ETV Bharat / state

ଏଥର ନିର୍ବାଚନ ଡ୍ୟୁଟିରେ ୫୭ ଟ୍ରେନି IPS, ପୋଲିସ ସେବା ଭବନରେ ଦିଆଗଲା ତାଲିମ - Trainee IPS To Deploy For Election - TRAINEE IPS TO DEPLOY FOR ELECTION

Trainee IPS To Deploy For Election: ନିର୍ବାଚନ ଡ୍ୟୁଟିରେ ସାମିଲ ହେବେ ୫୭ ଟ୍ରେନି IPS । ଏଥିପାଇଁ ୧୬ ଜଣ ମହିଳା ଓ ୪୧ ଜଣ ପୁରୁଷ ଯୁବ IPS ତାଲିମ ନେଇଛନ୍ତି । ଅଧିକ ପଢନ୍ତୁ

Trainee IPS To Deploy For Election
Trainee IPS To Deploy For Election (ETV Bharat Odisha)
author img

By ETV Bharat Odisha Team

Published : May 11, 2024, 8:49 AM IST

Trainee IPS To Deploy For Election (ETV Bharat Odisha)

ଭୁବନେଶ୍ବର: ଆସନ୍ତା ସାଧାରଣ ନିର୍ବାଚନ ଡ୍ୟୁଟିରେ ସାମିଲ ହେବେ ୫୭ ଟ୍ରେନି IPS। ଏଥିପାଇଁ ୧୬ ଜଣ ମହିଳା ଓ ୪୧ ଜଣ ପୁରୁଷ ଯୁବ IPS ତାଲିମ ନେଇଛନ୍ତି। ପୋଲିସ ସେବା ଭବନରେ ତାଲିମ ପ୍ରଦାନ କରିଛନ୍ତି ସିନିୟର ପୋଲିସ ଅଫିସର । ପୋଲିସ ଡିଜି କହିଛନ୍ତି, "ଏମାନେ ସର୍ଦ୍ଦାର ବଲ୍ଲଭ ଭାଇ ପୋଲିସ ଏକାଡେମୀ ହାଇଦ୍ରାବାଦରୁ ଆସିଛନ୍ତି । ନିର୍ବାଚନ ସମୟରେ ନିର୍ବାଚନୀ ଅଭିଜ୍ଞତା ନେବା ପାଇଁ ବିଭିନ୍ନ‌ ରାଜ୍ୟକୁ ପଠାଯାଇଛି ଟିମ୍ । ଏହି ପରିପ୍ରେକ୍ଷୀରେ 57 ଜଣ ଯୁବ ଟ୍ରେନି ଆଇପିଏସd ଓଡ଼ିଶା ଆସିଛନ୍ତି । ଆସନ୍ତା ୧୩ ତାରିଖ ଦିନ ପ୍ରଥମ ପର୍ଯ୍ୟାୟ ନିର୍ବାଚନ ହେବାକୁ ଥିବା ଜିଲ୍ଲାମାନଙ୍କୁ ସେମାନଙ୍କୁ ପଠାଯିବ । ପୂର୍ବରୁ ସେମାନେ ମଧ୍ୟ ଇଲେକ୍ସନ କମିଶନ ଅଫ ଇଣ୍ଡିଆ ରାଜ୍ୟ ଅଫିସରେ ମଧ୍ୟ ଇଲେକ୍ସନ ମୋରାଲିଟି କୋଡ୍ ଅଫ କଣ୍ଡକ୍ଟ ସମ୍ପର୍କରେ ତାଲିମ ଦେଇଛନ୍ତି । ପୋଲିସ ସେବା ଭବନରେ ମଧ୍ୟ ତାଙ୍କୁ ବିଶେଷ ଭାବରେ ସୂଚନା ଦିଆଯାଇଛି । ଏବେଠୁ ସେମାନେ ଜିଲ୍ଲାରେ ଯାଇ ପ୍ରସ୍ତୁତ ହେବେ ।"

ଡିଜି ଆହୁରି କହିଛନ୍ତି "ସେଠାରେ ଏସପି ଓ କଲେକ୍ଟରଙ୍କ ତତ୍ତ୍ୱାବଧାନରେ ବିଭିନ୍ନ ନିର୍ବାଚନ ସମୟରେ କିପରି ପରିଚାଳନା କରାଯାଏ ସେନେଇ ଜ୍ଞାନ ଆହରଣ କରିବେ। ଅବଜରଭର ହିସାବରେ କିପରି ମୋବାଇଲ ୟୁନିଟ ମନିଟର ହୁଏ, ଏସଏସଟି କ'ଣ, କୋଡ୍ ଅଫ କଣ୍ଡକ୍ଟ କ'ଣ ? କେତେ ଦିଗ ପ୍ରତି ଲାଗୁ ହୁଏ ସେସବୁ ସମ୍ପର୍କରେ ଅଭିଜ୍ଞତା ପାଇବେ । ତେବେ ପ୍ରଥମ ପର୍ଯ୍ୟାୟରେ ନବରଙ୍ଗପୁର, କଳାହାଣ୍ଡି, ଗଞ୍ଜାମ, ଗଜପତି, ରାୟଗଡା, କୋରାପୁଟ, ମାଲକାନଗିରି, ନୂଆପଡ଼ା ଜିଲ୍ଲାରେ ଭୋଟ ଗ୍ରହଣ ହେବ। ତେଣୁ ସେସବୁ ଜିଲ୍ଲା ମଧ୍ୟରୁ ଆନ୍ଧ୍ର ଓ ଛତିଶଗଡ ସୀମାବର୍ତ୍ତୀ ଜିଲ୍ଲାରେ ୪ଟି ଜିଲ୍ଲା ରହିଛି । ବିଶେଷ କରି ନୂଆପଡା, ନବରଙ୍ଗପୁର, ମାଲକାନଗିରି ଓ କୋରାପୁଟ ଜିଲ୍ଲାରେ ନକ୍ସଲ ଗତିବିଧିକୁ ଦୃଷ୍ଟିରେ ରଖି ନିର୍ବାଚନ ପ୍ରସ୍ତୁତି ଜୋରସୋର ହୋଇଛି ।"

ଏହା ବି ପଢନ୍ତୁ...ନବରଙ୍ଗପୁରରେ ମାଓ ଅପରେସନ, ଜଣେ ନକ୍ସଲ ନିହତ - Mao Operation

ଏହି ସବୁ ଟ୍ରେନି ଆଇପିଏସଙ୍କ ସମସ୍ତ ପ୍ରକାର ଦିଗକୁ ନେଇ ଅଭିଜ୍ଞତା ହାସଲ କରିବା ଏକ ପ୍ରକାର ଚ୍ୟାଲେଞ୍ଜିଂ ରହିବ। କାରଣ ସୀମାବର୍ତ୍ତୀ ଜିଲ୍ଲାରେ କିଛି ଦିନ ହେବ ଆଣ୍ଟି ନକ୍ସଲ ଅପରେସନ ଜାରି ରହିଛି । ତେଣୁ ପୋଲିସ ନକ୍ସଲ ଗତିବିଧି ଉପରେ ନଜର ରଖିବା ସହ ଶାନ୍ତି ଶୃଙ୍ଖଳାର ସହ ନିର୍ବାଚନ ପରିଚାଳନା କରିବା ଏକ ମହତ୍ୱପୂର୍ଣ୍ଣ । ନୂତନ ଟ୍ରେନି‌ ଆଇପିଏସମାନେ ଜିଲ୍ଲାର ଏସପିଙ୍କ ତତ୍ତ୍ୱାବଧାନରେ ସେଠାରେ କିପରି ଡ୍ୟୁଟି କରିବେ‌ ସେନେଇ ଅଭିଜ୍ଞତା ହାସଲ କରିବେ । ତେବେ ପ୍ରଥମ ପର୍ଯ୍ୟାୟ ୨୮ଟି ନିର୍ବାଚନ ମଣ୍ଡଳୀରେ ନିର୍ବାଚନ ରହିଛି । ନୂଆପଡା, ଖଡ଼ିଆଳ, ଉମରକୋଟ, ଝରିଗାଁ, ନବରଙ୍ଗପୁର, ଡାବୁଗାଁ, ଲାଞ୍ଜିଗଡ, ଜୁନାଗଡ଼, ଧର୍ମଗଡ, ଭବାନିପାଟଣା, ନର୍ଲା, ଛତ୍ରପୁର, ଗୋପାଳପୁର । ସେହିପରି ବ୍ରହ୍ମପୁର, ଦିଗପହଣ୍ଡି, ଚିକିଟି, ମୋହନା, ପାରଳାଖେମୁଣ୍ଡି, ଗୁଣୁପୁର, ବିଷମକଟକ, ରାୟଗଡା, ଲକ୍ଷ୍ମୀପୁର, କୋଟପାଡ, ଜୟପୁର, କୋରାପୁଟ, ପଟାଙ୍ଗି, ମାଲକାନଗିରି, ଚିତ୍ରୋକୋଣ୍ଡାରେ ବି ପଡ଼ିବ ଭୋଟ ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.