ETV Bharat / state

ଦିଲ୍ଲୀରୁ ଧରାପଡିଲା ଟିଟିଲାଗଡ ଉପକାରାଗାରରୁ ଫେରାର ହୋଇଥିବା କଏଦୀ - PRISONER ESCAPE - PRISONER ESCAPE

Prisoner escape from Titlagarh jail: ବଲାଙ୍ଗୀର ଜିଲ୍ଲା ଟିଟିଲାଗଡ ସବ-ଜେଲରୁ ଦୁଇ ହତ୍ୟା ଅଭିଯୁକ୍ତ ଚମ୍ପଟ ମାରିଥିଲେ । 21 ଦିନ ପରେ ଦିଲ୍ଲୀରୁ ଜଣକୁ ଗିରଫ କଲା ପୋଲିସ । ଅଧିକ ପଢନ୍ତୁ

ଟିଟିଲାଗଡ ଉପକାରାଗାରରୁ ଦୁଇ କଏଦୀ ଫେରାର ଘଟଣା, ଜଣେ ଗିରଫ

author img

By ETV Bharat Odisha Team

Published : Mar 31, 2024, 6:59 AM IST

ଟିଟିଲାଗଡ ଉପକାରାଗାରରୁ ଦୁଇ କଏଦୀ ଫେରାର ଘଟଣା, ଜଣେ ଗିରଫ

ବଲାଙ୍ଗୀର: ଟିଟିଲାଗଡ ଉପକାରାଗାରରୁ ଦୁଇ ଅଭିଯୁକ୍ତ ଫେରାର ଘଟଣା । ଦିଲ୍ଲୀରୁ ଜଣେ ଗିରଫ । ଫେରାର ହେବାର 21 ଦିନ ପରେ ଜଣେ ଗିରଫ । ଆଉ ଜଣକୁ ଧରିବା ପାଇଁ ପୋଲିସର ତନାଘନା ଜାରି । ବଲାଙ୍ଗୀର ଟିଟିଲାଗଡ ସବ ଜେଲରୁ ଜେଲ ବାଡ ଡେଇଁ ଫେରାର ମାରିଥିବା ଦୁଇ ହତ୍ୟା ଅଭିଯୁକ୍ତ ମଧ୍ୟରୁ ଜଣେ ଗିରଫ । 21 ଦିନ ପରେ ଦିଲ୍ଲୀରୁ ଗିରଫ କଲା ପୋଲିସ । ସେହିପରି ଗିରଫ ପରେ ଜେଲକୁ ନେଇ ସିନ ରିକ୍ରିଏସନ୍ କରିଛି ପୋଲିସ । ଫେରାର ଥିବା ଅନ୍ୟ ଜଣେ କଏଦୀକୁ ଧରିବା ପାଇଁ ତନାଘନା ଜାରି ରଖିଛି । ତେବେ ଗତ ମାର୍ଚ୍ଚ 9 ତାରିଖର ଟିଟିଲାଗଡ ସବ ଜେଲରୁ ଦୁଇ ହତ୍ୟା ଅଭିଯୁକ୍ତ ଶୋଭବନ୍ ରଣା ଓ ସୁମିତ ବିହାରୀ ଜେଲର ବାଡ ଡେଇଁ ରାତିରେ ଫେରାର ହୋଇଥିଲେ ।

ଯାହାକୁ ନେଇ ପୋଲିସ ଓ ଜେଲ ଡିଆଇଜି ମିଳିତ ଭାବରେ ଏହାର ତଦନ୍ତ ଆରମ୍ଭ କରିଥିଲେ । ଏଥିରେ କାର୍ଯ୍ୟାନୁଷ୍ଠାନ ନେଇ ଜିଲ୍ଲାର ଦୁଇ ଜଣ ୱାଡ଼ରଙ୍କୁ ଚାକିରିରୁ ନିଲମ୍ବିତ କରାଯାଇଥିଲା । ତେବେ ପୋଲିସର ତିନୋଟି ଟିମ୍ ଗଠନ କରାଯାଇ ଫେରାର କଏଦୀମାନଙ୍କୁ ଧରିବା ପାଇଁ ପୋଲିସ ତନାଘନା ଜାରି ରଖିଥିଲା । ପୋଲିସର ଗୁଇନ୍ଦା ତଥା ଆଇଟି ଓ ସାଇବର ଟିମର ସହାୟତାରେ ପୋଲିସ ଜଣେ କଏଦୀ ସୁମିତ ବିହାରୀଙ୍କୁ ଦିଲ୍ଲୀରୁ ଗିରଫ କରିବାରେ ସଫଳ ହୋଇଛି ।

ଗତକାଲି ତାକୁ ପୋଲିସ ଜେଲକୁ ନେଇ ସିନ ରିକ୍ରିଏସନ କରିଛି । ସେହିପରି ତାକୁ କୋର୍ଟ ଚାଲାଣ କରିଛି ପୋଲିସ । ଅନ୍ୟପଟେ ଆଜି ବି ଆଉ ଜଣେ ଫେରାର ହତ୍ୟା ଅଭିଯୁକ୍ତକୁ ପୋଲିସ ଧରିବାରେ ସଫଳ ହୋଇ ପାରି ନାହିଁ । ଏବଂ ତାକୁ ଧରିବା ପାଇଁ ପୋଲିସ ତନାଘନା ଜାରି ଥିବାର ଜଣାପଡ଼ିଛି ।

ଏହା ମଧ୍ୟ ପଢନ୍ତୁ.......ଟିଟିଲାଗଡ଼ ଉପକାରାଗାରରୁ 2 କଏଦୀ ଚମ୍ପଟ, ସୁରକ୍ଷା ବ୍ୟବସ୍ଥାରେ ତ୍ରୁଟି ଅଭିଯୋଗ

ସୂଚନା ଅନୁସାରେ ଫେରାର ବିଚାରଧୀନ କଏଦୀ ଶୋଭାବନ୍ ରଣା ବଲାଙ୍ଗୀର ବଙ୍ଗୋମୁଣ୍ଡାରେ ଶିଶୁ ବଳି ଓ ହତ୍ୟା ଅଭିଯୋଗରେ ବିଗତ ଚାରି ବର୍ଷରୁ ଏହି ଜେଲରେ ଥିଲା । ସେହିପରି ସୁମିତ ବିହାରୀ ଦୁଇ ବର୍ଷ ପୂର୍ବରୁ ନିଜ ଭଣଜାଙ୍କ ହତ୍ୟା ଅଭିଯୋଗରେ ଏଠି ବିଚାରଧୀନ କଏଦୀ ଭାବରେ ଥିଲା । ଗତ 9 ମାର୍ଚ୍ଚରେ ଉଭୟ ଜେଲରୁ ଫେରାର ହୋଇଥିଲେ ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.