ETV Bharat / state

ଦାଉ ସାଧିଲା ଅଦିନିଆ ବର୍ଷା, ଉଜୁ଼ଡା ସୂର୍ଯ୍ୟମୁଖୀ ଚାଷକୁ ନେଇ ଚିନ୍ତାରେ ଚାଷୀ - Sunflower Farmers Face Problems

Sunflower Farmers Face Problems: ଦେବଗଡ଼ ଜିଲ୍ଲାରେ ଅଦିନିଆ ବର୍ଷା ଓ ଝଡତୋଫାନ ଉଜାଡି ଦେଲା ସୂର୍ଯ୍ୟମୁଖୀ ଚାଷ । ମାଟିରେ ଲୋଟି ଗଲା ଏକର ଏକର ପରିମିତ ଜମିରେ ହୋଇଥିବା ସୂର୍ଯ୍ୟମୁଖୀ ଗଛ । ଅଧିକ ପଢନ୍ତୁ

Sunflower Farmers
Sunflower Farmers
author img

By ETV Bharat Odisha Team

Published : Mar 21, 2024, 8:35 AM IST

Updated : Mar 21, 2024, 11:00 AM IST

Sunflower Farmers Face Problems

ଦେବଗଡ: କାଳବୈଶାଖୀ ପ୍ରଭାବରେ ରାଜ୍ୟରେ ଜାରି ରହିଛି ଝଡ଼ ବର୍ଷା । ସାରା ରାଜ୍ୟରେ କୋହଲା ପାଗ ସାଙ୍ଗକୁ ତୁହାକୁ ତୁହା ବର୍ଷା ହେଉଛି । ତେବେ ଦେବଗଡ଼ ଜିଲ୍ଲାରେ ଅଦିନିଆ ବର୍ଷା ଓ ଝଡତୋଫାନ ଉଜୁଡି ଦେଇଛି ସୂର୍ଯ୍ୟମୁଖୀ ଚାଷ । ମାଟିରେ ଲୋଟି ଗଲା ଏକର ଏକର ପରିମିତ ଜମିରେ ହୋଇଥିବା ସୂର୍ଯ୍ୟମୁଖୀ ଗଛ । ଏନେଇ ଚିନ୍ତାରେ ଚାଷୀ ।

ଜିଲ୍ଲାର ତିଳେଇବଣି ବ୍ଲକ ଅନ୍ତର୍ଗତ ସୁଗୁଡା ଓ କଲଣ୍ଡା ପଞ୍ଚାୟତ ମୁଖ୍ୟତଃ ସୂର୍ଯ୍ୟମୁଖୀ ଚାଷ ପାଇଁ ବେଶ ପରିଚିତ । ଏହି ଅଞ୍ଚଳର ସୁଗୁଡା , କଲଣ୍ଡା, ବଲଣ୍ଡା, ଝାତକିପଶି ଆଦି ଗ୍ରାମର ଅଧିକାଂଶ ଚାଷୀ ପରିବାର ପ୍ରତିବର୍ଷ ଧାନଚାଷ ପରେ ପରେ ସୂର୍ଯ୍ୟମୁଖୀ ଚାଷ କରିଥାନ୍ତି । ପ୍ରତିବର୍ଷ ଏହି ଅଞ୍ଚଳରେ ପ୍ରାୟ 100 ଏକରରୁ ଊର୍ଦ୍ଧ୍ବ ଚାଷଜମିରେ ସୂର୍ଯ୍ୟମୁଖୀ ଚାଷ କରାଯାଇଥାଏ । ସୂର୍ଯ୍ୟମୁଖୀ ଅମଳ କରି ଚାଷୀମାନେ ଭଲ ଦୁଇପଇସା ରୋଜଗାର କରିଥାନ୍ତି । ମାତ୍ର ଚଳିତ ବର୍ଷ ଏହି ଚାଷ ଉପରେ ଦାଉ ସାଧିଛି ଜିଲ୍ଲାରେ ଦୁଇଦିନ ହେଲା ଲାଗି ରହିଥିବା ଅଦିନିଆ ବର୍ଷା ଓ ଝଡତୋଫାନ । ଗତ 19 ତାରିଖ ଦିନ ଏହି ଅଞ୍ଚଳରେ ଝିପିଝିପି ବର୍ଷା ଓ ଝଡ଼ତୋଫାନ ଯୋଗୁଁ ଏକର ଏକର ପରିମିତ ଜମିରେ ହୋଇଥିବା ସୂର୍ଯ୍ୟମୁଖୀ ଗଛ ମାଟିରେ ଲୋଟି ଯାଇଛି । ଚାଷଜମିରେ ବର୍ଷାଜଳ ଜମି ରହିଥିବା ବେଳେ ତାହାରି ଉପରେ ଶୋଇ ନଷ୍ଟ ହୋଇଯାଇଛି ହଜାର ହଜାର ସଂଖ୍ୟାରେ ସୂର୍ଯ୍ୟମୁଖୀ ଗଛ ।

ଏହା ମଧ୍ୟ ପଢନ୍ତୁ- ଅଦିନିଆ ବର୍ଷା: ଫସଲ ଉଜୁଡ଼ିବା ଆଶାଙ୍କରେ ଚାଷୀ

ସୂଚନା ଅନୁଯାୟୀ, ଝଡତୋଫାନରେ ଉକ୍ତ ଅଞ୍ଚଳର ପ୍ରାୟ 40 ଏକରରୁ ଊର୍ଦ୍ଧ୍ବ ସୂର୍ଯ୍ୟମୁଖୀ ଚାଷ ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଛି । ଜିଲ୍ଲାରେ ବର୍ଷାପାଗ ଲାଗି ରହିଥିବା ଯୋଗୁଁ ଆଗାମୀ ଦିନରେ ଏହି କ୍ଷୟକ୍ଷତି ପରିମାଣ ଅଧିକ ବୃଦ୍ଧି ପାଇବାର ସମ୍ଭାବନା ଦେଖାଦେଇଛି । ଫଳରେ ସୂର୍ଯ୍ୟମୁଖୀ ଚାଷୀ ମୁଣ୍ଡରେ ହାତଦେଇ ବସି ରହିଛନ୍ତି । ଚଳିତବର୍ଷ ଆଶାନୁରୂପ ଫସଲ ଅମଳ ହେବା ନେଇ ଆଶାବାନ୍ଧି ବସିଥିବା ଚାଷୀଙ୍କ ସବୁ ଆଶା ମଉଳି ଯାଇଛି । ଅଦିନିଆ ବର୍ଷା ଓ ଝଡତୋଫାନ ଯୋଗୁଁ କ୍ଷତିଗ୍ରସ୍ତ ହୋଇଥିବା ସୂର୍ଯ୍ୟମୁଖୀ ଚାଷୀଙ୍କୁ ଆବଶ୍ୟକ ସରକାରୀ ସହାୟତା ଯୋଗାଇ ଦିଆଯିବାକୁ ଚାଷୀକୁଳ ସରକାରଙ୍କ ନିକଟରେ ଦାବି କରିଛନ୍ତି ।

ଇଟିଭି ଭାରତ, ଦେବଗଡ

Last Updated : Mar 21, 2024, 11:00 AM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.