ETV Bharat / state

ତିର୍ତ୍ତୋଲ ବିଧାୟକ ବିବାହ ବିବାଦ; ଫାଇନାଲ ରିପୋର୍ଟ ଦାଖଲ ପରେ ନିଜ ପକ୍ଷ ରଖିଲେ ସୋମାଲିକା - ତିର୍ତ୍ତୋଲ ବିଧାୟକ ବିବାହ ବିବାଦ

Tirtol MLA Marriage Controversy: ତିର୍ତ୍ତୋଲ ବିଧାୟକ ବିଜୟ ଶଙ୍କର ଦାସ ଓ ବାନ୍ଧବୀ ସୋମାଲିକା ବିବାହ ବିବାଦ ଘଟଣା । ଆଜି ଜଗତସିଂହପୁର ପୋଲିସ ଫାଇନାଲ ରିପୋର୍ଟ ଦାଖଲ କରିବା ପରେ ନିଜ ପକ୍ଷ ରଖିଛନ୍ତି ସୋମାଲିକା । ଅଧିକ ପଢନ୍ତୁ

Somalika Dash
Somalika Dash
author img

By ETV Bharat Odisha Team

Published : Feb 27, 2024, 9:20 PM IST

ଫାଇନାଲ ରିପୋର୍ଟ ଦାଖଲ ପରେ ନିଜ ପକ୍ଷ ରଖିଲେ ସୋମାଲିକା

ଜଗତସିଂହପୁର: ବହୁଚର୍ଚ୍ଚିତ ତିର୍ତ୍ତୋଲ ବିଧାୟକ ବିଜୟ ଶଙ୍କର ଦାସ ଓ ବାନ୍ଧବୀ ସୋମାଲିକା ଦାଶଙ୍କୁ ପ୍ରତାରଣା ଘଟଣା । ଜିଲ୍ଲା ପୋଲିସ ତଦନ୍ତ କରି କୋର୍ଟରେ ଫାଇନାଲ ରିପୋର୍ଟ ଦାଖଲ କରିବା ପରେ ଆଜି (ମଙ୍ଗଳବାର) ଜଗତସିଂହପୁର SDJM କୋର୍ଟରେ ନିଜ ପକ୍ଷ ରଖିଛନ୍ତି ସୋମାଲିକା ଦାଶ । ଆଜି ମଧ୍ୟାହ୍ନ ୧୨ଟାରେ ସୋମାଲିକା ତାଙ୍କ ଓକିଲ ଅମୀୟ ମହାପାତ୍ରଙ୍କ ସହିତ କୋର୍ଟରେ ପହଞ୍ଚିଥିଲେ । ଦେହ ଅସୁସ୍ଥତା ଦର୍ଶାଇ ସୋମାଲିକା ନିଜ ଆଡଭୋକେଟଙ୍କ ସହାୟତାରେ କୋର୍ଟରେ ନିଜ ପକ୍ଷ ରଖିଥିଲେ ।

କୋର୍ଟକୁ ଆସିଥିଲେ ସୁଦ୍ଧା ଗଣମାଧ୍ୟମକୁ ସୋମାଲିକା କୌଣସି ପ୍ରତିକ୍ରିୟା ରଖିନଥିବା ବେଳେ ତାଙ୍କ ଆଡଭୋକେଟ କହିଛନ୍ତି, " ୨୦୨୦ ମସିହାରେ ତିର୍ତ୍ତୋଲ ବିଧାୟକ ବିଜୟ ଶଙ୍କର ଦାସ ତାଙ୍କ ବାନ୍ଧବୀ ସୋମାଲିକାଙ୍କ ସହିତ ଅନୈତିକ ସମ୍ପର୍କ ସ୍ଥାପନ ଓ ପରେ ସୋମାଲିକା ବିବାହ ପାଇଁ ଜିଦ ଧରିବାରୁ ଧମକ ଚମକ ଦେଇଥିଲେ । କଟକର ଏକ ନିର୍ଦ୍ଦିଷ୍ଟ ଘରେ ସେକ୍ସ ରାକେଟ ଚଳାଇବା ନେଇ ଅଭିଯୋଗ ହୋଇଥିଲା । ଏହି ଘଟଣାରେ ଜଗତସିଂହପୁର ପୋଲିସ ତଦନ୍ତର ଫାଇନାଲ ରିପୋର୍ଟ ଜିଲ୍ଲା କୋର୍ଟରେ ଦାଖଲ କରିବା ପରେ ନିଜର ପକ୍ଷ ରଖିବା ପାଇଁ ସୋମାଲିକାଙ୍କୁ କୋର୍ଟ ପକ୍ଷରୁ ନୋଟିସ ଜାରି କରାଯାଇଥିଲା । ବିନା ତଦନ୍ତରେ ଜଗତସିଂହପୁର ପୋଲିସ ରାଜନୈତିକ ଚାପର ବଶବର୍ତ୍ତୀ ହୋଇ ଏହି ଫାଇନାଲ ରିପୋର୍ଟ କୋର୍ଟଙ୍କ ଆଗରେ ରଖିଛି ।"

ଏହା ବି ପଢନ୍ତୁ- ବିଧାୟକ ବିଜୟ ଦାସଙ୍କ ବିବାହ ପ୍ରସଙ୍ଗ, ହାଇକୋର୍ଟଙ୍କ ଦ୍ବାରସ୍ଥ ହେଲେ ସୋମାଲିକା

ସୂଚନା ଥାଉ କି ତିର୍ତ୍ତୋଲ ବିଧାୟକ ଦେଉଳି ଗ୍ରାମେଶ୍ବରର ବାନ୍ଧବୀ ସୋମାଲିକାଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ରହି ଆସିଥିଲା । ଏପରିକି ଉଭୟ ଲିଭି-ଇନରେ ରହି ଆସୁଥିଲେ । ୨୦୨୦ ମସିହାରେ ବାନ୍ଧବୀ ସୋମାଲିକା ଓ ବିଜୟଙ୍କ ଅନ୍ତରଙ୍ଗ ମୁହୂର୍ତ୍ତର ଫଟୋ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା । ଫଳରେ ବିଧାୟକ ବିଜୟ ଶଙ୍କର ସୋମାଲିକାଙ୍କୁ ବିବାହ କରିବା ପାଇଁ ଜଗତସିଂହପୁର ସବରେଜିଷ୍ଟ୍ରରଙ୍କ ନିକଟରେ ଆବେଦନ କରିଥିଲେ ମଧ୍ୟ ନିର୍ଦ୍ଧାରିତ ସମୟରେ ସୋମାଲିକାଙ୍କୁ ବିବାହ କରିବା ପାଇଁ ଆସି ନଥିଲେ । ଏହାପରେ ସୋମାଲିକା ବିଜୟଙ୍କ ନାଁରେ ୨୦୨୦ରେ ଜଗତସିଂହପୁର ଥାନାରେ ଅଭିଯୋଗ କରିଥିଲେ ।

ଏହି ଘଟଣାରେ ଜଗତସିଂହପୁର ପୋଲିସ ବିଧାୟକଙ୍କ ନାଁରେ ମାମଲା ରୁଜୁ ନ କରିବାରୁ ସୋମାଲିକା ଉଚ୍ଚ ନ୍ୟାୟାଳୟଙ୍କ ଦ୍ବାରସ୍ଥ ହୋଇଥିଲେ । ଉଚ୍ଚ ନ୍ୟାୟାଳୟ ମାମଲାକୁ ଗ୍ରହଣ କରି ମାମଲା ରୁଜୁ ପାଇଁ ଜଗତସିଂହପୁର ପୋଲିସକୁ ନିର୍ଦ୍ଦେଶ ଦେଇଥିଲେ । ମାମଲା ବିଚାରାଧୀନ ଥିବାବେଳେ ବିଧାୟକ ବିଜୟ ଶଙ୍କର ଦାସ ଓ କଟକର ଜଣେ ମହିଳାଙ୍କ ସହିତ ଅନ୍ତରଙ୍ଗ ମୁହୂର୍ତ୍ତର ଫଟୋ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା । ଏହାପରେ ବିଜୟ ଶଙ୍କର ଓ ଉକ୍ତ ମହିଳା କଟକ ସବ ରେଜିଷ୍ଟ୍ରରଙ୍କ ନିକଟରେ ବିବାହ ପାଇଁ ଆବେଦନ କରିଥିଲେ । ଏହାକୁ ନେଇ ସୋମାଲିକା କଟକ ସବ ରେଜିଷ୍ଟ୍ରରଙ୍କ ନିକଟରେ ଅଭିଯୋଗ କରିବା ପରେ ସବ ରେଜିଷ୍ଟ୍ରର ଏହି ବିବାହକୁ ବାତିଲ କରିଥିଲେ ।

ଇଟିଭି ଭାରତ, ଜଗତସିଂହପୁର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.