ETV Bharat / state

ରାଜ୍ୟରେ ଖୋଲିବ ଆଉ ୩ ଭେଷଜ ମହାବିଦ୍ୟାଳୟ, ୨୦୩୦ ସୁଦ୍ଧା ଓଡ଼ିଶା ହେବ ବଳକା ଡାକ୍ତର ରାଜ୍ୟ - Pharmacy College open in Odisha - PHARMACY COLLEGE OPEN IN ODISHA

Pharmacy college will open in Odisha: ଚଳିତ ବର୍ଷ ଶେଷ ସୁଦ୍ଧା ଯାଜପୁରରେ ଏକ ଭେଷଜ ମହାବିଦ୍ୟାଳୟ ଖୋଲିବ । ଆସନ୍ତା ବର୍ଷ ଫୁଲବାଣୀ ଏବଂ ଅନୁଗୋଳରେ ମଧ୍ୟ ଖୋଲିବ । ଅଧିକ ପଢନ୍ତୁ

Pharmacy college
Pharmacy college (ETV BHARAT ODISHA)
author img

By ETV Bharat Odisha Team

Published : Jun 8, 2024, 1:50 PM IST

ଭୁବନେଶ୍ୱର: ରାଜ୍ୟରେ ସ୍ବାସ୍ଥ୍ୟସେବା ଓ ଭେଷଜ ପାଠ୍ୟକ୍ରମକୁଗୁରୁତ୍ବ । ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ୧୨ଟି ଭେଷଜ ମହାବିଦ୍ୟାଳୟ ରହିଥିବାବେଳେ ଆଗକୁ ମଧ୍ୟ ଆଉ ତିନି ନୂଆ ଭେଷଜ ମହାବିଦ୍ୟାଳୟ ଖୋଲିବାକୁ ଯାଉଛି। ଚଳିତ ବର୍ଷ ଶେଷ ସୁଦ୍ଧା ଯାଜପୁରରେ ଏକ ଭେଷଜ ମହାବିଦ୍ୟାଳୟ ଖୋଲିବାକୁ ଥିବାବେଳେ ଆସନ୍ତା ବର୍ଷ ଫୁଲବାଣୀ ଏବଂ ଅନୁଗୋଳରେ ଖୋଲିବ ବୋଲି ସୂଚନା ମିଳିଛି । ସେହିପରି ରାଜ୍ୟରେ ଦୁଇଟି ପିଜି ଅନୁଷ୍ଠାନ ଥିବାବେଳେ ଆସନ୍ତାବର୍ଷକୁ ପିଜିଆଇଏମ୍‌ଇଆର ଆଣ୍ଡ୍‌ କ୍ୟାପିଟାଲ ହସ୍ପିଟାଲରେ ନୂଆ ୪ ବିଭାଗରେ ପିଜି ପାଠ୍ୟକ୍ରମ ସାମିଲ ହେବ। ଗୁଣାତ୍ମକ ମାନର ଶିକ୍ଷା ସହିତ ଗବେଷଣାକୁ ମଧ୍ୟ ଅଗ୍ରାଧିକାର ଦିଆଯିବ ବୋଲି ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଜଣାପଡ଼ିଛି।

ରୋଗୀଙ୍କୁ ଉନ୍ନତମାନର ସେବା ଯୋଗାଇବା ନିମନ୍ତେ ସେହିଭଳି ଜଣେ ଭଲ ଡାକ୍ତରଙ୍କ ଆବଶ୍ୟକତା ରହିଛି। ଏଥିପାଇଁ ଛାତ୍ରଛାତ୍ରୀଙ୍କ ପାଠପଢାକୁ ଗୁରୁତ୍ବ ଦେଇ ରାଜ୍ୟ ନୂଆ ୩ ମହାବିଦ୍ୟାଳୟ ଖୋଲିବ। ଡାକ୍ତରୀ ଛାତ୍ରଛାତ୍ରୀଙ୍କ ପାଠପଢାରେ ଯେପରି ତାରତମ୍ୟ ରହିବ ନାହିଁ ଏହାକୁ ଗୁରୁତ୍ବ ଦିଆଯାଇ ରାଜ୍ୟର ପ୍ରମୁଖ ଭେଷଜ ମହାବିଦ୍ୟାଳକୁ ଏସସିବି ଏବଂ ଏମ୍ସ ସହିତ ସଂଯୋଗ କରାଯିବ। ଆଭାସି ଜରିଆରେ ଯେପରି ଛାତ୍ରଛାତ୍ରୀମାନେ ସମାନ ପାଠ ପଢି ପାରିବେ ସେ ଦିଗରେ ପଦକ୍ଷେପ ଗ୍ରହଣ କରାଯାଉଛି। ସେହିପରି ଡାକ୍ତର ଅଭାବ ଦୂର ପାଇଁ ପଦକ୍ଷେପ ଗ୍ରହଣ କରାଯାଉଛି। ୨୦୩୦ରୁ ସୁଦ୍ଧା ଯେପରି ଓଡ଼ିଶା ଡାକ୍ତର କ୍ଷେତ୍ରରେ ବଳକା ରାଜ୍ୟ ଭାବେ ରହିବ ତାହାକୁ ଦୃଷ୍ଟି ରେ ରଖାଯାଇ ଯୋଜନା ପ୍ରସ୍ତୁତ କରାଯାଉଛି। ଏବେ ରାଜ୍ୟରୁ ଡାକ୍ତର ଅଭାବ ଦୂର ପାଇଁ ନୂଆ ପିଜି ବିଭାଗ ଖୋଲିବା ସହିତ ସୁପରସ୍ପେସିଆଲିଷ୍ଟ ନିଯୁକ୍ତ ଉପରେ ଗୁରୁତ୍ବ ଦିଆଯାଉଛି।

ଏହା ମଧ୍ୟ ପଢନ୍ତୁ-ବଜେଟ୍‌ 2019: ସ୍ବାସ୍ଥ୍ୟସେବା ପାଇଁ ସ୍ଥାପନ ହେଲା ନୂଆ ଭେଷଜ ମହାବିଦ୍ୟାଳୟ

ଓପିଏସସି ଜରିଆରେ ନିୟମିତ ଡାକ୍ତର ନିଯୁକ୍ତି ହେଉଥିବା ବେଳେ ଏବେ ପ୍ରତି ଭେଷଜ ମହାବିଦ୍ୟାଳୟ ଅଧ୍ୟକ୍ଷ ଓ ଡିନ୍‌ମାନଙ୍କୁ ଚୁକ୍ତିଭିତ୍ତିରେ ନିଯୁକ୍ତ ନିମନ୍ତେ ପଦକ୍ଷେପ ନେଇପାରିବେ। ଏହସହିତ କର୍ପସ ପାଣ୍ଠି ଜରିଆରେ ସୁପରସ୍ପେଶିଆଲିଷ୍ଟ ନିଯୁକ୍ତି ପାଇଁ ପଦକ୍ଷେପ ଗ୍ରହଣ କରାଯାଇ ଭେଷଜ ମହାବିଦ୍ୟାଳୟରେ ପିଜି ପାଠ୍ୟକ୍ରମ ପାଇଁ ଯୋଜନା କରାଯାଇଛି। ଏହାଛଡା ପ୍ରତି ଜିଲା ମୁଖ୍ୟ ଚିକିତ୍ସାଳୟ ସହିତ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଆନୁଷଙ୍ଗିକ ବ୍ୟବସ୍ଥା କରାଯାଇ ଶଯ୍ୟାସଂଖ୍ୟା ବୃଦ୍ଧି କରାଯିବ। ଆବଶ୍ୟକତାକୁ ଦୃଷ୍ଟିରେ ରଖି ପ୍ରାଥମିକ ସ୍ବାସ୍ଥ୍ୟାକେନ୍ଦ୍ର ସଂଖ୍ୟା ମଧ୍ୟ ବଢିବ ବୋଲି ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ କୁହାଯାଇଛି ।

ଇଟିଭି ଭାରତ, ଭୁବନେଶ୍ୱର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.