ETV Bharat / state

ଶୋଭେନେଶ୍ବର ମନ୍ଦିରକୁ ମିଳିବ କି ପର୍ଯ୍ୟଟନ କ୍ଷେତ୍ର ମାନ୍ୟତା ? ସମୀକ୍ଷା କଲେ ଜିଲ୍ଲାପାଳ - TOURISM STATUS

ଶୋଭନେଶ୍ବର ମନ୍ଦିର ପର୍ଯ୍ୟଟନ କ୍ଷେତ୍ର ମାନ୍ୟତା ପୂର୍ବରୁ ପରିଦର୍ଶନ ଓ ସମୀକ୍ଷା କଲେ କଟକ ଜିଲ୍ଲାପାଳ । ବିଧାୟକଙ୍କ ସହ ବୁଲିଲେ ୪ଟି ଐତିହାସିକ ମନ୍ଦିର ।

ସମୀକ୍ଷା କଲେ ଜିଲ୍ଲାପାଳ
ସମୀକ୍ଷା କଲେ ଜିଲ୍ଲାପାଳ (ETV Bharat Odisha)
author img

By ETV Bharat Odisha Team

Published : 4 hours ago

ନିଆଳି: ବିଭିନ୍ନ ଐତିହାସିକ ମନ୍ଦିର ଗୁଡ଼ିକୁ ପର୍ଯ୍ୟଟନ କ୍ଷେତ୍ର ମାନ୍ୟତା ପାଇଁ ରାଜ୍ୟ ସରକାରଙ୍କ ଅଣ୍ଟା ଭିଡିଛନ୍ତି । ଏଥି କ୍ରମରେ କଟକ ଜିଲ୍ଲା ନିଆଳି ଅଞ୍ଚଳର ପ୍ରସିଦ୍ଧ ଶୈବପୀଠ ଶୋଭନେଶ୍ବର ମନ୍ଦିର ପର୍ଯ୍ୟଟକ ମାନ୍ୟତା ପାଇଁ ଆରମ୍ଭ ହୋଇଛି ଉଦ୍ଯମ । ଆଜି(ଶୁକ୍ରବାର)କଟକ ଜିଲ୍ଲାପାଳ ଦତ୍ତାତ୍ରେୟ ଭାଉ ସାହେବ ସିନ୍ଦେ ଓ ନିଆଳି ବିଧାୟକ ଛବି ମଲ୍ଲିକ ପ୍ରଥମେ ଶୋଭନେଶ୍ବର ମନ୍ଦିର ପରିଦର୍ଶନ ଓ ସମୀକ୍ଷା ପରେ ନିଆଳି ଅଞ୍ଚଳର ଅନ୍ୟ ଐତିହାସିକ ମନ୍ଦିର ପରିଦର୍ଶନ କରିଛନ୍ତି ।‌

ପର୍ଯ୍ୟଟନ କ୍ଷେତ୍ର ମାନ୍ୟତା ପାଇଁ ସମୀକ୍ଷା:

ସମୀକ୍ଷା କଲେ ଜିଲ୍ଲାପାଳ (ETV Bharat Odisha)
ଐତିହାସିକ ମନ୍ଦିର ଗୁଡ଼ିକୁ ପର୍ଯ୍ୟଟନ କ୍ଷେତ୍ର ମାନ୍ୟତା ପାଇଁ ରାଜ୍ୟ ସରକାରଙ୍କ ନିଷ୍ପତ୍ତି ପରେ ଏବେ ଆରମ୍ଭ ହୋଇଛି ସମୀକ୍ଷା । ବିଭିନ୍ନ ମନ୍ଦିର ଗୁଡ଼ିକୁ କେଉଁ ଶତାବ୍ଦୀର ଏବଂ କାରୁକାର୍ଯ୍ୟ ଓ ସ୍ଥିତିର ସମୀକ୍ଷା କରାଯାଉଛି । ଆଜି ପ୍ରଥମେ କଟକ ଜିଲ୍ଲା ନିଆଳି ଅଞ୍ଚଳର ପ୍ରାଚୀତଟ ପ୍ରସିଦ୍ଧ ଶୈବପୀଠରେ ପହଞ୍ଚି ସମୀକ୍ଷା କରିଥିଲେ ଜିଲ୍ଲାପାଳ ଓ ବିଧାୟକ ।
ସମୀକ୍ଷା କଲେ ଜିଲ୍ଲାପାଳ
ସମୀକ୍ଷା କଲେ ଜିଲ୍ଲାପାଳ (ETV Bharat Odisha)

କେଉଁ କେଉଁ ମନ୍ଦିର ପରିଦର୍ଶନ କଲେ ଜିଲ୍ଲାପାଳ ?

ଜିଲ୍ଲାପାଳ ନିଆଳି ଅଞ୍ଚଳର ମାଧବାନନ୍ଦ ଜୀଉଙ୍କ ପୀଠ,କୃଷ୍ଣ ପ୍ରସାଦ ଅଙ୍ଗେଶ୍ବର,ନିର୍ଭରଣ ଗ୍ରାମେଶ୍ବର ଓ ଷଢାଶ ତ୍ରିଲୋଚନଶ୍ବର ଆଦି ପରିଦର୍ଶନ କରିଥିଲେ । ଏହା ସହ ଅନ୍ୟ ଐତିହ୍ୟ ମନ୍ଦିର ସ୍ଥଳ ପରିଦର୍ଶନ କରିବାକୁ ଯାଇଥିଲେ ।

ସରକାରଙ୍କ ନିର୍ଦ୍ଦେଶରେ ଚାଲିଛି ପରିଦର୍ଶନ:

ଏନେଇ କଟକ ଜିଲ୍ଲାପାଳ ଦତ୍ତାତ୍ରେୟ ଭାଉ ସାହେବ ସିନ୍ଦେ ପହଞ୍ଚି ସମୀକ୍ଷା କରି କହିଛନ୍ତି," ରାଜ୍ୟ ସରକାରଙ୍କ ନିର୍ଦ୍ଦେଶ ଅଛି ନିଆଳି ଅଞ୍ଚଳରେ ୪/୫ ତୀର୍ଥ ରହିଛି । ମିଳିତ ପରିଦର୍ଶନ କରିବା ସହିତ ଲୋକଙ୍କ ସହିତ କଥା ହେବା ପରେ ରାଜ୍ଯ ସରକାରଙ୍କୁ ଜଣାଇବୁ । ରାଜ୍ୟ ସରକାର ତା' ଉପରେ ନିଷ୍ପତ୍ତି ନେବେ ।‌’

ଏହା ମଧ୍ୟ ପଢନ୍ତୁ:

ଶହେରୁ ଊର୍ଦ୍ଧ୍ବ ପ୍ରକାର ବ୍ୟଞ୍ଜନରେ ଆପ୍ୟାୟିତ ହେଲେ ସିଦ୍ଧ ଜଗନ୍ନାଥ

କୋଣାର୍କ ମନ୍ଦିରରୁ ବାଲି କଢ଼ାଯିବା ନେଇ ସ୍ଥିତି ଅନୁଧ୍ୟାନ କଲା ASI ଟିମ୍‌

ବ୍ରହ୍ମପୁର ଗ୍ରସ୍ତରେ ପ୍ରଧାନମନ୍ତ୍ରୀଙ୍କ ପ୍ରମୁଖ ସଚିବ, ମା' ତାରାତାରିଣୀଙ୍କ କଲେ ଦର୍ଶନ

ପୁରୀରେ ରାଷ୍ଟ୍ରପତି: ବଡ଼ଦାଣ୍ଡରେ ଚାଲିଲେ, ମହାପ୍ରଭୁଙ୍କ ଆଶିଷ ନେଲେ

ଶୋଭେନେଶ୍ବର ମନ୍ଦିର
ଶୋଭେନେଶ୍ବର ମନ୍ଦିର (ETV Bharat Odisha)

ଶୋଭନେଶ୍ବର ମନ୍ଦିରକୁ ପର୍ଯ୍ୟଟନସ୍ଥଳୀ ମାନ୍ୟତା ଦେବାକୁ ଅନୁରୋଧ କରିଛୁ:

ସେହିପରି ନିଆଳି ବିଧାୟକ ଛବି ମଲ୍ଲିକ କହିଛନ୍ତି,‘ଆମେ ସରକାରଙ୍କୁ ଜଣାଇବା ପରେ ଆଜି ଜିଲ୍ଲାପାଳ ଆସିଥିଲେ । ଜିଲ୍ଲାପାଳ ନିଜେ ପରିଦର୍ଶନ ସହିତ ସମୀକ୍ଷା କରୁଛନ୍ତି । ଶୋଭନେଶ୍ବର ମନ୍ଦିର ସମ୍ମୁଖ ଏବଂ ଚର୍ତୁପାର୍ଶ୍ବରେ ଦଖଲ ମୁକ୍ତ ହେବ । ଶୋଭନେଶ୍ବର ମନ୍ଦିରକୁ ପର୍ଯ୍ୟଟନସ୍ଥଳୀ ମାନ୍ୟତା ଦେବା ପାଇଁ ସରକାରଙ୍କୁ ଅନୁରୋଧ କରିଛୁ । ଆଜି ନିଆଳି ଅଞ୍ଚଳର କେତେକ ଐତିହାସିକ ମନ୍ଦିର ଅଛି ପରିଦର୍ଶନ କରିବେ । ଉନ୍ନତି କରଣ ପାଇଁ କାର୍ଯ୍ୟକ୍ରମ ଚାଲିଛି । ପରେ କଣ୍ଟାପଡ଼ା ବ୍ଲକ ଅଞ୍ଚଳରେ ଐତିହାସିକ ମନ୍ଦିର ଚିହ୍ନଟ କରାଯିବା ପାଇଁ ଉଦ୍ୟମ କରାଯିବ ।’

ଇଟିଭି ଭାରତ, ନିଆଳି

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.