୀନ । "ଏହି କାର୍ଯ୍ୟକ୍ରମ ରାଜନୈତିକ ଅଭିସନ୍ଧି ଥିଲା । ଦଳୀୟ କାର୍ଯ୍ୟକ୍ରମ ବିଜେପି ଆୟୋଜନ କରିଥିଲା । ଆମ ମୁଖ୍ୟମନ୍ତ୍ରୀଙ୍କ ସମ୍ମାନ ଓ ମର୍ଯ୍ୟାଦା ନିଜ ରାଜ୍ୟରେ କ୍ଷୁର୍ଣ୍ଣ ହୋଇଥିବା ଅନୁଭବ କରି ବିଜେଡି ସେ କାର୍ଯ୍ୟକ୍ରମରୁ ଦୂରେଇ ରହିଥିଲା" ବୋଲି କହିଛନ୍ତି ନବୀନ।

10ଟି ଟେକ୍ନିକାଲ ସେସନ:

ବିଜେଡି ନେତା ସଂତୃପ୍ତ ମିଶ୍ର କହିଛନ୍ତି, "ବିଧାନସଭା ପ୍ରଶିକ୍ଷଣ କାର୍ଯ୍ୟକ୍ରମକୁ ଦଳୀୟ କାର୍ଯ୍ୟକ୍ରମ କରାଯାଇଥିବାରୁ ବିଜେଡି ବୟକଟ୍ କରି ନୂଆ ବିଧାୟକଙ୍କୁ ଅଲଗା ପ୍ରଶିକ୍ଷଣ ଦିଆଯାଇଛି । ମୋଟ ୧୦ଟି ଟେକନିକାଲ ସେସନ୍ କରାଯାଇଛି । ଭଲ ବିଧାୟକ କିପରି ହୋଇପାରିବେ, ବିଭିନ୍ନ କମିଟିରେ କିପରି କାମ କରିବେ, ସରକାରଙ୍କୁ କିପରି ଜବାବ ମାଗିବେ, ବିଧାନସଭାର ସମସ୍ତ କାର୍ଯ୍ୟାବଳୀରେ କିପରି ନିଜକୁ ସାମିଲ କରିବେ ସେନେଇ ପ୍ରଶିକ୍ଷଣ ଦିଆଯାଇଛି । ବିଜେଡି ଅନେକ ବର୍ଷ ସରକାରରେ ଥିଲେ ବି ବିରୋଧୀ ଦଳ ଭାବେ ନୂଆ । ତେଣୁ ସରକାର ପରି ବିରୋଧୀ ଦଳର ଭୂମିକା କିପରି ନିର୍ବାହ କରିବେ ସେନେଇ ପ୍ରଶିକ୍ଷଣ ଦିଆଯାଇଛି । ସରକାରଙ୍କୁ କିପରି ଉତ୍ତରଦାୟୀ କରାଇବେ ସେନେଇ ନୂଆ ବିଧାୟକଙ୍କୁ ପ୍ରଶିକ୍ଷଣ ଦେଇଛନ୍ତି ବରିଷ୍ଠ ବିଧାୟକ।"

ଏହା ବି ପଢନ୍ତୁ...ବିଜେଡି ବିଧାୟକଙ୍କ ଟ୍ରେନିଂ; ନବାଗତଙ୍କୁ ପ୍ରଶିକ୍ଷଣ ଦେବେ ଅଭିଜ୍ଞ - BJD Training Programme

ଜ୍ଞାନ ସଂସ୍କାର କାର୍ଯ୍ୟକ୍ରମକୁ ବର୍ଜନ କରିଥିଲା ବିଜେଡି:-

ମୋହନ ମାଝୀ ସରକାର ପୂର୍ବରୁ ସର୍ବଦଳୀୟ ବିଧାୟକଙ୍କ ପାଇଁ ଏକ ପ୍ରଶିକ୍ଷଣ ଶିବିର କରିସାରିଛନ୍ତି । ବିଧାନସଭାରେ ଆୟୋଜିତ ଏହି କାର୍ଯ୍ୟକ୍ରମର ଶୀର୍ଷକ ରଖାଯାଇଥିଲା ଜ୍ଞାନ ସଂସ୍କାର କାର୍ଯ୍ୟକ୍ରମ । କେନ୍ଦ୍ର ସଂସଦୀୟ ବ୍ୟାପାର ମନ୍ତ୍ରୀ କିରଣ ରିଜଜୁ ଏହାକୁ ଶୁଭାରମ୍ଭ କରିଥିଲେ । ମାତ୍ର ଉଭୟ ବିରୋଧୀ ବିଜେଡି ଓ କଂଗ୍ରେସ ବିଧାୟକମାନେ ଏହାକୁ ବର୍ଜନ କରିଥିଲେ। କେବଳ ଶାସକ ଦଳର ନବନିର୍ବାଚିତ ବିଧାୟକଙ୍କ ଅଂଶଗ୍ରହଣରେ ଏହି କାର୍ଯ୍ୟକ୍ରମ ଶେଷ ହୋଇଥିଲା ।

ଇଟିଭି ଭାରତ, ଭୁବନେଶ୍ବର

Last Updated : Aug 25, 2024, 4:05 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.