ETV Bharat / state

କାଲି ଭୁବନେଶ୍ବରରେ ନବୀନଙ୍କ ଦ୍ବିତୀୟ ରୋଡ ସୋ'; ଏସବୁ ଅଞ୍ଚଳରେ ଟ୍ରାଫିକ କଟକଣା - CM Naveen Patnaik Roadshow

author img

By ETV Bharat Odisha Team

Published : May 19, 2024, 9:35 PM IST

CM Naveen Patnaik Roadshow: ଆସନ୍ତାକାଲି ଭୁବନେଶ୍ବର ଏକାମ୍ର ନିର୍ବାଚନ ମଣ୍ଡଳୀରେ ରୋଡ ସୋ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏଥିପାଇଁ କମିଶନରେଟ ପୋଲିସ ପକ୍ଷରୁ ଟ୍ରାଫିକ କଟକଣା ଜାରି କରାଯାଇଛି । ଅଧିକ ପଢ଼ନ୍ତୁ

କାଲି ଭୁବନେଶ୍ବରରେ ନବୀନଙ୍କ ଦ୍ବିତୀୟ ରୋଡ ସୋ'
କାଲି ଭୁବନେଶ୍ବରରେ ନବୀନଙ୍କ ଦ୍ବିତୀୟ ରୋଡ ସୋ' (ETV Bharat Odisha)

ଭୁବନେଶ୍ବର: ଆସନ୍ତାକାଲି (ସୋମବାର) ଅପରାହ୍ନରେ ଭୁବନେଶ୍ୱରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ମେଗା ରୋଡ ସୋ' । ଭୁବନେଶ୍ୱର ମଧ୍ୟ ପରେ କାଲି ନବୀନ ଏକାମ୍ର ଭୁବନେଶ୍ୱର ନିର୍ବାଚନ ମଣ୍ଡଳୀରେ ରୋଡ ଶୋ' କରିବେ ବିଜେଡି ସୁପ୍ରିମୋ । ନବୀନଙ୍କ ରୋଡ ସୋ' ପାଇଁ ଦଳୀୟ ଓ ପ୍ରଶାସନିକ ପ୍ରସ୍ତୁତି ଜୋରଦାର ହୋଇଛି । ସେହିପରି ପୋଲିସ ପ୍ରଶାସନ ପକ୍ଷରୁ ଟ୍ରାଫିକ କଟକଣା ଆଜି ଜାରି କରାଯାଇଛି ।

ଭୁବନେଶ୍ବର ମଧ୍ୟ ନିର୍ବାଚନ ମଣ୍ଡଳୀରେ ଚଳିତ ନିର୍ବାଚନରେ ପ୍ରଥମ ରୋଡ଼ ସୋ' କରିଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏହାପରେ ଭୁବନେଶ୍ବରରେ ଆସନ୍ତାକାଲି ଆଉ ଏକ ରୋଡ଼ ସୋ' କରିବେ ନବୀନ । ଏକାମ୍ର ଭୁବନେଶ୍ୱର ନିର୍ବାଚନ ମଣ୍ଡଳୀରେ ମୁଖ୍ୟମନ୍ତ୍ରୀଙ୍କ ଏହି ବିଶାଳ ରୋଡ଼ ସୋ' ଅନୁଷ୍ଠିତ ହେବ । ଅପରାହ୍ନ ୪ରୁ ଭୁବନେଶ୍ବରର ପୁନମା ଗେଟ ଫ୍ଲାଏ ଓଭର ବ୍ରିଜରୁ ରୋଡ଼ ସୋ' ଆରମ୍ଭ ହୋଇ ପଳାଶପଲ୍ଲୀ, ବିଡିଏ କଲୋନୀ ଛକ, ସୁନ୍ଦରପଦା ହାଟ, ପୋଖରୀପୁଟ ଛକ, ପ୍ରମେୟ ଛକ, ଶିରିପୁର ଛକ, ଗଙ୍ଗନଗର ଛକ, ରାଜେନ୍ଦ୍ର ବିହାର ହୋଇ ଏକାମ୍ର ଛକରେ ରୋଡ଼ ସୋ' ଶେଷ ହେବ । ମୁଖ୍ୟମନ୍ତ୍ରୀଙ୍କ ରୋଡ଼ ସୋ' ପାଇଁ କମିଶନରେଟ ପୋଲିସ ପକ୍ଷରୁ ଟ୍ରାଫିକ କଟକଣା ଜାରି କରାଯାଇଛି ।

ଏହା ମଧ୍ୟ ପଢ଼ନ୍ତୁ...କେନ୍ଦୁଝରରେ ନବୀନଙ୍କ ପ୍ରଚାର, ଆଦିବାସୀଙ୍କ ବିକାଶ ତାଲିକା ଦେଲେ ପାଣ୍ଡିଆନ - BJD Campaign In Kendujhar

ପୋଲିସ କମିଶନରେଟ ଭୁବନେଶ୍ବର କଟକ ଟ୍ରାଫିକ ଓ ପବ୍ଲିକ ଅର୍ଡର ୨୦ ଧାରା ୩୬ ଅନୁସାରେ, ଅପରାହ୍ନ ୪ଟାରୁ ରୋଡ ସୋ' ସରିବା ପର୍ଯ୍ୟନ୍ତ କଟକଣା ରହିବ । ଏହି ସମୟରେ ଯାତାୟାତ ଉପରେ କଟକଣା ରହିବ । ଅପରାହ୍ନ ୪ରୁ ରୋଡ ଶୋ' ସରିବା ପର୍ଯ୍ୟନ୍ତ ପୁନମା ଗେଟ ଫ୍ଲାଏ ଓଭର ବ୍ରିଜ, ପଳାଶପଲ୍ଲୀରୁ ବିଡିଏ କଲୋନୀ ଛକ, ସୁନ୍ଦରପଦା ହାଟ, ପୋଖରୀପୁଟ ଛକ, ପ୍ରମେୟ ଛକ, ଶିରିପୁର ଛକ, ଗଙ୍ଗନଗର ଛକ, ରାଜେନ୍ଦ୍ର ବିହାର ହୋଇ ଏକାମ୍ର ଛକ ରାସ୍ତା ଦେଇ କୌଣସି ପ୍ରକାରର ଯାନବାହନ ଯିବାଆସିବା କରି ପାରିବନାହିଁ । କୌଣସି ପ୍ରକାରର ଯାନବାହାନ ଖଣ୍ଡଗିରି ଛକ ପାର୍ଶ୍ବରୁ ଜାଗମାର ଛକ ଆଡକୁ ଓ ଡେଲଟା ଛକ ପାର୍ଶ୍ବରୁ ସିଟି ଓମେନ୍ସ କଲେଜ ଆଡକୁ ଯାଇପାରିବେ ନାହିଁ । ଉକ୍ତ ରାସ୍ତାକୁ ସଂଯୋଗ କରୁଥିବା ସମସ୍ତ ଗଳି ରାସ୍ତାରୁ କୌଣସି ପ୍ରକାରର ଯାନବାହନ ସେହି ରାସ୍ତାକୁ ଯିବାକୁ ଦିଆଯିବ ନାହିଁ । ଏହି ରାସ୍ତାରେ ନଯାଇ ଅନ୍ୟ ରାସ୍ତାରେ ଯାତାୟାତ ପାଇଁ କମିଶନରେଟ ପୋଲିସ ପକ୍ଷରୁ ଜନସାଧାରଣଙ୍କୁ ଅନୁରୋଧ କରାଯାଇଛି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.