ରାଇରଙ୍ଗପୁର: ଶିମିଳିପାଳରୁ ଫେରାର ହେଇଗଲା ବାଘୁଣୀ ଜୀନତ୍ । ପଡୋଶୀ ରାଜ୍ୟ ଝାଡ଼ଖଣ୍ଡର ଘଞ୍ଚ ଜଙ୍ଗଲକୁ ଜୀନତ ପଳାଇ ଯାଇଥିବା ବନବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ସୁଦୂର ମହାରାଷ୍ଟ୍ରରୁ ଶିମିଳିପାଳ ଅଭୟାରଣ୍ୟକୁ ଅଣାଯାଇଥିବା ମହାବଳ ବାଘୁଣୀ ଜୀନତ କିଛି ଦିନ ଶିମିଳିପାଳ ଅଭୟାରଣ୍ୟରେ ବିଚରଣ କରିବା ପରେ ଝାଡ଼ଖଣ୍ଡ ରାଜ୍ୟର ଘଞ୍ଚ ଜଙ୍ଗଲକୁ ପଳାଇ ଯାଇଥିବା ଜଣାପଡିଛି ।
ଶିମିଳିପାଳରୁ ଜୀନତ ଫେରାର:
ଏ ସମ୍ପର୍କରେ ଶିମିଳିପାଳ ବ୍ୟାଘ୍ର ସଂରକ୍ଷଣ ପ୍ରକଳ୍ପ କ୍ଷେତ୍ର ନିର୍ଦ୍ଦେଶକ ତଥା ଆଞ୍ଚଳିକ ମୁଖ୍ୟ ବନ ସଂରକ୍ଷକ ଡକ୍ଟର ପ୍ରକାଶ ଚାନ୍ଦ ଗୋଗିନେନି ସୂଚନା ପ୍ରଦାନ କରିଛନ୍ତି । ତାଙ୍କ ସୂଚନା ଅନୁଯାୟୀ, "ଗତକାଲି(ରବିବାର) ରବିବାର ରାତିରେ ଜୀନତ ବାଙ୍ଗିରିପୋଷି ରେଞ୍ଜ, ବିଶୋଇ ରେଞ୍ଜ ଓ ରାଇରଙ୍ଗପୁର ରେଞ୍ଜ ଦେଇ ଓଡିଶା ସୀମା ପାର କରି ଝାଡ଼ଖଣ୍ଡର ଘଞ୍ଚ ଜଙ୍ଗଲରେ ପ୍ରବେଶ କରିଛି । ବାଘୁଣୀ ଜୀନତକୁ ଶିମିଳିପାଳ ଅଭୟାରଣ୍ୟ ମଧ୍ୟକୁ ଫେରାଇ ଆଣିବାର ସେମିତି କିଛି ପ୍ରକ୍ରିୟା ନାହିଁ ।" ବନବିଭାଗର ଅନୁଧ୍ୟାନକାରୀ ଟିମ ଝାଡ଼ଖଣ୍ଡ ବନବିଭାଗ ସହିତ ଏ ସମ୍ପର୍କରେ ଆଲୋଚନା ମଧ୍ୟ କରିଛନ୍ତି ।
ମହାରାଷ୍ଟ୍ରରୁ ଆସିଥିଲା ବାଘୁଣୀ:
ଏହା ବି ପଢନ୍ତୁ...ନୂଆ ଠିକଣା ସନ୍ଧାନରେ ଯମୁନା-ଜୀନତ, ଆହୁରି ଆସିବେ 3 ବାଘ
ଏହା ବି ପଢନ୍ତୁ...ଏନକ୍ଲୋଜରରୁ ଶିମିଳିପାଳ ଘଞ୍ଚ ଜଙ୍ଗଲକୁ ଗଲା ବାଘୁଣୀ ଜୀନତ
ଏହା ବି ପଢନ୍ତୁ...ଶିମିଳିପାଳରେ ପ୍ରଥମ ଶିକାର କଲା ବାଘୁଣୀ ଜୀନତ
ଝାଡଖଣ୍ଡରେ ଜୀନତ:
ଶିମିଳିପାଳରେ ଜୀନତ ବିଚରଣ କରୁଥିବାବେଳେ ବାଘୁଣୀର ସ୍ବାସ୍ଥ୍ୟବସ୍ଥା ଓ ଗତିବିଧି ଉପରେ ନଜର ରଖିଥିଲା ବନବିଭାଗ । ତେବେ ଶିମିଳିପାଳ ଅଭୟାରଣ୍ୟରେ କିଛି ଦିନ ବାଘୁଣୀ ଜୀନତ୍ ବିଚରଣ କରୁଥିବାବେଳେ ଗତକାଲି ଝାଡ଼ଖଣ୍ଡ ରାଜ୍ୟକୁ ମହାବଳ ବାଘୁଣୀ ପହଞ୍ଚିଯାଇଥିବା ଜଣାପଡ଼ିଛି । ସେପଟେ ଅନ୍ୟ ଏକ ବାଘୁଣୀ ଯମୁନା ଏବେବି ଶିମିଳିପାଳରେ ବିଚରଣ କରୁଥିବା କହିଛନ୍ତି ଡକ୍ଟର ପ୍ରକାଶ ଚାନ୍ଦ ଗୋଗିନେନୀ ।
ଇଟିଭି ଭାରତ, ମୟୂରଭଞ୍ଜ