ETV Bharat / state

ପୋଲିସ ହାବୁଡରେ ମହିଳା ଚୋର, ଚାକରାଣୀ ସାଜି କରୁଥିଲା ଲୁଟ

author img

By ETV Bharat Odisha Team

Published : Feb 1, 2024, 10:58 PM IST

Maid arrested in series robbery cases : ଭଦ୍ର ଓ ସରଳତାର ମୁଖା ପିନ୍ଧି ଚୋରି କରୁଥିଲେ ମହିଳା । ହେଲେ ନିଜ ପଡିଶା ଘରୁ ଚୋରି କରି ଫସିଲେ ମହିଳା ଚୋର । ଅଧିକ ପଢନ୍ତୁ

ପୋଲିସ ହାବୁଡରେ ମହିଳା ଚୋର , ଚାକରାଣୀ ସାଜି କରୁଥିଲେ ଲୁଟ

ଭୁବନେଶ୍ବର: ଆଳୁ ଖୋଳୁ ଖୋଳୁ ମିଳିଲା ମହାଦେବ । ଗୋଟିଏ ଚୋରିର ତଦନ୍ତ କରୁ କରୁ ମିଳିଲା ସିରିଜ ଚୋରିର ସୁରାକ୍ । ପ୍ରଥମେ ଲୋକଙ୍କ ଘରେ କାମ କରି ବିଶ୍ଵାସଭାଜନ ହେଉଥିଲେ ପରେ ଲୁଟ କରି ଫେରାର ହେଇଯାଉଥିଲେ ମହିଳା । ହେଲେ ନିଜ ପଡିଶା ଘରୁ ଚୋରି କରି ଫସିଲେ ମହିଳା ଚୋର । ଏହି ମହିଳା ଚୋରଙ୍କୁ ଧରିଛି ଚନ୍ଦ୍ରଶେଖରପୁର ଥାନା । ଏଭଳି ଏକ ସାଙ୍ଘାତିକ ଘଟଣା ସାମ୍ନାକୁ ଆସିଛି ଭୁବନେଶ୍ଵର ଶୈଳଶ୍ରୀ ବିହାରରେ । ପୋଲିସ ସୂଚନା ମୁତାବକ , ପ୍ରଥମେ ଜାନୁଆରୀ ୨୪ ତାରିଖରେ ଶୈଳଶ୍ରୀ ବିହାରର ନୀଳମାଧବ ଦେହୁରୀ ନାମକ ବ୍ୟକ୍ତି ଚନ୍ଦ୍ରଶେଖରପୁର ଥାନାରେ ଏକ ଚୋରି ମାମଲା ରୁଜୁ କରିଥିଲେ । ଏହା ପରେ ପୋଲିସ ତଦନ୍ତ ଆରମ୍ଭ ହୋଇଥିଲା । ଶେଷରେ ସୁନୀତା ପଣ୍ଡା ନାମ୍ନୀ ଜଣେ ପେଶାଦାର ମହିଳା ଚୋରକୁ ଗିରଫ କରିଛି ପୋଲିସ । ଗୋଟେ ଚୋରି ଘଟଣାରୁ ଏହି ମହିଳା ଚୋରଙ୍କ ସହରର ବିଭିନ୍ନ ସ୍ଥାନର ଚୋରି ମାମଲାରେ ସମ୍ପୃକ୍ତିର ପର୍ଦାଫାଶ ହୋଇଛି ।

ଏହା ମଧ୍ୟ ପଢନ୍ତୁ .... କଟକ ଦୁର୍ଗା ମନ୍ଦିର ଲୁଟ ପଛରେ ବଞ୍ଜାରା ଗ୍ୟାଙ୍ଗ, ପୋଲିସକୁ ମିଳିଛି ଗୁରୁତ୍ୱପୂର୍ଣ୍ଣ ତଥ୍ୟ !

ଅନ୍ୟ ଦୁଇଟି ଘଟଣା ଯଥା ସୋନାଲି ଆପାର୍ଟମେଣ୍ଟରେ ଚୋରି ଘଟଣା ଓ ଅନ୍ୟ ଏକ ଘରୋଇ ଚୋରି ଘଟଣାରେ ମଧ୍ୟ ସୁନିତା ପଣ୍ଡା ଅଭିଯୁକ୍ତ ବୋଲି ସାମ୍ନାକୁ ଆସିଛି । ପରବର୍ତ୍ତୀ ସମୟରେ ତଦନ୍ତ ଅଗ୍ରସର ହେବାରୁ ଜଣାପଡ଼ିଥିଲା ଯେ ଏହି ଅଭିଯୁକ୍ତ ମହିଳାଙ୍କ ସହ ଶୈଳଶ୍ରୀ ବିହାର ଅଞ୍ଚଳର ଜଣେ ଅଟୋ ଚାଳକ ମାନସ ମୁଖାର୍ଜୀ ଓ ବରମୁଣ୍ଡା ଅଞ୍ଚଳର ଜଣେ ସୁନା ବ୍ୟବସାୟୀ ସଞ୍ଜୟ ସାହୁଙ୍କର ସଂପୃକ୍ତି ରହିଛି । ଅଟୋ ଚାଳକ ମାନସ ମୁଖାର୍ଜୀ ସୁନିତାଙ୍କୁ ସୁନା ଚୋରିରେ ମୁଖ୍ୟତଃ ସାହାଯ୍ୟ କରୁଥିଲା l ଆଜି ଏହି ଘଟଣାରେ ସଂପୃକ୍ତ ୩ ଜଣ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି l ଅଭିଯୁକ୍ତ ମହିଳାଙ୍କ ଠାରୁ ସୁନା ହାର, ଚୁଡି, ଚେନ ଓ କାନଫୁଲ ଜବତ କରାଯାଇଛି । ଉଭୟ ମହିଳା ଓ ଅଟୋ ଚାଳକକୁ ୩ ଟି କେସରେ କୋର୍ଟ ଚାଲାଣ କରାଯିବ ସହ ଅଧିକ ତଦନ୍ତ ପାଇଁ ତାଙ୍କୁ ରିମାଣ୍ଡରେ ନିଆଯିବ ବୋଲି କହିଛନ୍ତି ଚନ୍ଦ୍ରଶେଖରପୁର ଥାନା ଅଧିକାରୀ ପ୍ରକାଶ ଚନ୍ଦ୍ର ମାଝୀ ।

ସୁନିତା ପଣ୍ଡାର ଘର ବୋଲଗଡ ମାଣିକ ଯୋଡିରେ ହୋଇଥିବା ବେଳେ ଦୁଇ ପୁଅ ଓ ସ୍ବାମୀଙ୍କ ସହ ୬ ବର୍ଷ ହେଲା ଶୈଳଶ୍ରୀ ବିହାର ସାହୁ କଲୋନୀରେ ରହି ଆସୁଥିଲେ । ତେବେ ସେ ନିଜ ପଡିଶା ଘରୁ ସୁନା ପିନ୍ଧିବା ପାଇଁ ମାଗିବା ସମୟରେ ସୁନା ଓ ଚାବି ରଖିବା ସ୍ଥାନକୁ ଦେଖିଥିଲେ । ଘରେ କେହି ନ ଥିବା ସମୟରେ ଏହାରି ଫାଇଦା ନେଇ ନିଜର ପଡ଼ୋଶୀ ଘରୁ ଚୋରି କରିଥିଲେ । ନିଜର ଭଦ୍ର ଓ ନମ୍ର ବ୍ୟବହାର ପାଇଁ ସେ ସମସ୍ତଙ୍କ ପ୍ରିୟପାତ୍ର ହୋଇ ପାରିଥିଲେ । ଆଉ ଏହାରି ଫାଇଦା ନେଇ ସେ ନିଜର ପଡ଼ୋଶୀ ଓ ଆପର୍ଟମେଣ୍ଟ ଚୋରି କରିଥିଲେ । ତିନୋଟି ଚୋରିରେ ସେମାନଙ୍କ ଠାରୁ ପ୍ରାୟ ୭୦ରୁ ୮୦ ଗ୍ରାମ ସୁନା ଜବତ କରାଯାଇଛି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.