ETV Bharat / state

ଅଦିନିଆ ବର୍ଷା: ଫସଲ ଉଜୁଡ଼ିବା ଆଶାଙ୍କରେ ଚାଷୀ

Farmers Suffered Due To Heavy Rain: କାଳବୈଶାଖୀ ପ୍ରଭାବରେ ପୁରୀ ଜିଲ୍ଲାରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ଲାଗି ରହିଛି ।ଫଳରେ କ୍ଷେତ ଗୁଡ଼ିକରେ ପାଣି ଜମି ରହିବାରୁ ଫସଲ ନଷ୍ଟ ହେବା ଅନୁମାନ କରିଛନ୍ତି ଚାଷୀ । ଅଧିକ ପଢନ୍ତୁ

author img

By ETV Bharat Odisha Team

Published : Mar 20, 2024, 10:16 PM IST

ଅଦିନିଆ ବର୍ଷା: ଫସଲ ଉଜୁଡ଼ିବା ଆଶାଙ୍କରେ ଚାଷୀ
ଅଦିନିଆ ବର୍ଷା: ଫସଲ ଉଜୁଡ଼ିବା ଆଶାଙ୍କରେ ଚାଷୀ
ଅଦିନିଆ ବର୍ଷା:ଫସଲ ଉଜୁଡ଼ିବା ଆଶାଙ୍କରେ ଚାଷୀ

ନିମାପଡ଼ା: କାଳବୈଶାଖୀ ପ୍ରଭାବରେ ରାଜ୍ୟରେ ଜାରି ରହିଛି ଝଡ଼ ବର୍ଷା । ସାରା ରାଜ୍ୟରେ କୋହଲା ପାଗ ସାଙ୍ଗକୁ ତୁହାକୁ ତୁହା ବର୍ଷା ହେଉଛି । ଗତ କାଲିଠାରୁ ପୁରୀ ଜିଲ୍ଲାରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ଲାଗି ରହିଛି । ଅଦିନିଆ ବର୍ଷାରେ ପୁରୀ ଜିଲ୍ଲାର ସମସ୍ତ ଅଞ୍ଚଳରେ କାଳବୈଶାଖୀ ବର୍ଷା ଯୋଗୁଁ ମୁଗ ଚାଷୀଙ୍କ ସମେତ ପନିପରିବା ଚାଷ କରିଥିବା ଚାଷୀ ମନରେ ଦୁଃଖ । ଦୁଇ ଦିନ ବର୍ଷା ହେବା ଫଳରେ ମୁଗ, ବିରି ଚାଷ କରି ଥିବା ଚାଷୀ ସମ୍ପୂର୍ଣ୍ଣ କ୍ଷତି ଗ୍ରସ୍ତ ହେବେ ବୋଲି ଆଶାଙ୍କା କରୁଛନ୍ତି ।

ସେପଟେ ଫୁଲ ହେଉଥିବା ମୁଗ ବର୍ଷାରେ ନଷ୍ଟ ହେ ବା ସହିତ ଛୁଇଁ ଗୁଡ଼ିକ ବର୍ଷା ପାଣିରେ ନଷ୍ଟ ହେବ ବୋଲି ଚାଷୀ ଅନୁମାନ କରୁଛନ୍ତି । ଏହା ସହ ପନିପରିବା ଚାଷ ମଧ୍ୟ ପ୍ରଭାବିତ ହେବ । ବାଇଗଣ, ଲଙ୍କା, ଭେଣ୍ଡି, ଟମାଟୋ, କାକୁଡି, ପ୍ରଭୃତି ଫସଲ ନଷ୍ଟ ହେବ ବୋଲି ଚାଷୀ କହିଛନ୍ତି । ମୁଗ ଫସଲ କ୍ଷେତରେ ପଡି ନଷ୍ଟ ହେବ ତ ଅନ୍ୟ କେତେକ ଗଜା ହୋଇଯିବ । ଏବେ ଏହି ହତାଶ କ୍ଷୁଦ୍ର ଚାଷୀମାନଙ୍କର କ୍ଷତି ଭରଣା କରିବା ପାଇଁ ସ୍ଥାନୀୟ ଅଞ୍ଚଳରେ ଦାବି ହେଉଛି ।

ଚାଷୀ ଅନେକ କ୍ଷତି ସହିବା ପରେ କ୍ଷତି ଭରଣା କରିବାକୁ ମୁଗ ,ବିରି, କୋଳଥ ଚାଷ କରିଥିଲେ ଚାଷୀ । ହେଲେ ଦଇବ ଦାଉ ସାଧିଲା । ଏପରି କିଛି ମୁଗ ଚାଷୀଙ୍କ ଦୁଃଖଭରା କାହାଣୀ ଦେଖିବାକୁ ମିଳିଛି ପୁରୀ ଜିଲ୍ଲାର ପୁରୀ ନିମାପଡ଼ା , ପିପିଲି, ଗୋପ, ଚରିଛାକ, କାକଟପୁର ପ୍ରଭୃତି ଅଞ୍ଚଳରେ । କାଳବୈଶାଖୀ ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ଲାଗି ରହିଛି ।

ଏହା ମଧ୍ୟ ପଢନ୍ତୁ.....ସାରା ରାଜ୍ୟରେ ଛେଚୁଛି ବର୍ଷା; ଆଜି ୧୪ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ

ବିଶେଷ କରି ଆଜି ଉପକୂଳ ଓଡ଼ିଶାର ପୁରୀ ଜିଲ୍ଲାର ବିଭିନ୍ନ ଅଞ୍ଚଳରେ ଲାଗି ରହିଛି ବର୍ଷା । ଆଗାମୀ ୨୪ ଘଣ୍ଟାରେ ଏହିସବୁ ଜିଲ୍ଲାରେ ବର୍ଷାର ମାତ୍ରା ଅଧିକ ରହିବ ବୋଲି ପାଣି ପାଗ ବିଭାଗ ପକ୍ଷରୁ ସୂଚନା ଦେଇଛନ୍ତି । ଜିଲ୍ଲାର ପିପିଲି, ଡେଲାଙ୍ଗ, କଣାସ, ସତ୍ୟବାଦୀ, ନିମାପଡ଼ା ଅଞ୍ଚଳରେ ଗତକାଲି ବିଳମ୍ବିତ ରାତିରୁ ବର୍ଷା ଲାଗି ରହିଛି । ଲଗାଣ ବର୍ଷା ଯୋଗୁଁ ଚାଷ ଜମିରେ ପାଣି ଜମି ରହିଥିବା ବେଳେ ପନିପରିବା ଓ ମୁଗ ବିରି ଫସଲ ନଷ୍ଟ ହେବାର ଆଶଙ୍କା କରିଛି ଚାଷୀ । ତେଣୁ ରାଜ୍ୟ ସରକାର ବର୍ଷା ପରେ ତଦନ୍ତ କରି ଚାଷୀଙ୍କୁ କ୍ଷତି ପୂରଣ ପ୍ରଦାନ କରି ବାକୁ ଚାଷୀ ଦାବି କରିଛନ୍ତି ।

ଇଟିଭି ଭାରତ, ନିମାପଡ଼ା

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.